ଲାଗେ ପ୍ରେମ ନଜର
ଲାଗେ ପ୍ରେମ ନଜର | |
---|---|
ନିର୍ଦ୍ଦେଶକ | ଦିଲ୍ଲୀପ ପଣ୍ଡା |
ପ୍ରଯୋଜକ | ବ୍ୟୋମକେଶ ଶେଜପଡ଼ା |
ସଂଳାପ | ଚିନ୍ମୟ ଦାସ ପଟ୍ଟନାୟକ |
ଚିତ୍ରନାଟ୍ୟ | ଦିଲ୍ଲୀପ ପଣ୍ଡା |
କାହାଣୀ | ଖଗେଶ୍ୱର ଶେଜପଡ଼ା |
କଳାକାର | ଅମ୍ଳାନ ଦାସ ପ୍ରିୟା ଚୌଧୁରୀ ରିୟା ଦେ ରାଗିଣୀ ସୁତ୍ରଧାର ରାକେଶ ଦେଓ ବବି ମିଶ୍ର |
ସଙ୍ଗୀତ | ବୈଦ୍ୟନାଥ ଦାଶ |
ଚିତ୍ରଗ୍ରହଣ | ପ୍ରଦୀପ |
ସମ୍ପାଦକ | ଚନ୍ଦ୍ରଶେଖର ମିଶ୍ର |
ମୁକ୍ତିଲାଭ ତାରିଖ | ୮ ଜୁଲାଇ ୨୦୨୨ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଲାଗେ ପ୍ରେମ ନଜର ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବ୍ୟୋମକେଶ ଶେଜପଡ଼ା । ଖଗେଶ୍ୱର ଶେଜପଡ଼ା ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ।[୨] କଥାଚିତ୍ରଟିର ସଂଳାପ ରଚନା କରିଥିଲେ ଚିନ୍ମୟ ଦାସ ପଟ୍ଟନାୟକ ।[୩] ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡା ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୪]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅମ୍ଳାନ ଦାସ, ପ୍ରିୟା ଚୌଧୁରୀ, ରିୟା ଦେ ଓ ରାଗିଣୀ ସୁତ୍ରଧାର ।[୫] ରାକେଶ ଦେଓ, ବବି ମିଶ୍ର, ପପି ସନ୍ତୁକା, ଅମର, ବାପି, ରିପନ, ବିନୋଦ, ଅଜୟ ପ୍ରଧାନ, ଧାରାଶ୍ରୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୬] ଏହି କଥାଚିତ୍ରଟି ୮ ଜୁଲାଇ ୨୦୨୨ରେ ବାହୁଡ଼ା ଯାତ୍ରା ଅବସରରେ ମୁକ୍ତିଲାଭ କରିଥିଲା ।[୨][୭]
ଅଭିନୟ
[ସମ୍ପାଦନା]- ଅମ୍ଳାନ ଦାସ[୮]
- ପ୍ରିୟା ଚୌଧୁରୀ[୯]
- ରିୟା ଦେ[୧୦]
- ରାଗିଣୀ ସୁତ୍ରଧାର
- ରାକେଶ ଦେଓ
- ବବି ମିଶ୍ର
- ପପି ସନ୍ତୁକା
- ଅମର
- ବାପି
- ରିପନ
- ବିନୋଦ
- ଅଜୟ ପ୍ରଧାନ
- ଧାରାଶ୍ରୀ
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଲାଗେ ପ୍ରେମ ନଜର | |||||
---|---|---|---|---|---|
କଥାଚିତ୍ର ଗୀତ ଆଲବମ୍ by ବୈଦ୍ୟନାଥ ଦାଶ | |||||
ମୁକ୍ତିଲାଭ ତାରିଖ | ୧୦ ଡିସେମ୍ବର ୨୦୨୧[୧୧] | ||||
ରେକର୍ଡ଼ ତାରିଖ | ୨୦୨୧ | ||||
ଭାଷା | ଓଡ଼ିଆ | ||||
ନାମ | ଆମର ମ୍ୟୁଜିକ ଓଡ଼ିଆ[୬] | ||||
|
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାଶ ।[୪] ଅରୁଣ ମନ୍ତ୍ରୀ, ନିର୍ମଳ ନାୟକ, ରଞ୍ଜନ କୁମାର ଦାସ ଭଳି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୧୧] ଗୌରବ ଆନନ୍ଦ, ଦୀପ୍ତିରେଖା ପାଢ଼ୀ, କୁଳଦୀପ ପଟ୍ଟନାୟକ, ଅସୀମା ପଣ୍ଡା, ହ୍ୟୁମାନ ସାଗର, ଅନନ୍ୟା ଶ୍ରୀତମ ନନ୍ଦ, ଅର୍ପିତା ଚୌଧୁରୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୫]
ଗୀତ
[ସମ୍ପାଦନା]କ୍ରମ | ଗୀତ | କବି | ଗାୟକ | ସମୟ |
---|---|---|---|---|
1. | "ପ୍ରେମ ତୀର" | ନିର୍ମଳ ନାୟକ | କୁଳଦୀପ ପଟ୍ଟନାୟକ, ଅସୀମା ପଣ୍ଡା | ୦୩:୪୬ |
2. | "ଲାଗେ ପ୍ରେମ ନଜର" | ଅରୁଣ ମନ୍ତ୍ରୀ | ହ୍ୟୁମାନ ସାଗର, ଅନନ୍ୟା ଶ୍ରୀତମ ନନ୍ଦ | ୦୪:୨୬ |
3. | "ମନ ଉଡ଼ି ଯାଏରେ" | ଅରୁଣ ମନ୍ତ୍ରୀ | ଗୌରବ ଆନନ୍ଦ, ଦୀପ୍ତିରେଖା ପାଢ଼ୀ | ୦୩:୨୪ |
4. | "ତୋ' ବିନା ଅଧୁରା ମୁଁ" | ନିର୍ମଳ ନାୟକ | ଅର୍ପିତା ଚୌଧୁରୀ | ୦୩:୩୫ |
5. | "ତୋ' ଦୁନିଆ ଛାଡ଼ି ଚାଲିଯିବି" | ରଞ୍ଜନ କୁମାର ଦାସ | ଗୌରବ ଆନନ୍ଦ | ୦୩:୨୨ |
ଆଧାର
[ସମ୍ପାଦନା]- ↑ "୮ ମାସରେ ମୁକ୍ତିଲାଭ କରିଛି ୪୧ଟି ଓଡ଼ିଆ ସିନେମା". ସମ୍ବାଦ. sambad.in. 21 August 2022. Archived from the original on 25 October 2022. Retrieved 25 October 2022.
- ↑ ୨.୦ ୨.୧ "ବାହୁଡାରେ ରିଲିଜ ହେଲା "ଲାଗେ ପ୍ରେମ ନଜର"". Prameyanews7. ଭୁବନେଶ୍ୱର. 10 July 2022. Archived from the original on 24 October 2022. Retrieved 24 October 2022.
- ↑ "ଏଥର ପକ୍କା ନଜର ଲାଗିବ". ପ୍ରମେୟ. 6 July 2022. Archived from the original on 27 October 2022. Retrieved 27 October 2022.
- ↑ ୪.୦ ୪.୧ "ଲାଗେ ପ୍ରେମ ନଜର". ସମ୍ବାଦ. ଭୁବନେଶ୍ୱର: sambad.in. 31 October 2022. Archived from the original on 24 October 2022. Retrieved 24 October 2022.
- ↑ ୫.୦ ୫.୧ "ଆଜି ପରଦାକୁ ଆସୁଛି ଅମ୍ଳାନଙ୍କ 'ଲାଗେ ପ୍ରେମ ନଜର'". ସମ୍ବାଦ. ଭୁବନେଶ୍ୱର: sambad.in. 8 July 2022. Archived from the original on 24 October 2022. Retrieved 24 October 2022.
- ↑ ୬.୦ ୬.୧ "ବାହୁଡ଼ାରେ ରିଲିଜ୍ ହେବ 'ଲାଗେ ପ୍ରେମ ନଜର', ଦେଖିବାକୁ ମିଳିବ ଅମ୍ଳାନଙ୍କ ସହ ରିୟା, ପ୍ରିୟା, ରାଗିଣୀଙ୍କ ରୋମାନ୍ସ". ସମ୍ବାଦ. sambad.in. 3 July 2022. Archived from the original on 24 October 2022. Retrieved 24 October 2022.
- ↑ "ଆଜି ଶୁଭମୁକ୍ତି: ଲାଗେ ପ୍ରେମ ନଜର". ସମ୍ବାଦ. ଜୟପୁର. 8 July 2022. Archived from the original on 25 October 2022. Retrieved 25 October 2022.
- ↑ "ଏବର୍ଷ ଏହି ନାୟକଙ୍କ ସହ ଏକାଧିକ ଫିଲ୍ମରେ ନଜର ଆସିବେ ରୀୟା". ସମ୍ବାଦ. ଭୁବନେଶ୍ୱର: sambad.in. 31 January 2021. Archived from the original on 24 October 2022. Retrieved 24 October 2022.
- ↑ "ଏହି ଜଣାଶୁଣା ନାୟକଙ୍କ ସହ ବି ନଜର ଆସିଥିଲେ ପ୍ରିୟା". ସମ୍ବାଦ. ଭୁବନେଶ୍ୱର: sambad.in. 12 August 2022. Archived from the original on 24 October 2022. Retrieved 24 October 2022.
- ↑ "ରିୟାଙ୍କ ଖୁସି". ସକାଳ. No. ଭୁବନେଶ୍ୱର. 7 August 2022. p. ୨. Archived from the original on 3 November 2022. Retrieved 3 November 2022.
- ↑ ୧୧.୦ ୧୧.୧ "ନଜର ପଡ଼ିଲା ପ୍ରେମରେ". ସମ୍ବାଦ. ଭୁବନେଶ୍ୱର: sambad.in. 10 December 2021. Archived from the original on 24 October 2022. Retrieved 24 October 2022.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଲାଗେ ପ୍ରେମ ନଜର