ବାଏ ବାଏ ଦୁବାଇ
ବାଏ ବାଏ ଦୁବାଇ | |
---|---|
ନିର୍ଦ୍ଦେଶକ | ବସନ୍ତ ସାହୁ |
ପ୍ରଯୋଜକ | ଅକ୍ଷୟ କୁମାର ପରିଜା |
ସଂଳାପ | ରଜନୀ ରଞ୍ଜନ |
କଳାକାର | ସବ୍ୟସାଚୀ ମିଶ୍ର ଅର୍ଚ୍ଚିତା ସାହୁ ବୁଦ୍ଧାଦିତ୍ୟ ମହାନ୍ତି ପପୁ ପମ ପମ ବିଜୟ ମହାନ୍ତି ଅନିତା ଦାସ ପୁଷ୍ପା ପଣ୍ଡା |
ସଙ୍ଗୀତ | ବିକାଶ ଦାସ ରଜନୀ ରଞ୍ଜନ |
ମୁକ୍ତିଲାଭ ତାରିଖ | ୨ ସେପ୍ଟେମ୍ବର ୨୦୧୬ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ବାଏ ବାଏ ଦୁବାଇ, ୨୦୧୬ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ରର ପ୍ରଯୋଜକ ଥିଲେ ଅକ୍ଷୟ କୁମାର ପରିଜା । ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୧] ଏହାର ନିର୍ଦ୍ଦେଶନା ଦେଇଥିଲେ ବସନ୍ତ ସାହୁ[୨] ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିକାଶ ଦାସ ।
ସବ୍ୟସାଚୀ ମିଶ୍ର ଏବଂ ଅର୍ଚ୍ଚିତା ସାହୁ ଏଥିରେ ମୁଖ୍ୟଭୂମିକାରେ ଥିବା ବେଳେ ବୁଦ୍ଧାଦିତ୍ୟ ମହାନ୍ତି, ପପୁ ପମ ପମ ମଧ୍ୟ ଅଭିନୟ କରିଛନ୍ତି । ୨୦୧୬ ମସିହାର ଗଣେଶ ପୂଜା ଅବସରରେ ସେପ୍ଟେମ୍ବର ୨ରେ ମୁକ୍ତିଲାଭ କରିଥିଲା ଚଳଚ୍ଚିତ୍ରଟି ।[୩]
କାହାଣୀ
[ସମ୍ପାଦନା]ନାୟକ ନାୟିକା ଦୁହେଁ ଦୁବାଇ ଯାଇ ସେଠାରେ କିଛି ପରିସ୍ଥିତିର ସାମ୍ନା କରି କୌଶଳକ୍ରମେ ଫେରି ଆସିଛନ୍ତି ନିଜ ଜନ୍ମମାଟିକୁ । ଏହିଭଳି ଏକ କାହାଣୀକୁ ନେଇ ତିଆରି ହୋଇଛି ଏହି ଚଳଚ୍ଚିତ୍ରଟି ।[୩][୪]
ଅଭିନୟ
[ସମ୍ପାଦନା]ବାଏ ବାଏ ଦୁବାଇ ଚଳଚ୍ଚିତ୍ରେ ଅଭିନୟ କରିଥିବା କଳାକାର ବୃନ୍ଦ ହେଲେ[୩] :
- ସବ୍ୟସାଚୀ ମିଶ୍ର[୫]
- ଅର୍ଚ୍ଚିତା ସାହୁ
- ବୁଦ୍ଧାଦିତ୍ୟ ମହାନ୍ତି[୬]* ପପୁ ପମ ପମ
- ବିଜୟ ମହାନ୍ତି
- ଅନିତା ଦାସ
- ପୁଷ୍ପା ପଣ୍ଡା
- ମିଲି ମହାନ୍ତି
- ଶକ୍ତି ବରାଳ
ଗୀତ ଓ ସଂଗୀତ
[ସମ୍ପାଦନା]ଚଳଚ୍ଚିତ୍ରଟିର ଗୀତଗୁଡ଼ିକର ସ୍ୱର ସଂଯୋଜନା ଦାୟିତ୍ୱରେ ଅଛନ୍ତି ବିକାଶ ଦାସ ।[୭] ଡ. ରଜନୀ ରଞ୍ଜନ ମଧ୍ୟ ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଥିଲେ ।[୮] ପମି, ତପୁ ମିଶ୍ର, ବିଭୁ କିଶୋର ଓ ମାନସ ପ୍ରିତମ ପ୍ରମୁଖ ଗୀତଗୁଡ଼ିକରେ କଣ୍ଠଦାନ କରିଥିଲେ ।
ଗୀତ | ରଚନା | କଣ୍ଠଦାନ |
---|---|---|
ଅଜଣା ଏଇ ସହର | ସଞ୍ଜୟ ମହାକୁଡ଼ | ମାନସ ପ୍ରିତମ ଏବଂ ତପୁ ମିଶ୍ର [୯] |
ବାଜିଲାଣି ୧୨.୨୦ | ପମି ଏବଂ ମାନସ ପ୍ରିତମ | |
ତୋର ମୋର ଯୋଡ଼ି ଆଜି | ପମି, ବିଭୁ କିଶୋର | |
ତୁ ଟିକେ ଦେଲୁ ଚାହିଁ | ତପୁ ମିଶ୍ର, ଅରବିନ୍ଦ | |
ଆ କହିଲେ ଆସିଲି | ତପୁ ମିଶ୍ର, ମାନସ ପ୍ରିତମ |
ମୁକ୍ତିଲାଭ
[ସମ୍ପାଦନା]ଏହି ଚଳଚ୍ଚିତ୍ରଟି ୨୦୧୬ ମସିହା ସେପ୍ଟେମ୍ବର ୨ ତାରିଖରେ ଗଣେଶ ପୂଜା ସମୟରେ ମୁକ୍ତିଲାଭ କରିଥିଲା ।[୧୦]
ଆଧାର
[ସମ୍ପାଦନା]- ↑ "ରଜନୀଙ୍କ ଶତକୀୟ ପାଳି". ସମ୍ବାଦ. No. ରବିବାର. 24 September 2023. p. 8. Archived from the original on 28 September 2023. Retrieved 28 September 2023.
- ↑ "ଏହି ବରିଷ୍ଠ ନିର୍ଦ୍ଦେଶକଙ୍କ ସହ ଏଯାଏ କାମ କରିନାହାନ୍ତି ଅମ୍ଳାନ". ସମ୍ବାଦ. ଭୁବନେଶ୍ୱର: sambad.in. 5 June 2022. Archived from the original on 5 June 2022. Retrieved 5 June 2022.
- ↑ ୩.୦ ୩.୧ ୩.୨ "ଦୁବାଇ ଅନୁଭୂତି". ସମାଜ (in ଓଡ଼ିଆ). ଭୁବନେଶ୍ୱର. 3 July 2017. p. 8. Archived from the original on 3 July 2017. Retrieved 23 July 2016.
{{cite news}}
: CS1 maint: unrecognized language (link) - ↑ "Bye Bye Dubai Shooting at Mid-East". ENews ଓଡ଼ିଆ. Retrieved 23 July 2016.
- ↑ "ବିନା ରାଜନୀତିରେ ଭଲ କାମ କରିବାକୁ ଚାହେଁ". ଧରିତ୍ରୀ (in Odia). ଓଡ଼ିଶା. 18 October 2018. p. 8. Archived from the original on 23 January 2019. Retrieved 23 October 2018.
{{cite news}}
: CS1 maint: unrecognized language (link) - ↑ "ଓଲିଉଡକୁ ଫେରିଲେ ଏହି ଲୋକପ୍ରିୟ ନାୟକ | Sambad". Sambad (in Odia). ଓଡ଼ିଶା. 16 September 2018. Archived from the original on 18 September 2018. Retrieved 17 September 2018.
{{cite news}}
: CS1 maint: unrecognized language (link) - ↑ "Historical High Budget Odia Movie Bye Bye Dubai". ENewsଓଡ଼ିଆ. Retrieved 23 July 2016.
- ↑ "ବାଏ ବାଏ ଦୁବାଇର ମ୍ୟୁଜିକ୍ ରିଲିଜ୍". Odisha Live. 8 August 2016. Retrieved 2 September 2016.[permanent dead link]
- ↑ "Bye Bye Dubai Odia Film all Original Songs,HD Mp4 Video,Wallpaper Free Download". odiasantabanta.in. Archived from the original on 13 July 2016. Retrieved 23 July 2016.
- ↑ "ପରଦାକୁ ଆସିଲା 'ବାଏ ବାଏ ଦୁବାଇ'". Odisha Reporter. 2 September 2016. Retrieved 2 September 2016.