ବୁଦ୍ଧାଦିତ୍ୟ ମହାନ୍ତି
Appearance
ବୁଦ୍ଧାଦିତ୍ୟ ମହାନ୍ତି | |
---|---|
ଜନ୍ମ | ୧୭ ଜାନୁଆରୀ[୧] |
ଜାତୀୟତା | ଭାରତୀୟ |
ବୃତ୍ତି | ଅଭିନେତା |
ସକ୍ରିୟ ବର୍ଷ | ୨୦୦୭-ଏବେଯାଏଁ |
ପ୍ରସିଦ୍ଧି | ଅଭିନୟ |
ବୁଦ୍ଧାଦିତ୍ୟ ମହାନ୍ତି ଜଣେ ଜଣାଶୁଣା ଓଡ଼ିଆ କଥାଚିତ୍ର ଅଭିନେତା ଓ ଦୂରଦର୍ଶନ ଉପସ୍ଥାପକ । ୨୦୦୬ ମସିହାରେ ସେ ଓଡ଼ିଆ କଥାଚିତ୍ର ଆଇ ଲଭ୍ ମାଇଁ ଇଣ୍ଡିଆ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୨]
ପ୍ରାରମ୍ଭିକ ଜୀବନ ଓ ଶିକ୍ଷା
[ସମ୍ପାଦନା]ବୁଦ୍ଧାଦିତ୍ୟ ମହାନ୍ତି କଟକର ଶେଖ ବଜାରଠାରେ ଜନ୍ମ ଗ୍ରହଣ କରିଥିଲେ । ସେ କଟକ ଜିଲ୍ଲାର ଷ୍ଟିଉଆର୍ଟରେ ନିଜର ସ୍କୁଲ ଶିକ୍ଷା ସମାପ୍ତ କରିବା ପରେ , ରେଭେନ୍ସା ବିଶ୍ୱବିଦ୍ୟାଳୟ ଓ ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ନିଜ ଶିକ୍ଷା ସମାପ୍ତ କରିଥିଲେ । ଓଡ଼ିଆ କଥାଚିତ୍ର ଜଗତର ଜଣାଶୁଣା ଅଭିନେତ୍ରୀ ମାଳବିକା ରାୟଙ୍କ ସେ ପୁଅ ଓ ମହାଶ୍ୱେତା ରାୟଙ୍କ ପୁତୁରା । ବୁଦ୍ଧାଦିତ୍ୟ ହିନ୍ଦୀ ଟିଭି ଜଗତର ଜଣେ ଜଣାଶୁଣା ଅଭିନେତା । [୩]
ସିନେମା ଜୀବନ
[ସମ୍ପାଦନା]ବୁଦ୍ଧାଦିତ୍ୟ ୨୦୦୭ ମସିହାରେ ଆଇ ଲଭ ମାଇଁ ଇଣ୍ଡିଆ କଥଚିତ୍ରରୁ, ଓଡ଼ିଆ କଥାଚିତ୍ର ଜଗତରେ ଅଭିନେତା ଜୀବନ ଆରମ୍ଭ କରିଥିଲେ।
ଅଭିନୀତ ସିନେମା
[ସମ୍ପାଦନା]- ଲୋଫର୍ (୨୦୧୧)
- ସଞ୍ଜୁ ଆଉ ସଞ୍ଜନା (୨୦୧୦)
- ତୁ ଥିଲେ ମୋ ଡର କାହାକୁ (୨୦୧୦)
- ପ୍ରେମ ରୋଗୀ (୨୦୦୯)
- ପାଗଳ କରିଛି ପାଉଁଜି ତୋର (୨୦୦୯)
- ନନ୍ଦିନୀ ଆଇ ଲଭ ୟୁ (୨୦୦୮)
- ଆଇ ଲଭ ମାଇଁ ଇଣ୍ଡିଆ (୨୦୦୭)
ଅଭିନୀତ ଧାରାବାହିକ
[ସମ୍ପାଦନା]- ଶ୍ରୀମନ୍ଦିର (୨୦୨୧) - ତରଙ୍ଗ ଟିଭି[୪]
ପୁରସ୍କାର
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "ମାଇଁ ଭୁବନେଶ୍ୱର ସିଟି". Archived from the original on 2011-11-06. Retrieved 2011-10-24.
- ↑ "ବୁଦ୍ଧାଦିତ୍ୟଙ୍କ 'ଆସ୍ତିକ ନାସ୍ତିକ'". ନିର୍ଭୟ. 4 July 2022. p. 10. Archived from the original on 27 October 2022. Retrieved 27 October 2022.
- ↑ ଇନକ୍ରେଡ଼ିବଲ ଓଡ଼ିଶା
- ↑ "ଚର୍ଚ୍ଚାରେ ଶ୍ରୀମନ୍ଦିର" (PDF). ସକାଳ. 26 September 2021. p. 2. Archived from the original (PDF) on 7 November 2021. Retrieved 7 November 2021.