Jump to content

କଣ୍ଡୁରୀ ଚରଣ ଦାସ

ଉଇକିପିଡ଼ିଆ‌ରୁ
(Kanduri Charan Dasରୁ ଲେଉଟି ଆସିଛି)
କଣ୍ଡୁରୀ ଚରଣ ଦାସ
ଜନ୍ମ(1929-12-12)୧୨ ଡିସେମ୍ବର ୧୯୨୯
ମୃତ୍ୟୁ୨୬ ମଇ ୨୦୧୪(2014-05-26) (ବୟସ ୮୪)
ଜାତୀୟତା ଭାରତୀୟ
ପ୍ରସିଦ୍ଧିସାହିତ୍ୟିକ, ସମ୍ପାଦକ ଓ ପ୍ରକାଶକ
ବୈବାହିକ-ସାଥୀକଳ୍ପନା କୁମାରୀ ଦେବୀ[]
ସନ୍ତାନସବର୍ଣ୍ଣୀ ଦାସ

କଣ୍ଡୁରୀ ଚରଣ ଦାସ (୧୨ ଡିସେମ୍ବର ୧୯୨୯ - ୨୬ ମଇ ୨୦୧୪)[] ଜଣେ ରହସ୍ୟ ରୋମାଞ୍ଚ ଭରା ଉପନ୍ୟାସ ଲେଖକ ଥିଲେ ।[] ତାଙ୍କର ପ୍ରାୟ ୫୦ଟିରୁ ଅଧିକ ଉପନ୍ୟାସ ପ୍ରକାଶିତ ହୋଇସାରିଛି । ନିଜର ପ୍ରଥମ ଉପନ୍ୟାସ ଧୂଳିର ଧରଣୀରୁ ହିଁ ସେ ଲୋକପ୍ରିୟତା ହାସଲ କରିପାରିଥିଲେ । ସାରସ୍ୱତ ସୃଷ୍ଟି ପାଇଁ ୨୦୦୦ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।[]

ଜୀବନୀ

[ସମ୍ପାଦନା]

କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଳକ ଅନ୍ତର୍ଗତ ଖଣ୍ଡିଅନ୍ତା ଗ୍ରାମରେ ଜନ୍ମିତ କଣ୍ଡୁରୀ ଚରଣ ମାତ୍ର ୧୨ବର୍ଷ ବୟସରେ ଘର ଛାଡ଼ି କଲିକତା ପଳାଇ ଆସିଥିଲେ । ନିଜର ଅଦମ୍ୟ ପ୍ରଚେଷ୍ଟା ବଳରେ, ସେ ନିଜକୁ ପ୍ରତିଷ୍ଠା କରିପାରିଥିଲେ । ରାଜ୍ୟବାହରେ ରହିଥିଲେ ମଧ୍ୟ ସେ ଓଡ଼ିଆ ସାହିତ୍ୟର ଶ୍ରୀବୃଦ୍ଧି ପାଇଁ ସର୍ବଦା ଚେଷ୍ଟିତ ଥିଲେ । 'ରାଜଶ୍ରୀ ପକେଟ ବୁକସ୍' ନାମରେ ତାଙ୍କଦ୍ୱାରା ପ୍ରକାଶିତ ପକେଟ ବୁକ ମାଧ୍ୟମରେ, ସେ ୧୦୦ରୁ ଉର୍ଦ୍ଧ ଓଡ଼ିଆ ସାହିତ୍ୟିକଙ୍କର ଉପନ୍ୟାସ ଛାପିଥିଲେ । [] ବିଭୂତି ପଟ୍ଟନାୟକଜଗନ୍ନାଥ ପ୍ରସାଦ ଦାସଙ୍କ ସହ ମିଶି, ସେ 'ନବରବି' ଓ 'ଆସନ୍ତାକାଲି' ପତ୍ରିକାର ପରିଚାଳନା ମଧ୍ୟ କରିଆସୁଥିଲେ । 'ନବରବି'କୁ ଏକ ପୂଜାପତ୍ରିକା ଭାବରେ ପ୍ରକାଶକରି, ସେ ଏକ ନୂତନଧାରାର ଆରମ୍ଭ କରିଥିଲେ []। ପରବର୍ତ୍ତୀ ସମୟରେ ବହୁ ପତ୍ରିକା ଏହି ଧାରାରେ ପୂଜାପତ୍ରିକା ପ୍ରକାଶ କରୁଛନ୍ତି । []

ସାହିତ୍ୟ କୃତି

[ସମ୍ପାଦନା]
  • ଧୂଳିର ଧରଣୀ
  • ରାତି କଥା କୁହେ
  • ଚକ୍ରବ୍ୟୁହ
  • ସ୍ପନ୍ଦନ
  • ଲାଲଚକ୍ର
  • ରକ୍ତ ଗୋଲାପ
  • ମିସ୍ ଅଳକାନନ୍ଦା
  • ବାଲିଝଡ଼ []
  • ରଙ୍ଗନଟୀ (ବିଭୂତି ପଟ୍ଟନାୟକ ସହ ଲେଖକ)[]
  • ଗାଁ ମାଟି
  • କୁଆଁରୀ କନ୍ୟା
  • ସୁନ୍ଦର ବନର ଦସ୍ୟୁ
  • ରାତିଟିଏ କଥାଟିଏ
  • ରୋମାଞ୍ଚ[୧୦]
  • ଛାୟା କୁହେଳୀ[୧୧]
  • ରକ୍ତ ଗୋଲାପ ଓ ରଙ୍ଗୀନ ସୂର[୧୨]
  • ସର୍ପ ଉର୍ବଶୀ ରାତ୍ରୀ[୧୩]
  • ଚିତ୍ରାଙ୍ଗଦାର ଆତ୍ମହତ୍ୟା[୧୪]
  1. "ଆର୍କାଇଭ୍ କପି". Archived from the original on 2016-03-05. Retrieved 2014-05-27. {{cite web}}: Cite has empty unknown parameter: |1= (help)
  2. http://odishasuntimes.com/57020/popular-odisha-writer-kanduri-charan-das-dies/
  3. American Libraries Book Procurement Center, New Delhi (1972). Accessions List, India. American Libraries Book Procurement Center.
  4. "ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ସମ୍ବର୍ଦ୍ଧିତ ହୋଇଥିବା ସାହିତ୍ୟିକ/ ସାହିତ୍ୟିକା". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 7 December 2020.
  5. http://www.telegraphindia.com/1140527/jsp/odisha/story_18385055.jsp#.U4QtnnbRNeE
  6. "Life of a legend". www.telegraphindia.com (in ଇଂରାଜୀ). Retrieved 2023-11-23.
  7. ସମ୍ବାଦ ୨୭/୫/୨୦୧୪ ପୃଷ୍ଠା ୨
  8. "ପରଲୋକରେ ଲେଖକ କଣ୍ଡୁରୀ ଚରଣ ଦାସ". ଧରିତ୍ରୀ. Retrieved 30 November 2016.
  9. http://www.dailypioneer.com/state-editions/bhubaneswar/writer-kanduri-das-passes-away-at-85.html
  10. ପ୍ରମେୟ ୨୭/୫/୨୦୧୪ ପୃଷ୍ଠା ୩
  11. Kanduri Charan Das (1962). Chāẏa kuheḷī: ḍiṭekṭibh upanyāsa. Rājaśrī prakāśanī.
  12. Kanduri Charan Das (1963). Rakta golāpa o raṅgin surā: rahasya upanyāsa. Rājaśrī prakāśanī.
  13. Kanduri Charan Das (1963). Sarpa Urbasī rātri: rahasya upanyāsa. Rājaśrī prakāśanī.
  14. Kanduri Charan Das (1963). Citrāṅgadāra ātmahatyā: rahasya upanyāsa. Rājaśrī prakāśanī.