ମହିଳା ସ୍ୱାସ୍ଥ୍ୟ

ଉଇକିପିଡ଼ିଆ ରୁ
Jump to navigation Jump to search
ମହିଳା ସ୍ୱାସ୍ଥ୍ୟର ଚିହ୍ନ

ମହିଳା ସ୍ୱାସ୍ଥ୍ୟ ଅର୍ଥାତ୍ ସ୍ତ୍ରୀଲୋକମାନଙ୍କର ସ୍ୱାସ୍ଥ୍ୟ, ଯାହାକି ପୁରୁଷମାନଙ୍କଠାରୁ ଅନେକ କ୍ଷେତ୍ରରେ ଅଲଗା । ମହିଳା ସ୍ୱାସ୍ଥ୍ୟ ହେଉଛି ଜନ ସ୍ୱାସ୍ଥ୍ୟର ଏକ ଉଦାହରଣ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ  ମତରେ ସ୍ୱାସ୍ଥ୍ୟମାନେ, "ସମ୍ପୁର୍ଣ୍ଣ ଶାରୀରିକ, ମାନସିକ ଏବଂ ସାମାଜିକ ସୁଖ ସମୃଦ୍ଧି। କେବଳ ନିରୋଗତା ନୁହେଁ ।"[୧] ସାଧାରଣତଃ ମହିଳା ସ୍ୱାସ୍ଥ୍ୟକୁ ମହିଳା ପ୍ରଜନନ ସ୍ୱାସ୍ଥ୍ୟ ହିସାବରେ ନିଆଯାଏ କିନ୍ତୁ ଅନେକ ସଂସ୍ଥା ଏହା ବିରୁଦ୍ଧରେ ସ୍ୱର ଉଠାଉଛନ୍ତି । ଏହି ବ୍ୟବଧାନଗୁଡ଼ିକ ଏକ ବିକାଶଶୀଳ ଦେଶରେ ଆହୁରି ଅଧିକ ଯେଉଁଠାରେ ମହିଳାମାନଙ୍କର ସ୍ୱାସ୍ଥ୍ୟ ଉଭୟ ଆଶଙ୍କା ଏବଂ ଅନୁଭବ ଉପରେ ନିର୍ଭର କରେ । 

ଯଦିଓ ଆଦ୍ୟୋଗୀକ ଦେଶଗୁଡ଼ିକରେ ମହିଳାଙ୍କର ବଞ୍ଚିବାର ବୟସ ପୁରୁଷଙ୍କ ତୁଳନାରେ ପାଖାପାଖି ହୋଇଆସିଲାଣି ଏବଂ ଅଧିକ ବର୍ଷ ମଧ୍ୟ ବଞ୍ଚିଲେଣି, ତଥାପି ବହୁ କ୍ଷେତ୍ରରେ ସେମାନେ ପୁରୁଷଙ୍କ ତୁଳନାରେ ଶୀଘ୍ର ରୋଗଗ୍ରାସ କରନ୍ତି ଏବଂ ଏହାର ଫଳ ଭଲ ମଧ୍ୟ ହୋଇନଥାଏ । ଯେହେତୁ ମହିଳାମାନଙ୍କ କ୍ଷେତ୍ରରେ ତାଙ୍କର ସ୍ୱାସ୍ଥ୍ୟ କେବଳ ଆଖପାଖର ପରିବେଶ ଛଡ଼ା ଅନ୍ୟାନ୍ୟ ଅବସ୍ଥା ଯେପରିକି ଦାରିଦ୍ର୍ୟ, ରୋଜଗାରକ୍ଷମତା ଏବଂ ପରିବାର ଦାୟିତ୍ୱ ଉପରେ ନିର୍ଭର କରେ ତେଣୁ ଲିଙ୍ଗଗତ ପ୍ରଭେଦ ସାମାଜିକ କ୍ଷେତ୍ରରେ ମହିଳା ସ୍ୱାସ୍ଥ୍ୟର ଅବସ୍ଥା ଜାଣିବାରେ ଗୁରୁତ୍ୱପୂର୍ଣ୍ଣ ଅଟେ । ବହୁତ ବର୍ଷହେଲା ମହିଳାମାନଙ୍କୁ ସାମାଜିକ ଓ ଆର୍ଥନୀତିକ ଶକ୍ତିରୁ ଦୂରରେ ରଖାଯାଇ ଆସୁଛି, ଯାହାଦ୍ୱାରା ତାଙ୍କର ସାଧାରଣ ଆବଶ୍ୟକତା, ଯେଉଁଥିରେ ସ୍ୱାସ୍ଥ୍ୟ ସେବା ମଧ୍ୟ ଜଡ଼ିତରୁ ବଂଚିତ କରାଯାଉଅଛି । ବିକାଶଶୀଳ ଦେଶଗୁଡ଼ିକରେ ମହିଳାଙ୍କ ସ୍ୱାସ୍ଥ୍ୟରେ ଏହାର କୁପ୍ରଭାବ ଅଧିକ ।

ନାରୀମାନଙ୍କର ପ୍ରଜନନ ଓ ଲିଙ୍ଗଗତ ସ୍ୱାସ୍ଥ୍ୟ ପୁରୁଷମାନଙ୍କ ସ୍ୱାସ୍ଥ୍ୟଠାରୁ ସମ୍ପୂର୍ଣ୍ଣ ଭାବରେ ଅଲଗା । ଏହିପରିକି ବିକଶିତ ଦେଶଗୁଡିକରେ ମଧ୍ୟ ଗର୍ଭଧାରଣପ୍ରସବ ଜନିତ ବିଭିନ୍ନ ଜଟିଳତା କାରଣରୁ ବର୍ଷକୁ ୨,୫୦,୦୦୦ରୁ ଅଧିକ ମହିଳା ମୃତ୍ୟୁବରଣ କରୁଛନ୍ତି । ଏହି ସଂଖ୍ୟା ବିକାଶଶୀଳ ଦେଶଗୁଡ଼ିକରେ ବହୁତ ଅଧିକ । ଏକ ସାଙ୍ଗରେ ଦୁଇ ବା ତଦୁର୍ଦ୍ଧ ରୋଗହେବା କାରଣରୁ ଯଥା ହୃଦରକ୍ତନାଳୀ ରୋଗ ଯୋଗୁଁ ଉଭୟ ମୃତ୍ୟ ଓ ରୋଗୀଙ୍କ ସଂଖ୍ୟା ବଢିଥାଏ ଓ ପ୍ରିଏକ୍ଲାମ୍ପସିଆ ମଧ୍ୟ ହୋଇପାରେ । ଯୌନକ୍ରିୟା ସଞ୍ଚାରିତ ରୋଗସମୂହ ଯୋଗୁଁ ଉଭୟ ମା ଓ ଶିଶୁକୁ ଗମ୍ଭୀର ରୋଗଗୁଡ଼ିକ ହୋଇପାରେ ଯେଉଁଥିରେ ମା'ଠାରୁ ଶିଶୁକୁ ରୋଗ ସଂକ୍ରମିତ ହୋଇଥାଏ ଉଦାହରଣ ସ୍ୱରୂପ: ମୃତ ପ୍ରସବ, ଶିଶୁମୃତ୍ୟୁ, ପେଲଭିସ ପ୍ରବାହ ରୋଗ ଯାହାକି ପରେ ଅନୁବ୍ରରତା କରିପାରେ । ଏଥିସହ ଅନ୍ୟକେଉଁବି କାରଣ ଯୋଗୁଁ ଅନୁବ୍ରରତା, ଜନ୍ମ ନିରୋଧ, ଅବାଞ୍ଛିତ ଗର୍ଭଧାରଣ, ଜବରଦସ୍ତି ଯୌନ କାର୍ଯ୍ୟକ୍ରମ ଏବଂ ଗର୍ଭପାତ କରିବାନିମିତ୍ତ ହେଉଥିବା ଅସୁବିଧା ମହିଳାଙ୍କ ନିମିତ୍ତ ଅନ୍ୟାନ୍ୟ ଅସୁବିଧା ତିଆରି କରିଥାଏ ।

ଯଦିଓ ଯେଉଁ ଯେଉଁ ରୋଗ ମୃତ୍ୟ ନିମିତ୍ତ ଦାୟୀ ଉଭୟ ମହିଳା ଓ ପୁରୁଷଙ୍କ କ୍ଷେତ୍ରରେ ସମାନ ତେବେବି ମହିଳାମାନେ ରୋଗରେ ଭିନ୍ନ ଅନୁଭବ କରିଥାନ୍ତି । ଫୁସଫୁସ କର୍କଟ, କର୍କଟ ରୋଗଗୁଡ଼ିକ ମଧ୍ୟରେ ମହିଳାଙ୍କ ମୃତ୍ୟୁର ପ୍ରମୁଖ କାରଣ ଅଟେ, ଏହାପରେ ରୋଗଗୁଡ଼ିକ ବଡରୁ ସାନକ୍ରମେ ହେଲା: ସ୍ତନ କର୍କଟ, ବୃହଦନ୍ତ୍ର-ମଳାଶୟ କର୍କଟ, ଡିମ୍ବାଶୟ କର୍କଟ, ଇଉଟେରିନ ଏବଂ ଗର୍ଭାଶୟ ଗ୍ରୀବା କର୍କଟ । ଧୁମ୍ରପାନ ଫୁସଫୁସ କର୍କଟ ରୋଗର ମୁଖ୍ୟ କାରଣ ଅଟେ, ଅନ୍ୟ ପକ୍ଷରେ ବିକାଶଶୀଳ ଦେଶଗୁଡ଼ିକରେ ଧୁମ୍ରପାନ କରୁନଥିବା ମହିଳାମାନେ ପୁରୁଷମାନଙ୍କ ଅପେକ୍ଷା କର୍କଟ ରୋଗରେ ପଡ଼ିବା ତିନି ଗୁଣା ସମ୍ଭାବନା ଅଧିକ ଏବଂ ଏହା ହେଉଛି ଏକ ମୁଖ୍ୟ ରୋଗ । ଏହା ସହ ଗର୍ଭାଶୟ କର୍କଟ ବିକାଶଶୀଳ ଦେଶଗୁଡ଼ିକରେ ଏକ ପ୍ରମୁଖ ରୋଗ ଅଟେ ଯାହା ପାପିଲୋମା ଭୁତାଣୁ ସଂକ୍ରମଣ ସହ ଜଡ଼ିତ । ଏଚପିଭି ଟିକାଦ୍ୱାରା ଏହି ରୋଗଗୁଡ଼ିକୁ ଆୟତ କରାଯାଇପାରେ । ଅନ୍ୟ ମୁଖ୍ୟ ମହିଳା ରୋଗଗୁଡ଼ିକ ହେଲା ହ୍ରୁଦରକ୍ତନଳୀ ରୋଗ, ଅବସାଦ, ଡୀମେନ୍ସିଆ, ଓଷ୍ଟିଓପୋରୋସିସ ଏବଂ ରକ୍ତହୀନତା । ମହିଳା ସ୍ୱାସ୍ଥ୍ୟରେ ମୁଖ୍ୟ ବାଧକ ସାଜିଛି ଗବେଷଣା ଓ ଅନ୍ୟାନ୍ୟ କ୍ଷେତ୍ରରେ ଅସାମଞ୍ଜସ୍ୟତା ।

ପରିଭାଷା ଓ କ୍ଷେତ୍ର[ସମ୍ପାଦନା]

ମହିଳାମାନେ ଯେଉଁଭଳି ଭାବେ ରୋଗଗୁଡ଼ିକୁ ଅନୁଭବ କରିଥାନ୍ତି ତାହା ପୁରୁଷମାନଙ୍କଠାରୁ ଅଲଗା ଅଟେ କାରଣ ପ୍ରାକୃତିକ, ସାମାଜିକ ଏବଂ ବ୍ୟବହାରଜନିତ ଅବସ୍ଥା ଉଭୟଙ୍କ କ୍ଷେତ୍ରରେ ସମାନ ନୁହେଁ । ଜୈବିକ ବିବିଧତା ବ୍ୟବହାରିକ ଆରମ୍ଭ କରି କୋଷ ପର୍ଯ୍ୟନ୍ତ ଅଛି ଯାହାକି ସ୍ୱତନ୍ତ୍ର ପ୍ରକାର ରୋଗ ସୃଷ୍ଟି କରିବାର ସମ୍ଭାବନା ଶୃଷ୍ଟି କରିଥାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମତରେ ସ୍ୱାସ୍ଥ୍ୟମାନେ, "ସମ୍ପୁର୍ଣ୍ଣ ଶାରୀରିକ, ମାନସିକ ଏବଂ ସାମାଜିକ ସୁଖ ସମୃଦ୍ଧି। କେବଳ ନିରୋଗତା ନୁହେଁ ।" [୧] ମହିଳା ସ୍ୱାସ୍ଥ୍ୟ ହେଉଛି ଜନ ସ୍ୱାସ୍ଥ୍ୟର ଏକ ଉଦାହରଣ, ଏକ ନିର୍ଦ୍ଧିଷ୍ଟ ଜନସଂଖ୍ୟାର ସ୍ୱାସ୍ଥ୍ୟ । [୨]

ମହିଳା ସ୍ୱାସ୍ଥ୍ୟକୁ "ଗୋଟିଏ ଗଡ଼ବଡ଼ କାମ ଯାହା ଶୂନ୍ୟସ୍ଥାନରେ ଭରପୁର" । [୩] ଯେଉଁ ସବୁ ପାରିପାଶ୍ୱିକ ଅବସ୍ଥାଗୁଡିକ ଉଭୟ ମହିଳା ଓ ପୁରୁଷଙ୍କୁ ପ୍ରଭାବିତ କରେ ଯଥା ହ୍ରୁଦରକ୍ତନଳୀ ରୋଗ, ଓଷ୍ଟିଓପୋରୋସିସ ଇତ୍ୟାଦି ।[୪]

ବିଶ୍ୱର ପରିପେକ୍ଷ:

ବିଶ୍ୱ ପରିପେକ୍ଷୀରେ ଦେଖିଲେ ରୋଗ ନିରୂପଣ ଓ ଲକ୍ଷଣ ଓ ନିବାରଣରେ ଲିଙ୍ଗ ଗତ ପ୍ରଭେଦ ଏକ ମୁଖ୍ୟ କାରଣ ଅଟେ । [୫][୬] ଯଦିଓ ଅଧିକାଂଶ ତଥ୍ୟ ବିକଶିତ ଦେଶଗୁଡିକରୁ ଆସିଥାଏ, ମହିଳାମାନଙ୍କର ଭୂମିକା ଏବଂ ସ୍ୱାସ୍ଥ୍ୟ ବିକାଶଶୀଳ ଓ ବିକଶିତ ଦେଶରେ ଅନେକ ପ୍ରଭେଦ ଅଛି । [୭]

ବଞ୍ଚିବାର ସମୟ[ସମ୍ପାଦନା]

ଯେକୌଣସି ଅଞ୍ଚଳ ବା ପ୍ରଜାତିର ମନୁଷ୍ୟହୁଅନ୍ତୁ ନା କାହିଁକି, ମହିଳାମାନେ ପୁରୁଷମାନଙ୍କଠାରୁ ଅଧିକ ବର୍ଷ ବଞ୍ଚିଥାନ୍ତି । ଐତିହାସିକ ଦୃଷ୍ଟିକୋଣରୁ ଦେଖିଲେ ଗର୍ଭଧାରଣ ସମୟରେ ମାତୃ ମୃତ୍ୟୁହାର ଯୋଗୁଁ, ମହିଳା ମୃତ୍ୟୁହାର ପୁରୁଷଙ୍କ ଅପେକ୍ଷା ଅଧିକ । ଔଦ୍ୟୋଗିକ ଦେଶଗୁଡିକରେ ମୁଖ୍ୟତଃ ବିକଶିତ ଦେଶଗୁଡିକରେ ଔଦ୍ୟୋଗିକ କ୍ରାନ୍ତିପରେ ଏହି ଲିଙ୍ଗଗତ ମୃତ୍ୟୁହାର ପ୍ରଭେଦ କମିଛି ଏବଂ ଓଲଟା ହୋଇଯାଇଛି । [୪] ତଥାପି ବହୁ କ୍ଷେତ୍ରରେ ସେମାନେ ପୁରୁଷଙ୍କ ତୁଳନାରେ ଶୀଘ୍ର ରୋଗଗ୍ରାସ କରନ୍ତି ଏବଂ ଏହାର ଫଳ ଭଲ ମଧ୍ୟ ହୋଇନଥାଏ । [୮]

ସାମାଜିକ ଓ ସାଂସ୍କୃତିକ କାରକ[ସମ୍ପାଦନା]

Logo combining the male and female symbols and an equal sign in the centre to denote gender equality, as used in the fifth Sustainable Development Goal which addresses Gender Equality
ନିରନ୍ତର ବିକାଶର ଲୋଗୋ ପଞ୍ଚମ ଲକ୍ଷ: ଲିଙ୍ଗଗତ ସମାନତା

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ହିସାବରେ ମହିଳାମାନଙ୍କ କ୍ଷେତ୍ରରେ ତାଙ୍କର ସ୍ୱାସ୍ଥ୍ୟ କେବଳ ଆଖପାଖର ପରିବେଶ ଛଡ଼ା ଅନ୍ୟାନ୍ୟ ଅବସ୍ଥା ଯେପରିକି ଦାରିଦ୍ର୍ୟ, ରୋଜଗାରକ୍ଷମତା ଏବଂ ପରିବାର ଦାୟିତ୍ୱ ଉପରେ ନିର୍ଭର କରେ ତେଣୁ ଲିଙ୍ଗଗତ ପ୍ରଭେଦ ସାମାଜିକ କ୍ଷେତ୍ରରେ ମହିଳା ସ୍ୱାସ୍ଥ୍ୟର ଅବସ୍ଥା ଜାଣିବାରେ ଗୁରୁତ୍ୱପୂର୍ଣ୍ଣ ଅଟେ । [୯][୧୦]

ବହୁତ ବର୍ଷହେଲା ମହିଳାମାନଙ୍କୁ ସାମାଜିକ ଓ ଆର୍ଥନୀତିକ ଶକ୍ତିରୁ ଦୂରରେ ରଖାଯାଇ ଆସୁଛି, ଯାହାଦ୍ୱାରା ତାଙ୍କର ସାଧାରଣ ଆବଶ୍ୟକତା, ଯେଉଁଥିରେ ସ୍ୱାସ୍ଥ୍ୟ ସେବା ମଧ୍ୟ ଜଡ଼ିତରୁ ବଂଚିତ କରାଯାଉଅଛି । ବିକାଶଶୀଳ ଦେଶଗୁଡ଼ିକରେ ମହିଳାଙ୍କ ସ୍ୱାସ୍ଥ୍ୟରେ ଏହାର କୁପ୍ରଭାବ ଅଧିକ । [୪]

୧୯୭୪ ମସିହାରେ ମହିଳା ସ୍ୱାସ୍ଥ୍ୟ ସେବା ଯେପରିକି ଲିଚହାର୍ଟ ମହିଳା ସମୁଦାୟ ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥାପିତ ହୋଇଥିଲା,[୧୧] ଯାହାକି ଅଷ୍ଟ୍ରେଲିଆରେ ସ୍ଥାପିତ ପ୍ରଥମ ସଂସ୍ଥା ଯାହାକି ସେବା ଯୋଗାଇ ଦେଉଥିଲା ।[୧୨]

ମହିଳା ସ୍ୱାସ୍ଥ୍ୟରେ ମୁଖ୍ୟତଃ ପ୍ରଜନନ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ନିମନ୍ତେ ବହୁ ନାରୀବାଦ ସଂସ୍ଥା କାମ କରୁଛନ୍ତି । [୧୩]

ଜୈବିକ କାରକ[ସମ୍ପାଦନା]

ପୁରୁଷ ଓ ମହିଳା ଉଭୟେ ଜୈବିକ କ୍ଷେତ୍ରରେ ନାନାଦି ପ୍ରକାରରେ ଭିନ୍ନ ଅଟନ୍ତି ଯଥା: କ୍ରୋମୋଜୋମ ସଂରଚନା, ପ୍ରୋଟିନ ଜିନ, ଜେନାମିକ ଗଣନ, ଜିନ ପରିଭାଷା, ସିଗ୍ନାଲିଙ୍ଗ୍ ପାଥବେ ଏବଂ ହର୍ମୋନ ପରିବେଶ । ଏହି ସବୁ ଆବଶ୍ୟକୀୟ ସାବଧାନତା ଗୋଟିଏ ଲିଂଗାରୁ ଅନ୍ୟ ଲିଙ୍ଗକୁ ତଥ୍ୟ କାଢ଼ିବାରେ ସହଯୋଗ କରିଥାଏ । [୪] ମହିଳାମାନେ ମୁଖ୍ୟତଃ ଜୀବନରେ ଦୁଇଟି ସମୟରେ ଟିକେ ବିପଦପୂର୍ଣ୍ଣ ହୋଇଯାନ୍ତି । ପ୍ରଥମେ ଯୁବତୀ ଓ କିଶୋରୀମାନେ ଯୌନରୋଗ ସଂକ୍ରମିତ ରୋଗରେ ପୀଡ଼ିତ ହୋଇପାରନ୍ତି ବା ଗର୍ଭଧାରଣ ବେଳର ଜଟିଳତା ବା ଅସୁରକ୍ଷିତ ଗର୍ଭପାତ । ଦ୍ୱିତୀୟରେ ପ୍ରୌଢ଼ ମହିଳାମାନଙ୍କ ପାଖରେ କମ ଜିନିଷ ଥାଏ ଏବଂ ପୁରୁଷଙ୍କ ତୁଳନାରେ କ୍ଷତିରେ ପଡନ୍ତି ଆହୁରି ମଧ୍ୟ ସେମାନେ ଡୀମେନ୍ସିଆ , ଦୁଷ୍ପ୍ରୟୋଗ ଓ ସାଧାରଣତଃ ଖରାପ ସ୍ୱାସ୍ଥ୍ୟ ଦେଇ ଗତି କରନ୍ତି । [୧୪]

ପ୍ରଜନନ ଏବଂ ଯୌନ ସ୍ୱାସ୍ଥ୍ୟ[ସମ୍ପାଦନା]

Logo depicting pregnant woman, used in Millennium Development Goal 5, maternal and reproductive health
ମିଲେନିୟମ ଡେଭେଲପମେଣ୍ଟର ଲୋଗୋ ଲକ୍ଷ ୫: ମାତୃ ଓ ପ୍ରଜନନ ସ୍ୱାସ୍ଥ୍ୟ ସମୃଧିକରଣ

ମହିଳାମାନେ ପ୍ରଜନନ ଓ ଯୌନ ଦୃଷ୍ଟିରୁ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟାରେ ପଡନ୍ତି । ମୁଖ୍ୟତଃ ୧୫ରୁ ୪୪ ବର୍ଷ ବୟସରେ ଏହା ହୋଇଥାଏ, ତନ୍ମଧ୍ୟରୁ ବିକାଶଶୀଳ ଦେଶଗୁଡିକରେ ଅସୁରକ୍ଷିତ ଯୌନ ସମ୍ପର୍କ ହେଉଛି ଏକ ମୁଖ୍ୟ ବିପଦ । [୧୪] ଅନେକ ଅବସ୍ଥା ଯାହା ଗରିବ ଓ ବିକାଶଶୀଳ ଦେଶର ମହିଳାମାନେ ଗତି କରନ୍ତି ତାହା ବିକଶିତ ଦେଶଗୁଡ଼ିକର ମହିଳାଙ୍କୁ ଅଜଣା କହିଲେ ଭୁଲ ହେବ ନାହିଁ ଯଥା ମହିଳା ଯୌନାଙ୍ଗ ଛେଦନ ଏବଂ ଆବଶ୍ୟକୀୟ ଜିନିଷ ଓ ତଥ୍ୟପ୍ରତି ଅଜ୍ଞାନତା ।[୫]

ମାନସିକ ସ୍ୱାସ୍ଥ୍ୟ[ସମ୍ପାଦନା]

Women receiving training in midwifery, using a model, in Papua New Guinea
ପାପୁଆ ନିଉ ଗିନିରେ ହେଉଥିବା ଏକ ମିଡ଼ ୱାଇଫରି ତାଲିମ
Woman with infant attending maternal health clinic in Afghanistan
ଆଫଗାନିସ୍ତାନରେ ହେଉଥିବା ମ୍ୟାଟେରିଆଲ ସ୍ୱାସ୍ଥ୍ୟ କ୍ଲିନିକ

ବିକଶିତ ଦେଶଗୁଡିକରେ ଆଧୁନିକ ବିଜ୍ଞାନ ଓ ଟେକ୍ନୋଲୋଜି ସତ୍ୱେ ଆଜିମଧ୍ୟ ଗର୍ଭାବସ୍ଥା ସମୟରେ ମହିଳାଙ୍କର ସ୍ୱାସ୍ଥ୍ୟରେ ଅନେକ ବିପଦ ରହିଛି । ମାତୃ ମୃତ୍ୟୁହାର ଏବେ ମଧ୍ୟ ବିଶ୍ୱରେ ଏକ ଚିନ୍ତାର ବିଷୟ ହୋଇ ରହିଛି । [୧୫] ଗର୍ଭାବସ୍ଥା ଗୋଟିଏ ଝିଅର ଜୀବନରେ ଅନେକ କିଛି ପରିବର୍ତ୍ତନ ନେଇ ଆସିଥାଏ ଯଥା: ଶାରୀରିକ, ଭାବନାରେ, ସାମାଜିକ ଓ ଆର୍ଥନୀତିକ ହିସାବରେ ଏବଂ ତାହାର ବୟସ୍କ ହେବାକୁ ବହୁଗୁଣରେ ପ୍ରଭାବିତ କରିଥାଏ ।

ମାତୃ ମୃତ୍ୟୁ[ସମ୍ପାଦନା]

ବିଶ୍ୱରେ ୨୦୧୩ ମସିହାରେ ପାଖାପାଖି ୨,୮୯,୦୦୦ ମହିଳା (ଦିନକୁ ୮୦୦ ଜଣ) ଗର୍ଭବସ୍ଥା ଯୋଗୁଁ ହେଉଥିବା କିଛି ଜଟିଳତା ଯୋଗୁଁ ମୃତ୍ୟୁବରଣ କରିଥିଲେ, ଯେଉଁଥିରେ ବିକଶିତ ଓ ବିକାଶଶୀଳ ଦେଶ ମଧ୍ୟରେ ପ୍ରଭେଦ ବହୁତ ବେଶୀ । [୫][୧୬] ଏଥି ମଧ୍ୟରୁ ୮୬% ମହିଳା ଦକ୍ଷିଣ ଏସିଆ ଓ ପ୍ରାନ୍ତୀୟ ସାହାରା ଆଫ୍ରିକୀୟ ଦେଶଗୁଡିକରୁ ଅଟନ୍ତି । [୧୭][୧୬] ଏଗୁଡ଼ିକର ଅନୁସନ୍ଧାନ ହୁଏ ନାହିଁ, କିନ୍ତୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ହିସାବରେ ଏହି ମୃତ୍ୟୁ ହାରର ୯୯% ପ୍ରସାବର ୨୪ ଘଣ୍ଟା ମଧ୍ୟରେ ହୋଇଥାଏ, ଯାହାକୁ ଉପଯୁକ୍ତ ଶିକ୍ଷା, ଉପକରଣ ଓ ସୁବିଧାଦ୍ୱାରା ଏଡାଇଦିଆଯାଇପାରେ ।[୧୬]

ଗର୍ଭାବସ୍ଥାରେ ଘଟୁଥିବା ଜଟିଳତା[ସମ୍ପାଦନା]

ଗର୍ଭାବସ୍ଥାରେ ଓ ପ୍ରସବ ସମୟରେ ଘଟୁଥିବା ମୃତ୍ୟୁହାର ସହିତ, ଗର୍ଭାବସ୍ଥା ବିଭିନ୍ନ ଘାତକହୀନ ସ୍ୱାସ୍ଥ୍ୟ ପରିସ୍ଥିତି ମଧ୍ୟ ସୃଷ୍ଟି କରିପାରେ ଯଥା: ଅବସ୍ତ୍ରେଟିକ୍ସ ଫିସଚୁଲା, ଅଥାନ ଗର୍ଭ, ଅବଧିପୁର୍ବ ପ୍ରସବ, ଗର୍ଭାବଧି ମଧୁମେହ, ଗର୍ଭିଣୀ ଅତିବମନ, ରକ୍ତହୀନତାପ୍ରିକ୍ଲାମ୍ପସିଆ ହୋଇପାରେ । ଏହା ଆକଳନ କରାଯାଇଛିକି ବିଶ୍ୱରେ ପ୍ରତିବର୍ଷ ୧ରୁ ୨ କୋଟି ମହିଳା ଗର୍ଭାବସ୍ଥା ଓ ପ୍ରସବଜନିତ ଜଟିଳତା ଯୋଗୁଁ ମାନସିକ ଓ ଶାରୀରିକ ଅକ୍ଷମତାରେ ପୀଡିତ ହୁଅନ୍ତି । [୧୭]

ଅବସ୍ତ୍ରେଟିକ୍ସ ଫିସଚୁଲା[ସମ୍ପାଦନା]

ଅବସ୍ଟେଟ୍ରିକ୍ସ ଫିସଚୁଲା (ଇଂରାଜୀ ଭାଷାରେ Obstetric fistula) ଏକ ରୋଗ ଯେଉଁଥିରେ ପ୍ରସବ (childbirth) ଫଳରେ ଯୋନିପଥ ବା ପ୍ରସବନଳୀରେ (birth canal) କଣା ବା ଫିସଚୁଲା (hole|) ହୋଇଯାଏ ।[୧୮][୧୯] ଯୋନୀପଥ (vagina), ମଳାଶୟ (rectum), ୟୁରେଟର (ureter) ବା ମୂତ୍ରାଶୟରେ (bladder) ଏହି ଫିସଚୁଲା ହୋଇପାରେ ।[୧୯][୨୦] ଏହା ଫଳରେ ପରିସ୍ରା ବା ମଳତ୍ୟାଗ ଉପରେ ନିୟନ୍ତ୍ରଣ (incontinence of urine) ରହେନି ।[୧୯] ଅବସାଦ (Depression), ବାଞ୍ଝ ଦୋଷ (infertility), ଦାରିଦ୍ର୍ୟ (poverty) ଓ ସାମାଜିକ ପରିତ୍ୟକ୍ତ ଆଦି ଜଟିଳ ସମସ୍ୟା ସୃଷ୍ଟି ହୋଇପାରେ । [୧୯]

ଯୌନ ସ୍ୱାସ୍ଥ୍ୟ[ସମ୍ପାଦନା]

ଗର୍ଭନିରୋଧ[ସମ୍ପାଦନା]

Women outside of a Family Planning Association office in Malaysia
ପରିବାର ନିୟନ୍ତ୍ରଣ ସଂସ୍ଥା, କୁଆଲାଲମ୍ପୁର, ମାଲେସିଆ

ଜନ୍ମ ନିରୋଧ ବା ଜନ୍ମ ନିୟନ୍ତ୍ରଣ ବା ପ୍ରଜନନ ଶକ୍ତି ନିୟନ୍ତ୍ରଣ ଏକ ପଦ୍ଧତି ଯାହାଦ୍ୱାରା ଗର୍ଭ ନିରୋଧ କରାଯାଏ ଅର୍ଥାତ ପିଲା ଜନ୍ମ ନ ହେବା ନିମନ୍ତେ ବନ୍ଦବୋସ୍ତ କରାଯାଏ ।[୨୧] ଯୋଜନା, ବନ୍ଦବୋସ୍ତ ଓ ଜନ୍ମ ନିୟନ୍ତ୍ରଣକୁ ସାମୁହିକ ଭାବରେ ପରିବାର ଯୋଜନା ବା ପରିବାର ନିୟନ୍ତ୍ରଣ କହନ୍ତି ।[୨୨][୨୩] ପୁରାକାଳରୁ ଜନ୍ମ ନିରୋଧ ପଦ୍ଧତିର ପ୍ରଚଳନ ଚାଲିଆସିଛି କିନ୍ତୁ ବିଂଶ ଶତାବ୍ଦୀରେହିଁ ଫଳପ୍ରଦ ଓ ନିରାପଦ ପଦ୍ଧତି ଉପଲବ୍‌ଧ ହେଲା ।[୨୪] ଧାର୍ମିକ, ନୈତିକ ଓ ରାଜନୈତିକ କାରଣରୁ ଅନେକ ସଂସ୍କୃତିରେ ଜନ୍ମ ନିରୋଧକୁ ବିରୋଧ କରାଯାଏ ।[୨୪]

ବିକାଶଶୀଳ ଦେଶମାନଙ୍କରେ ଗର୍ଭବତୀ ନ ହେବା ନିମନ୍ତେ ପ୍ରାୟ ୨୨୨ ନିୟୁତ ମହିଳା ଇଚ୍ଛା କରୁଥିଲେ ମଧ୍ୟ କୌଣସି ଆଧୁନିକ ଜନ୍ମ ନିରୋଧକ ଉପାୟ ଅବଲମ୍ବନ କରୁନାହାନ୍ତି ।[୨୫][୨୬] ଏହି ଦେଶମାନଙ୍କରେ ଜନ୍ମ ନିରୋଧ ବ୍ୟବ‌ହାର କରିବାଦ୍ୱାରା ମାତୃ ମୃତ୍ୟୁ ହାର ପ୍ରାୟ ୪୦% (ସନ ୨୦୦୮ରେ ୨୭୦,୦୦୦ ମୃତ୍ୟୁ) କମିଛି; ଜନ୍ମ ନିରୋଧ ଉପାୟ ଗ୍ରହଣ କରିଥିଲେ ପ୍ରାୟ ୭୦% ମୃତ୍ୟୁ କମିଯାଇଥାଆନ୍ତା ।[୨୭][୨୮] ଦୁଇ ଗର୍ଭାଧାନ ମଝିର ସମୟ ଦୀର୍ଘ ହେଲେ ପ୍ରସବ ଫଳାଫଳ ଓ ଶିଶୁ ବଞ୍ଚିବା ହାର ଅଧିକ ହେବ ।[୨୭] ଜନ୍ମ ନିରୋଧକ ବ୍ୟବହାରଦ୍ୱାରା ବିକାଶଶୀଳ ଦେଶମାନଙ୍କରେ ମହିଳାଙ୍କର ରୋଜଗାର, ବଡ଼ି ମାସ୍ ଇଣ୍ଡେକ୍ସ, ପିଲାମାନଙ୍କର ଶିକ୍ଷା ଓ ସମ୍ପତ୍ତି ବୃଦ୍ଧି ହେବ ।[୨୯] ଜନ୍ମ ନିୟନ୍ତ୍ରଣ ଯୋଗୁ ଅଳ୍ପ ପିଲା ଜନ୍ମ ହେବାଦ୍ୱାରା ଅର୍ଥନୈତିକ ବିକାଶ ସାଧନ ହୁଏ ।[୩୦]

ଗର୍ଭପାତ[ସମ୍ପାଦନା]

Women carrying placards saying "Abortion Rights Now"
୨୦୧୨ରେ ଗର୍ଭପାତ ଅଧିକାର ପାଇଁ ଡବଲିନ୍ରେ ମହିଳା ଶୋଭାଯାତ୍ରା

ଗର୍ଭପାତ ଏକ ପଦ୍ଧତି ଯାହାଦ୍ୱାରା ବର୍ଭସ୍ଥ ଶିଶୁ ବା (ଫିଟସ୍)କୁ ଓ ଭୃଣକୁ ତାର ନିଜସ୍ୱ ଜୀବନ ନିର୍ବାହ ଶକ୍ତି ପାଇବା ପୂର୍ବରୁ ଗର୍ଭଚ୍ୟୁତ କରାଯାଏ । ସ୍ୱତଃ ଗର୍ଭପାତ ହେଲେ ତାହାକୁ ଇଂରାଜୀରେ ମିସ୍‌କ୍ୟାରେଜ (miscarriage) ନାମ ଦିଆଯାଏ । ଇଚ୍ଛାନୁଯାୟୀ କଲେ ଏହାକୁ ଇନ୍‌ଡ୍ୟୁସ୍‌ଡ୍ ଗର୍ଭପାତ (ଇଂରାଜୀରେ induced abortion) କୁହାଯାଏ । ସାଧାରଣ ଭାବେ ଇଚ୍ଛାକୃତ ଗର୍ଭାପାତକୁ ହିଁ ଗର୍ଭପାତ ବୋଲି ବୁଝାଯାଏ । ବଞ୍ଚିବା ଶକ୍ତି ଆସିବା ପରେ ଗର୍ଭାବସ୍ଥାକୁ ସମାପ୍ତ କଲେ ତାହାକୁ ବିଳମ୍ବିତ ଗର୍ଭାବସ୍ଥା ସମାପ୍ତି (ଇଂରାଜୀରେ late termination of pregnancy) କୁହାଯାଏ ।[୩୧]

ପ୍ରତିବର୍ଷ ପୃଥିବୀରେ ପ୍ରାୟ ୪୪ ନିୟୁତ ଗର୍ଭପାତ କରାଯାଉଛି ଓ ତନ୍ମମଧ୍ୟରୁ ଅଧାରୁ କମ୍ ଅସୁରକ୍ଷିତ ଅଟେ ।[୩୨] ଦଶବର୍ଷାଧିକର ପରିବାର ନିୟନ୍ତ୍ରଣ ଓ ଜନ୍ମ ନିୟନ୍ତ୍ରଣ ଶିକ୍ଷା ସତ୍ତ୍ୱେ ସନ ୨୦୦୩ରୁ ୨୦୦୮ ମଧ୍ୟରେ ଗର୍ଭପାତ ହାର କିଛି କମ୍ ହୋଇନି ।[୩୩] ସନ ୨୦୦୮ରେ ପୃଥିବୀର ମହିଳାମାନେ କୌଣସି ପ୍ରଶ୍ନ ବିନା କାନୁନୀ ଗର୍ଭପାତ କରାଇଛନ୍ତି, [୩୪] କିନ୍ତୁ କେତେ ପର୍ଯ୍ୟନ୍ତ କରିପାରିବେ, ତାହାର ଏକ ସୀମା ଅଛି ।[୩୪]

ଯୌନକ୍ରିୟା ସଞ୍ଚାରିତ ରୋଗ[ସମ୍ପାଦନା]

ଯୌନ କ୍ରିୟା ସଞ୍ଚାରିତ ସଂକ୍ରମଣ (ଇଂରାଜୀରେ Sexually transmitted infections ବା STI), ଅନ୍ୟ ନାମ ଯୌନ କ୍ରିୟା ସଞ୍ଚାରିତ ରୋଗ ସମୂହ (STD) ଓ ଭେନେରିଆଲ ରୋଗ ଇଂରାଜୀରେ venereal diseases (VD); ଅନେକ ପ୍ରକାର ସଂକ୍ରାମକ ରୋଗକୁ ବୁଝାଏ ଯାହା ମନୁଷ୍ୟର ଯୌନ‌କ୍ରିୟାଦ୍ୱାରା (ମୁଖ୍ୟତଃ ଯୋନୀପଥ ଯୌନ ସଙ୍ଗମ, ମଳଦ୍ୱାର ସଙ୍ଗମମୁଖ ସଙ୍ଗମ) ସଞ୍ଚାରିତ ହୁଏ । ଅଧିକାଂଶ ରୋଗ ଆରମ୍ଭରୁ କୌଣସି ଲକ୍ଷଣ ଦେଖାନ୍ତି ନାହିଁ । [୩୫] ତେଣୁ ରୋଗ ଅନ୍ୟ ସୁସ୍ଥ ଲୋକମାନଙ୍କୁ ସଂକ୍ରମିତ ହେବା ସମ୍ଭାବନା ଅଧିକ ରହେ । [୩୬] ଏହାର ଲକ୍ଷଣ ଓ ଚିହ୍ନ ମଧ୍ୟରେ ଯୋନୀପଥ ବିସର୍ଜନ, ପୁଲିଙ୍ଗ ବିସର୍ଜନ, ଯୌନାଙ୍ଗ ଓ ଏହା ଚାରପାଖରେ ଘାଆ ଓ ବସ୍ତିଦେଶରେ ଯନ୍ତ୍ରଣା ହୁଏ । ଜନ୍ମ ପୂର୍ବରୁ ଓ ଜନ୍ମ ସମୟରେ ଏହି ରୋଗ ସଂକ୍ରମିତ ହେଲେ ଫଳାଫଳ ଖରାପ ହୁଏ । କେତେକ ରୋଗରେ ମହିଳାମାନେ ଗର୍ଭବତୀ ହୋଇପାରନ୍ତି ନାହିଁ । .[୩୫]

୩୦ ପ୍ରକାରରୁ ଉର୍ଦ୍ଧ୍ୱ ଜୀବାଣୁ, ଭୁତାଣୁପରଜୀବୀ ଏହି ରୋଗ ସୃଷ୍ଟି କରନ୍ତି । [୩୭] ଜୀବାଣୁ ସଂକ୍ରମଣ ମଧ୍ୟରେ ଗନୋରିଆ ସିଫିଲିସ୍ ଓ କ୍ଲାମିଡିଆ ଅନ୍ୟତମ । ଭାଇରାସ୍ ରୋଗ ମଧ୍ୟରେ ଗୁପ୍ତାଙ୍ଗ ହର୍ପିସ୍, ଏଡ୍‌ସ୍ଗୁପ୍ତାଙ୍ଗ ୱାର୍ଟ ମୂଖ୍ୟ ସ୍ଥାନ ଅଧିକାର କରିଛନ୍ତି । ପରଜୀବୀ ମଧ୍ୟରେ ଟ୍ରାଇକୋମୋନିଆସିସ୍ ମୁଖ୍ୟ । ଯୌନ ସଙ୍ଗମଦ୍ୱାରା ଏହା ସଞ୍ଚାରିତ ହେଲେ ମଧ୍ୟ ଅଣ-ଯୌନ‌କ୍ରିୟା ସଂସ୍ପର୍ଶରେ ଯଥା ପ୍ରଦୂଷିତ ରକ୍ତ, ସ୍ତନ୍ୟପାନ କିମ୍ବା ଶିଶୁ ଜନ୍ମ ସମୟରେ ଏହା ସଂଞ୍ଚାରିତ ହୁଏ । [୩୭] ବିକଶିତ ଦେଶମାନଙ୍କରେ ରୋଗନିର୍ଣ୍ଣୟକାରୀ କିଟ୍ ମିଳେ କିନ୍ତୁ ବିକଶିତ ଦେଶମାନଙ୍କରେ ଏହି ସମ୍ଭାବ ହୋଇପାରି ନାହିଁ । [୩୭]

ମହିଳା ଯୌନାଙ୍ଗ ଛେଦନ[ସମ୍ପାଦନା]

Traditional midwife in Africa at a community meeting, explaining the dangers of cutting for childbirth
ପାରମ୍ପରିକ ଆଫ୍ରିକୀୟ ମିଡ଼ୱାଇଫ ଏକ ସାଧାରଣ ସଭାରେ ଏଫଜିସି କାହିଁକି ବିପଦଜନକ ବୁଝାଉଛନ୍ତି

ମହିଳା ଯୌନାଙ୍ଗ ଛେଦନ (ଇଂରାଜୀରେ Female genital mutilation ବା ଏଫ.ଜି.ଏ‌ମ୍ FGM), ଅନ୍ୟ ନାମ ମହିଳା ଯୌନାଙ୍ଗ କର୍ତ୍ତନ (ଇଂରାଜୀରେ female genital cutting) ଓ ମହିଳା ସୁନ୍ନତ୍ (ଇଂରାଜୀରେ female circumcision), ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅର୍ପିତ ସଂଜ୍ଞା ଅନୁସାରେ ସମସ୍ତ ପ୍ରଣାଳୀ ଯେଉଁଥିରେ ଯୌନାଙ୍ଗକୁ ଅଣ‌ଡାକ୍ତରୀ କାରଣ ଯୋଗୁ ଆଂଶିକ ବା ସମ୍ପୁର୍ଣ୍ଣ ବ‌ହିଷ୍କାର କରାଯାଏ ବା ଆଘାତ ଦିଆଯାଏ । [୩୮] ଆଫ୍ରିକାର ୨୭ଟି ଦେଶର ଓ ଏସିଆ, ମଧ୍ୟ ପୂର୍ବ ତ‌ଥା କେତେକ ଦେଶାନ୍ତରୀ ଲୋକଙ୍କର ଅନେକ ସମ୍ପ୍ରଦାୟ ଏହାକୁ ସାଂସ୍କୃତିକ ପ୍ରଥା ହିସାବରେ ପାଳନ କରନ୍ତି । [୩୯] ଜନ୍ମର କିଛି ଦିନ ପରଠାରୁ ଆରମ୍ଭ କରି ପୁଷ୍ପବତୀ ହେବା ପର୍ଯ୍ୟନ୍ତ ଏହି ପ୍ରଥା ଅନୁସରଣ କରାଯାଏ, ଅର୍ଦ୍ଧେକ ଜଣାଶୁଣା ଦେଶମାନଙ୍କର ଅଧିକାଂଶ ଝିଅ ୫ ବର୍ଷ ବୟସ ପୂର୍ବରୁ ଏହି ପ୍ରଥାର ଶିକାର ହୁଅନ୍ତି । [୪୦]ଏହି ପ୍ରଥାରେ ବିଭିନ୍ନ ଗୋଷ୍ଠି ଏକ ବା ଏକାଧିକ ପଦ୍ଧତି ଅବଲମ୍ବନ କରନ୍ତି ।

୧୩୦ ନିୟୁତରୁ ଅଧିକ ମହିଳା ଓ ଝିଅମାନେ ୨୯ଟି ଦେଶରେ ଏହା ଅନୁଭବ କରୁଛନ୍ତି ।[୪୧] ଡିଜିବାଉଟି, ଏରିଟ୍ରିଆ, ସୋମାଲିଆ ଓ ସୁଦାନ ଦେଶମାନଙ୍କରେ ୮ ନିୟୁତ ମହିଳା ଯୋନିବନ୍ଦ ପ୍ରଥାର ଶୀକାର ହୋଇଛନ୍ତି । [୪୨] ଏହି ପ୍ରଥା ଚାଲୁଥିବା ଅଧିକାଂଶ ଦେଶମାନଙ୍କରେ ଏଫ.ଜି.ଏମ୍. ପ୍ରଥାକୁ କାନୁନ ବଳରେ ବେନିୟମ ବା ବନ୍ଦ କରିଦିଆଯାଇଛି କିନ୍ତୁ ଏହି ନିୟମ ବଳବତ୍ତର ହୋଇପାରୁ ନାହିଁ । [୪୩] ୧୯୭୦ ମସିହାଠାରୁ ଏହି ପ୍ରଥାକୁ ପରିତ୍ୟାଗ କରିବାକୁ ଲୋକଙ୍କୁ ବୁଝେଇ କୁହାଯାଉଛି ଓ ୟୁନାଇଟେଡ ନେସନ୍‌ସ ଜେନେରାଲ ଆସେମ୍ବ୍ଲି ଏହାକୁ ମାନବିକ ଅଧିକାର ପରିପନ୍ଥି ଭାବେ ବିଚାର କରିଛି । [୪୪] ବିରୋଧୀମାନେ ମଧ୍ୟ ସମାଲୋଚନା ବିହୀନ ନୁହ‌ନ୍ତି ବିଶେଷତଃ ନୃତ‌ତ୍ତ୍ୱବିଦ୍‌ମାନେଏରିକ୍ ସିଲ୍‌ଭର୍‌ମ୍ୟାନ୍ ଲେଖିଛନ୍ତି ଯେ ଏଫ.ଜି.ଏମ୍. ପ୍ରଥା ନୃତ‌ତ୍ତ୍ୱବିଦ୍‌ମାନଙ୍କର କେନ୍ଦ୍ରୀୟ ବିଷୟ, ଯେଉଁଥିରେ ସାଂସ୍କୃତିକ ଆପେକ୍ଷିକତା, ସ‌ହ‌ନଶୀଳତା ଓ ମାନବିକା ଅଧିକାର ଉପରେ ପ୍ରଶ୍ନବାଚୀ ଚିହ୍ନ ଅଛି । [୪୫]

ଅନୁବ୍ରରତା[ସମ୍ପାଦନା]

ଆମେରିକାରେ ଅନୁବ୍ରରତା ୧୫ ଲକ୍ଷରୁ ଅଧିକ ଦମ୍ପତିଙ୍କୁ ପ୍ରଭାବିତ କରୁଛି ।[୪୬] ଅନେକ ଦମ୍ପତି ଅନୁବ୍ରରତା ପାଇଁ ସହାୟକ ପ୍ରଜନନ ଟେକ୍ନୋଲୋଜି (ART) ଖୋଜିଥାନ୍ତି । ଯୁକ୍ତରାଷ୍ଟ୍ର ଆମେରିକାରେ ୨୦୧୦ ମସିହାରେ ୧,୪୭,୨୬୦ଟି କୁତ୍ରିମ ପ୍ରଜନନ (ଇଂରାଜୀରେ in vitro fertilization (IVF)) ପ୍ରଣାଳୀ ହୋଇଥିଲା । ୨୦୧୩ରେ ଏହା ୧,୬୦,୫୨୧ଟିକୁ ବୃଦ୍ଧି ପାଇଥିଲା । ୨୦୧୫ ମସିହାରେ ୨,୧୩,୦୦୦ଥର ଏହି ପ୍ରଣାଳୀ ହୋଇଥିଲା ଏବଂ ୬୮,୦୦୦ ଶିଶୁ ଏହି ପ୍ରଣାଳୀରେ ଜନ୍ମ ଗ୍ରହଣ କରିଥିଲେ ।[୪୭] ୧୯୮୭ରୁ ୨୦୧୫ ସୁଧା ୧୦,୦୦,୦୦୦ ଦଶ ଲକ୍ଷ ଶିଶୁ ବିଭିନ୍ନ ପ୍ରକାରର କୁତ୍ରିମ ପ୍ରଣାଳୀରେ ଯୁକ୍ତରାଷ୍ଟ୍ର ଆମେରିକାରେ ଜନ୍ମ ନେଇସାରିଲେଣି ।[୪୮][୪୯]

ବାଲ୍ୟ ବିବାହ[ସମ୍ପାଦନା]

Poster of young African girl advertising a 2014 summit conference in London addressing Female Genital Mutilation and Child Marriage
୨୦୧୪ରେ ବାଲ୍ୟ ବିବାହ ଓ ଏଫଜିଏମ ବିରୋଧରେ ଲଣ୍ଡନ କନ୍ୟା ସମ୍ମିଳନୀରେ ପୋଷ୍ଟର

ବାଲ୍ୟ ବିବାହ ହେଉଛି ନିର୍ଦ୍ଦିଷ୍ଟ ବୟସ ସୀମା ନ ହେଉଣୁ ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ଓୌପଚାରିକ ଅବା ଅଣ ଓୌପଚାରିକ ବିବାହ । ବିଭିନ୍ନ ସଙ୍ଗଠନ ଓ ୟୁନିସେଫଦ୍ୱାରା ନାବାଳକଙ୍କ ବୟସ ସୀମା ୧୮ବର୍ଷ[୫୦] ଧାର୍ଯ୍ୟ କରାଯାଇଛି । ଆଇନଗତ ଭାବେ ବିବାହ ବୟସ ୧୮ ବର୍ଷରୁ କମ୍ ହୋଇଥିଲେ ଏହା ଆଇନର ବିରୁଦ୍ଧ ଅଟେ । ଅଭିଭାବକଙ୍କ ସହମତି ଅବା ଟିନ ଏଜ ଗର୍ଭଧାରଣ କରିବା ଭଳି କ୍ଷେତ୍ରରେ ଅନେକ ଆଇନ ବୟସ ପୁର୍ବରୁ ବିବାହକୁ ସ୍ୱୀକୃତି ଦେଇଥାନ୍ତି । ଯଦିଓ କିଛି ଦେଶରେ ବିବାହର ବୟସ ସୀମା ୧୮ ବର୍ଷ ରହିଛି କିନ୍ତୁ ପାରମ୍ପରିକ ବିଶ୍ୱାସ ଏକ୍ଷେତ୍ରରେ ଆଇନ ଉପରେ ଭାରି ପଡିଥାଏ । ମାତ୍ର ଏକଥାକୁ ଅସ୍ୱୀକାର କରାଯାଇ ନପାରେ ଯେ ବାଲ୍ୟ ବିବାହ ଉଭୟ ପୁଅ ଓ ଝିଅଙ୍କ ଉପରେ କୁପ୍ରଭାବ ପାକାଇଥାଏ, ଏହି କ୍ଷେତ୍ରରେ ବିଶେଷ ଭାବେ ଝିଅମାନେ ଅଧିକ ପ୍ରଭାବିତ ହୋଇଥାନ୍ତି । ବହୁ ଦିନ ଧରି ବହୁ ସ୍ଥାନରେ ବାଲ୍ୟ ବିବାହ ପରମ୍ପରା ଚାଲି ଆସୁଛି । ଜାତିସଙ୍ଘର ବିଭିନ୍ନ ସଂସ୍ଥାର କହିବା କଥା କେବଳ ସମ୍ମନ୍ୱିତ ଯୌନ ଶିକ୍ଷା ଏଭଳି ପରମ୍ପରାକୁ ଦୂର କରିପାରିବ ।

ଦାରିଦ୍ର୍ୟତା, ରାଜନୈତିକ ଓ ଅର୍ଥନୈତିକ ସ୍ୱଚ୍ଛତାର ଅଭାବ କାରଣରୁ ଇତିହାସରେ ବାଲ୍ୟ ବିବାହ ବିଭିନ୍ନ ସମାଜରେ ଦେଖିବାକୁ ମିଳୁଥିଲା । ଆଜି ମଧ୍ୟ ଅନେକ ଦେଶରେ ବିଶେଷତଃ ଆଫ୍ରିକା,ଦକ୍ଷିଣ ଆଫିକ୍ରା,ଦକ୍ଷିଣ ଏସିଆ,ଦକ୍ଷିଣ ପୂର୍ବ ଏସିଆ,ପଶ୍ଚିମ ଏସିଆ,ଲାଟିନ ଆମେରିକା,ଓସୋଏନିଆ ଭଳି ଦେଶରେ ବାଲ୍ୟ ବିବାହ ପରମ୍ପରା ବହୁଳ ଭାବେ ପ୍ରସାରିତ । ଏପରିକି ଆମେରିକା ଭଳି ବିକଶିତ ଦେଶରେ ଆଇନଗତ କୋହଳ, ଅର୍ଥାତ ୨୫ଟି ରାଜ୍ୟ ରହିଛି ଯେଉଁଠି ବିବାହ ପାଇଁ ସର୍ବନିମ୍ନ ବୟସର ଆବଶ୍ୟକତା ନାହିଁ । ଅବଶ୍ୟ ସମ୍ପୂର୍ଣ୍ଣ ବିଶ୍ୱରେ ବାଲ୍ୟ ବିବାହ ଘଟଣା କମି କମି ଯାଉଛି । କିନ୍ତୁ ୧୮ ବର୍ଷ ପୂର୍ବରୁ ବାଲ୍ୟ ବିବାହ ଘଟଣା ନାଇଜର,ଚାଦ୍,ମଳି,ଗୁଏନିଆ,ବାଂଲାଦେଶକେନ୍ଦୀୟ ଆଫ୍ରିକୀୟ ଗଣତନ୍ତ୍ରରେ ୬୦%ରୁ ଅଧିକ । ୨୦୦୩-୨୦୦୯ର ସର୍ଭେ ଅନୁସାରେ ଚାଦ୍,ମଳି,ବାଂଲାଦେଶ,ଇଥିଓପିଆନାଇଜରରେ ୨୦%ରୁ ଅଧିକ ବାଲ୍ୟ ବିବାହ ୧୫ବର୍ଷ ବୟସ ପୂର୍ବରୁ ହେଉଛି ।[୫୧]

ଭାରତରେ ବାଲ୍ୟ ବିବାହ ଭଳି କୁତ୍ସିତ ପ୍ରଥାକୁ ରୋକିବା ପାଇଁ ଭାରତ ସରକାରଙ୍କଦ୍ୱାରା ବାଲ୍ୟ ବିବାହ ନିଷେଧ ଅଧିନିୟମ, ୨୦୦୬ ୧ ନଭେମ୍ବର ୨୦୦୭ରୁ ଲାଗୁ କରାଯାଇଛି ।

ଆଧାର[ସମ୍ପାଦନା]

  1. ୧.୦ ୧.୧ WHO 1948.
  2. NLM 2015.
  3. Clancy & Massion 1992.
  4. ୪.୦ ୪.୧ ୪.୨ ୪.୩ Gronowski & Schindler 2014.
  5. ୫.୦ ୫.୧ ୫.୨ Nour 2014.
  6. GHD 2014.
  7. Macfarlane et al 2008.
  8. Young 2014.
  9. Marshall 2013.
  10. Marshall & Tracy 2009.
  11. LWCHC 2016.
  12. Stevens 1995.
  13. Ellsberg 2006.
  14. ୧୪.୦ ୧୪.୧ Bustreo 2015.
  15. Joint Commission 2010.
  16. ୧୬.୦ ୧୬.୧ ୧୬.୨ UN 2015.
  17. ୧୭.୦ ୧୭.୧ Filippi et al 2006.
  18. "10 facts on obstetric fistula". WHO. May 2014. Retrieved 12 December 2017.
  19. ୧୯.୦ ୧୯.୧ ୧୯.୨ ୧୯.୩ "Obstetric fistula". UNFPA - United Nations Population Fund (in ଇଂରାଜୀ). 8 May 2017. Retrieved 12 December 2017.
  20. Setchell, Marcus E.; Hudson, C. N. (2013). Shaw's Textbook of Operative Gynaecology - E-Book (in ଇଂରାଜୀ). Elsevier Health Sciences. p. 370. ISBN 8131234819.
  21. "Definition of Birth control". MedicineNet. Retrieved 9 August 2012.
  22. Oxford English Dictionary. Oxford University Press. June 2012 (online). Check date values in: |year= (help)
  23. World Health Organization (WHO). "Family planning". Health topics. World Health Organization (WHO).
  24. ୨୪.୦ ୨୪.୧ Hanson, S.J.; Burke, Anne E. (December 21, 2010). "Fertility control: contraception, sterilization, and abortion". In Hurt, K. Joseph; Guile, Matthew W.; Bienstock, Jessica L.; Fox, Harold E.; Wallach, Edward E. The Johns Hopkins manual of gynecology and obstetrics (4th ed.). Philadelphia: Wolters Kluwer Health/Lippincott Williams & Wilkins. pp. 382–395. ISBN 978-1-60547-433-5.
  25. "Costs and Benefits of Contraceptive Services: Estimates for 2012" (PDF). United Nations Population Fund. June 2012. p. 1.
  26. Carr, B.; Gates, M. F.; Mitchell, A.; Shah, R. (2012). "Giving women the power to plan their families". The Lancet. 380 (9837): 80–82. doi:10.1016/S0140-6736(12)60905-2. PMID 22784540.
  27. ୨୭.୦ ୨୭.୧ Cleland, J; Conde-Agudelo, A; Peterson, H; Ross, J; Tsui, A (Jul 14, 2012). "Contraception and health". Lancet. 380 (9837): 149–56. doi:10.1016/S0140-6736(12)60609-6. PMID 22784533.
  28. Ahmed, S.; Li, Q.; Liu, L.; Tsui, A. O. (2012). "Maternal deaths averted by contraceptive use: An analysis of 172 countries". The Lancet. 380 (9837): 111–125. doi:10.1016/S0140-6736(12)60478-4. PMID 22784531.
  29. Canning, D.; Schultz, T. P. (2012). "The economic consequences of reproductive health and family planning". The Lancet. 380 (9837): 165–171. doi:10.1016/S0140-6736(12)60827-7. PMID 22784535.
  30. Van Braeckel, D.; Temmerman, M.; Roelens, K.; Degomme, O. (2012). "Slowing population growth for wellbeing and development". The Lancet. 380 (9837): 84–85. doi:10.1016/S0140-6736(12)60902-7. PMID 22784542.
  31. Grimes, DA; Stuart, G (2010). "Abortion jabberwocky: the need for better terminology". Contraception. 81 (2): 93–6. doi:10.1016/j.contraception.2009.09.005. PMID 20103443.
  32. Sedgh, G.; Singh, S.; Shah, I. H.; Åhman, E.; Henshaw, S. K.; Bankole, A. (2012). "Induced abortion: Incidence and trends worldwide from 1995 to 2008" (PDF). The Lancet. 379 (9816): 625–632. doi:10.1016/S0140-6736(11)61786-8. PMID 22264435.
  33. Sedgh G, Henshaw SK, Singh S, Bankole A, Drescher J (September 2007). "Legal abortion worldwide: incidence and recent trends". Int Fam Plan Perspect. 33 (3): 106–116. doi:10.1363/ifpp.33.106.07. PMID 17938093.CS1 maint: Multiple names: authors list (link)
  34. ୩୪.୦ ୩୪.୧ Culwell KR, Vekemans M, de Silva U, Hurwitz M (July 2010). "Critical gaps in universal access to reproductive health: Contraception and prevention of unsafe abortion". International Journal of Gynecology & Obstetrics. 110: S13–16. doi:10.1016/j.ijgo.2010.04.003. PMID 20451196.CS1 maint: Multiple names: authors list (link)
  35. ୩୫.୦ ୩୫.୧ ଆଧାର ଭୁଲ: ଅଚଳ <ref> ଚିହ୍ନ; WHO2014 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  36. Patrick R. Murray, Ken S. Rosenthal, Michael A. Pfaller, (2013). Medical microbiology (7th ed. ed.). St. Louis, Mo.: Mosby. p. 418. ISBN 9780323086929.CS1 maint: Multiple names: authors list (link) CS1 maint: Extra text (link)
  37. ୩୭.୦ ୩୭.୧ ୩୭.୨ ଆଧାର ଭୁଲ: ଅଚଳ <ref> ଚିହ୍ନ; WHO20142 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  38. "Classification of female genital mutilation", World Health Organization, 2013 (hereafter WHO 2013).
  39. UNICEF 2013, p. 2
  40. UNICEF 2013, pp. 47, 50, 183.
  41. Female Genital Mutilation/Cutting: What Might the Future Hold?, New York: UNICEF, 22 July 2014 (hereafter UNICEF 2014), p. 3/6: "If nothing is done, the number of girls and women affected will grow from 133 million today to 325 million in 2050." Also see p. 6/6: "Data sources: UNICEF global databases, 2014, based on Demographic and Health Surveys (DHS), Multiple Indicator Cluster Surveys (MICS) and other nationally representative surveys, 1997–2013. Population data are from: United Nations, Department of Economic and Social Affairs, Population Division, World Population Prospects: The 2012 revision, CD-ROM edition, United Nations, New York, 2013. "Notes: Data presented in this brochure cover the 29 countries in Africa and the Middle East where FGM/C is concentrated and for which nationally representative data are available."
  42. P. Stanley Yoder, Shane Khan, "Numbers of women circumcised in Africa: The Production of a Total", USAID, DHS Working Papers, No. 39, March 2008, pp. 13–14: "Infibulation is practiced largely in countries located in northeastern Africa: Djibouti, Eritrea, Ethiopia, Somalia, and Sudan. Survey data are available for Sudan, Eritrea, Ethiopia and Djibouti. Sudan alone accounts for about 3.5 million of the women. ... [T]he estimate of the total number of women infibulated in [Djibouti, Somalia, Eritrea, northern Sudan, Ethiopia, Guinea, Mali, Burkina Faso, Senegal, Chad, Nigeria, Cameroon and Tanzania, for women 15–49 years old] comes to 8,245,449, or just over eight million women." Also see Appendix B, Table 2 ("Types of FGC"), p. 19. UNICEF 2013, p. 182, identifies "sewn closed" as most common in Djibouti, Eritrea, Somalia for the 15–49 age group (a survey in 2000 in Sudan was not included in the figures), and for the daughters of that age group it is most common in Djibouti, Eritrea, Niger and Somalia. See UNICEF statistical profiles: Djibouti (December 2013), Eritrea (July 2014), Somalia (December 2013). Also see Gerry Mackie, "Ending Footbinding and Infibulation: A Convention Account", American Sociological Review, 61(6), December 1996 (pp. 999–1017), p. 1002: "Infibulation, the harshest practice, occurs contiguously in Egyptian Nubia, the Sudan, Eritrea, Djibouti and Somalia, also known as Islamic Northeast Africa."
  43. For countries in which it is outlawed or restricted, UNICEF 2013, p. 8; for enforcement, UNFPA–UNICEF 2012, p. 48.
  44. "67/146. Intensifying global efforts for the elimination of female genital mutilation", United Nations General Assembly, adopted 20 December 2012. Emma Bonino, "Banning Female Genital Mutilation", The New York Times, 19 December 2012.
  45. Eric K. Silverman, "Anthropology and Circumcision", Annual Review of Anthropology, 33, 2004 (pp. 419–445), pp. 420, 427.
  46. Chandra et al 2013.
  47. https://www.nbcnews.com/health/health-news/million-babies-have-been-born-u-s-fertility-help-n752506
  48. https://www.pennmedicine.org/updates/blogs/fertility-blog/2018/march/ivf-by-the-numbers
  49. https://www.cdc.gov/art/pdf/2015-report/ART-2015-National-Summary-Report.pdf
  50. "Child marriage". UNICEF. 22 October 2014.
  51. Child Marriage