ସୁନୀଲ କୁମାର

ଉଇକିପିଡ଼ିଆ‌ରୁ
ସୁନୀଲ କୁମାର
Born
ସୁନୀଲ କୁମାର

୧୫ ଅଗଷ୍ଟ[୧]
Occupation(ଓଡ଼ିଆ) ଅଭିନେତ୍ରା
Years active୨୦୦୪- ଏବେଯାଏଁ
Parentବିମଳା ତିୱାରୀ (ମାଆ)
Websitesunilkumaronline.com

ସୁନୀଲ କୁମାର ଜଣେ ଓଡ଼ିଆ କଥାଚିତ୍ର ଅଭିନେତା ।[୩] ସେ ୨୦୦୪ ମସିହାରେ ହରିଭାଇ ହାରେନା କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ସେ ଓଡ଼ିଆ କଥାଚିତ୍ର ସ‌ହ ବଙ୍ଗଳା ଏବଂ ମରାଠୀ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।[୧]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ସୁନୀଲ କୁମାର ପଶ୍ଚିମ ବଙ୍ଗରେ ଅଦ୍ରା କେନ୍ଦ୍ରିୟ ବିଦ୍ୟାଳୟରୁ ତାଙ୍କର ପାଠପଢ଼ା ଆରମ୍ଭ କରିଥିଲେ । ଏହାପରେ ସେ ଓଡ଼ିଶାର ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟରୁ ସ୍ନାତକ ହାସଲ କରିଥିଲେ ।[୧][୪]

ଅଭିନୟ ଜୀବନ[ସମ୍ପାଦନା]

ସୁନୀଲ କୁମାର ୨୦୦୪ ମସିହାରେ ଓଡ଼ିଆ କଥାଚିତ୍ର ହରି ଭାଇ ହାରେନା ଚଳଚ୍ଚିତ୍ର ଜରିଆରେ ତାଙ୍କର ଅଭିନୟ ଆରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ରରେ ତାଙ୍କ ସ‌ହ ନାୟିକା ଭାବରେ ଅଭିନୟ କରିଥିଲେ ଅନୁ ଚୌଧୁରୀ । ଏହାପରେ ସେ ଜୀବନ ମୃତ୍ୟୁ, ରକତେ ଲେଖିଚି ନାଁ, ଅଗ୍ନିଶୀଖା, ତୁମକୁ ପାରୁନି ତ ଭୁଲି, ଚୁପ୍ କିଏ ଆସୁଚି, ସାତ ସୁରେ ବନ୍ଧା ଏ ଜୀବନ, ସ୍ୱୟଂସିଦ୍ଧା, ଏ ମନ ଖୋଜେ ମନ ଟିଏ, ମୁଁ ଆଶିକ୍ ମୁଁ ଆୱାରା, ମାୟା ଆଦି ଓଡ଼ିଆ କଥାଚିତ୍ରରେ ଅଭିନୟ କରିଥିଲେ ।[୪] ସେ ରକତେ ଲେଖିଚି ନାଁରେ ଜଣେ ଖଳନାୟକ ଭାବରେ ଅଭିନୟ କରିଥିଲେ ।

ସୁନୀଲ ଓଡ଼ିଆ କଥାଚିତ୍ର ସ‌ହ ବଙ୍ଗଳା ଏବଂ ମରାଠୀ କଥାଚିତ୍ରରେ ମଧ୍ୟ ଅଭିନୟ କରିଥିଲେ । ସେ ଅପରାଧୀ ଏବଂ ୱିଇଣ୍ଡୋ କନେକ୍ସନ ବଙ୍ଗଳା କଥାଚିତ୍ରରେ ଅଭିନୟ କରିଥିଲେ । ମରାଠୀ ଚଳଚ୍ଚିତ୍ର ପୁନେ ଭାୟା ବିହାରରେ ଅଭିନୟ କରିଥିଲେ ।[୪]

ଅଭିନୀତ କଥାଚିତ୍ର[ସମ୍ପାଦନା]

ବର୍ଷ ଚଳଚ୍ଚିତ୍ର ଭୂମିକା ମନ୍ତବ୍ୟ
୨୦୦୪ ହରିଭାଇ ହାରେନା ହରି ଭାଇ ପ୍ରଥମ କଥାଚିତ୍ର/ପ୍ରଥମ ଓଡ଼ିଆ କଥାଚିତ୍ର
୨୦୦୫ ଜୀବନ ମୃତ୍ୟୁ ଦେବ୍
୨୦୦୬ ରକତେ ଲେଖିଚି ନାଁ ରୋହନ ରାୟ ଖଳନାୟକ
୨୦୦୭ ଅଗ୍ନିଶିଖା ଆଲୋକ ଚୌଧୁରୀ
ତୁମକୁ ପାରୁନି ତ ଭୁଲି ଗୌତମ ଚୌଧୁରୀ
୨୦୦୮ ଅପରାଧୀ ପ୍ରଥମ ବଙ୍ଗଳା ଚଳଚ୍ଚିତ୍ର
୨୦୦୯ ଚୁପ୍ କିଏ ଆସୁଚି
ସାତ ସୁରେ ବନ୍ଧା ଏ ଜୀବନ ରାହୁଲ ଚୌଧୁରୀ
୨୦୧୦ ସ୍ୱୟଂସିଦ୍ଧା ରାଜ୍
୨୦୧୧ ଏ ମନ ଖୋଜେ ମନ ଟିଏ ସୁନୀଲ
୨୦୧୩ ମୁଁ ଆଶିକ୍ ମୁଁ ଆୱାରା ପିଣ୍ଟୁ
୨୦୧୫ ମାୟା
୨୦୧୮ ବାଲିଘର ମୁକ୍ତିଲାଭ ଅପେକ୍ଷାରେ[୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Sunil Kumar a BJB College Student became Popular Odia Actor in Odisha / Orissa / Ollywood". Odia Cinema Actor Actress. Retrieved 23 January 2018.
  2. "Sunil Kumar Actor Biography". Incredible Orissa. 4 October 2011. Retrieved 23 January 2018.
  3. "ପରଦାକୁ ଆସୁଛନ୍ତି ଓଲିଉଡର ଏହି ନୂଆ ଯୋଡି". sambad.in. 2 March 2018. Retrieved 5 March 2018.
  4. ୪.୦ ୪.୧ ୪.୨ "Ollywood Star Sunil Kumar". Odia Live. 17 September 2017. Retrieved 23 January 2018.
  5. "ଅଠରରେ ଫେରିବେ ଏହି ଓଲିଉଡ ନାୟକ !". sambad.in. 4 January 2018. Retrieved 1 February 2018.

ବାହାର ଆଧାର[ସମ୍ପାଦନା]

ଇଣ୍ଟରନେଟ ମୁଭି ଡାଟାବେସରେ ସୁନୀଲ କୁମାର