ଝରିଗାଁ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
| ଝରିଗାଁ | |
|---|---|
| Constituency No. 74 for the ଓଡ଼ିଶା ବିଧାନ ସଭା | |
| ନିର୍ବାଚନ ମଣ୍ଡଳୀ ବିବରଣି | |
| ଦେଶ | ଭାରତ |
| ଅଞ୍ଚଳ | ପୂର୍ବ ଭାରତ |
| ରାଜ୍ୟ | ଓଡ଼ିଶା |
| ଜିଲ୍ଲା | ନବରଙ୍ଗପୁର |
| ଲୋକ ସଭା ନିର୍ବାଚନ ମଣ୍ଡଳୀ | ନବରଙ୍ଗପୁର |
| ସ୍ଥାପିତ | ୨୦୦୯ |
| ମୋଟ ଭୋଟର | ୧,୯୨,୨୦୫[୧][a] |
| ସଂରକ୍ଷଣ | ଅନୁସୂଚିତ ଜନଜାତି |
| ବିଧାନ ସଭା ସଭ୍ୟ | |
| ୧୭ଶ ଓଡ଼ିଶା ବିଧାନ ସଭା | |
| ପଦସ୍ଥ | |
| ଦଳ | ଭାରତୀୟ ଜନତା ପାର୍ଟି |
| ନିର୍ବାଚିତ | ୨୦୨୪ |
ଝରିଗାଁ (କ୍ରମିକ ସଂଖ୍ୟା: ୭୪) ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । [୨]
ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଝରିଗାଁ ବ୍ଳକ, ଚନ୍ଦାହାଣ୍ଡି ବ୍ଳକ ଓ ଉମରକୋଟ ବ୍ଳକର କିଛି ଅଞ୍ଚଳ ।[୩][୪]
ଗତ ୨୦୨୪ ଓଡ଼ିଶା ବିଧାନ ସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ନରସିଂହ ଭତ୍ରା ବିଜୁ ଜନତା ଦଳ ପ୍ରାର୍ଥୀ ରମେଶ ଚନ୍ଦ୍ର ମାଝିଙ୍କଠାରୁ ୩,୨୭୮ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୫]
୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ରମେଶ ଚନ୍ଦ୍ର ମାଝୀ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଉଲଧର ମାଝୀଙ୍କଠାରୁ ୧୧୧୯୬ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୬]
୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ରମେଶ ଚନ୍ଦ୍ର ମାଝି, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଜଳନ୍ଧର ମାଝିଙ୍କଠାରୁ ୨୨,୨୭୬ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୭]
ନିର୍ବାଚିତ ବିଧାୟକଗଣ
[ସମ୍ପାଦନା]୨୦୦୯ରେ ନବଗଠିତ ଏହି ନିର୍ବାଚନ ମଣ୍ଡଳୀରେ ୨୦୨୪ ପର୍ଯ୍ୟନ୍ତ ମୋଟ ୪ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ:
- ୨୦୨୪: ନରସିଂହ ଭତ୍ରା ଭାରତୀୟ ଜନତା ପାର୍ଟି
- ୨୦୧୯: ପ୍ରକାଶ ଚନ୍ଦ୍ର ମାଝି (ବିଜୁ ଜନତା ଦଳ)
- ୨୦୧୪: ରମେଶ ଚନ୍ଦ୍ର ମାଝି (ବିଜଦ)
- ୨୦୦୯: (୭୪): ରମେଶ ଚନ୍ଦ୍ର ମାଝି (ବିଜଦ)
୨୦୦୯ ନିର୍ବାଚନ ଫଳାଫଳ
[ସମ୍ପାଦନା]| ୨୦୦୯ ବିଧାନ ସଭା ନିର୍ବାଚନ, ଝରିଗାଁ [୮] | |||||
|---|---|---|---|---|---|
| ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
| ବିଜଦ | ରମେଶ ଚନ୍ଦ୍ର ମାଝି | ୫୪,୭୬୭ | ୪୫.୭୨ | - | |
| କଂଗ୍ରେସ | ଜଳନ୍ଧର ମାଝି | ୩୨,୪୯୧ | ୨୭.୧୨ | - | |
| ଭାଜପା | ସୋନ ମାଝି | ୧୩,୨୨୬ | ୧୧.୦୪ | - | |
| ସ୍ୱାଧୀନ | ଗୋପାଳ ପୂଜାରୀ | ୬,୩୯୩ | ୫.୩୪ | - | |
| ବସପା | କଦମ୍ବ ପୂଜାରୀ | ୫,୫୩୫ | ୪.୬୨ | - | |
| ସମୃଦ୍ଧ ଓଡ଼ିଶା | ଲକ୍ଷ୍ମୀ ସନ୍ତ | ୪,୦୯୮ | ୩.୪୨ | - | |
| କଳିଙ୍ଗ ସେନା | ହୀରାସିଂହ ମାଝି | ୩,୨୮୧ | ୨.୭୪ | - | |
| ଭୋଟ ବ୍ୟବଧାନ | ୨୨,୨୭୬ | ୧୮.୬୦* | - | ||
| ମତଦାନ ହାର | ୧,୧୯,୭୯୧ | ୬୯.୪୪ | - | ||
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
ସୂଚନା
[ସମ୍ପାଦନା]- ↑ as on 1 January 2014
ଆଧାର
[ସମ୍ପାଦନା]- ↑ "CONSTITUENCY-WISE ELECTOR INFORMATION" (PDF). Election Commission of India. Retrieved 16 March 2014.
- ↑ "Jharigam Assembly Election 2009, Orissa". empoweringindia.org. Retrieved 16 June 2013.
Constituency: Jharigam (74) District : Nabarangpur
[permanent dead link] - ↑ Assembly Constituencies and their Extent
- ↑ Seats of Odisha
- ↑ "Assembly Constituency 74 - Jharigam (Odisha)". Election Commission of India. Retrieved 28 June 2024.
- ↑ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
- ↑ "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013.
22276
- ↑ http://eci.nic.in/eci_main/StatisticalReports/AE2009/stat_OR_April2009.pdf