ସିନ୍ଦୂର (ଓଡ଼ିଆ କଥାଚିତ୍ର)
ଦେଖଣା
(Sindura (Odia Film)ରୁ ଲେଉଟି ଆସିଛି)
ସିନ୍ଦୂର | |
---|---|
ନିର୍ଦ୍ଦେଶକ | ସୀମାଞ୍ଜଳ ନାୟକ |
ପ୍ରଯୋଜକ | ପ୍ରଣୟ ଜେଠୀ |
ସଂଳାପ | ରଜନୀ ରଞ୍ଜନ |
ଚିତ୍ରନାଟ୍ୟ | ରଜନୀ ରଞ୍ଜନ |
କାହାଣୀ | ସୀମାଞ୍ଜଳ ନାୟକ |
କଳାକାର | ସିଦ୍ଧାନ୍ତ ମହାପାତ୍ର ନମ୍ରତା ଥାପା ଅନୁ ଚୌଧୁରୀ ମୀନକେତନ ନମ୍ରତା ଦାସ ସରୋଜ ଦାସ ବ୍ରଜ ସିଂହ |
ସଙ୍ଗୀତ | ବଦ୍ରିନାରାୟଣ ମହାନ୍ତି |
ମୁକ୍ତିଲାଭ ତାରିଖ | ୨୦୧୪ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ସିନ୍ଦୂର, ୨୦୧୪ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପ୍ରଣୟ ଜେଠୀ ।[୧] ସୀମାଞ୍ଜଳ ନାୟକ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧][୨] ରଜନୀ ରଞ୍ଜନ କଥାଚିତ୍ରଟିର ସଂଳାପ ଏବଂ ଚିତ୍ରନାଟ୍ୟ ରଚନା କରିଥିଲେ । ବଦ୍ରିନାରାୟଣ ମହାନ୍ତି କଥାଚିତ୍ରଟିରେ ସ୍ୱର ସଂଯୋଜନା କରିଥିଲେ ।[୨] ଅରୁଣ ମନ୍ତ୍ରୀ ଏବଂ ଯତିନ୍ଦ୍ର ପ୍ରଧାନ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କିରଥିଲେ ସିଦ୍ଧାନ୍ତ ମହାପାତ୍ର ଏବଂ ନମ୍ରତା ଥାପା ।[୨] ଅନୁ ଚୌଧୁରୀ, ମୀନକେତନ, ନମ୍ରତା ଦାସ, ସରୋଜ ଦାସ, ବ୍ରଜ ସିଂହ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧]
ଅଭିନୟ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବଦ୍ରିନାରାୟଣ ମହାନ୍ତି ।[୧] ଅରୁଣ ମନ୍ତ୍ରୀ ଏବଂ ଯତିନ୍ଦ୍ର ପ୍ରଧାନ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|---|---|
1. | "ଆଖିକୁ କାନ୍ଦିବା ମନା" | |
2. | "ବିଜ୍ଲି ରାଣୀ ମୁଁ" | |
3. | "ଦିଲ୍ ମୋର ବୋଲେ ଲଭ୍ ୟୁ" | |
4. | "ହରେ କ୍ରିଷ୍ଣ ହରେ ରାମ" | |
5. | "କେହି ଜଣେ ଚାହିଁ ଦେଲା" |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ "SINDURA BY SIMANCHAL NAYAK INDIA". The Lunchbox Media. Archived from the original on 3 July 2018. Retrieved 3 July 2018.
- ↑ ୨.୦ ୨.୧ ୨.୨ "Sindura". Nua Odisha. Archived from the original on 26 June 2018. Retrieved 3 July 2018.
- ↑ "ଦୁଇଟିରେ ଅନୁଭବଙ୍କ ସାଥ୍ ପାଇଛନ୍ତି ନମ୍ରତା". ନିର୍ଭୟ. 29 August 2022. p. 10. Archived from the original on 25 September 2023. Retrieved 25 September 2023.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ସିନ୍ଦୂର