Jump to content

ରମେଶ ଚନ୍ଦ୍ର ମାଝି

ଉଇକିପିଡ଼ିଆ‌ରୁ
(Ramesh Chandra Majhiରୁ ଲେଉଟି ଆସିଛି)
ରମେଶ ଚନ୍ଦ୍ର ମାଝି
ସାଂସଦ: ୧୭ଶ ଲୋକ ସଭା
Assumed office
୨୦୧୯
ପୂର୍ବ ଅଧିକାରୀବଳଭଦ୍ର ମାଝି, ବିଜେଡି
ନିର୍ବାଚନ ମଣ୍ଡଳୀନବରଙ୍ଗପୁର
୧୫ଶ ଏବଂ ୧୪ଶ ବିଧାନ ସଭା ସଭ୍ୟ, ଓଡ଼ିଶା
କାର୍ଯ୍ୟକାଳ
୨୦୦୯ – ୨୦୧୯
ନିର୍ବାଚନ ମଣ୍ଡଳୀଝରିଗାଁ
୧୩ଶ ବିଧାନ ସଭା ସଭ୍ୟ, ଓଡ଼ିଶା
କାର୍ଯ୍ୟକାଳ
୨୦୦୪ – ୨୦୦୯
ନିର୍ବାଚନ ମଣ୍ଡଳୀଡାବୁଗାଁ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1978-04-09) ୯ ଅପ୍ରେଲ ୧୯୭୮ (ବୟସ ୪୮)
ଦଣ୍ଡମୁଣ୍ଡା ଗ୍ରାମ, ଚନ୍ଦାହାଣ୍ଡି ପଞ୍ଚାୟତ, ନବରଙ୍ଗପୁର
ରାଜନୀତିକ ଦଳବିଜୁ ଜନତା ଦଳ
ବାପା/ବୋଉଯାଦବ ମାଝି (ବାପା)
ଘରଦଣ୍ଡମୁଣ୍ଡା ଗ୍ରାମ, ଚନ୍ଦାହାଣ୍ଡି ପଞ୍ଚାୟତ, ନବରଙ୍ଗପୁର, ପିନ: ୭୬୪୦୭୭
ବୃତ୍ତିରାଜନୀତିଜ୍ଞ, କୃଷି

ରମେଶ ଚନ୍ଦ୍ର ମାଝି (ଜନ୍ମ ୯ ଅପ୍ରେଲ ୧୯୭୮) ହେଉଛନ୍ତି ଜଣେ ଭାରତୀୟ ରାଜନେତା । ସେ ୨୦୧୯ ଭାରତୀୟ ସାଧାରଣ ନିର୍ବାଚନରେ ନବରଙ୍ଗପୁରରୁ ବିଜୁ ଜନତା ଦଳ ତରଫରୁ ଛିଡ଼ା ହୋଇଥିଲେ । ଏହି ନିର୍ବାଚନରେ ସେ ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସ ଦଳର ପ୍ରଦୀପ କୁମାର ମାଝିଙ୍କୁ ୪୧,୬୩୪ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।[୧] ସେ ଓଡ଼ିଶାର ଆଦିବାସୀ, ଅନୁସୂଚିତ ଜାତି ଏବଂ ଜନଜାତି ବିଭାଗ, ସ୍ୱଳ୍ପ ଏବଂ ପଛୁଆ ବିଭାଗ ତଥା ପଞ୍ଚାୟତିରାଜ ବିଭାଗର ମନ୍ତ୍ରୀ ଥିଲେ ।[୨] ସେ ଓଡ଼ିଶାର ୧୩ଶ, ୧୪ଶ ଓ ୧୫ଶ ବିଧାନ ସଭାର ସଦସ୍ୟ ମଧ୍ୟ ରହିଥିଲେ ।

ଶିକ୍ଷା ଏବଂ ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

୯ ଅପ୍ରେଲ ୧୯୭୮ମସିହାରେ ସେ ଯାଦବ ମାଝି ଏବଂ ବଳମତୀ ମାଝୀଙ୍କଠାରୁ ଜନ୍ମଗ୍ରହଣ ନେଇଥିଲେ । ତାଙ୍କର ଜନ୍ମ ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡି ତହସିଲ ଅନ୍ତର୍ଗତ ଦଣ୍ଡାମୁଣ୍ଡା ଗ୍ରାମରେ ହୋଇଥିଲା । ତାଙ୍କର ଗୋଟିଏ ଭାଇ ଏବଂ ତିନି ଜଣ ଭଉଣୀ ଅଛନ୍ତି ।[୩] ନିଜର ରାଜନୈତିକ ଜୀବନ ଯୋଗୁଁ ସେ ଉଚ୍ଚଶିକ୍ଷା ପ୍ରତି ଅଧିକ ଧ୍ୟାନ ଦେଇପାରିନଥିଲେ । ୨୦୧୧ ମସିହାରେ ସେ କଳାରେ ଯୁକ୍ତ ଦୁଇ ପରୀକ୍ଷା ଦେଇଥିଲେ ।[୪]

ରାଜନୈତିକ ଜୀବନ

[ସମ୍ପାଦନା]

୨୦ ବର୍ଷ ବୟସରେ ମାଝି ଚନ୍ଦାହାଣ୍ଡି ପଞ୍ଚାୟତ ସମିତିର ଚେୟାରମ୍ୟାନ ହୋଇଥିଲେ । ୨୫ ବର୍ଷରେ ସେ ଜିଲ୍ଲା ପରିଷଦ ସଦସ୍ୟ, ୨୭ ବର୍ଷରେ ରାଜ୍ୟର ସର୍ବକନିଷ୍ଠ ବିଧାନ ସଭା ସଭ୍ୟ, ୩୧ ବର୍ଷରେ ମନ୍ତ୍ରୀ ହୋଇଥିଲେ । ୩୩ ବର୍ଷରେ ସେ ଯୁକ୍ତ ଦୁଇ ପରୀକ୍ଷା ଦେବାକୁ ବସିଥିଲେ ।[୫]

  1. ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ସମୟରେ ସେ ରାଜନୀତିରେ ପ୍ରବେଶ କରିଥିଲେ
  2. ଜାନୁଆରୀ ୧୯୯୭: ଧୋଡିପାଣୀ ଗ୍ରାମ ପଞ୍ଚାୟତର ପଞ୍ଚାୟତ ସମିତି ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ
  3. ଚନ୍ଦାହାଣ୍ଡି ପଞ୍ଚାୟତର ଚେୟାରମ୍ୟାନ ହୋଇଥିଲେ
  4. ବିଜେଡିର ରାଜ୍ୟ ଏକଜେକ୍ୟୁଟିଭ ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ
  5. ଫେବୃଆରୀ ୨୦୦୨: ଜିଲ୍ଲା ପରିଷଦ ସଦସ୍ୟ ଚନ୍ଦାହାଣ୍ଡି

ବିଧାନ ସଭା ଏବଂ ସଂସଦ ସଦସ୍ୟତା

[ସମ୍ପାଦନା]

ବିଜୁ ଜନତା ଦଳ ପକ୍ଷରୁ ୧୩ଶ ଏବଂ ୧୪ଶ ବିଧାନ ସଭାର ସଦସ୍ୟ ଯଥାକ୍ରମେ ଡାବୁଗାଁ ଏବଂ ଝରିଗ୍ରାମରୁ ହୋଇଥିଲେ ।[୬] ନବରଙ୍ଗପୁରରୁ ୨୦୧୯ ମସିହାରେ ସଂସଦର ତଳ ସଦନର ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ । ଏହି ନିର୍ବାଚନରେ ସେ ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସ ଦଳର ପ୍ରଦୀପ କୁମାର ମାଝିଙ୍କୁ ୪୧,୬୩୪ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।[୧]

୨୦୨୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ ବିଜେଡିର ପ୍ରାର୍ଥୀ ଭାବରେ ଝରିଗାଁ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୭୩,୪୭୦ ଖଣ୍ଡ ଭୋଟ୍ ପାଇ ୨ୟ ସ୍ଥାନରେ ଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜନତା ପାର୍ଟିର ପାର୍ଥୀ ନରସିଂହ ଭତ୍ରାଙ୍କଠାରୁ ୩,୨୭୮ ଖଣ୍ଡ ଭୋଟ୍‌ରେ ପରାସ୍ତ ହୋଇଥିଲେ ।[୭]

ସମାଜସେବା

[ସମ୍ପାଦନା]

ସେ ପ୍ରତି ପଞ୍ଚାୟତରେ ଯୁବକ ସଂଘ ଗଠନ କରିବାରେ ସାହାଯ୍ୟ କରିଥିଲେ ।ଏହି ସଙ୍ଘ ଗ୍ରାମୀଣ ଜୀବନର ଉନ୍ନତି, ପରିବେଶ ପରିସ୍ଥିତି ଅନୁଧ୍ୟାନ, ସ୍ୱାସ୍ଥ୍ୟ ଶିବିର, କ୍ରୀଡ଼ାରେ ଉନ୍ନତି ଇତ୍ୟାଦି କରିଥାଏ । ସେ ନବରଙ୍ଗପୁର ଗୋଣ୍ଡ ସାଂସ୍କୃତିକ ସମାଜର ମଧ୍ୟ ସଦସ୍ୟ ଅଟନ୍ତି । ଏହି ସମାଜ ଅରଣ୍ୟ ଭୂମି ସଂରକ୍ଷଣ, ଏବଂ ଦିବ୍ୟାଙ୍ଗ ପିଲାମାନଙ୍କର ଦୁଇଟି ବିଦ୍ୟାଳୟ ଚଳାଉଛି ।[୮]

  1. 1 2 "General Election 2019 - Election Commission of India". results.eci.gov.in. Retrieved 2019-05-29.
  2. ↑ http://odishaassembly.nic.in/memberprofile.aspx?img=1245
  3. ↑ "Archived copy". Archived from the original on 2009-06-19. Retrieved 2012-12-22.{{cite web}}: CS1 maint: archived copy as title (link)
  4. ↑ "RCM Exam". The Hindu. Chennai, India. 14 March 2011. Archived from the original on 18 March 2011. Retrieved 28 May 2019.
  5. ↑ "RCM career". The Hindu. Chennai, India. 14 March 2011. Archived from the original on 18 March 2011. Retrieved 28 May 2019.
  6. ↑ "Archived copy". Archived from the original on 2012-04-13. Retrieved 2011-04-30.{{cite web}}: CS1 maint: archived copy as title (link)
  7. ↑ "General Election to Assembly Constituencies 2024: Jharigam (Odisha)". Election Commission of India. Retrieved 27 June 2024.
  8. ↑ https://upclosed.com/people/ramesh-chandra-majhi/