କିସ୍ ମିସ୍
କିସ୍ ମିସ୍ | |
---|---|
ନିର୍ଦ୍ଦେଶକ | ସୁଶାନ୍ତ ମଣି |
ପ୍ରଯୋଜକ | ଝିଲିକ୍ ଭଟ୍ଟାଚାର୍ଯ୍ୟ |
ସଂଳାପ | ସଞ୍ଜୀବ ରଥ |
ଚିତ୍ରନାଟ୍ୟ | ସୁଶାନ୍ତ ମଣି |
କାହାଣୀ | ସୁଶାନ୍ତ ମଣି |
କଳାକାର | ସ୍ୱରାଜ ବାରିକ ଶିବାନୀ ସଙ୍ଗୀତା ପୃଥ୍ୱୀରାଜ ନାୟକ ନୀତୁ ସିଂହ |
ସଙ୍ଗୀତ | ଅଭିଜିତ ମଜୁମଦାର |
ଚିତ୍ରଗ୍ରହଣ | କୁହୁ ମଲ୍ଲ |
ସମ୍ପାଦକ | ସୁକୁମାର ମଣି |
ମୁକ୍ତିଲାଭ ତାରିଖ | ୩୧ ଅଗଷ୍ଟ ୨୦୨୨ |
ଦେଶ | ଭାରତ |
ଭାଷା | ଓଡ଼ିଆ |
କିସ୍ ମିସ୍ ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଭିନେତ୍ରୀ ଝିଲିକ୍ ଭଟ୍ଟାଚାର୍ଯ୍ୟ ।[୧] ସଞ୍ଜୀବ ରଥ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ସୁଶାନ୍ତ ମଣି ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨] ସଙ୍ଗୀତକାର ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଏହି କଥାଚିତ୍ରଟିର ବିଭିନ୍ନ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସ୍ୱରାଜ ବାରିକ ଓ ଶିବାନୀ ସଙ୍ଗୀତା ।[୩] ପୃଥ୍ୱୀରାଜ ନାୟକ, ନୀତୁ ସିଂହ, ସୋମେନ ପୂଜାରୀ, ଧରିତ୍ରୀ ଖଣ୍ଡୁଆଳ, ମାମୁନି ନନ୍ଦ, ବର୍ଷା, ଲିଙ୍କନ ପଟ୍ଟନାୟକ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୪] ଏହି କଥାଚିତ୍ରଟିର ୨୦୨୨ ମସିହାର ଅଗଷ୍ଟ ୩୧ ତାରିଖରେ ଗଣେଶ ପୂଜା ସମୟରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ।[୨]
ଅଭିନୟ
[ସମ୍ପାଦନା]- ସ୍ୱରାଜ ବାରିକ
- ଶିବାନୀ ସଙ୍ଗୀତା
- ପୃଥ୍ୱୀରାଜ ନାୟକ
- ନୀତୁ ସିଂହ
- ସୋମେନ ପୂଜାରୀ
- ଧରିତ୍ରୀ ଖଣ୍ଡୁଆଳ
- ମାମୁନି ନନ୍ଦ
- ବର୍ଷା
- ଲିଙ୍କନ ପଟ୍ଟନାୟକ
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର । ଗୀତିକାର ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୫] ସ୍ୱୟମ ପାଢ଼ୀ, ଅନ୍ତରା ଚକ୍ରବର୍ତ୍ତୀ, ଶଶାଙ୍କ ଶେଖର, ଅମ୍ରିତା ନାୟକ, ସତ୍ୟଜିତ ପ୍ରଧାନ, ଜାଗୃତି ମିଶ୍ର, ତାରିକ୍ ଅଜିଜ୍, ଦୀପ୍ତିରେଖା ପାଢ଼ୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୨]
ଗୀତ
[ସମ୍ପାଦନା]କ୍ରମ | ଗୀତ | ଗାୟକ | ସମୟ |
---|---|---|---|
1. | "ସବୁ ଲଭ୍ ଷ୍ଟୋରୀ" | ସ୍ୱୟମ ପାଢ଼ୀ, ଅନ୍ତରା ଚକ୍ରବର୍ତ୍ତୀ | |
2. | "ବୋଲ ବୋଲ ରାଣୀ" | ତାରିକ୍ ଅଜିଜ୍, ଦୀପ୍ତିରେଖା ପାଢ଼ୀ | |
3. | "ତୋ ପ୍ରେମ ଜାଲରେ" | ଅମ୍ରିତା ନାୟକ, ଶଶାଙ୍କ ଶେଖର | |
4. | "ନ ଶୁଣିଲେ ନାହିଁ ଯା" | ସତ୍ୟଜିତ ପ୍ରଧାନ, ଜାଗୃତି ମିଶ୍ର |
ଆଧାର
[ସମ୍ପାଦନା]- ↑ "ପ୍ରେମ କାହାଣୀକୁ ନେଇ ନୂଆ ଓଡ଼ିଆ ଚଳଚ୍ଚିତ୍ର 'କିସ୍ମିସ୍'ର ଶୁଭ ମହୁରତ". Sambad. 1 Mar 2022. Archived from the original on 8 December 2022. Retrieved 8 December 2022.
- ↑ ୨.୦ ୨.୧ ୨.୨ "ମୁକ୍ତିଲାଭ କରିଛି ଓଡ଼ିଆ ଚଳଚ୍ଚିତ୍ର 'କିସ୍ ମିସ୍'... ପ୍ରିମିୟରରେ ଯୋଗଦେଲେ ଓଲିଉଡ କଳାକାର". News18 Odia. ଭୁବନେଶ୍ୱର. 1 September 2022. Archived from the original on 8 December 2022. Retrieved 8 December 2022.
- ↑ "ଗଣେଶ ପୂଜାରେ ରିଲିଜ ହେଲା ଓଡ଼ିଆ ଫିଲ୍ମ 'କିସ୍ ମିସ୍', ଓଡ଼ିଶାର ୩୩ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି". KNews Odisha. କଟକ. 31 August 2022. Archived from the original on 8 December 2022. Retrieved 8 December 2022.
- ↑ "ଗଣେଶ ପୂଜାରେ ପରଦାକୁ ଆସିବ ନୂଆ ଓଡ଼ିଆ ଚଳଚ୍ଚିତ୍ର 'କିସ୍ ମିସ୍'". Sambad. ଭୁବନେଶ୍ୱର. 16 August 2022. Archived from the original on 8 December 2022. Retrieved 8 December 2022.
- ↑ "ସ୍ୱରାଜ-ଶିବାନୀ ଯୋଡ଼ିଙ୍କୁ ନେଇ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର 'କିସ୍ ମିସ୍'". Sambad. 4 September 2022. Archived from the original on 8 December 2022. Retrieved 8 December 2022.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ କିସ୍ ମିସ୍