ଲଭ୍ ପ୍ରମିଜ୍
ଲଭ୍ ପ୍ରମିଜ୍ | |
---|---|
ନିର୍ଦ୍ଦେଶକ | ସନ୍ତୋଷ ବିଶ୍ୱାଳ |
ପ୍ରଯୋଜକ | ଜୟା ବିଶ୍ୱାସ |
ସଂଳାପ | (ସଂଳାପ): ଜୟା ବିଶ୍ୱାସ |
ଚିତ୍ରନାଟ୍ୟ | ଜୟା ବିଶ୍ୱାସ |
କାହାଣୀ | ଜୟା ବିଶ୍ୱାସ |
କଳାକାର | ରାକେଶ ଦେଓ, ଜୟା ବିଶ୍ୱାସ, ମନୋଜ ମିଶ୍ର, ଉଷସୀ ମିଶ୍ର, ଜ୍ୟୋତି, ବିଶ୍ୱ |
ସଙ୍ଗୀତ | ପ୍ରେମ ଆନନ୍ଦ |
ଚିତ୍ରଗ୍ରହଣ | ବିଶ୍ୱଭୂଷଣ ମହାପାତ୍ର[୧] |
ବିତରକ | ତରଙ୍ଗ ସିନେ ପ୍ରଡକ୍ସନ[୨] |
ମୁକ୍ତିଲାଭ ତାରିଖ | ୨୪ ମଇ ୨୦୧୮ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଲଭ୍ ପ୍ରମିଜ୍, ୨୦୧୮ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୩] ଜୟା ବିଶ୍ୱାସ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ[୪] ରଚନା କରିଥିଲେ ।[୧] ସନ୍ତୋଷ ବିଶ୍ୱାଳ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୨] ଉଭୟ ଜୟା ଏବଂ ରାକେଶ ଏହି କଥାଚିତ୍ରଟିର ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ।[୫]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ରାକେଶ ଦେଓ ଏବଂ ଜୟା ବିଶ୍ୱାସ ।[୨][୬][୪] ଜୟା ଜଣେ ନୃତ୍ୟଗୁରୁ ଭାବରେ ପୂର୍ବରୁ କିଛି ଓଡ଼ିଆ ଚଳଚ୍ଚିତ୍ରରେ କାର୍ଯ୍ୟ କରିଥିଲେ[୧] ଏବଂ ଓଡ଼ିଆ କଥାଚିତ୍ର ଚୁପ୍ କିଏ ଆସୁଛିରେ ମଧ୍ୟ ଅଭିନୟ କରିଥିଲେ ।[୧] ଏହିସହ ସେ ସାର୍ଥକ ଟିଭିରେ ପ୍ରସାରିତ ନୃତ୍ୟଭିତ୍ତିକ କାର୍ଯ୍ୟକ୍ରମ ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସରେ ମଧ୍ୟ ବିଚାରିକା ଭାବରେ ହରିହର ଦାସ ଏବଂ ଶାଶ୍ଵତ ଯୋଶୀଙ୍କ ସହ ପୂର୍ବରୁ କାର୍ଯ୍ୟ କରିଥିଲେ ।[୧] ମନୋଜ ମିଶ୍ର, ଉଷସୀ ମିଶ୍ର, ଜ୍ୟୋତି, ବିଶ୍ୱ ଆଦି କଳାକାମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୪]
ଅଭିନୟ
- ରାକେଶ ଦେଓ
- ଜୟା ବିଶ୍ୱାସ
- ମନୋଜ ମିଶ୍ର
- ଉଷସୀ ମିଶ୍ର
- ଜ୍ୟୋତି
- ବିଶ୍ୱ
କାହାଣୀ
ଗୀତ ଏବଂ ସଙ୍ଗୀତ
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ ।[୧][୪] ଗୀତିକାର ବସନ୍ତରାଜ ସାମଲ ଓ ସୁବ୍ରତ ସ୍ୱାଇଁ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୪] ହ୍ୟୁମାନ ସାଗର[୬], ଅନନ୍ୟା ଶ୍ରୀତମ ନନ୍ଦ[୬], ଆଶୁତୋଷ, ସବିଶେଷ, ଦୀପ୍ତିରେଖା ପାଢ଼ୀ, ଲୋପାମୁଦ୍ରା, ବିଶ୍ୱଜିତ ମହାପାତ୍ର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୪]
ଗୀତ
କ୍ରମ | ଗୀତ | ଗାୟକ | ସମୟ |
---|---|---|---|
1. | "ଲଭ୍ ପ୍ରମିଜ୍" | ହ୍ୟୁମାନ ସାଗର, ଅନନ୍ୟା ଶ୍ରୀତମ ନନ୍ଦ[୨] | |
2. | "ସାଇରା ସାଇରା" | ଆଶୁତୋଷ, ଦୀପ୍ତିରେଖା ପାଢ଼ୀ | |
3. | "ସାଜନାରେ" | ସବିଶେଷ, ଦୀପ୍ତିରେଖା ପାଢ଼ୀ | |
4. | "ନିଶ୍ୱାସରେ" | ଲୋପାମୁଦ୍ରା | |
5. | "ଟିକ୍ ଟିକ୍" | ହ୍ୟୁମାନ ସାଗର, ଦୀପ୍ତିରେଖା ପାଢ଼ୀ | |
6. | "ସାଲା ମାର୍ଡାଲାରେ" | ବିଶ୍ୱଜିତ ମହାପାତ୍ର, ଦୀପ୍ତିରେଖା ପାଢ଼ୀ |
ଆଧାର
- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ "ନୂଆ ପରିଚୟ ହାସଲ କଲେ ଏହି ଓଲିଉଡ୍ ନାୟିକା". sambad.in. 15 May 2018. Retrieved 19 May 2018.
- ↑ ୨.୦ ୨.୧ ୨.୨ ୨.୩ "Choreographer Duo Jaya & Rakesh To Debut In Upcoming 'Love Promise'". OdishaBytes.com. 19 March 2018. Retrieved 19 May 2018.
- ↑ "ଗତ ଦୁଇ ମାସଭିତରେ ଓଲିଉଡରେ କ'ଣ ସବୁ ଘଟିଛି". sambad.in. 1 June 2018. Retrieved 6 June 2018.
- ↑ ୪.୦ ୪.୧ ୪.୨ ୪.୩ ୪.୪ ୪.୫ "ଲଭ ପ୍ରମିଜ". ସମାଜ ରବିବାର. 13 May 2017. Retrieved 19 May 2018.
- ↑ "ମିହିରଙ୍କ ଭଉଣୀ". ସମାଜ ରବିବାର. 20 May 2018. Retrieved 20 May 2018.
- ↑ ୬.୦ ୬.୧ ୬.୨ "ଆସୁଛି 'ଲଭ୍ ପ୍ରମିଜ୍'". odisha reporter. 22 March 2018. Retrieved 19 May 2018.
ବାହାର ଆଧାର
- ଇଣ୍ଟରନେଟ ମୁଭି ଡାଟାବେସରେ ଲଭ୍ ପ୍ରମିଜ୍