ତୁ ମୋ ଲଭ୍ ଷ୍ଟୋରୀ

ଉଇକିପିଡ଼ିଆ‌ରୁ
ତୁ ମୋ ଲଭ୍ ଷ୍ଟୋରୀ
ନିର୍ଦ୍ଦେଶକତାପସ ସରଘରିଆ
ପ୍ରଯୋଜକଦୀପକ କୁମାର ମିଶ୍ର
ସଂଳାପବାପୁ ଗୋସ୍ୱାମୀ,
ସନ୍ତୋଷ ନାରାୟଣ ଦାସ[୧]
କଳାକାରସ୍ୱରାଜ ବାରିକ
ଭୂମିକା ଦାଶ
ମିହିର ଦାସ
ଦେବାଶିଷ ପାତ୍ର
ସଙ୍ଗୀତପ୍ରେମ ଆନନ୍ଦ
ମୁକ୍ତିଲାଭ ତାରିଖ
୭ ଅପ୍ରେଲ ୨୦୧୭[୨]
ଦେଶ ଭାରତ
ଭାଷାଓଡ଼ିଆ

ତୁ ମୋ ଲଭ୍ ଷ୍ଟୋରୀ, ୨୦୧୭ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୩][୪][୫][୬] ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ତାପସ ସରଘରିଆ ଏବଂ ପ୍ରଯୋଜନା କରିଥିଲେ ଦୀପକ କୁମାର ମିଶ୍ର । ତରଙ୍ଗ ସିନେ ପ୍ରଡ଼କ୍ସନ ବ୍ୟାନରରେ ଏହି ଚଳଚ୍ଚିତ୍ରଟି ନିର୍ମିତ ହୋଇଥିଲା । ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ ଏବଂ କଣ୍ଠଦାନ କରିଥିଲେ ଦୀପ୍ତିରେଖା ପାଢ଼ୀ, ଅନନ୍ୟା ଶ୍ରୀତମ ନନ୍ଦ[୭]

କିଶୋର ବୟସର ଦୁଇ ଯୁବକ-ଯୁବତୀଙ୍କ ପ୍ରେମ କାହାଣୀକୁ ନେଇ ନିର୍ମତ ହୋଇଥିଲା ଏହି ଚଳଚ୍ଚିତ୍ରଟି । ଶିଶୁ କଳାକାର ଭାବରେ ଅଭିନୟ କରୁଥିବା ସ୍ୱରାଜ ବାରିକ[୮] ଏବଂ ଭୂମିକା ଦାଶ[୯] ଏହି ଚଳଚ୍ଚିତ୍ରର ନାୟକ ଏବଂ ନାୟିକା ଭାବରେ ଅଭିନୟ କରିଥିଲେ ।[୧୦] ମିହିର ଦାସ, ଦେବାଶିଷ ପାତ୍ର, ମନୋଜ ମିଶ୍ର, ପୃଥିରାଜ, ଚୌଧୁରୀ ବିକାଶ ଦାସ ଭଳି ପ୍ରମୁଖ ଅଭିନେତା ଗଣ ଏହି ଚଳଚ୍ଚିତ୍ରରେ ସ‌ହ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

ଏହି ଚଳଚ୍ଚିତ୍ରର କାହାଣୀ ଅନୁସାରେ ଦୁଇ କିଶୋର ବୟସର ନାୟକ ଏବଂ ନାୟିକାଙ୍କୁ ସ୍ଥାନ ଦିଆଯାଇଥିଲା । ସ୍ୱରାଜ, ଯିଏକି ପୂର୍ବରୁ ଶିଶୁକଳାକାର ଭାବରେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ସେ ପ୍ରଥମ ଥର ପାଇଁ ନାୟକ ରୂପେ ଅଭିନୟ ଆରମ୍ଭ କରିଥିଲେ । ନାୟିକା ଭୂମିକାରେ ଅଭିନୟ କରିଥିଲେ ଭୂମିକା, ଯିଏକି ପୂର୍ବରୁ ରୁମ୍‌କୁ ଝୁମାନା ଚଳଚ୍ଚିତ୍ରରେ ଜଣେ ଶିଶୁ କଳାକାର ଭାବରେ ଅଭିନୟ କରିଥିଲେ ।[୧୧]

ଏହି ଚଳଚ୍ଚିତ୍ରରେ ଅଭିନୟ କରିଥିବା ପ୍ରମୁଖ କଳାକାରମାନେ ହେଲେ:

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି ଚଳଚ୍ଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ[୧୬] କଣ୍ଠାଦନ କରିଥିଲେ, ହ୍ୟୁମାନ ସାଗର, ଦୀପ୍ତିରେଖା ପାଢ଼ୀ, ଅନନ୍ୟା ଶ୍ରୀତମ ନନ୍ଦ, ଆଶୁତୋଷ ମହାନ୍ତି, ବିଶ୍ୱଜିତ ମହାପାତ୍ର । ଏହି ଚଳଚ୍ଚିତ୍ରରେ ସମୁଦାୟ ୫ଟି ଗୀତ ଅଛି ।[୧୭] ଚଳଚ୍ଚିତ୍ରଟି ପାଇଁ ଗୀତ ରଚନା କରିଥିଲେ ସୁବ୍ରତ ସ୍ୱାଇଁ ଏବଂ ଅରୁଣ ମନ୍ତ୍ରୀ ।[୧୧]

ଗୀତ[ସମ୍ପାଦନା]

ଗୀତ ରଚନା କଣ୍ଠଦାନ
ତୁ ମୋ ଲଭ୍ ଷ୍ଟୋରୀ ହ୍ୟୁମାନ ସାଗର, ଅନ୍ୟନ୍ୟା ଶ୍ରୀତମ ନନ୍ଦ
ଚାଲ ଆମେ ପାଖାପାଖି ବସିବା ଆଶୁତୋଷ ମହାନ୍ତି, ଦୀପ୍ତିରେଖା ପାଢ଼ୀ
ଯଦି ଏଇ ଜୀବନରେ ଆସିଲୁ ଥରେ ହ୍ୟୁମାନ ସାଗର, ଅନନ୍ୟା ଶ୍ରୀତମ ନନ୍ଦ
ପ୍ରେମରେ ପାପ କେତେ ପୁଣ୍ୟ କେତେ ବିଶ୍ୱଜିତ ମହାପତ୍ର, ଅନନ୍ୟା ଶ୍ରୀତମ ନନ୍ଦ
ଟିକେ ଟିକେ ଅଚିହ୍ନା ହ୍ୟୁମାନ ସାଗର, ଦୀପ୍ତିରେଖା ପାଢ଼ୀ

ପୁରସ୍କାର[ସମ୍ପାଦନା]

ଚଳଚ୍ଚିତ୍ର ପତ୍ରିକା "ଚଳଚ୍ଚିତ୍ର ଜଗତ"ର ପ୍ରତିଭା ସମ୍ମାନ ଉତ୍ସବରେ ଏହି ଚଳଚ୍ଚିତ୍ର ପାଇଁ ସ୍ୱରାଜ ଏବଂ ଭୂମିକାଙ୍କୁ ଶ୍ରେଷ୍ଠ ନବାଗତ ଅଭିନେତା ଏବଂ ଶ୍ରେଷ୍ଠ ନବାଗତା ଅଭିନେତ୍ରୀ ପୁରସ୍କାର ମିଳିଥିଲା । ଏହି ଚଳଚ୍ଚିତ୍ରଟିକୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଚଳଚ୍ଚିତ୍ରଟି ଶ୍ରେଷ୍ଠ ଗୀତିକାର, ଶ୍ରେଷ୍ଠ ନିର୍ଦ୍ଦଶକ, ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ ଆଦି ସମ୍ମାନ ମଧ୍ୟ ପାଇଥିଲା ।[୧୮]

  • ଶ୍ରେଷ୍ଠ ଚଳଚ୍ଚିତ୍ର - ଦ୍ୱାଦଶ ଚଳଚ୍ଚିତ୍ର ଓ ଟେଲିଭିଜନ ଆୱାର୍ଡ ଶୋ ଟାଇମ୍‌-୨୦୧୮[୧୯]

ଆଧାର[ସମ୍ପାଦନା]

  1. "ନୂଆ ଉପାୟ". ସମାଜ. 2 April 2017. Retrieved 6 April 2017.[permanent dead link]
  2. "Tu Mo Love Story- Teen Age Love Story Based Odia Movie Releasing on 7th April". E News ଓଡ଼ିଆ. 5 April 2017. Retrieved 6 April 2017.
  3. "୧୦ ମାସରେ ୩୦ଟି ଓଡ଼ିଆ ସିନେମା ରିଲିଜ୍‌ ହୋଇଛି". sambad.in. 2 November 2017. Retrieved 2 November 2017.
  4. "୯ ମାସରେ କେତୋଟି ଓଡ଼ିଆ ସିନେମା ରିଲିଜ୍‌ ହେଲା ?". sambad.in. 30 September 2017. Retrieved 1 October 2017.
  5. "୮ ମାସରେ କେତୋଟି ଓଡ଼ିଆ ସିନେମା ?". Sambad.in. 3 September 2017. Archived from the original on 11 September 2017. Retrieved 8 September 2017.
  6. ""୨୦୧୭ ଆରମ୍ଭରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି" is locked ୨୦୧୭ ଆରମ୍ଭରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି". E News ଓଡ଼ିଆ. 6 July 2017. Retrieved 8 August 2017.
  7. "Tu Mo Love Story Odia Film of Swaraj and Bhumika". OdiaInfo.in. Archived from the original on 10 April 2017. Retrieved 6 April 2017.
  8. "ଅପକମିଂ ଓଡ଼ିଆ ସିନେମା 'ଲଭ ଏକ୍ସପ୍ରେସ୍' ବିଷୟରେ କିଛି ରୋଚକ ତଥ୍ୟ". OdishaLIVE (in Odia). ଓଡ଼ିଶା. 30 July 2018. Archived from the original on 28 October 2020. Retrieved 8 September 2018.{{cite news}}: CS1 maint: unrecognized language (link)
  9. "ନୂଆ ନାୟିକାଙ୍କ ପରୀକ୍ଷାଗାର". ସମାଜ. 3 September 2017. Retrieved 8 September 2017.[permanent dead link]
  10. "ଭୋଜପୁରୀ ଫିଲ୍ମରେ ଭୂମିକା". ପ୍ରମେୟ. No. ତାରକା ଦୁନିଆ. 25 January 2023. p. 25. Archived from the original on 22 March 2023. Retrieved 22 March 2023.
  11. ୧୧.୦ ୧୧.୧ "The Audio of Romantic Drama "Tu Mo Love Story" Has Been Released". E News ଓଡ଼ିଆ. 8 March 2017. Retrieved 6 April 2017.
  12. "ହାଟ୍ରିକ୍ କଲେ ଓଲିଉଡର ଲୋକପ୍ରିୟ ଯୋଡ଼ି ସ୍ୱରାଜ-ଭୂମିକା". ସମ୍ବାଦ. ଭୁବନେଶ୍ୱର: sambad.in. 11 October 2022. Archived from the original on 12 October 2022. Retrieved 12 October 2022.
  13. "ଦେବଦାସଙ୍କ ପ୍ରେମିକା ଭୂମିକାରେ ଓଲିଉଡର ଏହି ଟିନଏଜର୍‌ ନାୟିକା". sambad.in. 26 April 2018. Retrieved 6 June 2018.
  14. "୨୦୨୧ରେ ଏହି ଜଣାଶୁଣା ନାୟକଙ୍କ ସହ ଦୁଇଟି ସିନେମାରେ ନଜର ଆସିବେ ଭୂମିକା | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 1 January 2021. Archived from the original on 13 November 2021. Retrieved 13 November 2021.
  15. "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.
  16. "ଜନ୍ମଦିନରେ ବିଜୁଙ୍କୁ ପ୍ରେମ୍ ଆନନ୍ଦଙ୍କ ଶ୍ରଦ୍ଧାଞ୍ଜଳି : ବହୁଚର୍ଚ୍ଚିତ ଫିଲ୍ମ 'ବିଜୁ ବାବୁ'ର ଗୀତ ରେକର୍ଡିଂ କଲେ". Sambad (in Odia). Odisha. 23 January 2019. Archived from the original on 26 January 2019. Retrieved 23 January 2019.{{cite news}}: CS1 maint: unrecognized language (link)
  17. "'ତୁ ମୋ ଲଭ୍‌ ଷ୍ଟୋରୀ'ର ଅଡ଼ିଓ ରିଲିଜ୍‌". Odisha Reporters. 8 March 2017. Retrieved 6 April 2017.
  18. "'ଚଳଚ୍ଚିତ୍ର ଜଗତ' ପୁରସ୍କାର ସମାରୋହ". sambad.in. 8 January 2018. Retrieved 15 February 2018.
  19. "ଚଳଚ୍ଚିତ୍ର ଓ ଟେଲିଭିଜନ ଆୱାର୍ଡ ଶୋ ଟାଇମ୍‌: ଶ୍ରେଷ୍ଠ ନାୟକ ଅରିନ୍ଦମ, ନାୟିକା ଏଲିନା". ଧରିତ୍ରୀ. 5 February 2018. Archived from the original on 10 April 2019. Retrieved 24 June 2018. {{cite news}}: Unknown parameter |deadur= ignored (help)

ବାହାର ଆଧାର[ସମ୍ପାଦନା]