ନୀତୁ ସିଂହ (ଓଡ଼ିଆ ଅଭିନେତ୍ରୀ)
ନୀତୁ ସିଂହ | |
---|---|
ଜନ୍ମ | |
ବୃତ୍ତି | (ଓଡ଼ିଆ) ଅଭିନେତ୍ରୀ |
ନୀତୁ ସିଂହ, ଜଣେ ଓଡ଼ିଆ ଦୂରଦର୍ଶନ ଏବଂ କଥାଚିତ୍ର ଅଭିନେତ୍ରୀ । ସେ ଇ ଟିଭି ଓଡ଼ିଆରେ ପ୍ରସାରିତ ଧାରାବାହିକ ଗାୟତ୍ରୀ ଜରିଆରେ ଅଧିକ ଲୋକପ୍ରିୟ ହୋଇଥିଲେ । ଏହି ଧାରାବାହିକରେ ସେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ସେ ଡିଡି ଓଡ଼ିଆରେ 'ଜୟ ସନ୍ତୋଷୀ ମାଆ' ଧାରାବାହିକରେ ମଧ୍ୟ ଅଭିନୟ କରିଥିଲେ । ଏହାପରେ ସେ ୨୦୧୬ରେ କଲର୍ସ ଓଡ଼ିଆରେ ପ୍ରସାରିତ ଧାରାବାହିକ 'ତୁଳସୀ'ରେ ଅଭିନୟ କରିଥିଲେ । ୨୦୧୭ରେ ତରଙ୍ଗ ଟିଭିରେ ପ୍ରସାରିତ ଧାରାବାହିକ 'ନୂଆବୋହୁ'ରେ ଅଭିନୟ କରିଥିଲେ ।
ନୀତୁ ଧାରାବାହିକ ସହ ଓଡ଼ିଆ କଥାଚିତ୍ରରେ ମଧ୍ୟ ସହକାରୀ ଅଭିନେତ୍ରୀ ଭାବରେ ଅଭିନୟ କରିଥିଲେ । ୨୦୧୨ରେ ମୁକ୍ତିଲାଭ କରିଥିବା ରଙ୍ଗିଲା ଟୋକା ଚଳଚ୍ଚିତ୍ରରେ ସେ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ପତ୍ନୀ ଭୂମିକାରେ ଅଭିନୟ କରିଥିଲେ । ୨୦୧୭ରେ ସେ ସପନର ପଥେ ପଥେ କଥାଚିତ୍ରରେ ଅଭିନୟ କରିଥିଲେ ।
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ନୀତୁ ପୁରୀରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଜଣେ ବଡ଼ ଭଉଣୀ ଏବଂ ଜଣେ ସାନ ଭାଇ ଅଛନ୍ତି । ସେ ଓଡ଼ିଶୀ ନୃତ୍ୟରେ ପ୍ରଶିକ୍ଷଣ ନେଇଥିଲେ ଏବଂ ବିଭିନ୍ନ ମଞ୍ଚରେ ସେ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରିଥିଲେ । ସେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କଠାରୁ ବାଲୁକା କଳା ଶିଖିଥିଲେ । ଏଥିସହ ସେ ତବଲା, ସୀତାର ଆଦି ବାଦ୍ୟଯନ୍ତ୍ର ବଜାଇବାର ପ୍ରଶିକ୍ଷଣ ନେଇଥିଲେ । ନୀତୁ ଜଣେ ପଟ୍ଟଚିତ୍ର କାରିଗର ଭାବରେ ମଧ୍ୟ ପ୍ରଶିକ୍ଷଣ ନେଇଥିଲେ । ସଙ୍ଗ୍ ଆଣ୍ଡା ଡ୍ରାମା ଡିଭିଜନ୍ ନାମକ ଏକ ସଂସ୍ଥାରେ ସେ ଜଣେ ଓଡ଼ିଶୀ ନର୍ତ୍ତକୀ ଭାବରେ ମଧ୍ୟ କାର୍ଯ୍ୟ କରୁଥିଲେ ।[୧]
ଅଭିନୟ ଜୀବନ
[ସମ୍ପାଦନା]ନୀତୁ ଅନେକ ଓଡ଼ିଆ ଭଜନରେ ଅଭିନୟ କରିଥିଲେ । ସେ ଭଜନ ସହ କିଛି ଶାଢ଼ୀର ବିଜ୍ଞାପନରେ କାର୍ଯ୍ୟ କରିଥିଲେ ।[୨]
ଦୂରଦର୍ଶନ
[ସମ୍ପାଦନା]ନୀତୁ ପ୍ରଥମେ ଡିଡି ଓଡ଼ିଆରେ ପ୍ରସାରିତ ଧାରାବାହିକ ଜୟ ସନ୍ତୋଷୀ ମାଆରେ ଅଭିନୟ କରିଥିଲେ । ଏହି ଧାରାବାହିକ ପାଇଁ ତାଙ୍କୁ ଶ୍ରୀକାନ୍ତ ଗୌତମ ଏକ ମଞ୍ଚରେ ନୃତ୍ୟ କରୁଥିବା ଦେଖିବା ପରେ ବାଛି ଥିଲେ । ଏହି ଧାରାବାହିକ ପାଇଁଁ ତାଙ୍କୁ ପ୍ରଶାନ୍ତ ନନ୍ଦ ଅନେକ ସାହାଯ୍ୟ କରିଥିଲେ ।
ନୀତୁ ଇ ଟିଭି ଓଡ଼ିଆରେ ପ୍ରସାରିତ ଧାରାବାହିକ 'ଗାୟତ୍ରୀ'ରେ ନାୟିକା ଗାୟତ୍ରୀ ଭୂମିକାରେ ଅଭିନୟ କରିଥିଲେ ।[୩] ଏହି ଧାରାବାହିକଟି ସେ ସମୟରେ ବହୁତ ଲୋକପ୍ରିୟ ହୋଇଥିଲା । ୧୫୦୦ ଅଧ୍ୟାୟରୁ ଅଧିକ ଏପିସୋଡ ପ୍ରସାରିତ ହୋଇଥିଲା ଏହି ଧାରାବାହିକଟିର । ମିହିର ସ୍ୱାଇଁ ଏହି ଧାରାବାହିକଟିର ନିର୍ଦ୍ଦେଶନା ଦେଇଥିଲେ । ଏହି ଧାରାବାହିକରେ ତାଙ୍କ ସହ ଅଶ୍ରୁମୋଚନ ମହାନ୍ତି, କ୍ରିଷ୍ଣା କର, ମିହିର ସ୍ୱାଇଁ, ଲୋରେନ୍ସ, ସୁରେଶ ବଳ, ତୃପ୍ତି ସିହ୍ନା, ନମ୍ରତା ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ପୃଥିରାଜ ଆଦି କଳାକାରମାନେ ଅଭିନୟ କରିଥିଲେ ।[୪]
୨୦୧୬ ମସିହାରେ କଲର୍ସ ଓଡ଼ିଆରେ ପ୍ରସାରିତ ଧାରାବାହିକ 'ତୁଳସୀ'ରେ ନୀତୁ ଅଭିନୟ କିରିଥିଲେ । ପୂର୍ବରୁ ଇ ଟିଭି ଓଡ଼ିଆରେ 'ତୁଳସୀ' ନାଆଁରେ ଧାରାବାହିକ ପ୍ରସାରିତ ହେଉଥିଲା, ମାତ୍ର ପୁଣିଥରେ ୨୦୧୬ରେ ସମାନ ଶୀର୍ଷକରେ ଧାରାବାହିକ ପ୍ରସାରିତ ହୋଇଥିଲେ । ଏହି ଧାରାବାହିକରେ ମିହିର ଦାସ, ରୋଜାଲିନ ଆଦି କଳାକାରମାନେ ଅଭିନୟ କରିଥିଲେ ।
୨୦୧୭ରେ ତରଙ୍ଗ ଟିଭିରେ ପ୍ରସାରିତ ଧାରାବାହିକ 'ନୂଆବୋହୁ'ରେ ନୀତୁ ଜଣେ ସହ ଅଭିନେତ୍ରୀ ଭାବରେ ଅଭିନୟ କରିଥିଲେ । ଏହି ଧାରାବାହିରେ ସେ କ୍ରିଷ୍ଣା କରଙ୍କ ପତ୍ନୀ ପଦ୍ମଜା ଭୂମିକାରେ ଅଭିନୟ କରୁଛନ୍ତି । ଏହି ଧାରାବାହିକରେ ତାଙ୍କୁ ଜଣେ ଶାଶୁର ଭୂମିକାରେ ନିଭାଇବାକୁ ମିଳିଥିଲା ।[୩] ଏହି ଧାରାବାହିକରେ ବିରଞ୍ଚି, ଜଗଜିତ ପାଲ୍, କ୍ରିଷ୍ଣା କର, ରିଶି, ସୋନାଲୀ ଆଦି କଳାକାରମାନେ ଅଭିନୟ କରୁଛନ୍ତି ।[୫]
କଥାଚିତ୍ର
[ସମ୍ପାଦନା]ନୀତୁ ରଙ୍ଗିଲା ଟୋକା ଚଳଚ୍ଚିତ୍ରରେ ଓଡ଼ିଆ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ପତ୍ନୀ ଭୂମିକାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ର ଜରିଆରେ ସେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । ଏହି ଚଳଚ୍ଚିତ୍ରରେ ଅଭିନେତା ପପୁ ପମ ପମ ନାୟକ ଭୂମିକାରେ ଅଭିନୟ କରିଥିଲେ ଏବଂ ଦେବଯାନୀ ନାୟିକା ଭୂମିକାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ସଲିଲ ମିତ୍ର, ଗୁଡୁ, ରାଜୀବ, ମୀନକେତନ, ପ୍ରିୟଙ୍କା ମହାପାତ୍ର ଆଦି କଳାକାରମାନେ ଅଭିନୟ କରିଥିଲେ ।
୨୦୧୭ରେ ସାର୍ଥକ ମୁଭିଜ୍ଦ୍ୱାରା ନିର୍ମିତ ଚଳଚ୍ଚିତ୍ର ସପନର ପଥେ ପଥେରେ ନୀତୁ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନାୟକ ଅମ୍ଳାନ ଦାସ ଏବଂ ନବାଗତା ନାୟିକ ସନମୀରା ।
ବୈବାହିକ ଜୀବନ
[ସମ୍ପାଦନା]ଗାୟତ୍ରୀ ଧାରାବାହିକ ଆରମ୍ଭ ହେବା ପରେ ପରେ ନୀତୁ ବିବାହ କରିଥିଲେ । ତାଙ୍କର ଗୋଟିଏ କନ୍ୟା ସନ୍ତାନ ଅଛି ।[୧]
ଅଭିନୀତ କଥାଚିତ୍ର
[ସମ୍ପାଦନା]ବର୍ଷ | ଚଳଚ୍ଚିତ୍ର | ଭୂମିକା |
---|---|---|
୨୦୧୨ | ରଙ୍ଗିଲା ଟୋକା | ନୀତୁ |
୨୦୧୫ | କେହି ନୁହେଁ କାହାର | |
୨୦୧୫ | ଗଳ୍ପ ନୁହେଁ ଅଳ୍ପ ଦିନର | |
୨୦୧୭ | ସପନର ପଥେ ପଥେ |
ଅଭିନୀତ ଧାରାବାହିକ
[ସମ୍ପାଦନା]ଧାରାବାହିକ | ଚେନାଲ | ଭୂମିକା | ମନ୍ତବ୍ୟ/ଆଧାର |
---|---|---|---|
ଜୟ ସନ୍ତୋଷୀ ମାଆ | ଡିଡି ଓଡ଼ିଆ | ||
ଗାୟତ୍ରୀ | ଇ ଟିଭି ଓଡ଼ିଆ | ଗାୟତ୍ରୀ | |
ତୁଳସୀ (୨୦୧୬) | କଲର୍ସ ଓଡ଼ିଆ | ||
ନୂଆବୋହୁ | ତରଙ୍ଗ ଟିଭି | ପଦ୍ମଜା | |
ସନ୍ଧ୍ୟା ରାଗିଣୀ | ଜୀ ସାର୍ଥକ | [୬] |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "BREAKFAST ODISHA with Nitu Singh (Actress)". News 7. 22 June 2017. Retrieved 21 August 2017.
- ↑ Naik, Jyoti Prakash (30 May 2012). "Odia stars at a launch party". The TImes of India. Retrieved 21 August 2017.
- ↑ ୩.୦ ୩.୧ "ପୁଣି ଛୋଟ ପରଦାରେ ନୀତୁ ସିଂହ!". ସମ୍ବାଦ. 20 July 2017. Archived from the original on 23 August 2017. Retrieved 21 August 2017.
- ↑ "Gayatri Serial in Etv Oriya aired 1000th episode". Incredible Orissa. 22 July 2011. Retrieved 21 August 2017.
- ↑ "'Nua Bohu' offers royal drama and grand sets for television viewers". ଓ ଟିଭି. 21 July 2017. Retrieved 21 August 2017.
- ↑ "ଶକ୍ତି, ସନ୍ଧ୍ୟା ରାଗିଣୀ, ତୁ ମୋ ସାଥୀରେ". ଧରିତ୍ରୀ. 5 October 2023. p. ୧୭. Archived from the original on 6 October 2023. Retrieved 6 October 2023.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ନୀତୁ ସିଂହ