ଚକାଭଉଁରି

ଉଇକିପିଡ଼ିଆ‌ରୁ
(ଚକାଭଉଁରୀରୁ ଲେଉଟି ଆସିଛି)
ଚକାଭଉଁରୀ
ନିର୍ଦ୍ଦେଶକମହମ୍ମଦ ମହସୀନ
ପ୍ରଯୋଜକଅକ୍ଷୟ ମିଶ୍ର
ସଂଳାପସୁବୋଧ ପଟ୍ଟନାୟକ
ଚିତ୍ରନାଟ୍ୟମହମ୍ମଦ ମହସୀନ
କାହାଣୀମହମ୍ମଦ ମହସୀନ
କଳାକାରଅପରାଜିତା ମହାନ୍ତି, ଉତ୍ତମ ମହାନ୍ତି, ଦେବୁ ବୋଷ, ଅନିତା ଦାସ, ହେମନ୍ତ ଦାସ
ସଙ୍ଗୀତଅକ୍ଷୟ ମହାନ୍ତି, ବାସୁଦେବ ରଥ
ଚିତ୍ରଗ୍ରହଣଦିଲ୍ଲିପ ରାୟ
ସମ୍ପାଦକଏ.ସଞ୍ଜିବ
ମୁକ୍ତିଲାଭ ତାରିଖ
୨୭ ଜୁନ ୧୯୮୬ [୧]
ଦେଶଭାରତ
ଭାଷାଓଡ଼ିଆ
ଖର୍ଚ୍ଚIndian Rupee ₹ ୩୫ଲକ୍ଷ ୬୦ହଜାର

ମହମ୍ମଦ ମହସୀନଙ୍କ ନିର୍ଦ୍ଦେଶନାରେ[୨] ନିର୍ମିତ ଓଡ଼ିଆକଥାଚିତ୍ର ଚକାଭଉଁରୀ ୧୯୮୬ ମସିହାରେ ମୁକ୍ତିଲାଭ କରିଥିଲା ।[୩]

କାହାଣୀ[ସମ୍ପାଦନା]

ସମ୍ଭ୍ରାନ୍ତ ଓ ଆଭିଜାତ୍ୟ ସମ୍ପନ୍ନ ଦେବୁ ବୋଷଙ୍କ ଝିଅ କଳ୍ପନା (ଅପରାଜିତା ମହାନ୍ତି) ଓ ତାଙ୍କ ଘରେ କାମ କରୁଥିବା ଲୋକ (ହେମନ୍ତ ଦାସ)ଙ୍କ ପୁଅ ରାମୁ (ଉତ୍ତମ ମହାନ୍ତି) ପିଲାଦିନରୁ ପରସ୍ପରକୁ ଭଲ ପାଆନ୍ତି ୤ ବଡ଼ ହେଲାପରେ ରାମୁ ଗାଆଁରେ ରହି ଚାଷବାସ କାମ କରେ ଏବଂ କଳ୍ପନା ପଢ଼ିବାକୁ ସହର ଯାଏ ୤ ଯୁବାବସ୍ଥାରେ ସେ ଦୁହେଁ ପୁଣି ପ୍ରେମରେ ମାତନ୍ତି ୤ ଏହାକୁ ଗାଆଁର ଦୁଇ ଭାଇ ଗଙ୍ଗା (ବିଜୟ ମହାନ୍ତି) ଓ ଯମୁନା କଳ୍ପନାର ବାପାଙ୍କୁ କହି ଦିଅନ୍ତି ୤ ସେ କଳ୍ପନାର ବାହାଘର ଜଣେ ଯୁବକ (ସୁଲୁ ମହାନ୍ତି)ଙ୍କ ସହିତ ଠିକ କରନ୍ତି, ଓ ଏଥିରେ କଳ୍ପନା ସମ୍ମତ ହୁଏ ନାହିଁ ୤ ପରିଶେଷରେ ପ୍ରେମୀଯୁଗଳଙ୍କ ମିଳନ ଘଟେ ୤

ଅଭିନୟରେ[ସମ୍ପାଦନା]

ଓଡ଼ିଆ କଥାଚିତ୍ର ‘ଚକାଭଉଁରୀ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଗୀତ ଓ ସଙ୍ଗୀତ[ସମ୍ପାଦନା]

ଗୀତ[ସମ୍ପାଦନା]

  1. ସ୍କୃତି ଏକ ରୂପା ଜହ୍ନ
  2. କିଛି ଲୋକ ଦେଇ ଜାଣନ୍ତି ଖାଲି ଦୁଃଖ
  3. ଗୋଲାପୀ ଓଠେ ଦଉତୁ ଯେବେ ଗୋଲାପ ପରି ହସି
  4. ଝରଣା ଝରଣା ଚପଳ ଝରଣା
  5. ଆଜି ପରା ଆମ ସାହି ଭାଲୁକୁଣି ଭସାଣୀ

ଆଧାର[ସମ୍ପାଦନା]

  1. "Prafulla Mohanty | Katha Chitra". odiamoviedatabase.wordpress.com. 2012. Archived from the original on 21 December 2013. Retrieved 12 May 2012. Released on:27 june 1986
  2. ୨.୦ ୨.୧ "ସଙ୍ଗୀତକାର ଅକ୍ଷୟ ମହାନ୍ତି ଏବଂ ଓଡ଼ିଆ ସିନେ ନିର୍ଦ୍ଦେଶକ". sambad.in. 12 October 2017. Retrieved 11 July 2018.
  3. ସିନେ ସମ୍ବାଦ, ଅଗଷ୍ଟ ୧୯୯୭, ପୃଷ୍ଠା-୮୦
  4. III, Harris M. Lentz (2011). Obituaries in the Performing Arts, 2010 (in ଇଂରାଜୀ). McFarland. ISBN 9780786441754. Retrieved 21 September 2018.
  5. "Chaka Bhaunri :: Oriya Music Songs Collection". odiamusic.com. 2012. Archived from the original on 13 May 2012. Retrieved 12 May 2012. Film Name : Chaka Bhaunri

ବାହାର ଆଧାର[ସମ୍ପାଦନା]

  1. ଇଣ୍ଟରନେଟ ମୁଭି ଡାଟାବେସରେ ଚକାଭଉଁରି