ଗୋବିନ୍ଦ ଚନ୍ଦ୍ର ଦାସ

ଉଇକିପିଡ଼ିଆ‌ରୁ
(Gobinda Chandra Dasରୁ ଲେଉଟି ଆସିଛି)
ଗୋବିନ୍ଦ ଚନ୍ଦ୍ର ଦାସ
ଜନ୍ମ(1930-06-30)୩୦ ଜୁନ ୧୯୩୦
ତିସାଣିଆ, କଲ୍ୟାଣପୁର, ଯାଜପୁର ଜିଲ୍ଲା
ମୃତ୍ୟୁ୧୭ ଅକ୍ଟୋବର ୨୦୦୮(2008-10-17) (ବୟସ ୭୮)
ଜାତୀୟତାଭାରତୀୟ
ବୃତ୍ତିଓକିଲ ଓ ସାହିତ୍ୟିକ
ଉଲ୍ଲେଖନୀୟ କୃତିଅମାବାସ୍ୟାର ଚନ୍ଦ୍ର
ବୈବାହିକ-ସାଥୀଶାନ୍ତି ଦାସ[୧]
ପୁରସ୍କାରଉତ୍କଳ ସାହିତ୍ୟ ସମାଜ ଉପନ୍ୟାସ ସମ୍ମାନ

ଗୋବିନ୍ଦ ଚନ୍ଦ୍ର ଦାସ (୩୦ ଜୁନ ୧୯୩୦ - ୧୭ ଅକ୍ଟୋବର ୨୦୦୮) ଜଣେ ଓଡ଼ିଆ ସାହିତ୍ୟିକ ତଥା ଆଇନଜୀବୀ ଥିଲେ । ସେ ଓଡ଼ିଶାର ପୂର୍ବତନ ଆଡଭୋକେଟ ଜେନେରାଲ ଓ ଭାରତର ସର୍ବୋଚ୍ଚ ନ୍ୟାୟାଳୟରେ ଓକିଲାତି କରିବାରେ ସେ ପ୍ରଥମ ଓଡ଼ିଆ ବ୍ୟକ୍ତି ଅଟନ୍ତି ।

ଜୀବନୀ[ସମ୍ପାଦନା]

ଗୋବିନ୍ଦ ଚନ୍ଦ୍ର ଦାସ ୧୯୩୦ ମସିହା ଜୁନ ମାସ ୩୦ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ । [୨]ଛାତ୍ର ଜୀବନରୁ ସମାଜବାଦଦ୍ୱାରା ଆକର୍ଷିତ ହୋଇ, ସୋସାଲିଷ୍ଟ ପାର୍ଟିରେ ଯୋଗ ଦେଇଥିଲେ । ତାଙ୍କ ବାପାଙ୍କ ଇଚ୍ଛା ଥିଲା, ସେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦିଅନ୍ତୁ । କିନ୍ତୁ ସୋସାଲିଷ୍ଟ ପାର୍ଟିର ସଭ୍ୟ ହୋଇ, ପ୍ରଶାସନିକ ସେବାରେ ଯୋଗଦେବା ପାଇଁ ଗୋବିନ୍ଦ ଚନ୍ଦ୍ରଙ୍କର ଇଚ୍ଛା ନଥିଲା । ବାପାଙ୍କ ଇଚ୍ଛାକୁ ସମ୍ମାନ ଦେଇ ଭାରତୀୟ ପ୍ରଶାସନିକ ସେବା ଲିଖିତ ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇଥିଲେ ସୁଦ୍ଧା ସାକ୍ଷାତକାର ପରୀକ୍ଷା ଦେବାକୁ ଯାଇନଥିଲେ । ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଆଇନରେ ସ୍ନାତକ ଶିକ୍ଷା ସମାପ୍ତ କରି ଲଣ୍ଡନର ଲିଙ୍କନସ୍-ଇନରୁ ବାର୍-ଆଟ-ଲ ଡିଗ୍ରୀ ଲାଭ କରିଥିଲେ । ସେ ୧୯୫୩ ମସିହାରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଓକିଲାତି ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସେ ପ୍ରଥମ ଓଡ଼ିଆ ଭାବରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟରେ ଓକିଲାତି କରିଥିଲେ । ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନର ସଭାପତି ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ୧୯୮୦ ଓ ୧୯୮୮ ମସିହାରେ ଦୁଇଥର ପାଇଁ ସେ ଓଡ଼ିଶାର ଆଡଭୋକେଟ ଜେନେରାଲ ପଦବୀ ଅଳଙ୍କୃତ କରିଥିଲେ ।

ସାହିତ୍ୟ ସାଧନା ଗୋବିନ୍ଦ ଚନ୍ଦ୍ରଙ୍କ ବ୍ୟକ୍ତିତ୍ୱର ଅନ୍ୟତମ ଦିଗ । ୧୯୬୪ ମସିହାରେ ତାଙ୍କ ଉପନ୍ୟାସ ଅମାବାସ୍ୟାର ଚନ୍ଦ୍ର ପ୍ରକାଶ ପାଇଥିଲା । ଏହି ଉପନ୍ୟାସଟିର ଲୋକପ୍ରିୟତା ଏଥିରୁ କଳନା କରାଯାଇପାରେ ଯେ, ୨୦୧୨ ମସିହାରେ ଏହାର ଅଣତିରିଶତମ ସଂସ୍କରଣ ପ୍ରକାଶ ପାଇଥିଲା । ଉପନ୍ୟାସ ବ୍ୟତିତ ସେ ଭ୍ରମଣକାହାଣୀ, କ୍ଷୁଦ୍ରଗଳ୍ପ ଓ କବିତା ମଧ୍ୟ ଲେଖୁଥିଲେ । ସେ "କୃଷକ" ପତ୍ରିକାର ସମ୍ପାଦନା ମଧ୍ୟ କରୁଥିଲେ ।

୨୦୦୮ ଅକ୍ଟୋବର ୧୭ ତାରିଖରେ କଟକଠାରେ ଗୋବିନ୍ଦ ଚନ୍ଦ୍ର ଦାସଙ୍କର ତିରୋଧାନ ଘଟିଥିଲା । [୩]

ରଚନାବଳୀ[ସମ୍ପାଦନା]

  • ଦେଶେ ଦେଶେ - ୧୯୬୩[୪]
  • ଅମାବାସ୍ୟାର ଚନ୍ଦ୍ର - ୧୯୬୪[୫]
  • ଲାସୁ
  • ଭଗ୍ନାଂଶ
  • ସୂର୍ଯ୍ୟାସ୍ତ[୬]
  • ଜାତକ
  • ମିଶ୍ର ରାଗ
  • ସାନ ଗୋଟିଏ ଜୀବନ (ଆତ୍ମଚରିତ)[୭]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ଉତ୍କଳ ସାହିତ୍ୟ ସମାଜ ଉପନ୍ୟାସ ସମ୍ମାନ, ୧୯୯୫

ଆଧାର[ସମ୍ପାଦନା]

  1. "Guv moots heritage status to Ram Chandra Bhawan". The New Indian ExpressThe New Indian Express. Retrieved 30 June 2016.[permanent dead link]
  2. "Advocates bid tearful adieu to Barrister Das". The Hindu. Retrieved 30 June 2016.
  3. http://www.nerve.in/news:253500173999
  4. Mohan Lal (1992). Encyclopaedia of Indian Literature: Sasay to Zorgot. Sahitya Akademi. pp. 4380–. ISBN 978-81-260-1221-3.
  5. India Today. Thomson Living Media India Limited. 2002.
  6. "ସୁପ୍ରିମ୍ କୋର୍ଟର ପ୍ରଥମ ଓଡ଼ିଆ ଓକିଲ". ସମ୍ବାଦ ୨୬/୦୬/୨୦୧୫ ଭୁବନେଶ୍ୱର ସଂସ୍କରଣ. 26 June 2015. Archived from the original on 4 March 2016. Retrieved 26 June 2015.
  7. "'ଅମାବାସ୍ୟାର ଚନ୍ଦ୍ର'ର ସ୍ରଷ୍ଟା". ସମ୍ବାଦ ୩୦/୦୬/୨୦୧୬ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୪. Retrieved 30 June 2016.[permanent dead link]