ଅସିତ ମହାନ୍ତି
ଅସିତ ମହାନ୍ତି | |
---|---|
ଜନ୍ମ | |
ଜାତୀୟତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ବିଜେବି କଲେଜ,ରେଭେନ୍ସା ମହାବିଦ୍ୟାଳୟ |
ବୈବାହିକ-ସାଥୀ | ସସ୍ମିତା |
ସନ୍ତାନ | ଅମୃତ ଓ ଅର୍ଣ୍ଣବ |
ପିତାମାତା | ଆର୍ତ୍ତବନ୍ଧୁ ମହାନ୍ତି, ବିଷ୍ଣୁପ୍ରିୟା ଦେବୀ |
ପୁରସ୍କାର | କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର(ଅନୁବାଦ) |
ଅସିତ ମହାନ୍ତି (୩୦ ମଇ ୧୯୫୮),[୧] ଜଣେ ଓଡ଼ିଆ ଲେଖକ, ସମାଲୋଚକ ଏବଂ ଅନୁବାଦକ ।[୨] ପୌରୁଷ ପତ୍ରିକାର ଏହି ସମ୍ପାଦକ ଅନୁବାଦ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମେତ ବହୁ ରାଜ୍ୟ ଓ ଜାତୀୟ ସ୍ତରର ପୁରସ୍କାରରେ ସମ୍ମାନୀତ ।[୩] "ଆମ ଓଡ଼ିଶା" ପ୍ରକାଶନା ସଂସ୍ଥାର ସମ୍ପାଦକ ଭାବରେ ମଧ୍ୟ ସେ କାର୍ଯ୍ୟ କରୁଛନ୍ତି । ରସଗୋଲାର ଉତ୍ପତ୍ତି ଓଡ଼ିଶାରେ[୪] ଓ ଏହା ୧୫୦୦ ମସିହା ଆଗରୁ ଓଡ଼ିଶାରେ ରସଗୋଲା ବ୍ୟବହୃତ[୫] ବୋଲି ଅସିତ ମହାନ୍ତି ଗବେଷଣାତ୍ମକ ତଥ୍ୟ ପ୍ରକାଶ କରିଥିଲେ ।[୬] 'ପ୍ରତିଭା' ଓ 'ଶତାବ୍ଦୀ'ର ପରିଚାଳନା ସଂପାଦକ, 'ମୀନାବଜାର'ର ସହ ସଂପାଦକ ଓ 'ପୌରୁଷ'ର ସଂପାଦକ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି ।
ଜୀବନୀ
[ସମ୍ପାଦନା]ଅସିତ, ୧୯୫୮ ମସିହା ମଇ ମାସ ୩୦ତାରିଖରେ ପୁରୀରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପୈତୃକ ଗ୍ରାମ କଟକ ଜିଲ୍ଲା ନିଆଳି ଅନ୍ତର୍ଗତ ଲେଖନପୁର ଗାଁ । ପିତାଙ୍କ ନାମ ଆର୍ତ୍ତବନ୍ଧୁ ମହାନ୍ତି । ମାତାଙ୍କ ନାମ ବିଷ୍ଣୁପ୍ରିୟା ଦେବୀ । ପତ୍ନୀ ସସ୍ମିତା ଓ ଦୁଇପୁତ୍ର ଅମୃତ ଓ ଅର୍ଣ୍ଣବକୁ ନେଇ ତାଙ୍କର ପରିବାର ।
ରଚନାବଳୀ
[ସମ୍ପାଦନା]- ସାହିତ୍ୟ ମନ୍ଥନ (୨୦୧୬)
- ଅଧ୍ୟାୟ ଏକବିଂଶ (୧୯୯୪)
- ୧୮୫୭ର ସ୍ୱାଧୀନତା ସଂଗ୍ରାମ (୨୦୧୨)
- ଦଶାବତାର (୨୦୦୭)
- ନବକଳେବର କଥା (୨୦୧୫)
- ନବକଳେବର ବିଚାର
- ସାହିତ୍ୟ ମହାଭାରତ(୧ମ ଖଣ୍ଡ - ୨୦୧୪ ୨ୟ- ୨୦୧୫)
- ବାପୁ - ମୋ ମା (ମୂଳ : ମନୁ ବେନ୍ ଗାନ୍ଧୀ)
- ଦେଶପ୍ରେମୀ ନୀଳକଣ୍ଠ[୭]
- ଅଣ୍ଡରସନଙ୍କ ପରୀ କାହାଣୀ
- ଫ୍ୟାସନ ଫାଶରେ ଓଁ
- ଜୀବନ ଓ ସୃଜନ
- ଶ୍ରୀଜଗନ୍ନାଥଙ୍କ ରସଗୋଲା
- ଶବ୍ଦରୁ ଇତିହାସ ୧ମ ଓ ୨ୟ
- ତୁମରି ପରି ପିଲାଟିଏ
- ଲୋହିତ ଲେଖନୀ (ସଂପାଦନା)
- ଭାରତ ରତ୍ନ ୧ମ ଓ ୨ୟ
ସମ୍ପାଦନା
- କହ୍ନେଇ କଥାଘର (୧୯୮୭)
- ରେବତୀ:ରେବତୀ (୧୯୯୮)
- ଏବଂ ରେବତୀ
- ବେଦରୁ ଆଧୁନିକ (ଲେ: ସର୍ବେଶ୍ୱର ଦାଶ)
- ପରମାର୍ଥ ପୟୋଧି (ଲେ: ରାଧାମୋହନ ରାଜେନ୍ଦ୍ରଦେବ)
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ସମ୍ମାନସୂଚକ ଡକ୍ଟରେଟ - ୨୦୧୮(ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ)[୮]
- କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର (ଅନୁବାଦ) - ୧୯୯୮ (ଅଧ୍ୟାୟ ଏକବିଂଶ)[୯]
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଅନୁବାଦ)- ୨୦୦୮ (ବାପୁ-ମୋ ମା)[୧୦]
- ଗଙ୍ଗାଧର ରଥ ଫାଉଣ୍ଡେସନ ପୁରସ୍କାର
- ସାରସ୍ୱତ ସାହିତ୍ୟ ସଂସ୍କୃତି ପୁରସ୍କାର
- ମୁକ୍ତ ଚିନ୍ତନ ମଞ୍ଚ ପୁରସ୍କାର
- ଆଇନା ପୁରସ୍କାର
- ପୁନର୍ନବା ପୁରସ୍କାର
- ସୁବାର୍ତ୍ତା ପୁରସ୍କାର
- ନୀଳାଚଳ ତତ୍ତ୍ୱ ସନ୍ଧାନ ପରିଷଦ ପୁରସ୍କାର
- ଆନ୍ତଃ-ମହାବିଦ୍ୟାଳୟ ଗଳ୍ପ ପ୍ରତିଯୋଗିତା ପ୍ରଥମ ପୁରସ୍କାର -୧୯୭୭
ଆଧାର
[ସମ୍ପାଦନା]- ↑ "ବ୍ୟକ୍ତିତ୍ୱ". ନିତିଦିନ ୦୪/୧୧/୨୦୧୭ ପୃଷ୍ଠା ୯ରେ ପ୍ରକାଶିତ. Retrieved 14 November 2017.[permanent dead link]
- ↑ Sahitya Akademi (2000). Annual Report. The Akademi.
- ↑ Kartik Chandra Dutt (1999). Who's who of Indian Writers, 1999: A-M. Sahitya Akademi. pp. 786–. ISBN 978-81-260-0873-5.
- ↑ http://www.rediff.com/money/report/whose-rasgulla-is-it-anyway/20160715.htm
- ↑ https://www.telegraphindia.com/1160714/jsp/frontpage/story_96633.jsp
- ↑ http://indiatoday.intoday.in/story/rasgulla-existed-in-odisha-prior-to-1500-ad-minister/1/715903.html
- ↑ Reflections on the National Movement in Orissa. Orissa State Archives. 1997.
- ↑ https://www.telegraphindia.com/states/odisha/space-crunch-hits-varsity-212052
- ↑ "AKADEMI TRANSLATION PRIZES (1989-2015)". sahitya-akademi.gov.in. Retrieved 14 November 2017.
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 14 November 2017.