ଜ୍ୟୋତି ମିଶ୍ର
ଦେଖଣା
ଜ୍ୟୋତି ମିଶ୍ର | |
|---|---|
| ଜନ୍ମ | ୨୨ ଫେବୃଆରୀ |
| ଜାତୀୟତା | ଭାରତୀୟ |
| ବୃତ୍ତି | ସିନେମା ଅଭିନେତ୍ରୀ |
| ସକ୍ରିୟ ବର୍ଷ | ୧୯୯୮-୨୦୦୭ |
| ପ୍ରସିଦ୍ଧି | ଓଡ଼ିଆ ସିନେମା ଅଭିନେତ୍ରୀ |
| ବୈବାହିକ-ସାଥୀ | ବୁଦ୍ଧ ଘୋଷ (୨୦୦୦ – ଏବେଯାଏଁ) |
ଜ୍ୟୋତି ମିଶ୍ର ଜଣେ ଜଣାଶୁଣା ଓଡ଼ିଆ ଅଭିନେତ୍ରୀ । ସେ ଓଡ଼ିଆ କଥାଚିତ୍ର, ଦୂରଦର୍ଶନ ଧାରାବାହିକ, ଆଲବମ୍ ଗୀତ ଆଦିରେ ଅଭିନୟ କରିନ୍ତି । ସେ ପାଠପଢ଼ା ସମୟରେ ୧୯୯୬ ମସିହାରେ ଡିଡି ଓଡ଼ିଆର ଏକ କାର୍ଯ୍ୟକ୍ରମର ଉପସ୍ଥାପିକା ଭାବରେ କାମ କରିବା ଆରମ୍ଭ କରିଥିଲେ ।[୧] ଏହାପରେ ସେ ୧୯୯୮ ମସିହାରେ ବୋଉ କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ ।[୧] ଜ୍ୟୋତି ଓଡ଼ିଆ ଧାରାବାହିକରେ ମଧ୍ୟ ଅଭିନୟ କରିଛନ୍ତି ।
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ଜ୍ୟୋତି ମିଶ୍ର ଓଡ଼ିଶାରେ ୧୯୭୮ ମସିହାରେ ଜନ୍ମଗ୍ରହଣ କରିଥିଲେ । ସେ ଭୁବନେଶ୍ୱରର ବକ୍ସି ଜଗବନ୍ଧୁ ମହାବିଦ୍ୟାଳୟରୁ ସ୍ନାତ୍ତକୋତର ଶିକ୍ଷା ସମାପ୍ତ କରିଛନ୍ତି । ୨୦୦୦ ମସିହାରେ ସେ ବୁଦ୍ଧ ଘୋଷଙ୍କୁ ବିବାହ କରିଥିଲେ । ଏହି ଦମ୍ପତ୍ତିଙ୍କର ଏକ ପୁତ୍ର ସନ୍ତାନ ଅଛି ।[୧]
ସିନେମା ଜୀବନ
[ସମ୍ପାଦନା]୧୯୯୮ ମସିହାରେ ବୋଉ କଥାଚିତ୍ରରୁ ଅଭିନୟ ଜୀବନ ଆରମ୍ଭ କରିଥିବା ଜ୍ୟୋତି, ଅନେକ ଓଡ଼ିଆ କଥାଚିତ୍ରରେ ଅଭିନୟ କରିସାରିଛନ୍ତି ।[୨]
ଅଭିନୀତ ଓଡ଼ିଆ କଥାଚିତ୍ର
[ସମ୍ପାଦନା]| କଥାଚିତ୍ର | ମୁକ୍ତିଲାଭ ବର୍ଷ | ନିର୍ଦ୍ଦେଶକ |
|---|---|---|
| ଜୟ ଜଗନ୍ନାଥ | ୨୦୦୭ | ସବ୍ୟସାଚୀ ମହାପାତ୍ର |
| ମୋ ସୁନା ପୁଅ | ୨୦୦୭ | |
| ତୁ ଏକା ଆମ ସାହା ଭରସା | ୨୦୦୬ | |
| ଏଇଠି ସ୍ୱର୍ଗ ଏଇଠି ନର୍କ | ୨୦୦୩ | |
| ମାତୃଶକ୍ତି | ୨୦୦୩ | ବସନ୍ତ ସାହୁ |
| ସିନ୍ଦୂର ନୁହେଁ ଖେଳଘର | ୨୦୦୨ | ରବି କିନ୍ନାଗୀ |
| ଧର୍ମ ସହିଲେ ହେଲା | ୨୦୦୨ | |
| ମା ମଙ୍ଗଳା | ୨୦୦୨ | |
| ମନ ରହିଗଲା ତୁମରି ଠାରେ | ୨୦୦୨ | ମହମ୍ମଦ ମହସୀନ |
| ତୋ ଆଖି ମୋ ଆଇନା | ୧୯୯୯ | |
| ସହର ଜଳୁଛି | ୧୯୯୮ | |
| ସିଂହବାହିନୀ | ୧୯୯୮ | ବସନ୍ତ ସାହୁ |
| ସୌଭାଗ୍ୟବତୀ | ୧୯୯୮ | |
| ବୋଉ | ୧୯୯୮ | ସବ୍ୟସାଚୀ ମହାପାତ୍ର |
ପୁରସ୍କାର
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ Pattanayak, Seela (9 December 2017). "Ollywood Actresses Who Came, Conquered And Left..." Mycitylinks (in English). Bhubaneswar: Mycitylinks. Archived from the original on 14 September 2020. Retrieved 14 September 2020.
{{cite news}}: CS1 maint: unrecognized language (link) - ↑ "ଜ୍ୟୋତି ପ୍ରଥମ ନାୟକ". ନିର୍ଭୟ. 16 September 2023. p. 10. Archived from the original on 16 September 2023. Retrieved 16 September 2023.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଜ୍ୟୋତି ମିଶ୍ର