ବାରାହୀ ମନ୍ଦିର

ଉଇକିପିଡ଼ିଆ ରୁ
Jump to navigation Jump to search

ବାରାହୀ ମନ୍ଦିର ଓଡ଼ିଶାର ପୁରୀଠାରେ ଅବସ୍ଥିତ ଜଗନ୍ନାଥ ମନ୍ଦିର ଭିତରେ ଥିବା ଏକ ଶକ୍ତିପୀଠ । ତାଙ୍କୁ ଏଠାରେ ନାରାୟଣୀ ରୂପରେ ଉପାସନା କରାଯାଏ । ବାରାହୀ ବଡ଼ଦେଉଳର ସୁରକ୍ଷାପାଇଁ ଯେଉଁ ଅଷ୍ଟଶକ୍ତିଙ୍କ ଭିତରୁ ଅନ୍ୟତମ । ସପ୍ତମାତୃକାଙ୍କ ମଧ୍ୟରେ ବାରାହୀ ପଞ୍ଚମ ମହାବିଦ୍ୟା ରୂପେ ପୂଜିତ ।[୧]

ନାମ କରଣ[ସମ୍ପାଦନା]

ବାରାହୀଙ୍କ ମୁଖ ମୁଖ ବରାହ ଆକୃତିର ହୋଇଥିବାରୁ ତାଙ୍କୁ ବାରାହୀ ଠାକୁରାଣୀ ବୋଲି କୁହାଯାଏ ।[୧]

ଅବସ୍ଥିତି[ସମ୍ପାଦନା]

ଏହି ପୀଠ ଜଗନ୍ନାଥ ମନ୍ଦିରର ଦକ୍ଷିଣଦ୍ୱାରଠାରୁ ୫ଶହ ମିଟର ଦୂରରେ ଅବସ୍ଥିତ ।[୧]

କିମ୍ବଦନ୍ତୀ[ସମ୍ପାଦନା]

କିମ୍ବଦନ୍ତୀ ଅନୁସାରେ ଜଗନ୍ନାଥ ବରାହ ଅବତାର ଧାରଣ କରିଥିଲେ । ସପ୍ତଶତୀ ଚଣ୍ଡୀରେ ବାରାହୀଙ୍କୁ ମହିଷାସନା ଭାବେ ବର୍ଣ୍ଣନା କରାଯାଇଛି । ଗଜପତି ମହାରାଜା କାଞ୍ଚି ଅଭିଯାନ ପୂର୍ବରୁ ଯୁଦ୍ଧରେ ଜୟଲାଭ କରିବାପାଇଁ ତନ୍ତ୍ରମନ୍ତ୍ରରେ ବାରାହୀଙ୍କୁ ପୂଜା କରିଥିବା ଉଲ୍ଲେଖ ରହିଛି ।[୧]

ପୂଜା ବିଧି[ସମ୍ପାଦନା]

ଷୋଳ ପୂଜା[ସମ୍ପାଦନା]

ଷୋଳପୂଜା କାଳରେ ନୂଆ ଶାଢ଼ୀ ଓ ଫୁଲରେ ପ୍ରତ୍ୟେକ ଦିନ ଦେବୀମାନଙ୍କୁ ବେଶ କରାଯାଇଥାଏ । ମାଲପୁଆ, କାକେରା, ଖାସ୍ତାପୁରି, ମୁଠିଗଜା, ଖଜା, ସିଝା ସୋଲା, ଜାଇମୁଗ, କୋରା ନଡ଼ିଆ, ପାଚିଲା କଦଳୀ, ସେଉ, ଅଙ୍ଗୁରୁ, କାକୁଡି, ମେଘୁଆ ଓ ଚାଉଳିଆ ଭୋଗ ଆଦି ଶୀତଳ ଭୋଗ ହୁଏ । ରାତିରେ ସଂକୁଡ଼ି ଭୋଗ ହୋଇଥାଏ । ଷଷ୍ଠୀ ପର୍ଯ୍ୟନ୍ତ ବାରାହୀଙ୍କୁ ନିରାମିଷ ଭୋଗ ହୋଇଥାଏ । ସେଥିରେ ଖେଚୁଡ଼ି, ସାଧାଅନ୍ନ, ଘିଅ ଅନ୍ନ, ମିଷ୍ଟାନ୍ନ, ମିଠାଡାଲି, ଖଟା, ଦହିପଖାଳ ଓ କ୍ଷୀରି ଆଦି ଭୋଗ ଅର୍ପଣ କରାଯାଇଥାଏ । ସପ୍ତମୀ, ମହାଷ୍ଟମୀ ଏବଂ ନବମୀରେ ବାରାହୀଙ୍କ ନିକଟରେ ଆମିଷ ଭୋଗ କରାଯାଏ । ମାଛ ବେସର ଓ ଚିଙ୍ଗୁଡି ମହୁର ଆଦି ଭୋଗ ଏହି ଦିନରେ ଅର୍ପଣ କରାଯାଏ । ସପ୍ତମୀ ତିଥିରେ ସେଠାରେ ପଂକ୍ତି ଭୋଜନ ହୋଇଥାଏ । ମହାଷ୍ଟମୀର ବିଳମ୍ବିତ ରାତିରେ ନିଶାର୍ଦ୍ଧ ପୂଜା ହୁଏ । ସେହି ରାତିରେ ସଂକୁଡି ଭୋଗ କରାଯାଇ ନବମୀ ସକାଳୁ ତାହାକୁ ବିତରଣ କରାଯାଏ । ନବମୀ ତିଥିରେ ମଧ୍ୟ ସଂଖୁଡ଼ି ଭୋଗ ହୋଇଥାଏ । ଦଶମୀରେ କ୍ଷୀରି ଓ କାକରା ଭୋଗ କରାଯାଏ । ଏହି ସମୟରେ ବାରାହୀଙ୍କୁ କାତିମାଛ ପୋଡ଼ା ବଳି ଦିଆଯିବାର ପରମ୍ପରା ରହିଛି । ଷୋଳପୂଜା ସମୟରେ ସବୁଦିନ ସେଠାରେ ଚଣ୍ଡୀପାଠ କରାଯାଇଥାଏ । ରାତିରେ ପଣାଭୋଗ ହୋଇଥାଏ । ଦୁର୍ଗାପୂଜା ସମୟରେ ଭକ୍ତମାନେ ବାରାହୀଙ୍କୁ ଶୀତଳ ଭୋଗ କରାଇଥାନ୍ତି । ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପିର ତୃତୀୟ ଭାଗର ୧୮୫ ପୃଷ୍ଠାରେ ବାରାହୀ ଠାକୁରାଣୀଙ୍କ ସମ୍ପନ୍ଧରେ ଉଲ୍ଲେଖ ରହିଛି । ଏଥିପାଇଁ ବଡ଼ଦେଉଳରୁ ଖଇ ଆସିଥାଏ । ଷୋଳପୂଜାରେ ଦେଉଳ ପ୍ରଶାସନ ତରଫରୁ ରାଶିତେଲ, ଚନ୍ଦନକିଳା ଏବଂ ଶାଢ଼ୀ ସମେତ ସପ୍ତମୀ, ଅଷ୍ଟମୀ ଓ ନବମୀ ପୂଜା ପାଇଁ ୫ହଜାର ଟଙ୍କା ପ୍ରଦାନ କରାଯିବାର ପ୍ରଥା ରହିଛି । ଶିବ-ପାର୍ବତୀଙ୍କ ବିବାହ ଭାବେ ପାଳିତ ଶୀତଳ ଷଷ୍ଠୀରେ ବାରାହୀଙ୍କୁ ଜଳଶାୟୀ ଏବଂ ଚୈତ୍ରମାସ ଶୁକ୍ଳପକ୍ଷ ପ୍ରତିପଦାରୁ ନବମୀ ପର୍ଯ୍ୟନ୍ତ ନବପତ୍ରିକା ପୂଜା କରାଯାଇଥାଏ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "ବାରାହୀଙ୍କ ପୀଠରେ ଷୋଳପୂଜା: ଅନ୍ୟ ପ୍ରମୁଖ ଶକ୍ତିପୀଠ". ସମାଜ. ୩୦ ସେପ୍ଟେମ୍ବର ୨୦୧୪. Check date values in: |accessdate=, |date= (help); |access-date= requires |url= (help)