ମହାନଦୀ
ମହାନଦୀ | |
ନଦୀ | |
ମହାନଦୀ
| |
ନାମର ଉତ୍ପତ୍ତି: ସଂସ୍କୃତ ଭାଷାରୁ "ମହା'" (great) and "ନଦୀ" (river) | |
ଦେଶ | ଭାରତ |
---|---|
ଅଂଶ ଗୁଡ଼ିକ | ଛତିଶଗଡ଼଼, ମଧ୍ୟ ପ୍ରଦେଶ, ଓଡ଼ିଶା |
ଅଞ୍ଚଳ | ଦଣ୍ଡକାରଣ୍ୟ, ଦକ୍ଷିଣ କୋଶଳ ରାଜ୍ୟ |
ପ୍ରଶାସନିକ କ୍ଷେତ୍ର ଗୁଡ଼ିକ | ବେଟୁଲ ଜିଲ୍ଲା, ରାୟପୁର, ଜଞ୍ଜଗିର, ବିଳାସପୁର, ସମ୍ବଲପୁର, ସୋନପୁର, ବୌଦ୍ଧ, ଅନୁଗୋଳ, କଟକ, କେନ୍ଦ୍ରାପଡ଼ା |
Tributaries | |
- left | Seonath, Telen, ଇବ୍ |
Cities | ସମ୍ବଲପୁର, କଟକ, ସୋନପୁର, ବିରମହାରାଜପୁର |
Landmarks | ସାତକୋସିଆ ଗଣ୍ଡ, Sonapur Lanka, Hookitola Falls |
Source | |
- location | ସିଂହବା, ଧମତରି, ଦଣ୍ଡକାରଣ୍ଯ, ଛତିଶଗଡ଼଼, ଭାରତ |
- elevation | ୮୭୭ m (୨,୮୭୭ ft) |
- coordinates | 20°07′N 81°55′E / 20.11°N 81.91°E |
Mouth | |
- location | False Point, କେନ୍ଦ୍ରାପଡ଼ା, Delta, ଓଡ଼ିଶା, ଭାରତ |
- elevation | ୦ m (୦ ft) |
Length | ୮୫୮ km (୫୩୩ mi) |
Basin | ୧,୪୧,୬୦୦ km2 (୫୪,୬୭୨ sq mi) |
Discharge | for ଓଡ଼ିଶା |
- average | ୨,୧୧୯ m3/s (୭୪,୮୩୨ cu ft/s) |
- max | ୫୬,୭୦୦ m3/s (୨୦,୦୨,୩୪୨ cu ft/s) |
ମହାନଦୀ ଓଡ଼ିଶାର ବଡନଦୀ। ଛତିଶଗଡ଼଼ର ଅମରକଣ୍ଟକ ମାଳଭୁମିରୁ (ଧମତରି ଜିଲ୍ଲା) ବାହାରି ଏହା ଝାରସୁଗୁଡ଼ା ଜିଲ୍ଲାରେ ଓଡ଼ିଶାକୁ ପ୍ରବେଶ କରିଛି । ଏହାର ଦୈର୍ଘ୍ୟ ୮୫୮ କି.ମି । [୧] ଏହା ପାରାଦ୍ୱୀପ ନିକଟସ୍ଥ ବତିଘରର ଦକ୍ଷିଣରେ ବଙ୍ଗୋପ ସାଗରରେ ପଡ଼ିଛି । ଏହା ଭାରତର ୬ଷ୍ଠ ବୃହତ୍ତମ ନଦୀ । ଓଡ଼ିଶାରେ ଏହାର ଦୈର୍ଘ୍ୟ ୪୯୪ କି.ମି. । ବୌଦ୍ଧ ଜିଲ୍ଲାର ସୁନାଖଣିଆରୁ ଦଶପଲ୍ଲାର ବଡମୂଳ ଘାଟି ମଧ୍ୟରେ ଏହା ଏକ ଗଭୀର ଗଣ୍ଡ ସୃଷ୍ଟିକରିଛି । ଏହାକୁ ସାତକୋଶିଆ ଗଣ୍ଡ କୁହାଯାଏ । ଓଡ଼ିଶା ଭିତରେ ତେଲ୍ ଓ ଇବ୍ ମହାନଦୀର ଦୁଇଟି ଉପନଦୀ । ଏହାର ଶାଖାନଦୀମାନ ହେଲେ କାଠଯୋଡି, କୁଆଖାଇ, ବିରୁପା, ଦେବୀ, ଦୟା, ଭାର୍ଗବୀ, କୁଶଭଦ୍ରା, ଚିତ୍ରୋତ୍ପଳା, ଧନୁଆ ଓ ଲୁଣୀ । ମହାନଦୀର ସବୁଠାରୁ ଗଭୀର ପାଣି ଥିବା ଜାଗା, ସାତକୋଶିଆ ଗଣ୍ଡ ।
ପୌରାଣିକ
[ସମ୍ପାଦନା]କୁହାଯାଏ ପ୍ରାଚୀନ କାଳରେ ମହାନଦୀର ନାମ ଚିତ୍ରୋତ୍ପଳା ଥିଲା । ପୁରାଣ ଅନୁସାରେ ମହାନଦୀ ଓ ତାର ଉପନଦୀ ପ୍ରାଚୀନ ଶୁକ୍ଲମତ ପର୍ବତରୁ ବାହାରିଥିଲା । ଭିଷ୍ମପର୍ବରେ ବର୍ଣ୍ଣନା ଅନୁସାରେ ଚିତ୍ରୋତ୍ପଳାର ପାଣି ଭାରତୀୟମାନେ ପିଉଥିଲେ । ଅର୍ଥାତ ମହାଭାରତ ସମୟରେ ମହାନଦୀ କୂଳରେ ଆର୍ଯ୍ୟମାନେ ରହୁଥିଲେ ।
ବ୍ୟବହାର
[ସମ୍ପାଦନା]ବନ୍ୟା ନିୟନ୍ତ୍ରଣ,ଜଳ ବିଦ୍ୟୁତ ଉତ୍ପାଦନ ଓ ଜଳସେଚନ ଉଦ୍ଧେଶ୍ୟରେ ହୀରାକୁଦଠାରେ ଏକ ଡ୍ୟାମ ଓ ଜୋବ୍ରାଠାରେ ଏକ ବ୍ୟାରେଜ ନିର୍ମାଣ କରାଯାଇ କୂତ୍ରିମ ଜଳଭଣ୍ଡାର ସୃଷ୍ଟି କରାଯାଇଛି ।
ମହାନଦୀ ଜଳ ବିବାଦ
[ସମ୍ପାଦନା]ମହାନଦୀ ବେସିନର ସମୁଦାୟ ଜଳ ସଂଗୃହୀତ କ୍ଷେତ୍ରଫଳ ମଧ୍ୟରୁ ୫୪% ଛତିଶଗଡ଼଼ରେ ଥିବା ବେଳେ ୪୬% ଓଡ଼ିଶାରେ ଅବସ୍ଥିତ । ମହାନଦୀ ବର୍ଷାଋତୁରେ ଗଙ୍ଗା ସମାନ ଜଳ ନିଷ୍କାସନ କରିଥାଏ । ଖରାଦିନେ ଶୁଷ୍କ ହୋଇ କ୍ଷୀଣ ହୋଇଯାଏ । ଓଡ଼ିଶାରେ ବନ୍ୟା ସୃଷ୍ଟିର କାରଣ ସାଜୁଥିବାରୁ ୧୯୫୩ ମସିହାରେ ହୀରାକୁଦ ନଦୀବନ୍ଧ ସ୍ଥାପନ ହେବା ପୂର୍ବରୁ ମହାନଦୀ ଓଡ଼ିଶାର ଦୁଃଖ ଭାବେ ଅଭିହିତ ହେଉଥିଲା ।
ହୀରାକୁଦ ନଦୀବନ୍ଧକୁ ଆଗମନ ହେଉଥିବା ମହାନଦୀ ଜଳର ହାରାହାରି ମାତ୍ରା ୪୪,୭୭୩ ଅୟୁତ ଘନ ମିଟର (MCM) । ଏଥିରୁ ୩୫,୩୦୮ ଅୟୁତ ଘନ ମିଟର ଜଳ ବା ୯୦% ଜଳ ଛତିଶଗଡ଼଼ରୁ ଆସିଥାଏ । ଛତିଶଗଡ଼଼ ୯,୦୦୦ ଅୟୁତ ଘନ ମିଟର ଜଳ ନିଜ ଶିଳ୍ପ ଓ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ବ୍ୟବହାର କରିଥାଏ । ଅନ୍ୟ ପକ୍ଷରେ ଓଡ଼ିଶା ଯୁକ୍ତି ବାଢ଼େ ଯେ, ପାକ୍ଷିକ ଭାବେ ଛତିଶଗଡ଼଼ ତିନୋଟି ବ୍ୟାରେଜ ନିର୍ମାଣ କରି ଜଳ ପ୍ରବାହକୁ କ୍ଷୀଣ କରିଦେଇଛି ଯାହା ଫଳରେ ହୀରାକୁଦ ଜଳ ଭଣ୍ଡାର ଗ୍ରୀଷ୍ମ ଦିନେ ପ୍ରଭାବିତ ହେଉଛି । ପୁରାତନ କାଳରୁ ମହାନଦୀ ଜଳ ଓଡ଼ିଶା ବ୍ୟବହାର କରିଆସୁଥିବାରୁ ମହାନଦୀ ଜଳ ଉପରେ ଓଡ଼ିଶାର ସମ୍ପୂର୍ଣ୍ଣ ଅଧିକାର ଅଛି ଏବଂ ଛତିଶଗଡ଼଼ର ଯୋଜନାବଦ୍ଧ ଜଳଧାରା ପରିବର୍ତ୍ତନ ଓଡ଼ିଶାର କୃଷି ଓ ଅର୍ଥନୀତି ଉପରେ ବ୍ୟାପକ ପ୍ରଭାବ ପକାଇବ ବୋଲି । ଛତିଶଗଡ଼଼ ଯୁକ୍ତି କରେ ଯେ, ଉପର ମୁଣ୍ଡରେ ବ୍ୟାରେଜ ମହାନଦୀ ଜଳର ସମାନ ବଣ୍ଟନ କରିବ ଯେଉଁଥିପାଇଁ ଛତିଶଗଡ଼଼ ଏଯାବତ ଚିନ୍ତା କରିନଥିଲା । ମହାନଦୀ ଜଳ ଉପରେ ତାହାର ମଧ୍ୟ ସମାନ ଅଧିକାର ଅଛି । ଏଥିରୁ ହିଁ ମହାନଦୀ ଜଳ ବିବାଦର ସୂତ୍ରପାତ ହେଲା ।[୨]
ଛତିଶଗଡ଼ ଓ ଓଡ଼ିଶା ମଧ୍ୟରେ ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବାହ ଉପରେ ବୁଝାମଣା ନାହିଁ ବୋଲି ଜଣାଯାଏ । ଓଡ଼ିଶା ତରଫରୁ ଥରକୁ ଥର 'ମହାନଦୀ ବଞ୍ଚାଅ' ବିକ୍ଷୋଭ ହୋଇଥିଲା । ୨୦୧୬ ମସିହା ଶେଷ ସୁଦ୍ଧା ଏହାର କୌଣସି ସମାଧାନ ହୋଇପାରିନଥିଲା । ୨୦୧୭ ମସିହା ବେଳକୁ ବିଜେପି ଓ ବିଜେଡ଼ି ମଧ୍ୟରେ ରାଜନୈତିକ ବିବାଦ ବଢ଼ିବା ସହିତ ଓଡ଼ିଶା ସରକାର ଓ ଛତିଶଗଡ଼଼ ସରକାରଙ୍କ ମଧ୍ୟରେ ମହନଦୀକୁ ନେଇ ଜଳ ବିବାଦ ଘନୀଭୂତ ହୋଇଥିଲା । ଏଥିସହ କେନ୍ଦ୍ର ନିକଟରେ ଓଡ଼ିଶା ସରକାର ଜଳ ବିବାଦ ସମାଧାନ ପାଇଁ ଗୁହାରି କରିଥିଲେ । ଛତିଶଗଡ଼଼ଦ୍ୱାରା ମହାନଦୀର ଉପର ମୁଣ୍ଡରେ ୬ଟି ନିର୍ମାଣାଧୀନ ବ୍ୟାରେଜର କାମକୁ ରୋକିବା ପାଇଁ ଓଡ଼ିଶା ତରଫରୁ ଏକ ପତ୍ର ମାଧ୍ୟମରେ ଦାବି ହୋଇଥିଲା ।[୩]
ଟ୍ରିବ୍ୟୁନାଲ ଗଠନ
[ସମ୍ପାଦନା]ମହାନଦୀ ଉପର ମୁଣ୍ଡରେ ଛତିଶଗଡ଼଼ର ବେଆଇନ ବ୍ୟାରେଜ ନିର୍ମାଣକୁ ବିରୋଧ କରି ଓଡ଼ିଶା ପକ୍ଷରୁ ଆନ୍ତଃରାଜ୍ୟ ଜଳବିବାଦ ଆଇନ-୧୯୫୬ର ଧାରା ୩ ଅନୁସାରେ କେନ୍ଦ୍ର ଜଳସମ୍ପଦ ମନ୍ତ୍ରାଳୟ ନିକଟରେ ପିଟିସନ ଦାଖଲ କରିଥିଲେ । ଓଡ଼ିଶାର ଏହି ଆବେଦନ ପରେ କେନ୍ଦ୍ର ଏକ ବୁଝାମଣା କମିଟି ଗଠନ କରିଥିଲେ । ଯେଉଁ କମିଟି ଦୁଇଗୋଟି ବୈଠକ ଡକାଇଥିଲେ, ଏଥିରେ ଓଡ଼ିଶା ସରକାର ଯୋଗ ଦେଇନଥିବାରୁ କୌଣସି ସୁଫଳ ମିଳିପାରିନଥିଲା । ଫଳରେ ଟ୍ରିବ୍ୟୁନାଲ ଗଠନ ଜିଦରେ ଅଟଳ ଓଡ଼ିଶା ୨୦୧୭ରେ ସର୍ବୋଚ୍ଚ ନ୍ୟାୟାଳୟରେ ଏକ ମାମଲା ଦାଏର କରିଥିଲେ । ଓଡ଼ିଶା ପକ୍ଷରୁ ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଅରିଜିନାଲ ସୁଟ ଦାଖଲ କରାଯାଇଥିଲା।[୪] ଟ୍ରିବ୍ୟୁନାଲ ଗଠନରେ ବିଳମ୍ବ ହୁଏ ତାହେଲେ ଏହାର ଲାଭ ଛତିଶଗଡ଼଼ ଉଠାଇବା ସହ ଓଡ଼ିଶା କ୍ଷତିଗ୍ରସ୍ତ ହେବ ବୋଲି ଓଡ଼ିଶା କହିଥିଲା ।[୫]୨୦୧୮ ଜାନୁଆରୀ ୨୩ରେ ସୁପ୍ରିମକୋର୍ଟ ବିଚାରପତି ଏସ ଏ ବବଦେ ଓ ଏଲ ନାଗେଶ୍ୱରଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଏକ ମାସ ମଧ୍ୟରେ ଟ୍ରିବ୍ୟୁନାଲ ଗଠନ ପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ ।[୬]କୋର୍ଟଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ର, ବିଚାରପତି ଖାନବିଲକରଙ୍କ ଅଧ୍ୟକ୍ଷତାରେ ଟ୍ରିବ୍ୟୁନାଲ ଗଠନ କରିଥିଲେ । ଏଥିରେ ସଦସ୍ୟ ଭାବେ ପାଟଣା ଉଚ୍ଚନ୍ୟାୟାଳୟର ବିଚାରପତି ଡକ୍ଟର ରବି ରଞ୍ଜନ ଏବଂ ଦିଲ୍ଲୀ ଉଚ୍ଚନ୍ୟାୟାଳୟ ବିଚାରପତି ଇନ୍ଦ୍ରମିତ କୌର ଅଛନ୍ତି । [୭] ସମ୍ପୂର୍ଣ୍ଣ ମହାନଦୀ ଶଯ୍ୟାରେ ଥିବା ଜଳର ପରିମାଣ, ପ୍ରତ୍ୟେକ ରାଜ୍ୟର ଯୋଗଦାନ, ପ୍ରତ୍ୟେକ ରାଜ୍ୟରେ ବର୍ତ୍ତମାନ ଜଳ ସମ୍ପଦର ଉପଯୋଗ ଏବଂ ଭବିଷ୍ୟତର ବିକାଶ ଲାଗି ରହିଥିବା ସମ୍ଭାବନା ଆଧାରରେ ଟ୍ରିବ୍ୟୁନାଲ ଏଥିପ୍ରତି ବିଚାର କରିବେ । ଆଇଏସଆରଡବ୍ଲ୍ୟୁଡି ଆଇନରେ ରହିଥିବା ବ୍ୟବସ୍ଥା ଅନୁଯାୟୀ ଟ୍ରିବ୍ୟୁନାଲଙ୍କ କାର୍ଯ୍ୟକାଳ ୩ ବର୍ଷ ରହିବ ଏବଂ ଆବଶ୍ୟକତା ସ୍ଥଳେ ଏହାକୁ ଆହୁରି ୨ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ ।[୮] ଟ୍ରାଇବୁନାଲର ମୁଖ୍ୟାଳୟ ନୂଆଦିଲ୍ଲୀଠାରେ ରହିବ ବୋଲି ସ୍ଥିର କରାଯାଇଥିଲା ।[୯]
ଶୁଣାଣି
[ସମ୍ପାଦନା]ପ୍ରତିକ୍ରିୟା
[ସମ୍ପାଦନା]ଯେଉଁଠି ଛତିଶଗଡ଼଼ ସରକାର ନିଜ ଜଳ ସମ୍ପଦକୁ ସୁବିନିଯୋଗ କରିବାରେ ବହୁତ ପୂର୍ବରୁ ପଦକ୍ଷେପ ନେବା ଆରମ୍ଭ କରିସାରିଛନ୍ତି, ନବୀନ ସରକାର ତାଙ୍କର ୨୦ ବର୍ଷ ଶାସନକାଳ ସମୟରେ ମହାନଦୀ ଉପରେ କୌଣସି ବି ଉନ୍ନୟନ ମୂଳକ କାର୍ଯ୍ୟ କରିନାହାଁନ୍ତି ଓ ଜଳ ସଂରକ୍ଷଣ ନକରି ସମୁଦ୍ରକୁ ବହିଯିବାକୁ ଦେଇଛନ୍ତି । କେବଳ ମହାନଦୀ ନୁହେଁ ରାଜ୍ୟର ଅନ୍ୟ ନଦୀର ଜଳସମ୍ପଦକୁ ସୁବିନିଯୋଗ ନକରି ରାଜ୍ୟ ସରକାର ଅନ୍ୟ ଉପରେ ଦୋଷ ଲଦି ଖସିଯିବାକୁ ବସିଛନ୍ତି ଓ କେବଳ ନିର୍ବାଚନ ପାଇଁ ବିଜେଡି ମହାନଦୀ ପ୍ରସଙ୍ଗକୁ ଉଠାଇ ଲୋକଙ୍କୁ ବିଭ୍ରାନ୍ତି କରି ଚାଲିଛି ବୋଲି ବିଜେପି ପକ୍ଷରୁ ସମାଲୋଚନା କରାଯାଇଥିଲା ।[୧୦]
ମହାନଦୀ ଓ ଏହାର ଶାଖା ନଦୀଗୁଡ଼ିକରେ ରାଜ୍ୟ ସରକାର ୨୯ଟି ମଧ୍ୟମ, ବୃହତ ବ୍ୟାରେଜ ଓ ଆନିକଟ ନିର୍ମାଣ କରିବାକୁ ଯୋଜନା କରିଛନ୍ତି ବୋଲି ୨୦୧୮ ମେ ୧୨ତାରିଖରେ ଜଳ ସମ୍ପଦ ସଚିବ ପ୍ରଦୀପ ଜେନା କହିଥିଲେ । ମହାନଦୀର ତଳମୁଣ୍ଡରେ ବ୍ୟାରେଜ ଓ ଆନିକଟ ନିର୍ମାଣ କରିବାକୁ ୭ଟି ସ୍ଥାନ ଚିହ୍ନଟ କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି, କେନ୍ଦ୍ର ସରକାରଙ୍କ ପରିବେଶ ଓ ଜଙ୍ଗଲ ବିଭାଗଠାରୁ ଅନୁମତି, କେନ୍ଦ୍ରୀୟ ଜଳ ଆୟୋଗ(ସିଡବ୍ଲ୍ୟୁସି) ଏବଂ କେନ୍ଦ୍ର ଆଦିବାସୀ ମନ୍ତ୍ରଣାଳୟଠାରୁ ଅନୁମତି ମିଳିବା ପରେ ଆକ୍ସନ ପ୍ଲାନ ପ୍ରସ୍ତୁତ ହେବ । ଖଇରାମାଳଠାରେ ଏକ ବ୍ୟାରେଜ ନିର୍ମାଣ କରାଯିବାକୁ ନିଷ୍ପତ୍ତି ହୋଇଥିବାବେଳେ ୨ଟି ବୃହତ ନଦୀବନ୍ଧ ପ୍ରକଳ୍ପ ଇବ ଓ ଅଙ୍ଗ କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ, ଚିଲିକାର ଜଳରାଶି ଓ ଜୈବ ବିବିଧତା ବଜାୟ ରଖିବା ପାଇଁ ମହାନଦୀର ଶାଖାନଦୀ କାଠଯୋଡ଼ିରୁ ବାହାରିଥିବା କୁଆଖାଇ, କୁଶଭଦ୍ରା ଓ ଭାର୍ଗବୀ ନଦୀ ଜଳ ପରିଚାଳନା ପାଇଁ ସ୍ୱତନ୍ତ୍ର ଯୋଜନା କରାଯିବା ନିଷ୍ପତ୍ତି ନିଆଯାଇଥିବାର ଘୋଷଣା କରିଥିଲେ ।[୧୧]
ମହାନଦୀ ବଞ୍ଚାଅ ଦ୍ୱିତୀୟ ପର୍ଯ୍ୟାୟ ଆନ୍ଦୋଳନ
[ସମ୍ପାଦନା]୨୦୧୮ମେ ୧୬ରୁ ମହାନଦୀ ଉପକୂଳବର୍ତ୍ତୀ ୧୫ଟି ଜିଲ୍ଲାମାନଙ୍କରେ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ବିଜେଡ଼ି ତରଫରୁ ମହାନଦୀ ବଞ୍ଚାଅ ଆନ୍ଦୋଳନ ଡାକରା ଦିଆଯାଇଥିଲା । ବରଗଡ଼ ଓ ଝାରସୁଗୁଡ଼ାରୁ ଆରମ୍ଭ କରି ପାରାଦୀପଠାରେ ଶେଷ ହେବ ।[୧୨]
ଆଧାର
[ସମ୍ପାଦନା]- ↑ http://www.britannica.com/EBchecked/topic/357908/Mahanadi-River
- ↑ ‘Mahanadi row must be settled politically’ https://m.timesofindia.com/city/bhubaneswar/mahanadi-row-must-be-settled-politically/amp_articleshow/64141000.cms?utm_campaign=andapp&utm_medium=referral&utm_source=twitter.com&__twitter_impression=true
- ↑ ମହାନଦୀ ଜଳ ବିବାଦ ମାମଲାରେ ପ୍ରଧାନମନ୍ତ୍ରୀକୁ ଚିଠି ଲେଖିଲେ ନବୀନ https://www.fastmailtv.com/news/amp/odisha/cm-writes-to-pm/6384[permanent dead link]
- ↑ ମହାନଦୀ ଜଳ ବିବାଦ ପ୍ରସଙ୍ଗ: ଟ୍ରିବ୍ୟୁନାଲ ଅଧ୍ୟକ୍ଷଙ୍କୁ ଟିଓଆର ହସ୍ତାନ୍ତର http://sambad.in/india-and-beyond/mahanandi-water-issue-123283/
- ↑ http://www.janatakhabar.in/ରାଜ୍ୟ/ମହାନଦୀ-ଜଳ-ବିବାଦ-ତୁରନ୍ତ-ଟ୍/
- ↑ ମହାନଦୀ ଜଳ ବିବାଦ ମାମଲା: ଏକ ମାସ ମଧ୍ୟରେ ଟ୍ରିବ୍ୟୁନାଲ ଗଠନ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ http://www.dharitri.com/main/news/19163
- ↑ ଟ୍ରିବ୍ୟୁନାଲ ଅଧ୍ୟକ୍ଷଙ୍କୁ ଅବଗତ କରାଇଲା କେନ୍ଦ୍ର - ଧରିତ୍ରୀ ୧୮ ଏପ୍ରିଲ ୨୦୧୮ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୫
- ↑ http://www.pmindia.gov.in/ory/news_updates/ମହାନଦୀ-ଜଳ-ବିବାଦ-ଟ୍ରିବ୍ୟୁ/
- ↑ ଗଠନ ହେଲା ମହାନଦୀ ଜଳ ବିବାଦ ଟ୍ରାଇବୁନାଲ http://www.samajalive.in/a-42/2662.html
- ↑ ମହାନଦୀ ପ୍ରସଙ୍ଗକୁ ନେଇ ଶାସକ ବିଜେଡିର ଆଚରଣ ହାସ୍ୟାସ୍ପଦ: ବିଜେପି h ମହାନଦୀ ପ୍ରସଙ୍ଗକୁ ନେଇ ଶାସକ ବିଜେଡିର ଆଚରଣ ହାସ୍ୟାସ୍ପଦ: ବିଜେପିhttp://odiapua.com/ମହାନଦୀ-ପ୍ରସଙ୍ଗକୁ-ନେଇ-ଶାସ/[permanent dead link]
- ↑ ମହାନଦୀ ତଳମୁଣ୍ଡରେ ନିର୍ମାଣ ହେବ ୭ ବୃହତ ବ୍ୟାରେଜ http://www.dharitri.com/main/news/36794
- ↑ ମହାନଦୀ ମହାସଂଗ୍ରାମ : ମେ ୧୬ରୁ ବିଜେଡ଼ିର ଜନ ଜାଗରଣ ଯାତ୍ରା https://m.dailyhunt.in/news/india/oriya/odisha+live-epaper-odishliv/mahanadi+mahasangrama+me+16ru+bijedira+janajagarana+yatra-newsid-86976203?listname=topicsList&index=0&topicIndex=0&mode=pwa
ଅଧିକ ତଥ୍ୟ
[ସମ୍ପାଦନା]- Bargarh district topography
- Burnt paddy and dead fish Archived 2008-12-03 at the Wayback Machine.
- Orissa Govt. blamed for declining quality of river water Archived 2011-01-20 at the Wayback Machine.
- Mahanadi River Archived 2004-11-04 at the Wayback Machine.