ଚିତ୍ତରଞ୍ଜନ ତ୍ରିପାଠୀ

ଉଇକିପିଡ଼ିଆ‌ରୁ
(ଚିତ୍ତ ରଞ୍ଜନ ତ୍ରିପାଠୀରୁ ଲେଉଟି ଆସିଛି)
ଚିତ୍ତରଞ୍ଜନ ତ୍ରିପାଠୀ
The Director, Shri Chttaranjan Tripathy addressing at the presentation of the film, (Courtroom Nautanki) during the IFFI-2010, at Inox cinema hall, in Panjim, Goa on November 25, 2010.jpg
ଜନ୍ମ
ଜାତୀୟତା ଭାରତୀୟ
ଶିକ୍ଷାନ୍ୟାସନାଲ ସ୍କୁଲ ଅଫ ଡ୍ରାମା
ବୃତ୍ତି(s)ଓଡ଼ିଆ କଥାଚିତ୍ର ନିର୍ଦ୍ଦେଶନା,ସଙ୍ଗୀତ ନିର୍ଦ୍ଦେଶନା,ଗୀତିକାର

ଚିତ୍ତରଞ୍ଜନ ତ୍ରିପାଠୀ ଜଣେ ଓଡ଼ିଆ କଥାଚିତ୍ର ନିର୍ଦ୍ଦେଶକ, ସଙ୍ଗୀତ ନିର୍ଦ୍ଦେଶକ ଓ ଅଭିନେତା ଅଟନ୍ତି । ଏହା ବ୍ୟତିତ ସର୍ବଭାରତୀୟ ସ୍ଥରରେ ସେ ଜଣେ ଜଣାଶୁଣା ନାଟ୍ୟକର୍ମୀ । ସେ ଟେଲିଭିଜନ ସିରିଆଲରେ ମଧ୍ୟ ନିର୍ଦ୍ଦେଶନା ଦିଅନ୍ତି ।

ଶିକ୍ଷା[ସମ୍ପାଦନା]

ଚିତ୍ତରଞ୍ଜନ ତ୍ରିପାଠୀ, ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟରୁ ସମାଜଶାସ୍ତ୍ରରେ ସ୍ନାତକୋତ୍ତର ଉପାଧି ଲାଭ କରିଛନ୍ତି । ୧୯୯୬ ମସିହାରେ ସେ ଦିଲ୍ଲୀସ୍ଥିତ ନ୍ୟାସନାଲ ସ୍କୁଲ ଅଫ ଡ୍ରାମାରୁ ଅଭିନୟରେ ଡିପ୍ଳୋମା ହାସଲ କରିଛନ୍ତି ।[୧] ଏହାପରେ ସେ ଚାର୍ଲସ ବାଲେସ ଫେଲୋସିପ ପାଇ ଲଣ୍ଡନର ଗିଲ୍ଡଫୋର୍ଡ୍ ସ୍କୁଲ ଅଫ ଆକ୍ଟିଙ୍ଗରୁ ନିର୍ଦ୍ଦେଶନା କ୍ଷେତ୍ରରେ ଶିକ୍ଷାଗ୍ରହଣ କରିଛନ୍ତି । [୨]ଏହା ବ୍ୟତିତ, ସେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତରେ ମଧ୍ୟ ପାରଙ୍ଗମ ।[୩]

ପେଶାଦାର ଜୀବନ[ସମ୍ପାଦନା]

୨୦୦୭ ମସିହାରେ, ସେ ଧଉଳି ଏକ୍ସପ୍ରେସ୍ ସିନେମା ନିର୍ମାଣ କରି, ଓଡ଼ିଆ କଥାଚିତ୍ର ଜଗତରେ ପାଦ ରଖିଥିଲେ । ଏହି ଚଳଚ୍ଚିତ୍ରରେ ସେ ଏକାଧାରରେ ସେ ପ୍ରଯୋଜକ, ନିର୍ଦ୍ଦେଶକ, କାହାଣୀକାର, ସଙ୍ଗୀତ ନିର୍ଦ୍ଦେଶକ, ଗୀତିକାର ଓ ପ୍ରଛଦପଟ ଗାୟକର ଭୂମିକା ତୁଲାଇ ଥିଲେ । ଏହି କଥାଚିତ୍ର ବିଭିନ୍ନ ବିଭାଗରେ ରାଜ୍ୟସ୍ତରୀୟ ପୁରସ୍କାର ଲାଭ କରିଥିଲା। ୨୦୦୯ ମସିହାରେ ସେ ମୁଖ୍ୟମନ୍ତ୍ରୀ ନାମକ ଆଉ ଏକ କଥାଚିତ୍ର ନିର୍ମାଣ କରିଥିଲେ । ଏହା ବ୍ୟତିତ ସେ ସର୍ବଭାରତୀୟ ସ୍ଥରରେ ୫୦ରୁ ଅଧିକ ନାଟକ[୪] [୫] [୬] [୭] [୮], ଟିଭି ଧାରାବାହିକ ଓ ଏକ ହିନ୍ଦୀ ଟେଲି ଫିଲ୍ମ ନିର୍ମାଣ କରିଛନ୍ତି ।[୯] ଟେଲିଭିଜନରେ ପ୍ରସାରିତ ଢୁଣ୍ଡ ଲେଗି ମଞ୍ଜିଲ ହମେ, ୟେ ଇସ୍କ ହେ, ଜାନି ପେହଚାନି ସି ଅଜନବି, ମାନୋ ୟା ନା ମାନୋ, ସାବଧାନ ଇଣ୍ଡିଆ ଆଦି ସିରିଆଲର କେତେକ ଭାଗରେ ସେ ନିର୍ଦ୍ଦେଶନା ଦେଇଛନ୍ତି । ବ୍ୟଙ୍ଗଧର୍ମି ନାଟକ ପ୍ରସ୍ତୁତ କରିବାରେ ସେ ସିଦ୍ଧହସ୍ତ । ହିନ୍ଦୀ ନାଟକ 'ତାଜମହଲ କା ଟେଣ୍ଡର' ତାଙ୍କର ଏକ ସଫଳ କୃତି ।[୧୦] [୧୧] ହିନ୍ଦୀ ଚଳଚ୍ଚିତ୍ର ଦିଲ୍ଲୀ ୬, ଫାଣ୍ଟମ୍, ସାନଦାର, ତଲବାର ଓ ତେରା ମେରା ତେଢ଼ା ମେଢ଼ାରେ ସେ ଅଭିନୟ କରିଛନ୍ତି ।[୧୨]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. http://www.hindu.com/fr/2006/09/22/stories/2006092201270300.htm
  2. http://cinemasagar.com/biography/chittranjan-tripathy/
  3. http://metawards.com/peer-gynt/
  4. http://www.hindu.com/2006/09/08/stories/2006090812030200.htm
  5. http://nsd.gov.in/news_archives.htm
  6. http://www.natwatheatre.com/archive.htm
  7. http://www.hindu.com/fr/2004/03/26/stories/2004032601630400.htm
  8. http://delhidiary.in/index.php?option=com_content&view=category&id=5&layout=blog&Itemid=10&limitstart=77
  9. http://www.deccanherald.com/content/234131/playing-funny-bone.html
  10. http://metawards.com/peer-gynt/
  11. http://www.hindu.com/fr/2005/11/04/stories/2005110401120300.htm
  12. "୧୧ରେ ରିଲିଜ ହେବ ତେରା ମେରା ତେଢ଼ା ମେଢ଼ା". ଧରିତ୍ରୀ ୦୨/୦୯/୨୦୧୫ ଭୁବନେଶ୍ୱର ସଂସ୍କରଣ ପୃଷ୍ଟା ୧୧. 2 September 2015. Retrieved 2 September 2015.

ଅଧିକ ତଥ୍ୟ[ସମ୍ପାଦନା]