Jump to content

ଜ୍ୟୋତି ମିଶ୍ର

ଉଇକିପିଡ଼ିଆ‌ରୁ
ଜ୍ୟୋତି ମିଶ୍ର
ଜନ୍ମ୨୨ ଫେବୃଆରୀ
ଜାତୀୟତାଭାରତୀୟ
ବୃତ୍ତିସିନେମା ଅଭିନେତ୍ରୀ
ସକ୍ରିୟ ବର୍ଷ୧୯୯୮-୨୦୦୭
ପ୍ରସିଦ୍ଧିଓଡ଼ିଆ ସିନେମା ଅଭିନେତ୍ରୀ
ବୈବାହିକ-ସାଥୀବୁଦ୍ଧ ଘୋଷ (୨୦୦୦ – ଏବେଯାଏଁ)

ଜ୍ୟୋତି ମିଶ୍ର ଜଣେ ଜଣାଶୁଣା ଓଡ଼ିଆ ଅଭିନେତ୍ରୀ । ସେ ଓଡ଼ିଆ କଥାଚିତ୍ର, ଦୂରଦର୍ଶନ ଧାରାବାହିକ, ଆଲବମ୍ ଗୀତ ଆଦିରେ ଅଭିନୟ କରିନ୍ତି । ସେ ପାଠପଢ଼ା ସମୟରେ ୧୯୯୬ ମସିହାରେ ଡିଡି ଓଡ଼ିଆର ଏକ କାର୍ଯ୍ୟକ୍ରମର ଉପସ୍ଥାପିକା ଭାବରେ କାମ କରିବା ଆରମ୍ଭ କରିଥିଲେ ।[] ଏହାପରେ ସେ ୧୯୯୮ ମସିହାରେ ବୋଉ କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ ।[] ଜ୍ୟୋତି ଓଡ଼ିଆ ଧାରାବାହିକରେ ମଧ୍ୟ ଅଭିନୟ କରିଛନ୍ତି ।

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ଜ୍ୟୋତି ମିଶ୍ର ଓଡ଼ିଶାରେ ୧୯୭୮ ମସିହାରେ ଜନ୍ମଗ୍ରହଣ କରିଥିଲେ । ସେ ଭୁବନେଶ୍ୱରର ବକ୍ସି ଜଗବନ୍ଧୁ ମହାବିଦ୍ୟାଳୟରୁ ସ୍ନାତ୍ତକୋତର ଶିକ୍ଷା ସମାପ୍ତ କରିଛନ୍ତି । ୨୦୦୦ ମସିହାରେ ସେ ବୁଦ୍ଧ ଘୋଷଙ୍କୁ ବିବାହ କରିଥିଲେ । ଏହି ଦମ୍ପତ୍ତିଙ୍କର ଏକ ପୁତ୍ର ସନ୍ତାନ ଅଛି ।[]

ସିନେମା ଜୀବନ

[ସମ୍ପାଦନା]

୧୯୯୮ ମସିହାରେ ବୋଉ କଥାଚିତ୍ରରୁ ଅଭିନୟ ଜୀବନ ଆରମ୍ଭ କରିଥିବା ଜ୍ୟୋତି, ଅନେକ ଓଡ଼ିଆ କଥାଚିତ୍ରରେ ଅଭିନୟ କରିସାରିଛନ୍ତି ।[]

ଅଭିନୀତ ଓଡ଼ିଆ କଥାଚିତ୍ର

[ସମ୍ପାଦନା]
କଥାଚିତ୍ରମୁକ୍ତିଲାଭ ବର୍ଷନିର୍ଦ୍ଦେଶକ
ଜୟ ଜଗନ୍ନାଥ୨୦୦୭ସବ୍ୟସାଚୀ ମହାପାତ୍ର
ମୋ ସୁନା ପୁଅ୨୦୦୭
ତୁ ଏକା ଆମ ସାହା ଭରସା୨୦୦୬
ଏଇଠି ସ୍ୱର୍ଗ ଏଇଠି ନର୍କ୨୦୦୩
ମାତୃଶକ୍ତି୨୦୦୩ବସନ୍ତ ସାହୁ
ସିନ୍ଦୂର ନୁହେଁ ଖେଳଘର୨୦୦୨ରବି କିନ୍ନାଗୀ
ଧର୍ମ ସହିଲେ ହେଲା୨୦୦୨
ମା ମଙ୍ଗଳା୨୦୦୨
ମନ ରହିଗଲା ତୁମରି ଠାରେ୨୦୦୨ମହମ୍ମଦ ମହସୀନ
ତୋ ଆଖି ମୋ ଆଇନା୧୯୯୯
ସହର ଜଳୁଛି୧୯୯୮
ସିଂହବାହିନୀ୧୯୯୮ବସନ୍ତ ସାହୁ
ସୌଭାଗ୍ୟବତୀ୧୯୯୮
ବୋଉ୧୯୯୮ସବ୍ୟସାଚୀ ମହାପାତ୍ର

ପୁରସ୍କାର

[ସମ୍ପାଦନା]
  1. 1 2 3 Pattanayak, Seela (9 December 2017). "Ollywood Actresses Who Came, Conquered And Left..." Mycitylinks (in English). Bhubaneswar: Mycitylinks. Archived from the original on 14 September 2020. Retrieved 14 September 2020.{{cite news}}: CS1 maint: unrecognized language (link)
  2. "ଜ୍ୟୋତି ପ୍ରଥମ ନାୟକ". ନିର୍ଭୟ. 16 September 2023. p. 10. Archived from the original on 16 September 2023. Retrieved 16 September 2023.

ବାହାର ଆଧାର

[ସମ୍ପାଦନା]