ଅନୁ ଚୌଧୁରୀ

ଉଇକିପିଡ଼ିଆ‌ରୁ
ଅନୁ ଚୌଧୁରୀ
"ଟିଚ ଏଡ୍ସ" କାର୍ଯ୍ୟକ୍ରମରେ ଅଭିନୟ ସମୟରେ ଚୌଧୁରୀ ।
ଅନୁ ଚୌଧୁରୀ ଏକଲବ୍ଯ ପୁରସ୍କାର ପ୍ରଦାନ ଉତ୍ସବ ଅବସରରେ
Born(1979-08-30)ଅଗଷ୍ଟ ୩୦, ୧୯୭୯
Nationalityଭାରତୀୟ
Occupationସିନେମା ଅଭିନେତ୍ରୀ
Years active୧୯୯୯-ଏବେଯାଏଁ
Known forଓଡ଼ିଆ ସିନେମା ଅଭିନେତ୍ରୀ

ଅନୁ ଚୌଧୁରୀ (ଜନ୍ମ, ୩୦ ଅଗଷ୍ଟ ୧୯୭୯) ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ[୧] । ସେ ୫୦ରୁ ଅଧିକ ଓଡ଼ିଆବଙ୍ଗଳା କଥାଚିତ୍ରରେ କାମ କରିଛନ୍ତି । ପ୍ରଥମେ ବଧୂ ନିରୁପମାରେ ଶିଶୁକଳାକାର ଭାବେ[୨] ଓ ପରେ ୧୯୯୯ ମସିହାରେ ମା ଗୋଜବାୟାଣୀ କଥାଚିତ୍ରରେ ଅଭିନେତ୍ରୀ ଭାବେ ସେ ଅଭିନୟ ଆରମ୍ଭ କରିଥିଲେ[୩] । ଅନୁ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତରେ ମଧ୍ୟ ଅଭିନୟ କରିଛନ୍ତି ।[୪]

ଅନୁ ଚୌଧୁରୀ

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଅନୁ ଚୌଧୁରୀ ଓଡ଼ିଶାରେ ଭୁବନେଶ୍ୱରଠାରେ ଜନ୍ମ ଗ୍ରହଣ କରିଥିଲେ[୫] । ସେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ମହାବିଦ୍ୟାଳୟରୁ ବିଜ୍ଞାନରେ ଉଚ୍ଚଶିକ୍ଷା ଓ ରମାଦେବୀ ମହିଳା ମହାବିଦ୍ୟାଳୟରୁ ଗୃହବିଜ୍ଞାନରେ ସ୍ନାତକ ଉପାଧି ହାସଲ କରିବା ପରେ ସେ ଅଭିନୟକୁ ପେଶା ଭାବେ ଆରମ୍ଭ କରିଥିଲେ ।

ସିନେମା ଜୀବନ[ସମ୍ପାଦନା]

ହିରୋ ହକି ଇଣ୍ଡିଆ ଲିଗରେ ନୃତ୍ୟ ପରିବେଷିତା ଅନୁ ଚୌଧୁରୀ ।

ଚୌଧୁରୀ ଜଣେ ଶିଶୁ କଳାକାର ଭାବେ ଓଡ଼ିଆ ସିନେମାରେ ଅଭିନୟ ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ କଥାଚିତ୍ର ଥିଲା ବଧୂ ନିରୁପମାମମତା ମାଗେ ମୂଲ । ୧୯୯୯ରେ ମୁକ୍ତିଲାଭ କରିଥିବା ମା ଗୋଜବାୟାଣୀ କଥାଚିତ୍ରରେ ସେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏହି ଅଭିନୟ ନିମନ୍ତେ ସେ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନୀତ ହୋଇଥିଲେ । ତାଙ୍କ ଅଭିନୀତ ପ୍ରାମାଣିକ କଥାଚିତ୍ର ବିଶ୍ୱପ୍ରକାଶ ଇଣ୍ଡିଆନ ପାନୋରାମାରେ ପୁରସ୍କୃତ ହୋଇଥିଲା ।[୬] ସେ ତାଙ୍କ ଅଭିନୟ ଜୀବନ ଏକ ତେଲୁଗୁ ଚଳଚ୍ଚିତ୍ର ଶୁଭବେଳାରୁ ଆରମ୍ଭ କରିଥିଏ, ଯାହା ୨୦୦୦ ମସିହାରେ ବିବାଦକୁ ଆସିଥିଲା[୭] । ସେ ୨୦୧୧ରେ ମଧ୍ୟ ହିନ୍ଦୀ ଚଳଚ୍ଚିତ୍ର ନିର୍ବାଣ ୧୩ରେ ଅଭିନୟ କରିଥିଲେ[୮]

ଅଭିନୀତ ଓଡ଼ିଆ କଥାଚିତ୍ର[ସମ୍ପାଦନା]

କଥାଚିତ୍ର ମୁକ୍ତିଲାଭ ବର୍ଷ ନିର୍ଦ୍ଦେଶକ
ହେ ପ୍ରଭୁ ଦେଖା ଦେ ୨୦୧୬ ଗୋପି ଆନନ୍ଦ
ସୁଇଟ୍ ହାର୍ଟ ୨୦୧୬ ସୁଶାନ୍ତ ମଣି
ମାଟିର ବନ୍ଧନ ୨୦୧୨ ହିମାଂଶୁ ଖଟୁଆ
ପହିଲି ରଜ ୨୦୧୦ ତାପସ ସରଘରିଆ
ତୁମେ ହିଁ ସାଥୀ ମୋର ୨୦୦୯ ସୁରେନ୍ଦ୍ର ମହାନ୍ତି
ହସିବ ପୁଣି ମୋ ସୁନା ସଂସାର ୨୦୦୮ ରଞ୍ଜନ ମିଶ୍ର
କଥାନ୍ତର ୨୦୦୭ ହିମାଂଶୁ ଖଟୁଆ
କାଳୀଶଙ୍କର ୨୦୦୭ ପ୍ରଶାନ୍ତ ନନ୍ଦ
ଚକା ଚକା ଭଉଁରୀ ୨୦୦୭ ଶୁଭେନ୍ଦୁ ସ୍ୱାଇଁ
ତୁମକୁ ପାରୁନି ତ ଭୁଲି ୨୦୦୭ ଚକ୍ରଧର ସାହୁ
ଧଉଳି ଏକ୍ସପ୍ରେସ୍ ୨୦୦୭ ଚିତ୍ତ ରଞ୍ଜନ ତ୍ରିପାଠୀ
ଲାଲ ଟୁକ୍ ଟୁକ୍ ସାଧବବୋହୂ ୨୦୦୭ ସଂଗମ ବିଶ୍ୱାଳ
ସମୟ ହାତରେ ଡୋରି ୨୦୦୭ ଅମୂଲ୍ୟ ଦାସ ଓ ନିର୍ମଳ ଓଝା
ପ୍ରେମ ଋତୁ ଆସିଲାରେ ୨୦୦୬ ସୁଧାଂଶୁ ସାହୁ
ଶାଶୁଘର ଚାଲିଯିବି ୨୦୦୬ ବସନ୍ତ ସାହୁ
ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ ୨୦୦୬ ସଞ୍ଜୟ ନାୟକ
ଅଗ୍ନି ପରୀକ୍ଷା ୨୦୦୫ ସୂର୍ଯ୍ୟ ମିଶ୍ର
ବାବୁ ଆଇ ଲଭ ୟୁ ୨୦୦୫ ସଞ୍ଜୟ ନାୟକ
ଓମ ଶାନ୍ତି ଓମ ୨୦୦୫ ପ୍ରଶାନ୍ତ ନନ୍ଦ
ଟୋପାଏ ସିନ୍ଦୂର ଦି ଟୋପା ଲୁହ ୨୦୦୫ ବସନ୍ତ ସାହୁ
ସିନ୍ଦୁର ମୋ ସପନ ହେଲା
ରଖିବ ଯଦି ସେ ମାରିବ କିଏ ୨୦୦୪ ରିତେଶ ନାୟକ
ସାବତ ମାଆ ୨୦୦୩ ଶିଶିର ମିଶ୍ର
ଗାରେ ସିନ୍ଦୂର ଧାରେ ଲୁହ ୨୦୦୨ ଗୋବିନ୍ଦ ତେଜ
ସମୟ ଖେଳୁଛି ଚକା ଭଉଁରୀ ୨୦୦୨ ସୁଧାଂଶୁ ସାହୁ
ବାଜି ୨୦୦୧ ଅଶୋକ ପତି
ହରି ଭାଇ ହାରେନା ୨୦୦୦ ରାଜୁ ମିଶ୍ର
ବିଶ୍ୱପ୍ରକାଶ ୧୯୯୯ ସୁଶାନ୍ତ ମିଶ୍ର
ମନ ରହିଗଲା ତୁମରି ଠାରେ ୧୯୯୯ ମହମ୍ମଦ ମହସୀନ
ମା ଗୋଜବାୟାଣୀ ୧୯୯୯ ବସନ୍ତ ସାହୁ
ମା’ ଓ ମମତା ୧୯୯୯
ପୁଅ ମୋର ଜଗତ ଜିତା ୧୯୯୭ ସନକ ଦେବତା
ରକତ କହିବ କିଏ କାହାର ୧୯୯୫ ମହମ୍ମଦ ମହସୀନ
ବଧୂ ନିରୁପମା ୧୯୮୭ ଯୁଗଳ ଦେବତା
ମମତା ମାଗେ ମୂଲ ୧୯୮୫ ଅମିୟ ରଞ୍ଜନ ପଟ୍ଟନାୟକ

ଅଭିନୀତ ନାଟକ[ସମ୍ପାଦନା]

ପୁରସ୍କାର[ସମ୍ପାଦନା]

ଅନୁ ଚୌଧୁରୀ ୨୦୦୫ରେ ଶାଶୁଘର ଚାଲିଯିବି ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ ।[୧୦] କାଦମ୍ବିନୀ ମିଡ଼ିଆ ପ୍ରାଇଭେଟ୍ ଲିମିଟେଡ୍ ପ୍ରଯୋଜନା ସଂସ୍ଥାର କଥାନ୍ତର ଚଳଚ୍ଚିତ୍ରରେ ପୂର୍ବ ବଙ୍ଗଳାର ଦ୍ୱିତୀୟ ପିଢୀ ଶରଣାର୍ଥୀ ଚରିତ୍ର ପାଇଁ ଚତୁର୍ଥ ସିନେ ଇଣ୍ଡିଆ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଥିଲେ ।[୧୧]

୩୦ ଡିସେମ୍ବର ୨୦୦୭ରେ, ଲାଲ ଟୁକୁ ଟୁକୁ ସାଧବ ବୋହୂ ଚଳଚ୍ଚିତ୍ର ପାଇଁ ଚଳଚ୍ଚିତ୍ର ଜଗତ ପ୍ରତିଭା ସମ୍ମାନ- ୨୦୦୭ରେ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ପାଇଥିଲେ ।[୧୨] ସେ ଚାରିଥର ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ବିଜେତା । ସେ ନିଜର ପ୍ରଥମ ହିନ୍ଦୀ ଚଳଚ୍ଚିତ୍ର ନିର୍ବାଣ ୧୩ ପାଇଁ ଲସ ଏଞ୍ଜେଲସଠାରେ ଶ୍ରେଷ୍ଠା ଅଭିନେତ୍ରୀ ପୁରସ୍କାର ପାଇଥିଲେ । ୨୦୧୧ରେ ଏହି ପୁରସ୍କାର ପାଇଁ ସେ ଏକମାତ୍ର ଅଭିନେତ୍ରୀ ଥିଲେ ।

ରାଜ୍ୟ ପୁରସ୍କାର[ସମ୍ପାଦନା]

ସେ ଚାରିଥର ସମ୍ମାନ‌ଜନ‌କ ଶ୍ରେଷ୍ଠ ଅଭିନେତ୍ରୀ କ୍ଷେତ୍ରରେ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ସମ୍ମାନ ପାଇଛନ୍ତି

ଆନ୍ତର୍ଜାତୀୟ ପୁରସ୍କାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. [୧] Archived 2018-02-02 at the Wayback Machine., Anu Choudhury Birthday, Age, Family & Biography
  2. "ବିନା ପ୍ରେମିକରେ ଏହି ସିନେମାରେ ନଜର ଆସିଥିଲେ ଅନୁ". sambad.in. 28 May 2018. Retrieved 6 June 2018.
  3. "ଏହି ଅଳ୍ପ ପରିଚିତ ନାୟକଙ୍କ ସହ ଆସୁଛନ୍ତି ଅନୁ ଚୌଧୁରୀ ! | Sambad". Sambad. 27 August 2018. Archived from the original on 29 August 2018. Retrieved 31 August 2018.
  4. "ଏବେ ଦକ୍ଷିଣୀ ସିନେମାରେ ଏହି ଓଲିଉଡ ନାୟିକା". sambad.in. 22 May 2018. Retrieved 6 June 2018.
  5. [୨], Anu choudhuri height, weight, age, affairs, wiki,fact
  6. Sahu, Diana (11 March 2013). "Devoted student". Bhubaneswar. The New Indian Express. Retrieved ଜାନୁଆରୀ 29, 2016.[permanent dead link]
  7. [୩], Anu choudhury odia actress height weight photo family biography and wiki
  8. [୪], Anu choudhury
  9. "ପ୍ରଥମ ଥର ପାଇଁ ମଞ୍ଚ ନାଟକରେ ଅଭିନୟ କରିବେ ଓଲିଉଡ ଅଭିନେତ୍ରୀ ଅନୁ ଚୌଧୁରୀ". Sambad (in ଆମେରିକୀୟ ଇଂରାଜୀ). 9 March 2023. Archived from the original on 16 September 2023. Retrieved 16 September 2023.
  10. "'Maidens' sweep annual State film awards". The Hindu. 31 May 2007. Archived from the original on 17 December 2007. Retrieved 24 February 2018.
  11. "Kathantara". Kadambinee Media Pvt. Ltd.
  12. "Oriya Film Awards: Siddhant and Anu Choudhury get the Honours". Oriya Times. 31 December 2007. Archived from the original on 16 September 2008.

ବାହାର ଆଧାର[ସମ୍ପାଦନା]