ସଞ୍ଜୟ ଭୋଇ
ସଞ୍ଜୟ ଭୋଇ | |
---|---|
ସାଂସଦ: ୧୫ଶ ଲୋକ ସଭା | |
କାର୍ଯ୍ୟକାଳ ୨୦୦୯ – ୨୦୧୪ | |
ପର ଅଧିକାରୀ | ପ୍ରଭାସ କୁମାର ସିଂହ |
ନିର୍ବାଚନ ମଣ୍ଡଳୀ | ବରଗଡ଼ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ପାଇକମାଳ, ବରଗଡ଼ | ୧୧ ମାର୍ଚ୍ଚ ୧୯୭୪
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜନତା ପାର୍ଟି |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଭାରତୀୟ ଜାତୀୟ କଂଗ୍ରେସ |
ବାପା/ବୋଉ | କୃପାସିନ୍ଧୁ ଭୋଇ (ବାପା) ସୂର୍ଯ୍ୟକୁମାରୀ ଭୋଇ (ମାଆ) |
ଶିକ୍ଷାନୁଷ୍ଠାନ | ଦିଲ୍ଲୀ ବିଶ୍ୱବିଦ୍ୟାଳୟ |
ବୃତ୍ତି | ରାଜନେତା |
ପେଷା | ଆଇଟି |
ସଞ୍ଜୟ ଭୋଇ (ଜନ୍ମ: ୧୧ ମାର୍ଚ୍ଚ ୧୯୭୪) ଜଣେ ଭାରତୀୟ ରାଜନେତା । ସେ ୨୦୦୯ ଭାରତୀୟ ସାଧାରଣ ନିର୍ବାଚନରେ ବରଗଡ଼ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ୧୫ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ପ୍ରାରମ୍ଭିକ ଜୀବନ ଓ ଶିକ୍ଷା
[ସମ୍ପାଦନା]ସଞ୍ଜୟ ୧୯୪୯ ମସିହାର ମାର୍ଚ୍ଚ ୧୧ ତାରିଖରେ ବରଗଡ଼ ଜିଲ୍ଲାର ପାଇକମାଳ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା କୃପାସିନ୍ଧୁ ଭୋଇ ଜଣେ ସାଂସଦ ଭାବରେ ସମ୍ବଲପୁରରୁ ଲୋକ ସଭାକୁ ୪ ଥର ନିର୍ବାଚିତ ହୋଇଥିଲେ ।[୨] ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ଗ୍ରହଣ କରିଥିଲେ ଏବଂ ଜଣେ ଆଇଟି ଇଞ୍ଜିନିୟର୍ ଭାବରେ କାମ କରୁଥିଲେ ।
ରାଜନୈତିକ ଜୀବନ
[ସମ୍ପାଦନା]ସଞ୍ଜୟ ତାଙ୍କ ବାପାଙ୍କ ମୃତ୍ୟୁ ପରେ ଓଡ଼ିଶା ଫେରି ଆସିଥିଲେ ଏବଂ ପଶ୍ଚିମ ଓଡ଼ିଶାର ବିଭିନ୍ନ ପଛୁଆ ବର୍ଗ ଅଞ୍ଚଳରେ ଉନ୍ନତି ପାଇଁ କାମ କରୁଥିଲେ । ସେ ଓଡ଼ିଶାର ଅନାହାରରେ ମୃତ୍ୟକୁ ରୋକିବା ଦିଗରେ କାମ କରୁଥିଲେ ।[୩] ସେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ ରାଜନୀତି ଆରମ୍ଭ କରିଥିଲେ । ଡିସେମ୍ବର ୨୦୨୨ରେ ସେ କଂଗ୍ରେସ ଛାଡ଼ି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ ।[୪][୫]
୨୦୦୯ ଭାରତୀୟ ସାଧାରଣ ନିର୍ବାଚନରେ ସେ କଂଗ୍ରେସର ପ୍ରାର୍ଥୀ ଭାବରେ ବରଗଡ଼ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ[୨] ଏବଂ ଏହି ନିର୍ବାଚନରେ ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କୁ ଏକ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ପରାସ୍ତ କରି ୧୫ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୬]
୨୦୧୪ ଭାରତୀୟ ସାଧାରଣ ନିର୍ବଚନରେ ସେ କଂଗ୍ରେସର ପାର୍ଥୀ ଭାବରେ ବରଗଡ଼ରୁ ନିର୍ବାଚନ ଲଢ଼ିଥିଲେ, ମାତ୍ର ଏହି ନିର୍ବାଚନରେ ସେ ସମୁଦାୟ ୨,୭୪,୬୧୦ ଖଣ୍ଡ ଭୋଟ ପାଇ ୩ୟ ସ୍ଥାନରେ ରହିଥିଲେ[୭] ଏବଂ ବିଜୁ ଜନତା ଦଳର ପ୍ରାର୍ଥୀ ପ୍ରଭାସ କୁମାର ସିଂହ ୧୬ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୮]
୨୦୨୪ ଭାରତୀୟ ସାଧାରଣ ନିର୍ବାଚନରେ, ସେ ବରଗଡ଼ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୯୩,୫୫୧ ଖଣ୍ଡ ଭୋଟ ପାଇ ୩ୟ ସ୍ଥାନରେ ଥିଲେ ଏବଂ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ଠାରୁ ୬,୨୨,୮୦୮ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।[୯]
ଆଧାର
[ସମ୍ପାଦନା]- ↑ "Shri Sanjay Bhoi - Members of Parliament (Lok Sabha) - Who's Who - Government: National Portal of India". Retrieved 2010-04-20.
- ↑ ୨.୦ ୨.୧ "Odisha: Ex-Congress MP Sanjay Bhoi joins BJP ahead of Padampur bypoll". The Times of India. 2022-12-02. ISSN 0971-8257. Retrieved 2023-09-05.
- ↑ "Sanjay Bhoi on starvation deaths in Orissa". governancenow.com. Retrieved 2010-04-20.
- ↑ "ବିଜେପିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ସାଂସଦ । ପଦ୍ମପୁର ଉପନିର୍ବାଚନ ପୂର୍ବରୁ ପଦ୍ମ ଧରିଲେ ସଞ୍ଜୟ ଭୋଇ । | Kanak News" (in ଆମେରିକୀୟ ଇଂରାଜୀ). 2022-12-01. Retrieved 2023-09-05.
- ↑ "ମୋଦୀଙ୍କ ବିକାଶ ଦେଖି ମୁଁ ବିଜେପିରେ ଯୋଗଦେଲି : ସଞ୍ଜୟ ଭୋଇ". argusnews.in (in ଇଂରାଜୀ). Retrieved 2023-09-05.
- ↑ "List of Winning Candidates" (PDF). Retrieved 2010-04-20.
- ↑ "Odisha: Former Congress MP Sanjay Bhoi joins BJP ahead of Padampur bypoll" (in ଆମେରିକୀୟ ଇଂରାଜୀ). 2022-12-01. Retrieved 2023-09-05.
- ↑ "SANJAY BHOI : Bio, Political life, Family & Top stories". The Times of India. Retrieved 2023-09-05.
- ↑ "2024 Indian General Election Results: Bargarh (Odisha)". Election Commission of India. Retrieved 6 June 2024.