ଅମାବାସ୍ୟାର ଚନ୍ଦ୍ର

ଉଇକିପିଡ଼ିଆ‌ରୁ
ଅମାବାସ୍ୟାର ଚନ୍ଦ୍ର  
ଲେଖକଗୋବିନ୍ଦ ଚନ୍ଦ୍ର ଦାସ
ଦେଶଭାରତ
ଭାଷାଓଡ଼ିଆ
ବିଭାଗଉପନ୍ୟାସ
ପ୍ରକାଶକଓଡ଼ିଶା ବୁକ୍‍ ଷ୍ଟୋର, କଟକ
ପ୍ରକାଶ ତାରିଖ୧୯୬୪(ପ୍ରଥମ)-୨୦୧୧(ଅଷ୍ଟବିଂଶ ସଂସ୍କରଣ)
ପୃଷ୍ଠା୧୫୧
ISBN୮୧-୭୪୦୦-୦୮୭-୯

ଅମାବାସ୍ୟାର ଚନ୍ଦ୍ର ହେଉଛି ବାରିଷ୍ଟର ଗୋବିନ୍ଦ ଦାସଙ୍କଦ୍ୱାରା ଓଡ଼ିଆ ଭାଷାରେ ଲିଖିତ ଏକ ସାମାଜିକ ଉପନ୍ୟାସ ।[୧] ଏହା ଥିଲା ଦାସଙ୍କଦ୍ୱାରା ଲିଖିତ ପ୍ରଥମ ପୁସ୍ତକ ।[୨]

ବିଷୟବସ୍ତୁ[ସମ୍ପାଦନା]

ଉପନ୍ୟାସଟିର ମୁଖ୍ୟ ଚରିତ୍ର ରମେଶ କାଉଲ ।[୩] କାଉଲଙ୍କର ଜୀବନ ସଂଘର୍ଷକୁ ନେଇ ଉପନ୍ୟାସଟି ଗତିଶୀଳ । ଉପନ୍ୟାସଟିର ଭିତ୍ତିଭୂମି ଭାବରେ ଲେଖକ ଆମେରିକୀୟ ସାହିତ୍ୟିକ ମାର୍କ ଟ୍ୱେନଙ୍କର ଏକ ଉକ୍ତି ‘‘ଏଭ୍‌ରି ମ୍ୟାନ୍‌ ଇଜ୍‌ ଏ ମୁନ୍‌ ଆଣ୍ତ୍‌ ହାଜ୍‌ ଏ ଡାର୍କ ସାଇଡ୍‌ ହୁଇଚ୍‌ ହି ନେଭର‌୍‌ ସୋଜ୍‌ ଟୁ ଏନିବଡ଼ି।’’ (‘‘ପ୍ରତ୍ୟେକ ଲୋକ ହେଉଛି ଏକ ଚନ୍ଦ୍ର ଏବ˚ ତା’ର ଏକ ଅନ୍ଧାରି ପାର୍ଶ୍ବ ଅଛି ଯାହା ସେ କାହାରିକୁ ହେଲେ ଦେଖାଏ ନାହିଁ’’)କୁ ଉଦ୍ଧାର କରିଛନ୍ତି । କାଉଲଙ୍କୁ ଏକ ମଦ୍ୟପ, ଲମ୍ପଟ, ଚରିତ୍ରହୀନ ଓ କକ୍ଷଚ୍ୟୁତ ବ୍ୟକ୍ତି ଭାବରେ ଉପସ୍ଥାପନ କରାଯାଇଛି । କିନ୍ତୁ ଚନ୍ଦ୍ରର ଅନ୍ଧାରି ପାର୍ଶ୍ୱ ପରି କାଉଲଙ୍କର ଏକ ମାନବୀୟ ପାର୍ଶ୍ୱ ରହିଛି । କାଉଲ ସମାଜପ୍ରତି ନିସ୍ୱାର୍ଥପର ଓ ନିଜେ ଭଲ ପାଉଥିବା ବ୍ୟକ୍ତି ପାଇଁ ନିଜର ସର୍ବସ୍ୱ ତ୍ୟାଗ କରି ଏକ ମହନୀୟତାର ପରିଚୟ ମଧ୍ୟ ଦେଇଛନ୍ତି ।[୪]

ଲେଖକ ପରିଚିତି[ସମ୍ପାଦନା]

ଏହି ଉପନ୍ୟାସର ଲେଖକ ହେଉଛନ୍ତି ଆଇନଜୀବୀ ସ୍ୱର୍ଗତ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସ ଯାହାଙ୍କୁ କି ଭାରତୀୟ ସୁପ୍ରିମ କୋର୍ଟ‍‍ ବାର୍‍ର ପ୍ରଥମ ଓଡ଼ିଆ ଓକିଲ ଭାବରେ ବିବେଚନା କରାଯାଏ ।[୫] ପରେ ସେ ୧୯୮୦ ଏବଂ ୧୯୯୮ରେ ଓଡ଼ିଶା ସରକାରଙ୍କ ଆଡଭୋକେଟ ଜେନେରାଲ ହୋଇଥିଲେ ।

ପ୍ରକାଶନ[ସମ୍ପାଦନା]

ଅମାବାସ୍ୟାର ଚନ୍ଦ୍ର ଉପନ୍ୟାସ ପ୍ରଥମେ ୧୯୬୪ ମସିହା ଡିସେମ୍ବର ମାସରେ ମୁଦ୍ରଣ ହୋଇଥିଲା । ଏହାର ପ୍ରକାଶକ ହେଉଛନ୍ତି ଓଡ଼ିଶା ବୁକ୍‍ ଷ୍ଟୋର, କଟକ । ଉପନ୍ୟାସଟିର ଲୋକପ୍ରିୟତା ଯୋଗୁଁ ଏହାର ଦଶମ ମୁଦ୍ରଣ ୧୯୮୪ ବାହାରିଥିଲା ଏବଂ ୨୦୧୧ ସୁଦ୍ଧା ଏହାର ଅଷ୍ଟବିଂଶ ମୁଦ୍ରଣ ବାହାରିଥିଲା [୬]

ଆଧାର[ସମ୍ପାଦନା]

  1. http://www.dailypioneer.com/state-editions/bhubaneswar/wont-ever-return-akademi-award-for-intolerance.html
  2. Indian Literature. Sahitya Akademi. 1964.
  3. Sitakant Mahapatra (1978). The Curve of Meaning: Studies in Oriya Literature. Image Publications.
  4. "ଅମାବାସ୍ୟାର ଚାନ୍ଦ". sambad.in/. ସମ୍ବାଦ. Archived from the original on 6 April 2020. Retrieved 6 April 2020.
  5. ""ଅମାବାସ୍ୟାର ଚନ୍ଦ୍ର"ର ସ୍ରଷ୍ଟା". Retrieved 25 August 2016.[permanent dead link]
  6. ଦାସ, ଗୋବି‍ନ୍ଦ (2008-09-03). ଅମାବାସ୍ୟାର ଚନ୍ଦ୍ର. ବିନୋଦ ବିହାରୀ କଟକ-୨: ଓଡ଼ିଶା ବୁକ୍‍ ଷ୍ଟୋର. ISBN 81-7400-087-9.{{cite book}}: CS1 maint: location (link)