ଚୁମ୍କି ସେ' ତ ପାଣିରେ ବୁଡ଼ିବ ନାହିଁକି
ଚୁମ୍କି ସେ' ତ ପାଣିରେ ବୁଡ଼ିବ ନାହିଁକି | |
---|---|
ନିର୍ଦ୍ଦେଶକ | ଗିରିଶ ମହାନ୍ତି |
ପ୍ରଯୋଜକ | ଉପହାର ଭଦ୍ରା |
ସଂଳାପ | ଭରଦ୍ୱାଜ ପଣ୍ଡା |
ଚିତ୍ରନାଟ୍ୟ | ଭରଦ୍ୱାଜ ପଣ୍ଡା |
କାହାଣୀ | ଭରଦ୍ୱାଜ ପଣ୍ଡା |
କଳାକାର | ଶ୍ରେୟାନ ଉପାସନା ପ୍ରଦ୍ୟୁମ୍ନ ଲେଙ୍କା ପୁଷ୍ପା ପଣ୍ଡା |
ସଙ୍ଗୀତ | ବିଭୂତି ଭୂଷଣ ଗଡ଼ନାୟକ |
ଚିତ୍ରଗ୍ରହଣ | ରବିନ୍ଦ୍ର ବେହେରା |
ସମ୍ପାଦକ | ରାଜେଶ ଦାଶ |
ମୁକ୍ତିଲାଭ ତାରିଖ | ୧୬ ସେପ୍ଟେମ୍ବର ୨୦୨୨ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଚୁମ୍କି ସେ' ତ ପାଣିରେ ବୁଡ଼ିବ ନାହିଁକି ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଉପହାର ଭଦ୍ରା । ଭରଦ୍ୱାଜ ପଣ୍ଡା ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଗିରିଶ ମହାନ୍ତି । ସଙ୍ଗୀତକାର ବିଭୂତି ଭୂଷଣ ଗଡ଼ନାୟକ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଶ୍ରେୟାନ ନାୟକ ଓ ଉପାସନା ମହାନ୍ତି ।[୧] ପ୍ରଦ୍ୟୁମ୍ନ ଲେଙ୍କା, ପୁଷ୍ପା ପଣ୍ଡା, ଜ୍ୟୋତି ମିଶ୍ର, ଚୌଧୁରୀ ବିକାଶ ଦାସ, ଶକ୍ତି ବରାଳ, ପ୍ରଜ୍ଞା ଖଟୁଆ, ତପି ମିଶ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ସ୍ୱରାଜ ବାରିକ, ଭୂମିକା ଦାଶ ଓ ଅନୁଭ ସୌର୍ଯ୍ୟା ଏହି କଥାଚିତ୍ରଟିରେ ଅତିଥି କଳାକାର ଭାବରେ ଅଭିନୟ କରିଥିଲେ ।
ଏହି କଥାଚିତ୍ରଟିର ୨୦୨୨ ମସିହାର ସେପ୍ଟେମ୍ବର ୧୬ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ।[୨] ଏହି କଥାଚିତ୍ରଟି ଓଡ଼ିଶାରେ ୩୭ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ।[୩]
ଅଭିନୟ
[ସମ୍ପାଦନା]- ଶ୍ରେୟାନ ନାୟକ - ସାଗର
- ଉପାସନା ମହାନ୍ତି - ଚୁମ୍କି[୪]
- ପ୍ରଦ୍ୟୁମ୍ନ ଲେଙ୍କା - ସାଗରର ବାପା
- ପୁଷ୍ପା ପଣ୍ଡା - ସାଗରର ମାଆ
- ଜ୍ୟୋତି ମିଶ୍ର - ମୃଣାଳ
- ଚୌଧୁରୀ ବିକାଶ ଦାସ
- ଶକ୍ତି ବରାଳ - ଡାକ୍ତର
- ପ୍ରଜ୍ଞା ଖଟୁଆ - ସାହେବ
- ତପି ମିଶ୍ର
- ସ୍ୱରାଜ ବାରିକ (ଅତିଥି କଳାକାର)
- ଭୂମିକା ଦାଶ (ଅତିଥି କଳାକାର)
- ଅନୁଭା ସୌର୍ଯ୍ୟା (ଅତିଥି କଳାକାର)
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିଭୂତି ଭୂଷଣ ଗଡ଼ନାୟକ । ଭରଦ୍ୱାଜ ପଣ୍ଡା, ସନ୍ତୋଷ ପଣ୍ଡା, ବିଭୂତି ଭୂଷଣ ଗଡ଼ନାୟକ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଉଦିତ ନାରାୟଣ, ହ୍ୟୁମାନ ସାଗର, କୁମାର ସାନୁ, ସ୍ୱୟମ ପାଢ଼ୀ, ମଣ୍ଟୁ ଛୁରୀଆ, ପପୁ ପମ ପମ, ଅସୀମା ପଣ୍ଡା, ଅନ୍ତରା ଚକ୍ରବର୍ତ୍ତୀ, ଦୀପ୍ତିରେଖା ପାଢ଼ୀ, ଅର୍ପିତା ଚୌଧୁରୀ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୨][୫]
ଗୀତ
[ସମ୍ପାଦନା]କ୍ରମ | ଗୀତ | କବି | ଗାୟକ | ସମୟ |
---|---|---|---|---|
1. | "ଚୁମ୍କି ସେ' ତ ପାଣିରେ ବୁଡ଼ିବ ନାହିଁକି" | ବିଭୂତି ଭୂଷଣ ଗଡ଼ନାୟକ | ସ୍ୱୟମ ପାଢ଼ୀ, ଅର୍ପିତା ଚୌଧୁରୀ | |
2. | "ଜୀବନ ତୁ" | ଭରଦ୍ୱାଜ ପଣ୍ଡା | ହ୍ୟୁମାନ ସାଗର, ଅନ୍ତରା ଚକ୍ରବର୍ତ୍ତୀ | |
3. | "ତୁ ତୁ ତାରା" | ଭରଦ୍ୱାଜ ପଣ୍ଡା | ଉଦିତ ନାରାୟଣ, ଅସୀମା ପଣ୍ଡା | |
4. | "ଭୁତୁଣୀ ଲୈଲା" | ସୁରେଶ ପଣ୍ଡା | ପପୁ ପମ ପମ, ଦୀପ୍ତିରେଖା ପାଢ଼ୀ | |
5. | "ସୁନା ଇଲିଶି" | ଭରଦ୍ୱାଜ ପଣ୍ଡା | କୁମାର ସାନୁ, ଅନ୍ତରା ଚକ୍ରବର୍ତ୍ତୀ | |
6. | "ଲୋକା ଧଣ୍ଡ" | ସୁରେଶ ପଣ୍ଡା | ମଣ୍ଟୁ ଛୁରୀଆ, ଅନ୍ତରା ଚକ୍ରବର୍ତ୍ତୀ |
ଆଧାର
[ସମ୍ପାଦନା]- ↑ ପଣ୍ଡା, ସୂର୍ଯ୍ୟନାରାୟଣ (21 September 2022). "ଚୁମ୍କି କ୍ରେଜ୍ ! ଚୁମ୍କି-ସାଗରଙ୍କ ପାଇଁ ରାସ୍ତାରେ ପ୍ରବଳ ଭିଡ଼, ଢେମସା-ଢୋଲକିରେ ଦୁଲୁକିଲା ବଜାର". OTV News. Archived from the original on 12 December 2022. Retrieved 12 December 2022.
- ↑ ୨.୦ ୨.୧ "ମୁକ୍ତିଲାଭ କଲା ଓଡ଼ିଆ ଚଳଚ୍ଚିତ୍ର 'ଚୁମ୍କି'". ସମ୍ବାଦ. ଭୁବନେଶ୍ୱର: sambad.in. 17 September 2022. Archived from the original on 12 December 2022. Retrieved 12 December 2022.
- ↑ "ପରଦାରେ ଧମାଲ ମଚାଉଛି ଓଡ଼ିଆ ଚଳଚ୍ଚିତ୍ର ଚୁମ୍କି-ସେତ ପାଣିରେ ବୁଡିବ ନାହିଁକି". ETV Bharat News. Archived from the original on 2022-12-12. Retrieved 2022-12-12.
- ↑ "ଚୁମ୍କିର ଚମକ ଉପାସନା". ସମ୍ବାଦ (ରବିବାର). 4 September 2022. p. 9. Archived from the original on 12 December 2022. Retrieved 12 December 2022.
- ↑ "୬ ଗୀତକୁ ୧୦ ଷ୍ଟାର୍ ସିଙ୍ଗର୍". ପ୍ରମେୟ. 7 September 2022. Archived from the original on 12 December 2022. Retrieved 12 December 2022.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଚୁମ୍କି ସେ' ତ ପାଣିରେ ବୁଡ଼ିବ ନାହିଁକି