ଦୃଷ୍ଟିକୋଣ

ଉଇକିପିଡ଼ିଆ‌ରୁ
ଦୃଷ୍ଟିକୋଣ
ନିର୍ଦ୍ଦେଶକସୁଶାନ୍ତ ମଣି
ପ୍ରଯୋଜକଅକ୍ଷୟ କୁମାର ପରିଜା
ସଂଳାପସଞ୍ଜିତ ରଥ
କାହାଣୀଅକ୍ଷୟ କୁମାର ପରିଜା
କଳାକାରଏଲିନା ସାମନ୍ତରାୟ
ଶୁଭଶ୍ରୀ ନାଏକ
ହର ରଥ
ଅଙ୍କିତ କୁମାର
ଚୌଧୁରୀ ବିକାଶ ଦାସ
ହରପ୍ରସାଦ ଦାସ
ସଙ୍ଗୀତଅନୁପ ସେଲଭନ
ଚିତ୍ରଗ୍ରହଣକୁହୁ ମଲ୍ଲ
ସମ୍ପାଦକସୁକୁମାର ମଣି
ମୁକ୍ତିଲାଭ ତାରିଖ
୨୭ ମଇ ୨୦୨୨
ଦେଶ ଭାରତ
ଭାଷାଓଡ଼ିଆ

ଦୃଷ୍ଟିକୋଣ ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅକ୍ଷୟ କୁମାର ପରିଜା ।[୨] ସଞ୍ଜିତ ରଥ ଏହାର ସଂଳାପ ଲେଖିଥିଲେ ଏବଂ କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ସୁଶାନ୍ତ ମଣି ।[୩] ସଙ୍ଗୀତକାର ଅନୁପ ସେଲଭନ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଏଲିନା ସାମନ୍ତରାୟ ଓ ଶୁଭଶ୍ରୀ ନାଏକ । ହର ରଥ, ଅଙ୍କିତ କୁମାର, ଚୌଧୁରୀ ବିକାଶ ଦାସ, ସନ୍ତୋଷ ମହାପାତ୍ର, ସରୋଜ ପରିଡ଼ା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଓଡ଼ିଆ ସାହିତ୍ୟର ଜଣାଶୁଣା କଥାକାର ହରପ୍ରସାଦ ଦାସ ଜଣେ ବିଚାରପତି ଭୂମିକାରେ ଅଭିନୟ କରିଥିଲେ ।[୪] ଏହି କଥାଚିତ୍ରଟି ୨୦୨୨ ମସିହାର ମଇ ୨୭ ତାରିଖରେ ମୁକ୍ତିଲାଭ କରିଥିଲା ।[୫][୬] ଏହି କଥାଚିତ୍ରଟିକୁ ସମୀକ୍ଷକମାନେ ପସନ୍ଦ କରିଥିଲେ ।[୭]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅନୁପ ସେଲଭନ । ବିଜୟ ମଲ୍ଲ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ ଏହି କଥାଚିତ୍ରଟିର ଶୀର୍ଷକ ଗୀତଟି ଗାଇଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତକବିଗାୟକସମୟ
1."ନାରୀ ହେବାଟା କି ମହାପାପ"ବିଜୟ ମଲ୍ଲଅନ୍ତରା ଚକ୍ରବର୍ତ୍ତୀ୦୪:୩୨

ଆଧାର[ସମ୍ପାଦନା]

  1. Drustikona Movie: Showtimes, Review, Trailer, Posters, News & Videos | eTimes, retrieved 2022-05-27
  2. "ଆଜି ରିଲିଜ୍ ହେଉଛି ବହୁ ପ୍ରତିକ୍ଷିତ ଓଡ଼ିଆ ଚଳଚ୍ଚିତ୍ର 'ଦୃଷ୍ଟିକୋଣ'". Argus News (in ଇଂରାଜୀ). Archived from the original on 2022-05-27. Retrieved 2022-05-27.
  3. Routray, Rituparna (27 May 2022). "ଫିଲ୍ମ ଫ୍ରାଇଡ଼େ : ଆଜି ପରଦାକୁ ଆସିବ ଓଡ଼ିଆ ଚଳଚ୍ଚିତ୍ର 'ଦୃଷ୍ଟିକୋଣ' | Kanak News". Kanak News. kanaknews.com. Archived from the original on 27 May 2022. Retrieved 27 May 2022.
  4. "ଓଡ଼ିଆ ଚଳଚ୍ଚିତ୍ର 'ଦୃଷ୍ଟିକୋଣ'ର ପ୍ରେସ ସୋ' ଆୟୋଜିତ". ସମାଜ. Samaja Live. 27 May 2022. Archived from the original on 27 May 2022. Retrieved 27 May 2022.
  5. "Special Screening for Odia Film Drustikona". OrissaPOST (in English). Bhubaneswar. 23 May 2022. Archived from the original on 27 May 2022. Retrieved 27 May 2022.{{cite news}}: CS1 maint: unrecognized language (link)
  6. "୮ ମାସରେ ମୁକ୍ତିଲାଭ କରିଛି ୪୧ଟି ଓଡ଼ିଆ ସିନେମା". ସମ୍ବାଦ. sambad.in. 21 August 2022. Archived from the original on 25 October 2022. Retrieved 25 October 2022.
  7. "ଓଡ଼ିଆ ଚଳଚ୍ଚିତ୍ର 'ଦୃଷ୍ଟିକୋଣ'ର ସିନେ କ୍ରିଟିକ୍ ସୋ ଆୟୋଜିତ; ୫ ଷ୍ଟାର ମାନ୍ୟତା ଦେଲେ ସିନେ ସମାଲୋଚକ". Prameyanews7 (in ଓଡ଼ିଆ). ଭୁବନେଶ୍ୱର. 23 May 2022. Archived from the original on 27 May 2022. Retrieved 27 May 2022.{{cite news}}: CS1 maint: unrecognized language (link)

ବାହାର ଆଧାର[ସମ୍ପାଦନା]