ଶବର

ଉଇକିପିଡ଼ିଆ ରୁ

ଶବର (ସବର ବା ସଉରା) ଭାରତର ଏକ ଆଦିବାସୀ ଜାତି । ସେମାନେ ମୁଖ୍ୟତ ଓଡ଼ିଶା, ଝାଡ଼ଖଣ୍ଡପଶ୍ଚିମବଙ୍ଗରେ ବସବାସ କରିଥାନ୍ତି । ଇଂରେଜ ଶାସନ କାଳରେ ୧୮୭୧ ମସିହାର ଜାତି ମୋକଦମା ନିୟମ ଅନୁସାରେ ସେମାନଙ୍କୁ ଦୋଷୀ ଜାତି ବୋଲି ଅଭିହିତ କରାଯାଇଥିଲା ଯାହା ଆଜି ମଧ୍ୟ କେତେକାଂଶରେ ସେମାନଙ୍କୁ ସମାଜିକତାରୁ ଦୂରେଇ ରଖିଅଛି । [୧][୨]

ଓଡ଼ିଶାରେ ଏମାନଙ୍କୁ ସଉରା ମଧ୍ୟ କୁହାଯାଇଥାଏ । ହିନ୍ଦୁ ପୁରାଣ ମହାଭାରତରେ ଏମାନଙ୍କ ବାବଦରେ ବର୍ଣ୍ଣନା କରାଯାଇଅଛି ।[୩], ପୂର୍ବ ସିଂହଭୂମ ଜିଲ୍ଲାର ମୂଷାବଣି କେତେକ ଅଂଶରେ ଏମାନଙ୍କୁ କରିଆ ବୋଲି କୁହାଯାଇଥାଏ । [୪] ଜଣାଶୁଣା ଲେଖିକା ଓ ଜନସେବିକା ମହାଶ୍ଵେତା ଦେବୀ ବନବାସୀ ସଉରା ମାନଙ୍କ ପାଇଁ କାମ କରିଥିଲେ । [୫]

ଝାଡ଼ଖଣ୍ଡର ସିଂହଭୂମ [୬]ବଙ୍ଗର ମେଦିନୀପୁର ଜିଲ୍ଲା ଏମାନେ ବଣଜଙ୍ଗଲରେ ବସବାସ କରିଥାନ୍ତି ଓ ଚାଷ କାମ ଜାଣିନଥାନ୍ତି ଓ ଜଙ୍ଗଲଜାତ ଖାଦ୍ୟ ଉପରେ ନିର୍ଭର କରିଥାନ୍ତି । ବିଗତ ବର୍ଷ ସବୁରେ ଏସବୁ ଅଞ୍ଚଳରେ ନକ୍ସଲ ରାଜ ଯୋଗୁଁ ପୁଲିସ ଅନେକ ସମୟରେ ଏମାନଙ୍କର ଜଙ୍ଗଲରେ ଗମନାଗମକୁ କଡ଼ାକଡ଼ି କରିଥାଏ । ୨୦୦୪ରେ ମେଦିନୀପୁରର ୫ ଜଣ ଶବର ଖାଇବାକୁ ନପାଇ ମୃତ୍ୟୁ ବରଣ କରିଥିଲେ ।[୭]

ଆଗକୁ ପଢ଼ିବେ[ସମ୍ପାଦନା]

ଆଧାର[ସମ୍ପାଦନା]

ବାହାର ଲିଙ୍କ[ସମ୍ପାଦନା]