ପ୍ରିୟା ଚୌଧୁରୀ
ପ୍ରିୟା ଚୌଧୁରୀ | |
---|---|
ଜାତୀୟତା | ![]() |
ଜୀବିକା | କଥାଚିତ୍ର ଅଭିନେତ୍ରୀ |
କାର୍ଯ୍ୟକାଳ | ୨୦୦୮-ଏବେଯାଏଁ |
ପ୍ରସିଦ୍ଧି | ଓଡ଼ିଆ କଥାଚିତ୍ର ଅଭିନେତ୍ରୀ |
ପ୍ରିୟା ଚୌଧୁରୀ ଜଣେ ଜଣାଶୁଣା ଓଡ଼ିଆ କଥାଚିତ୍ର ଅଭିନେତ୍ରୀ ।[୧] ତାଙ୍କର ସମ୍ପୂର୍ଣ୍ଣ ନାମ ହେଉଛି ପ୍ରିୟଦର୍ଶିନୀ ଚୌଧୁରୀ ।
ପ୍ରାରମ୍ଭିକ ଜୀବନ[ସମ୍ପାଦନା]
୨୫ ନଭେମ୍ବର ୧୯୮୯ ମସିହାରେ ପ୍ରିୟାଙ୍କର ଜନ୍ମ । ପ୍ରିୟାଙ୍କର ଜନ୍ମ ସ୍ଥାନ ହେଉଛି ଭୁବନେଶ୍ୱର । ପ୍ରିୟାଙ୍କ ବାପା ସରକାରୀ ଚାକିରି କରିଛନ୍ତି । ୨୦୧୩ ମସିହାରେ ହାଇଦ୍ରାବାଦର ସଫଟ୍ଓ୍ବେୟାର୍ ଡେଭଲପରଙ୍କୁ ସେ ବିବାହ କରିଛନ୍ତି ।[୨] ଉତ୍କଳ ବିଶ୍ୱବିଦ୍ୟାଳୟରୁ ସେ ଗ୍ରାଜୁଏସନ୍ ପାସ୍ କରିଛନ୍ତି । ପ୍ରିୟା ନିରାମିଷ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି । ସେକ୍ସପିୟରଙ୍କ ଉପନ୍ୟାସ ପଢ଼ିବାକୁ ତାଙ୍କୁ ବହୁତ ଭଲ ଲାଗେ । କୁର୍ତ୍ତା- ପାଇଜାମା ପୋଷାକ ତାଙ୍କର ପ୍ରଥମ ପସନ୍ଦ । ପ୍ରିୟା "ଏନ୍ଡ଼ି ଟିଭି"ରେ ନିୟୁଜ ରିଡର୍ ତଥା ଏକ "ପ୍ଲେ ସ୍କୁଲ୍" ଖୋଲିବା ତାଙ୍କର ବହୁତ ଇଚ୍ଛା।
ଅଭିନୟ ଜୀବନ:[ସମ୍ପାଦନା]
ପ୍ରିୟା ୨୦୦୮ ମସିହାରେ ଅଭିନୟ ଦୁନିଅାକୁ ପ୍ରବେଶ କରିଥିଲେ। "ଡ୍ରିମ୍ ଗାର୍ଲ" ହେଉଛି ପ୍ରିୟାଙ୍କ ଅଭିନୀତ ପ୍ରଥମ କଥାଚିତ୍ର। ଏହି ଚଳଚ୍ଚିତ୍ରରେ ସେ ସବ୍ୟସାଚୀଙ୍କ ବିପକ୍ଷରେ ନାୟିକା ସାଜିଥିଲେ। ଏହା ପରେ ପରେ ସେ ଏକାଧିକ ଫିଲ୍ମରେ ଅଭିନୟ କରିଛନ୍ତିି ।
ଅଭିନୟ କରିବା ପୂର୍ବରୁ ସେ ଉପସ୍ଥାପିକା ଭାବେ ବିଭିନ୍ନ କାର୍ଯ୍ୟକ୍ରମ କରିଛନ୍ତି। "ସଂଗୀତ ସୁରଭି", "ମିତଟିଏ ଗୀତଟିଏ" ଏବଂ "ଅାପଣଙ୍କ ପସନ୍ଦ", "ହିପ୍ ହିପ୍ ହୁରେ" ଏବଂ "ପଲିଟିକାଲ୍ ସର୍କସ" ପରି ଅନେକ କାର୍ଯ୍ୟକ୍ରମରେ ଅାଙ୍କରିଂ କରିଛନ୍ତି। ଦୂରଦର୍ଶନ ଓଡ଼ିଆରେ ପ୍ରସାରିତ ହୋଇଥିବା "ଶୁଭ ସକାଳ" କାର୍ଯ୍ୟକ୍ରମରେ ସେ ପୁପିନ୍ଦରଙ୍କ ସହ ଅାଙ୍କରିଂ କରିଛନ୍ତି। "ଅଲ ଇଣ୍ଡିଅା" ରେଡିଓରେ ମଧ୍ୟ ଉପସ୍ଥାପିକା ଭାବେ କାମ କରିଛନ୍ତି।
ବିବାହ ପରେ ପ୍ରିୟା କୌଣସି ଫିଲ୍ମରେ ନଜର ଅାସି ନ ଥିଲେ ମଧ୍ୟ ରିୟଲିଟି ସୋରେ ତାଙ୍କୁ ଜଜ୍ ହିସାବରେ ଦେଖିବାକୁ ମିଳିଥିଲା। ସାର୍ଥକ ଟିଭିର "ରଜ କୁଇନ୍" ଏବଂ ତରଙ୍ଗ ଟିଭିର "କିଏ ହେବ ମୋ ହିରୋଇନ୍"ରେ ଜଜ୍ ଭାବେ ନଜର ଅାସିଥିଲେ ଏହା ବ୍ୟତୀତ ସାର୍ଥକରେ ପ୍ରସାରିତ ହୋଇଥିବା ଭାଗ୍ୟ ବଦଳିବ ପୁଣି ଥରେ ସୋରେ ଅାଙ୍କରିଂ କରିଛନ୍ତି।
ଅଭିନୀତ ଓଡ଼ିଆ କଥାଚିତ୍ର[୩][ସମ୍ପାଦନା]
- ଡ୍ରିମ୍ ଗାର୍ଲ (୨୦୦୮)
- ଅଭିମନ୍ୟୁ (୨୦୦୯)
- ମେଘ ସବାରିରେ ଅାସିବ ଫେରି (୨୦୧୦)
- ଦିଲ୍ ତୋତେ ଦେଇଚି (୨୦୧୦)
- ଅାଲୋ ମୋର କଣ୍ଢେଇ (୨୦୧୦)
- ବାଇଶି ପାହାଚେ ଖେଳିବ ମୀନ (୨୦୧୧)
- ହିରୋ (୨୦୧୧)
- ଚାନ୍ଦିନୀ ଅାଇ ମିସ୍ ୟୁ (୨୦୧୧)
- ଦୋସ୍ତି (୨୦୧୧)
- ଗୁଡ଼୍ ବଏ (୨୦୧୨)
- ପାରିବେନି କେହି ଅଲଗା କରି (୨୦୧୩)
- ରୁମ୍କୁ ଝୁମାନା (୨୦୧୩)
- ମିତ ବସିଚି ମୁଁ ଭୂତ ସାଥୀରେ (୨୦୧୩)[୪]
ଉପସ୍ଥାପିକା[ସମ୍ପାଦନା]
- ଅଲ୍ ଇଣ୍ଡିଅା ରେଡିଓ
- ସଂଗୀତ ସୁରଭି (ଈ ଟିଭି)
- ମିତଟିଏ ଗୀତଟିଏ ( ଈ ଟିଭି)
- ଅାପଣଙ୍କ ପସନ୍ଦ (ଈ ଟିଭି)
- ହିପ୍ ହିପ୍ ହୁରେ (ଓ ଟିଭି)
- ପଲିଟିକାଲ୍ ସର୍କସ (ଓ ଟିଭି)
- ଶୁଭ ସକାଳ (ଡିଡି ଓଡ଼ିଆ)
- ଭାଗ୍ୟ ବଦଳିବ ପୁଣି ଥରେ (ସାର୍ଥକ ଟିଭି)
କାର୍ଯ୍ୟକ୍ରମ[ସମ୍ପାଦନା]
- ରଜ କୁଇନ୍ ( ସାଥ'କ ଟିଭି - ୨୦୧୬)
- କିଏ ହେବ ମୋ ହିରୋଇନ୍ (ତରଙ୍ଗ - ୨୦୧୪)
ପୁରସ୍କାର[ସମ୍ପାଦନା]
- ମେଘ ସବାରିରେ ଅାସିବ ଫେରି (ଶ୍ରେଷ୍ଠ ଅଭିନେତ୍ରୀ)- ଈ-ଟିଭି ଓଡ଼ିଆ ଫିଲ୍ମ୍ ଅାଓ୍ବାର୍ଡସ୍- ୨୦୧୧
ଆଧାର[ସମ୍ପାଦନା]
ଅଧିକ ତଥ୍ୟ[ସମ୍ପାଦନା]
- ପ୍ରିୟା ଚୌଧୁରୀ (ଇଣ୍ଟରନେଟ ମୁଭି ଡାଟାବେସରେ)