ପଲ୍ ପଲ୍ ତତେ ଚାହେଁ

ଉଇକିପିଡ଼ିଆ‌ରୁ
ପଲ୍ ପଲ୍ ତତେ ଚାହେଁ
ନିର୍ଦ୍ଦେଶକସୁଧାକର ବସନ୍ତ
ପ୍ରଯୋଜକଦୀପକ ବାରିକ
ସଂଳାପରଜନୀ ରଞ୍ଜନ
କାହାଣୀତନୁଜା ସାହୁ
କଳାକାରଦୀପକ ବାରିକ
ପ୍ରାଚି ଚୌଧୁରୀ
ମାନସୀ ପାଲ
ପିଣ୍ଟୁ ନନ୍ଦ
ପ୍ରଦ୍ୟୁମ୍ନ ଲେଙ୍କା
ସରୋଜ ଦାସ
ସଙ୍ଗୀତଅଭିଜିତ ମଜୁମଦାର
ଚିତ୍ରଗ୍ରହଣଅଜିତ କିଶୋର ଦାସ
ସମ୍ପାଦକରଞ୍ଜନ ଖଟେଇ
ମୁକ୍ତିଲାଭ ତାରିଖ
୨୬ ଡିସେମ୍ବର ୨୦୨୧
ଦେଶ ଭାରତ
ଭାଷାଓଡ଼ିଆ

ପଲ୍ ପଲ୍ ତତେ ଚାହେଁ, ୨୦୨୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ରଟିର । ଏହି କଥାଚିତ୍ରଟି ପ୍ରଯୋଜନା କରିଥିଲେ ଅଭିନେତା ଦୀପକ ବାରିକ ।[୧] ତନୁଜା ସାହୁ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ସୁଧାକର ବସନ୍ତ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୨] ସଙ୍ଗୀତକାର ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଦୀପକ ବାରିକ, ପ୍ରାଚି ଚୌଧୁରୀ ଓ ମାନସୀ ପାଲ । ପିଣ୍ଟୁ ନନ୍ଦ, ପ୍ରଦ୍ୟୁମ୍ନ ଲେଙ୍କା, ସରୋଜ ଦାସ, ନନସେନ୍ସ ମଣି, ବିକାଶ ସୋମୁ, ମଧୁ, ମିନାକ୍ଷୀ, ଅଞ୍ଜଳି, ଟିକି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୩] ଏହି କଥାଚିତ୍ରଟି ୨୦୨୧ ମସିହାର ଡିସେମ୍ବର ୨୬ ତାରିଖରେ ତରଙ୍ଗ ଟିଭିତରଙ୍ଗ ପ୍ଲସ୍‌ରେ ମୁକ୍ତିଲାଭ କରିଥିଲା ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର । ଗୀତିକାର ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ହ୍ୟୁମାନ ସାଗର, ଦୀପ୍ତିରେଖା ପାଢ଼ୀ, ଦୀପକ, ସୋନାଲି ନନ୍ଦ, ସ୍ମୃତିମୟୀ ମହାପାତ୍ର, ସ୍ୱୟମ ପାଢ଼ୀ,[୪] ସୋହିନୀ ମିଶ୍ର, ମାନସ ପ୍ରିତମ, ଅନ୍ତରା ଚକ୍ରବର୍ତ୍ତୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତଗାୟକସମୟ
1."ପଲ୍ ପଲ୍ ତତେ ଚାହେଁ"ହ୍ୟୁମାନ ସାଗର, ଦୀପ୍ତିରେଖା ପାଢ଼ୀ 
2."ମେଣ୍ଟ ସରକାର"ଦୀପକ, ସୋନାଲି ନନ୍ଦ, ସ୍ମୃତିମୟୀ ମହାପାତ୍ର 
3."ଓରେ ମେହବୁବା"ହ୍ୟୁମାନ ସାଗର 
4."ମନ ମିତରେ"ସ୍ୱୟମ ପାଢ଼ୀ, ସୋହିନି ମିଶ୍ର 
5."ତୁ ଆ'ରେ ମୋ ଜୀବନକୁ ଆ'"ମାନସ ପ୍ରିତମ, ଅନ୍ତରା ଚକ୍ରବର୍ତ୍ତୀ 

ଆଧାର[ସମ୍ପାଦନା]

  1. "ଧଡକନ୍‌ରେ ତୁ - Dharitri". ଧରିତ୍ରୀ. 17 October 2021. Archived from the original on 26 December 2021. Retrieved 26 December 2021.
  2. "Ollywood Actor Deepak Set To Race Into Fans' Hearts With 'Pal Pal Tate Chanhe'". Odisha Bytes (in English). Bhubaneswar. 20 April 2021. Archived from the original on 17 December 2021. Retrieved 26 December 2021.{{cite news}}: CS1 maint: unrecognized language (link)
  3. "Ollywood Actor Deepak Set To Race Into Fans' Hearts With 'Pal Pal Tate Chanhe'". Odisha Bytes (in English). Bhubaneswar. 20 April 2021. Archived from the original on 17 December 2021. Retrieved 26 December 2021.{{cite news}}: CS1 maint: unrecognized language (link)
  4. "ବାବୁସାନ୍‌ଙ୍କ ଲକି ଚାମ୍‌ ସ୍ୱୟମ୍‌". Odisha Reporter. 21 October 2019. Archived from the original on 26 December 2021. Retrieved 26 December 2021.

ବାହାର ଆଧାର[ସମ୍ପାଦନା]