ଦମନ (୨୦୨୨ର କଥାଚିତ୍ର)
ଦମନ | |
---|---|
ନିର୍ଦ୍ଦେଶକ | ବିଶାଲ ମୌର୍ଯ୍ୟା ଏବଂ ଦେବୀ ପ୍ରସାଦ ଲେଙ୍କା |
ପ୍ରଯୋଜକ | ଦିପେନ୍ଦ୍ର ସାମଲ |
ଚିତ୍ରନାଟ୍ୟ | ବିଶାଲ ମୌର୍ଯ୍ୟା ଏବଂ ଦେବୀ ପ୍ରସାଦ ଲେଙ୍କା |
କାହାଣୀ | ବିଶାଲ ମୌର୍ଯ୍ୟା ଏବଂ ଦେବୀ ପ୍ରସାଦ ଲେଙ୍କା |
କଳାକାର | ବାବୁଶାନ୍ ଦୀପନ୍ୱିତ ଦାଶମହାପାତ୍ର[୧] |
ସଙ୍ଗୀତ | ଗୌରବ ଆନନ୍ଦ |
ସମ୍ପାଦକ | ଦେବୀ ପ୍ରସାଦ ଲେଙ୍କା |
Production company | ଜେ ପି ମୋସନ ପିକ୍ଚର୍ସ |
ମୁକ୍ତିଲାଭ ତାରିଖ | ୪ ନଭେମ୍ବର ୨୦୨୨ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଦମନ ୨୦୨୨ ମସିହା ନଭେମ୍ବର ୪ ତାରିଖରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୨] ଏଥିରେ ମୁଖ୍ୟ ଭୂମିକାରେ ବାବୁଶାନ ମହାନ୍ତି ଓ ଦୀପନ୍ୱିତ ଦାଶମହାପାତ୍ର ପ୍ରମୁଖ ଅଭିନୟ କରିଥିଲେ । ବିଶାଳ ମୌର୍ଯ୍ୟ ଏବଂ ଦେବୀ ପ୍ରସାଦ ଲେଙ୍କା ଏହି କଥାଚିତ୍ରର କାହାଣୀ, ଚିତ୍ରନାଟ୍ୟ ଏବଂ ନିର୍ଦ୍ଦେଶନା ଦେଇଥିଲେ ଏବଂ ଦିପେନ୍ଦ୍ର ସାମଲ ଏହାର ପ୍ରଯୋଜକ ଥିଲେ ।
ଅଭିନୟ
[ସମ୍ପାଦନା]କାହାଣୀ
[ସମ୍ପାଦନା]ମାଲକାନାଗିରିର ଚିତ୍ରକୋଣ୍ଡା ପାଖ ବିଚ୍ଛିନ୍ନାଞ୍ଚଳରେ ମ୍ୟାଲେରିଆ ରୋଗ ଦମନ ପାଇଁ ଏକ ଯୁବ ଡାକ୍ତରଙ୍କର ପ୍ରୟାସକୁ ଏହି କଥାଚିତ୍ରରେ ଦର୍ଶାଯାଇଥିଲା ।[୪]
ନାମକରଣ
[ସମ୍ପାଦନା]ଓଡ଼ିଶା ସରକାରଙ୍କର ମ୍ୟାଲେରିଆ ରୋଗ ନିରାକରଣ କରିବା ଲକ୍ଷ୍ୟରେ "ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ" (Durgama Anchalare Malaria Nirakaran) ନାମକ ଯୋଜନା କରାଯାଇଥିଲା । ଏହି ଯୋଜନାର ନାମ ଅନୁସାରେ କଥାଚିତ୍ରଟିର ନାଁ, ଦମନ (DAMaN) ରଖାଯାଇଥିଲା ।[୫]
ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗୌରବ ଆନନ୍ଦ ।[୨] ଜେପି ୱାର୍ଡ଼ସ୍ମିଥ ଓ ବାପୁ ଗୋସ୍ୱାମୀ ଭଳି ଗୀତିକାର ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଋତୁରାଜ ମହାନ୍ତି, ବାବୁଶାନ୍, ଅନୁରାଗ ଦାସ, ଗୌରବ ଆନନ୍ଦ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | କବି | ଗାୟକ | ସମୟ |
---|---|---|---|---|
1. | "ଦମନ ମୁଖ୍ୟ ଗୀତ" | ଜେପି ୱାର୍ଡ଼ସ୍ମିଥ | ଋତୁରାଜ ମହାନ୍ତି | ୦୩:୫୨ |
2. | "ନିଛାଟିଆ ମନ" | ଜେପି ୱାର୍ଡ଼ସ୍ମିଥ | ବାବୁଶାନ ମହାନ୍ତି | ୦୫:୩୧ |
3. | "ଢେମସା" | ଜେପି ୱାର୍ଡ଼ସ୍ମିଥ | ଅନୁରାଗ ଦାସ, ଗୌରବ ଆନନ୍ଦ | ୦୪:୦୯ |
4. | "ଏକଲା ଚାଲରେ" | ବାପୁ ଗୋସ୍ୱାମୀ | ଗୌରବ ଆନନ୍ଦ | ୦୩:୩୩ |
ବିବାଦ
[ସମ୍ପାଦନା]ଦମନ ମୁକ୍ତିଲାଭ କରିବାର କିଛି ଘଣ୍ଟା ପରେ ୟୁଟ୍ୟୁବରେ ଏହାର ଭିଡିଓ ପ୍ରଚାରିତ ହେବାରୁ ଚଳଚ୍ଚିତ୍ରର ପ୍ରଯୋଜନା ଦଳ ଥାନାରେ ଅଭିଯୋଗ କରିଥିଲେ ।[୬]
ଆଧାର
[ସମ୍ପାଦନା]- ↑ Dharitri; Mohanty, Padmini (2022-11-04). "ଓଲିଉଡ୍ରେ ବୈପ୍ଳବିକ ପରିବର୍ତ୍ତନ ଆଣିବ 'ଦମନ' - Dharitri". Dharitri Odia News (in ଆମେରିକୀୟ ଇଂରାଜୀ). Retrieved 2022-11-05.
- ↑ ୨.୦ ୨.୧ "Babusan starrer Daman movie released today". Odisha News In English (in ଆମେରିକୀୟ ଇଂରାଜୀ). 2022-11-04. Retrieved 2022-11-05.
- ↑ "ବାବୁଶାନ-ଶିବାନୀ ଏକାଠି". ସମାଜ. No. ରବିବାର. 29 January 2023. p. 8. Archived from the original on 22 March 2023. Retrieved 22 March 2023.
- ↑ "Babusan starrer Daman movie released today". Odisha News In English (in ଆମେରିକୀୟ ଇଂରାଜୀ). 2022-11-04. Retrieved 2022-11-05.
- ↑ Meherda, Pramod Kumar (2019-01-27). "Model for malaria control". The Hindu (in Indian English). ISSN 0971-751X. Retrieved 2022-11-05.
- ↑ "ୟୁଟ୍ଯୁବ ଲିକ୍ ହେଲା ଦମନ୍ ସିନେମା, ଥାନାର ଦ୍ବାରସ୍ଥ ହେଲେ ଫିଲ୍ମ ନିର୍ମାତା". Odisha Sambad (in ଆମେରିକୀୟ ଇଂରାଜୀ). Retrieved 2022-11-05.
ବାହାର ଲିଙ୍କ
[ସମ୍ପାଦନା]- ଦମନ ଟ୍ରେଲର
- ଇଣ୍ଟରନେଟ ମୁଭି ଡାଟାବେସରେ ଦମନ