ତୋ' ପାଇଁ ଫେରିବି ରହିଲା ରାଣ
ତୋ' ପାଇଁ ଫେରିବି ରହିଲା ରାଣ | |
---|---|
ନିର୍ଦ୍ଦେଶକ | ସଞ୍ଜୟ ନାୟକ |
ପ୍ରଯୋଜକ | ସଞ୍ଜୟ ନାୟକ |
ସଂଳାପ | ବି ଚନ୍ଦନ କୁମାର |
ଚିତ୍ରନାଟ୍ୟ | ଦେବୀଦତ୍ତ ମହାନ୍ତି |
କାହାଣୀ | ଦିଲ୍ଲୀପ ଦାସ |
କଳାକାର | ଲିପ୍ସା ମିଶ୍ର ବିକ୍ରମ ମହାନ୍ତି ଅଂଶୁମାନ ଉଷସୀ ମିଶ୍ର |
ସଙ୍ଗୀତ | ବୈଦ୍ୟନାଥ ଦାଶ |
ଚିତ୍ରଗ୍ରହଣ | ଏସ୍.କେ. ଆରିଫ୍ |
ସମ୍ପାଦକ | ପିଣ୍ଟୁ ନାୟକ |
ମୁକ୍ତିଲାଭ ତାରିଖ | ୧୮ ଜୁନ ୨୦୨୩ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ତୋ' ପାଇଁ ଫେରିବି ରହିଲା ରାଣ ୨୦୨୩ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଦିଲ୍ଲୀପ ଦାସ ।[୧] ବି ଚନ୍ଦନ କୁମାର ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୨] ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଲେଖିଥିଲେ ଦେବଦୀଦତ୍ତ ମହାନ୍ତି ।[୩] ନିର୍ଦ୍ଦେଶକ ସଞ୍ଜୟ ନାୟକ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୪] ସଙ୍ଗୀତକାର ବୈଦ୍ୟନାଥ ଦାଶ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଲିପ୍ସା ମିଶ୍ର ଓ ବିକ୍ରମ ମହାନ୍ତି ।[୧] ଦିବ୍ୟାଶା, ଅଂଶୁମାନ, ଉଷସୀ ମିଶ୍ର, ଶକ୍ତି ବରାଳ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୩]
ଅଭିନୟ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାଶ ।[୪] ନିର୍ମଳ ନାୟକ, ଦେଦୀଦତ୍ତ ମହାନ୍ତି ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ନେହା ନିହାରିକା କର, ସତ୍ୟଜିତ ପ୍ରଧାନ, ହ୍ୟୁମାନ ସାଗର, ଶୀତଲ କବି ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୩]
ଗୀତ
[ସମ୍ପାଦନା]କ୍ରମ | ଗୀତ | କବି | ଗାୟକ | ସମୟ |
---|---|---|---|---|
1. | "ତୋ' ପାଇଁ ଫେରିବି ରହିଲା ରାଣ" | ନିର୍ମଳ ନାୟକ | ହ୍ୟୁମାନ ସାଗର, ନେହା ନିହାରିକା କର | ୦୪:୩୬ |
2. | "ତୋ ଓଠର କଥା" | ଦେବୀଦତ୍ତ ମହାନ୍ତି | ସତ୍ୟଜିତ ପ୍ରଧାନ, ଶୀତଲ କବି | ୦୪:୧୦ |
ମୁକ୍ତିଲାଭ
[ସମ୍ପାଦନା]ଏହି କଥାଚିତ୍ରଟି ୨୦୨୩ ମସିହାର ଜୁନ ୧୮ ତାରିଖରେ ତରଙ୍ଗ ଟିଭି ଓ ତରଙ୍ଗ ପ୍ଲସରେ ମୁକ୍ତିଲାଭ କରିଥିଲା ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "'ତୋ ପାଇଁ ଫେରିବି ରହିଲା ରାଣ'ର ୱାର୍ଲ୍ଡ ଟେଲିଭିଜନ ପ୍ରିମିୟର, ସନ୍ଧ୍ୟା ସାଢ଼େ ୬ଟାରେ ଦେଖିପାରିବେ ଦର୍ଶକ". ପ୍ରମେୟ. 18 Jun 2023. Archived from the original on 10 October 2023. Retrieved 10 October 2023.
{{cite web}}
: CS1 maint: bot: original URL status unknown (link) - ↑ "ତୁ ମୋ ଜୀବନର ଅସରା ଗପ..." ସମାଜ. No. ରବିବାର. 18 June 2023. Retrieved 10 October 2023.
- ↑ ୩.୦ ୩.୧ ୩.୨ "ତୋ ପାଇଁ ଫେରିବି ରହିଲା ରାଣ". ପ୍ରମେୟ. No. ରବିବାର. ଭୁବନେଶ୍ୱର. 18 June 2023. p. 8. Archived from the original on 10 October 2023. Retrieved 10 October 2023.
- ↑ ୪.୦ ୪.୧ ୪.୨ "ଫେରିଲେ ଅଂଶୁମାନ". ସକାଳ. No. ଭୁବନେଶ୍ୱର. 18 June 2023. p. 2. Archived from the original on 10 October 2023. Retrieved 10 October 2023.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ତୋ' ପାଇଁ ଫେରିବି ରହିଲା ରାଣ
- ତରଙ୍ଗ ପ୍ଲସରେ ତୋ' ପାଇଁ ଫେରିବି ରହିଲା ରାଣ