ତୋ' ପାଇଁ ଫେରିବି ରହିଲା ରାଣ

ଉଇକିପିଡ଼ିଆ‌ରୁ
ତୋ' ପାଇଁ ଫେରିବି ରହିଲା ରାଣ
ନିର୍ଦ୍ଦେଶକସଞ୍ଜୟ ନାୟକ
ପ୍ରଯୋଜକସଞ୍ଜୟ ନାୟକ
ସଂଳାପବି ଚନ୍ଦନ କୁମାର
ଚିତ୍ରନାଟ୍ୟଦେବୀଦତ୍ତ ମହାନ୍ତି
କାହାଣୀଦିଲ୍ଲୀପ ଦାସ
କଳାକାରଲିପ୍ସା ମିଶ୍ର
ବିକ୍ରମ ମହାନ୍ତି
ଅଂଶୁମାନ
ଉଷସୀ ମିଶ୍ର
ସଙ୍ଗୀତବୈଦ୍ୟନାଥ ଦାଶ
ଚିତ୍ରଗ୍ରହଣଏସ୍.କେ. ଆରିଫ୍
ସମ୍ପାଦକପିଣ୍ଟୁ ନାୟକ
ମୁକ୍ତିଲାଭ ତାରିଖ
୧୮ ଜୁନ ୨୦୨୩
ଦେଶ ଭାରତ
ଭାଷାଓଡ଼ିଆ

ତୋ' ପାଇଁ ଫେରିବି ରହିଲା ରାଣ ୨୦୨୩ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଦିଲ୍ଲୀପ ଦାସ ।[୧] ବି ଚନ୍ଦନ କୁମାର ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୨] ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଲେଖିଥିଲେ ଦେବଦୀଦତ୍ତ ମହାନ୍ତି ।[୩] ନିର୍ଦ୍ଦେଶକ ସଞ୍ଜୟ ନାୟକ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୪] ସଙ୍ଗୀତକାର ବୈଦ୍ୟନାଥ ଦାଶ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଲିପ୍ସା ମିଶ୍ର ଓ ବିକ୍ରମ ମହାନ୍ତି ।[୧] ଦିବ୍ୟାଶା, ଅଂଶୁମାନ, ଉଷସୀ ମିଶ୍ର, ଶକ୍ତି ବରାଳ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୩]

ଅଭିନୟ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାଶ[୪] ନିର୍ମଳ ନାୟକ, ଦେଦୀଦତ୍ତ ମହାନ୍ତି ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ନେହା ନିହାରିକା କର, ସତ୍ୟଜିତ ପ୍ରଧାନ, ହ୍ୟୁମାନ ସାଗର, ଶୀତଲ କବି ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୩]

ଗୀତ[ସମ୍ପାଦନା]

କ୍ରମଗୀତକବିଗାୟକସମୟ
1."ତୋ' ପାଇଁ ଫେରିବି ରହିଲା ରାଣ"ନିର୍ମଳ ନାୟକହ୍ୟୁମାନ ସାଗର, ନେହା ନିହାରିକା କର୦୪:୩୬
2."ତୋ ଓଠର କଥା"ଦେବୀଦତ୍ତ ମହାନ୍ତିସତ୍ୟଜିତ ପ୍ରଧାନ, ଶୀତଲ କବି୦୪:୧୦

ମୁକ୍ତିଲାଭ[ସମ୍ପାଦନା]

ଏହି କଥାଚିତ୍ରଟି ୨୦୨୩ ମସିହାର ଜୁନ ୧୮ ତାରିଖରେ ତରଙ୍ଗ ଟିଭିତରଙ୍ଗ ପ୍ଲସରେ ମୁକ୍ତିଲାଭ କରିଥିଲା ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "'ତୋ ପାଇଁ ଫେରିବି ରହିଲା ରାଣ'ର ୱାର୍ଲ୍ଡ ଟେଲିଭିଜନ ପ୍ରିମିୟର, ସନ୍ଧ୍ୟା ସାଢ଼େ ୬ଟାରେ ଦେଖିପାରିବେ ଦର୍ଶକ". ପ୍ରମେୟ. 18 Jun 2023. Archived from the original on 10 October 2023. Retrieved 10 October 2023.{{cite web}}: CS1 maint: bot: original URL status unknown (link)
  2. "ତୁ ମୋ ଜୀବନର ଅସରା ଗପ..." ସମାଜ. No. ରବିବାର. 18 June 2023. Retrieved 10 October 2023.
  3. ୩.୦ ୩.୧ ୩.୨ "ତୋ ପାଇଁ ଫେରିବି ରହିଲା ରାଣ". ପ୍ରମେୟ. No. ରବିବାର. ଭୁବନେଶ୍ୱର. 18 June 2023. p. 8. Archived from the original on 10 October 2023. Retrieved 10 October 2023.
  4. ୪.୦ ୪.୧ ୪.୨ "ଫେରିଲେ ଅଂଶୁମାନ". ସକାଳ. No. ଭୁବନେଶ୍ୱର. 18 June 2023. p. 2. Archived from the original on 10 October 2023. Retrieved 10 October 2023.

ବାହାର ଆଧାର[ସମ୍ପାଦନା]