ଶରତ ଚନ୍ଦ୍ର ମିଶ୍ର (ଆରକ୍ଷୀ ଅଧିକାରୀ)
ଦେଖଣା
ଶରତ ଚନ୍ଦ୍ର ମିଶ୍ର | |
|---|---|
| ଜନ୍ମ | ୩୦ ଜୁନ ୧୯୩୬ ତାଳଚେର, ଅନୁଗୋଳ ଜିଲ୍ଲା |
| ମୃତ୍ୟୁ | ୧୧ ଅକ୍ଟୋବର ୨୦୨୩ (ବୟସ ୮୭) |
| ଜାତୀୟତା | ଭାରତୀୟ |
| ବୃତ୍ତି | ଭାରତୀୟ ପୁଲିସ ସେବା ଅଧିକାରୀ |
| ଉଲ୍ଲେଖନୀୟ କୃତି | ଜୀବନର ପଥପ୍ରାନ୍ତେ |
| ପିତାମାତା | ବିଶ୍ୱମୋହନ ମିଶ୍ର ସୌଭାଗିନୀ ଦେବୀ |
| ସମ୍ପର୍କୀୟ | ବିପିନ ବିହାରୀ ମିଶ୍ର (ସାନଭାଇ) ପ୍ୟାରୀମୋହନ ମହାପାତ୍ର (ମାଉସୀପୁଅ ଭାଇ)[୧] |
| ପୁରସ୍କାର | କେନ୍ଦ୍ର ସାହିତ୍ୟ ଏକାଡେମୀ (ଅନୁବାଦ) ପୁରସ୍କାର, ୨୦୦୭, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୪ |
ଶରତ ଚନ୍ଦ୍ର ମିଶ୍ର (୩୦ ଜୁନ ୧୯୩୬ - ୧୦ ଅକ୍ଟୋବର ୨୦୨୩), ଜଣେ ଆରକ୍ଷୀ ଅଧିକାରୀ ଓ ସାହିତ୍ୟିକ ଥିଲେ । ସେ ଓଡ଼ିଶାର ପୁଲିସ ଡିଜିପି ଭାବରେ ତଥା ଭାରତର ପ୍ରମୂଖ ଗୁପ୍ତଚର ସଂସ୍ଥା ର'ରେ ମଧ୍ୟ କାମ କରିଥିଲେ ।[୨] ସାହିତ୍ୟ ସାଧନା ପାଇଁ ସେ ୨୦୦୫ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ ।
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ଶରତ ୧୯୩୬ ମସିହା ଜୁନ ୩୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ ୧୯୫୯ ମସିହାରେ ଭାରତୀୟ ପୁଲିସ ସେବାରେ ଯୋଗ ଦେଇଥିଲେ । ୧୯୯୧-୯୨ ମସିହାରେ ସେ ଓଡ଼ିଶା ପୁଲିସର ଡିଜିପି ପଦବୀରେ ଅବସ୍ଥାପିତ ଥିଲେ । ପୁଲିସର ବିଭିନ୍ନ ବିଭାଗ ବ୍ୟତୀତ ସେ ଇଣ୍ଟେଲିଜେନ୍ସ ବ୍ୟୁରୋ ଓ ର'ରେ ବିଭିନ୍ନ ପଦବୀରେ କାମ କରିଥିଲେ ।[୨] ତାଙ୍କ ସାନ ଭାଇ ବିପିନ ବିହାରୀ ମିଶ୍ର ମଧ୍ୟ ଜଣେ ପୁଲିସ ଅଧିକାରୀ ଓ ସାହିତ୍ୟିକ ଅଟନ୍ତି ।
୨୦୨୩ ମସିହା ଅକ୍ଟୋବର ୧୦ ତାରିଖରେ ଡେଙ୍ଗୁରେ ପିଡ଼ିତ ହୋଇ ତାଙ୍କର ପରଲୋକ ଘଟିଥିଲା ।[୩]
ରଚନାବଳୀ
[ସମ୍ପାଦନା]ଗଳ୍ପ
[ସମ୍ପାଦନା]- ଅଭିଳାଷ ଓ ଅନ୍ୟାନ୍ୟ ଗଳ୍ପ
- ମହାବାତ୍ୟା ଓ ଅନ୍ୟାନ୍ୟ ଗଳ୍ପ
- ପ୍ରସ୍ତୁତି ଓ ଅନ୍ୟାନ୍ୟ ଗଳ୍ପ
ପ୍ରବନ୍ଧ
[ସମ୍ପାଦନା]- ବିଶ୍ୱ ସମୀକ୍ଷା
- ଆମେ ଓ ଆମ ପଡ଼ୋଶୀ
- ଦେଶ ପରଦେଶ
- ଅନୁଚିନ୍ତା
- ସ୍ୱାଧିନତା ପର ଭାରତ
- ପର୍ଯ୍ୟାଲୋଚନା
- ଚିନ୍ତା ଓ ଭାବନା
ଉପନ୍ୟାସ
[ସମ୍ପାଦନା]- ସ୍ୱପ୍ନର ଆମେରିକା ୨୦୦୫
- କଳାହାଣ୍ଡି ଓ ଇନ୍ଦ୍ରଦେବତା
- ସୁନାର ବଙ୍ଗଳା
- ମୃଗତୃଷ୍ଣାର ଛାଇ
- ମାନ ଅଭିମାନ
ଅନ୍ୟାନ୍ୟ
[ସମ୍ପାଦନା]- ଇଉରୋପ୍ ଦେଖା (ଭ୍ରମଣ କାହାଣୀ)
- ଜୀବନର ପଥପ୍ରାନ୍ତେ (ବିଦ୍ୟାପୁରୀ)
- ପାକିସ୍ତାନ ପରିଚୟ
- The Dream
- The Liberation Heroes
- Kalahandi and the Rain God
- Public Affairs, Governance and Management
- Issues of Health Care and Population
- ଅର୍ଚ୍ଚିଡ଼୍ସ ଅଫ ଓଡ଼ିଶା : ଏ ହାଣ୍ଡବୁକ (Orchids of Odisha : A Handbook)
- ଅର୍ଚ୍ଚିଡ଼୍ସ ଅଫ ଈଣ୍ଡିଆ : ଏ ଗ୍ଲିମ୍ପ୍ସ (Orchids of India : A Glimpse)
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର - ୨୦୦୫ (ଜୀବନର ପଥପ୍ରାନ୍ତେ ପାଇଁ)
ଆଧାର
[ସମ୍ପାଦନା]- ↑ ପଣ୍ଡା, ହରିହର. "ଦୁର୍ବଳ ଗୁଇନ୍ଦା ବ୍ୟବ୍ୱସ୍ଥା ଯୋଗୁ ଆଇନଶୃଙ୍ଖଳା ବ୍ୟାହତ ହେଉଛି". ନିତିଦିନ. Archived from the original on 2016-10-11. Retrieved 17 September 2016.
- ↑ ୨.୦ ୨.୧ Panda, Sudeshna (10 October 2023). "Former DGP of Odisha Sarat Chandra Mishra passes away". KalingaTV. Retrieved 11 October 2023.
- ↑ "Former Odisha DGP Sarat Chandra Mishra passes away at 88". ANI News. 10 October 2023. Archived from the original on 11 October 2023. Retrieved 11 October 2023.