ଶାଶ୍ୱତ ଯୋଶୀ
Saswat Joshi | |
---|---|
![]() | |
ବିବରଣୀ | |
ଜନ୍ମ | ଡିସେମ୍ବର ୧୮, ୧୯୮୪ ଟିଟିଲାଗଡ |
ମୂଳ | ଭାରତ |
ଶୈଳୀ | ଓଡ଼ିଶୀ |
ଜୀବିକା | ଭାରତୀୟ ଶାସ୍ତ୍ରୀୟ ନୃତ୍ୟ, ଅଭିନେତା, ନୃତ୍ୟ ଗୁରୁ, ମଡେଲ, |
କାର୍ଯ୍ୟକାଳ | ୨୦୦୦–present |
ୱେବସାଇଟ | http://www.saswatjoshi.com |
ଶାଶ୍ୱତ ଯୋଶୀ(୧୮ ଡିସେମ୍ବର ୧୯୮୪) ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ, ନୃତ୍ୟ ଗୁରୁ, ମଡେଲ ଓ ଓଡ଼ିଶୀର ପ୍ରତିପାଦକ ଅଟନ୍ତି ।[୧]
ବିଷୟସୂଚୀ
ପ୍ରାରମ୍ଭିକ ଜୀବନ[ସମ୍ପାଦନା]
ଶାଶ୍ୱତ ଯୋଶୀ(୧୮ ଡିସେମ୍ବର ୧୯୮୪) ଟିଟଲାଗଡ଼ରେ ଜନ୍ମ ଗ୍ରହଣ କରିଥିଲେ ।[୨] ଶାଶ୍ୱତ ୫ ବର୍ଷ ବୟସରୁ ନୃତ୍ୟ ଶିଖିବା ଆରମ୍ଭ କରିଥିଲେ । ତାଙ୍କ ଗୁରୁଙ୍କ ନାମ ଥିଲା ପ୍ରସନ ପଟ୍ଟନାୟକ ଓ ଶାନ୍ତନୁ ବେହେରା ।[୩] ଶିଶୁ କଳାକାର ରୂପରେ ସମ୍ପୂର୍ଣ ରୁଚି ଓ ସମର୍ପଣ ସହକାରେ ସେ ଓଡ଼ିଶୀ ଶିଖିଥିଲେ ।
କ୍ୟାରିୟର[ସମ୍ପାଦନା]
ଓଡ଼ିଶୀ ନୃତ୍ୟଶିଳ୍ପୀ ଭାବେ[ସମ୍ପାଦନା]
୨୦୦୦ ମସିହାରେରେ ଶାଶ୍ୱତ ପଦ୍ମଶ୍ରୀ କୁମକୁମ ମହାନ୍ତିଙ୍କ ଠାରୁ ତାଙ୍କ ପେଶାଦାର ଓଡ଼ିଶୀ ତାଲିମ ନେଇଥିଲେ । ସେ ପଦ୍ମ ଭୂଷଣ ଗୁରୁ [କେଲୁଚରଣ ମହାପାତ୍ର]ଙ୍କ ଓଡ଼ିଶୀ ନୃତ୍ୟ ପ୍ରଣାଳୀକୁ ଅନୁସରଣ କରୁଥିଲେ । ସଂସ୍କୃତି ମନ୍ତ୍ରଣାଳୟ ଭାରତ ସରକାର ତରଫରୁ ସେ ବାର୍ଷିକ ବୃତ୍ତି ପାଆନ୍ତି । ଚଣ୍ଡିଗଡ ବିଶ୍ୱବିଦ୍ୟାଳୟରୁ ସେ ବିଷାରଦ କରିଥିଲେ ଓ ରବୀନ୍ଦ୍ର ଭାରତୀ ବିଶ୍ୱବିଦ୍ୟାଳୟରୁ ସଙ୍ଗୀତ ରତ୍ନ ଆୱାର୍ଡ ପାଇଥିଲେ । ବିଶ୍ୱର ବିଭିନ୍ନ ବିଶ୍ୱବିଦ୍ୟାଳୟ ମାନଙ୍କରେ ସେ ଓଡ଼ିଶୀ ବିଷୟରେ ବୁଝାଇଥିଲେ । ଓଡ଼ିଶୀ ନୃତ୍ୟକୁ ପ୍ରସିଦ୍ଧ କରିବା ପାଇଁ ସେ ଅନେକ ଉରୋପୀୟ ଓ ଏସୀୟ ଦେଶ ଯଥା ଇଟାଲୀ, ଫ୍ରାନ୍ସ, ଫିନଲାଣ୍ଡ, ଜାପାନ, ଦକ୍ଷିଣ କୋରିଆ, ଥାଇଲାଣ୍ଡ, ହଙ୍ଗେରୀ ଇତ୍ୟାଦି ଦେଶ ମାନଙ୍କରେ ନୃତ୍ୟ ପ୍ରଦର୍ଶନ କରିଥିଲେ ।
ମଡେଲ ଭାବରେ[ସମ୍ପାଦନା]
ଶାଶ୍ୱତ ମାନ୍ୟବର ଡ୍ରେସ, ବୟନିକା, ବିଭିନ୍ନ ଜାତୀୟ ତଥା ଆନ୍ତର୍ଜାତୀୟ ବ୍ରାଣ୍ଡ ପାଇଁ ମଡେଲିଙ୍ଗ କରିଥିଲେ ।
କୋରିୟଗ୍ରାଫର ଭାବରେ[ସମ୍ପାଦନା]
- ଓଡିଶୀରେ ନୃତ୍ୟ ଡ୍ରାମା
- ମାତୃ ରୂପ
- ମଲ୍ଲହାର
- ଦେବୀ
- ଶିବ ତାଣ୍ଡପ
- କ୍ରୀଷ୍ଣା ସମର୍ପଣ
- ମା- ଆତ୍ମଜୀବନୀ ଉପରେ ଆଧାରିତ ରମାଦେବୀ ଚୌଧୁରୀ
- ମିଶ୍ରିତ କୋରିୟଗ୍ରାଫୀ
- ସାରିଆ
- ୫ ପଦାର୍ଥ
- ଇନ୍ଦ୍ରଧନୁ
- ରୁଦ୍ର
- ସତ୍ୟମ ଶିବମ ସୁନ୍ଦରମ
- ଦିଲ୍ଲୀଠାରେ ଅନୁଷ୍ଠିତ ସାଧାରଣତନ୍ତ୍ର ଦିବସରେ ଏନସିସି କ୍ୟାଡେଟ ମାନଙ୍କ ତରଫରୁ ଓଡ଼ିଶାର ନୃତ୍ୟ ପ୍ରଦର୍ଶନ[୪]
ନୃତ୍ୟ ଗୁରୁ ଭାବରେ[ସମ୍ପାଦନା]
ଶାଶ୍ୱତ ଲାସ୍ୟକଳା କେନ୍ଦ୍ରର ପ୍ରତିଷ୍ଠାତା । ଏହିଠାରେ ଅନେକ ଛାତ୍ର ଛାତ୍ରୀ ଓଡିଶୀ ଶିଖିଥାନ୍ତି ।[୫][୬]
ଆଧାର[ସମ୍ପାଦନା]
- ↑ [୧]
- ↑ http://www.artvisionindia.com/performingunit.html
- ↑ http://www.odisha360.com/odia-personalities/saswat-joshi/
- ↑ http://clip.dj/saswat-joshi-choreographed-innovative-semi-classical-contemporary-in-4th-tarang-download-mp3-mp4-o2v39TwH4UA
- ↑ http://www.telegraphindia.com/1110111/jsp/orissa/story_13418338.jsp
- ↑ http://www.telegraphindia.com/1140313/jsp/odisha/story_18075578.jsp#.VIsl3dKUepA
ଅଧିକ ତଥ୍ୟ[ସମ୍ପାଦନା]
![]() |
ଉଇକିମିଡ଼ିଆ କମନ୍ସରେ ଶାଶ୍ୱତ ଯୋଶୀ ବାବଦରେ ମାଧ୍ୟମ ରହିଛି । |