ଅବସାଦ

ଉଇକିପିଡ଼ିଆ ରୁ
Jump to navigation Jump to search
ଅବସାଦ
A man diagnosed as suffering from melancholia with strong su Wellcome L0026693.jpg
Lithograph of a man diagnosed as suffering from melancholia with strong suicidal tendency (1892)
ବିଭାଗ Psychiatry, psychology
ପ୍ରତିକାର Physical exercise[୧]

ଅବସାଦ(ଇଂରାଜୀ: Depression) ହେଉଛି ମନର ଏକ ପ୍ରକାର ଭାବ ବା ଅବସ୍ଥା ଯେଉଁଥିରେ କିଛି କାମଦାମ କରିବାକୁ ଇଛା ହୁଏନାହିଁ , ମନ ଉଦାସ ରହେ ଇତ୍ୟାଦି ଯାହାକି ଜଣେ ମନୁଷ୍ୟର ଚିନ୍ତାଧାରା, ବ୍ୟବହାର, ପ୍ରବୃତ୍ତି, ଭାବନା ଏବଂ ଭଲ କଥା ଭାବିବା ଆଦିକୁ ପ୍ରଭାବିତ କରିପାରେ । ଗୋଟିଏ ଅବସାଦ ମନ ସାଧାରଣତଃ ନିଜ ଲୋକ କାହାକୁ ହରେଇବାର ଏକ କ୍ଷଣସ୍ଥାୟୀ ପ୍ରତିକ୍ରିୟା ହୋଇଥାଏ । ଆହୁରି କୌଣସି ଔଷଧର ପାର୍ଶ୍ୱ ପ୍ରତିକ୍ରିୟାରେ ବି ହୋଇପାରେ କିମ୍ବା କୌଣସି ଶାରୀରିକ ରୋଗ ଯୋଗୁଁ ମଧ୍ୟ ହୋଇପାରେ । ଗୋଟିଏ ଅବସାଦ ମନ ମଧ୍ୟ କିଛି ମନ ରୋଗ, ପ୍ରମୁଖ ଅବସାଦ ବେମାରୀର ଲକ୍ଷଣ ହୋଇଥାଏ । [୨]

କାରକ[ସମ୍ପାଦନା]

ଜୀବନ ଘଟଣାବଳୀ[ସମ୍ପାଦନା]

ବାଲ୍ୟକାଳରେ କିଛି ଅଘଟଣ ଘଟିଥିଲେ ଯଥା: କୌଣସି ନିଜର ଲୋକଙ୍କର ବିୟୋଗ, ଅନ୍ୟମାନଙ୍କର ହତାଦର, ମାନସିକ, ଶାରୀରିକ ଓ ଯୌନ ଶୋଷଣ ଏବଂ ପାତର ଅନ୍ତର କରି ସନ୍ତାନଙ୍କୁ ମାତାପିତାଙ୍କର ଲାଳନ ପାଳନ ଯୋଗୁଁ ପରେ ପ୍ରାପ୍ତ ବୟସରେ ଅବସାଦ ହୋଇପାରେ । [୩][୪] ବାଲ୍ୟକାଳରେ ମୁଖ୍ୟତଃ ଶାରୀରିକ ଓ ଯୌନ ଉତ୍ପୀଡ଼ନ ଭବିଷ୍ୟତରେ ଅବସାଦଗ୍ରସ୍ତ କରିବାରେ କାରକ ସାଜିଥାଏ ।[୫]

ପ୍ରସବ, ଋତୁବନ୍ଦ, ଆର୍ଥୀକ ଅଭାବ ଅନଟନ, ବେରୋଜଗାରୀ, ଚିନ୍ତା, କର୍କଟ/ଏଚଆଇଭି ଭଳି ବଡ଼ ରୋଗ, ଅନ୍ୟ କାହାର ଡର ବା ଧମକ, ନିକଟତର ଲୋକଙ୍କର ପରଲୋକ ଗମନ, ପ୍ରାକୃତିକ ବିପର୍ଯ୍ୟାୟ, ସାମାଜିକ ବାଛନ୍ଦ ବା ଏକଘରିକିଆ ହେଇଯିବା, ଧର୍ଷଣ, ସମ୍ପର୍କରେ ତିକ୍ତତା, ଈର୍ଷା, କାହାର ଛାଡ଼ି ପଳାଇବା ଏବଂ ଭୟାନକ ଆଘାତ ଲାଗିବ ପରି କେତେକ ଜୀବନର ଘଟଣା ମଧ୍ୟ ଅବସାଦ ଆଣିଦେଇପାରେ । [୬][୭][୮] ପ୍ରାପ୍ତ ବୟସ୍କ ବ୍ୟକ୍ତିମାନେ ଧମକ, ସାମାଜିକ ବାଛନ୍ଦ ଓ ସମାନ ବର୍ଗର ଲୋକମାନଙ୍କର ପ୍ରତ୍ୟେକ୍ଷ ବା ଅପ୍ରତ୍ୟେକ୍ଷ ବାଧ୍ୟତାରେ ପଡ଼ି ଅବସାଦଗ୍ରସ୍ତ ହୋଇଥାନ୍ତି । [୯]

ବ୍ୟକ୍ତିତ୍ୱ[ସମ୍ପାଦନା]

ମନ ବିକ୍ଷୁବ୍ଧତାରେ ଅଧିକ ମୂଲ୍ୟ ଆସିଲେ, ଅବସାଦ ଜନିତ ଲକ୍ଷଣ ହୋଇଥାଏ ଏବଂ ଏହା ଭଲ ମଧ୍ୟ ହୋଇଯାଇଥାଏ ।[୧୦] [୧୧] ଅନ୍ୟ ବ୍ୟକ୍ତିତ୍ୱ ପରିବର୍ତ୍ତନଗୁଡ଼ିକ ଯଥା କ୍ଷଣସ୍ଥାୟୀ କିନ୍ତୁ ହଠାତ ଭାବ ପରିବର୍ତ୍ତନ, କିଛି ସମୟ ପାଇଁ ଆଶା ଭରସା ହରାଇବା, ପୂର୍ବରୁ କରୁଥିବା ପ୍ରିୟ କାର୍ଯ୍ୟକ୍ରମଗୁଡ଼ିକ ଉପରୁ ହଠାତ ଇଚ୍ଛା ଛାଡ଼ିଯିବା, ନିଦ୍ରା ହୀନତା, ପୂର୍ବ ସାମାଜିକ ଜୀବନରୁ ଦୂରେଇଯିବା, ଭୋକ ନଲାଗିବା ବା ଅଧିକ ଭୋକ ଲାଗିବା ଏବଂ ଧ୍ୟାନ କେନ୍ଦ୍ରୀଭୂତ କରିବାରେ ଅସୁବିଧା ହବା ଆଦି ଅସୁବିଧା ହୋଇପାରେ । [୧୨]

ଲିଙ୍ଗଗତ ବିବିଧତା[ସମ୍ପାଦନା]

ଗବେଷଣାକାରୀମାନେ କହିଛନ୍ତିଯେ ଅନ୍ୟାନ୍ୟ ଲିଙ୍ଗଗତ ଅଧିକାରୀ (ଯଥା ଏଲଜିବିଟି) ମନୁଷ୍ୟମାନେ ଅବସାଦଗ୍ରସ୍ତ ହେବା ଅଧିକ । [୧୩]

ଡାକ୍ତରୀ ଚିକିତ୍ସା[ସମ୍ପାଦନା]

କେତେକ ଡାକ୍ତରୀ ଚିକିତ୍ସା ଯୋଗୁଁ ମଧ୍ୟ ଅବସାଦ ହୋଇପାରେ । ଇଣ୍ଟରଫେରନ ଚିକିତ୍ସା, ବିଟା-ବ୍ଲକର୍ସ, ଆଇସୋଟ୍ରେଟିନୋଏନ ଏବଂ କଣ୍ଟ୍ରାସେପ୍ଟିଭ ଚିକିତ୍ସାଦ୍ୱାରା ଅବସାଦ ହୋଇପାରେ ।[୧୪].[୧୫]

ମାଦକ ଦ୍ରବ୍ୟ[ସମ୍ପାଦନା]

କେତେଆଙ୍କ ଡ୍ରଗ୍ସ ସେବନ (ଡ୍ରଗ୍ସ ଛାଡ଼ିଲାବେଳେ, ଛାଡିସାରିବାପରେ, ଅଳ୍ପ ମାତ୍ରାରେ ନେଲେ) ଯୋଗୁଁ ମଧ୍ୟ ଅବସାଦ ହୋଇପାରେ । ଏହି ବର୍ଗରେ ମଦ୍ୟପାନ, ଶାନ୍ତ କରିବା ନିମିତ୍ତ ଔଷଧ, ପେନ କିଲର, ହେରୋଇନ, କୋକେନ, ହାଲୁସିନୋଜେନ ମଧ୍ୟ ଅନ୍ତର୍ଗତ । [୧୬]

ଅମାନସିକ ରୋଗ[ସମ୍ପାଦନା]

ଅନେକ ଗୁଡିଏ ସ୍ନାୟବିକ, ଖାଦ୍ୟାଦ୍ୱାରା, ସଂକ୍ରମିତ ରୋଗଦ୍ୱାରା ମଧ୍ୟ ଅବସାଦ ହୋଇପାରେ । [୧୭] ଶାରୀରିକ ସମସ୍ୟା ଯଥା ପୁରୁଷଙ୍କ କ୍ଷେତ୍ରରେ ହାଇପୋଆନ୍ଦ୍ରୋଗେଞିମ, ଆଡିସନ୍ ରୋଗ, କାସିଙ୍ଗସ୍ ସିଣ୍ଡ୍ରୋମ, ଗଳଗ୍ରନ୍ଥି ସ୍ୱଳ୍ପକ୍ରିୟତା, ଲାଇମ ରୋଗ, ମଲ୍ଟିପ୍ଲ ସ୍କ୍ଲେରୋସିସ, ପାର୍କିନ୍‌ସନ୍ ରୋଗ, ହାଲକା ଫୁଲ୍କା କଷ୍ଟ, ଷ୍ଟ୍ରୋକ,[୧୮] , ମଧୁମେହ [୧୯] ଏବଂ କର୍କଟ ରୋଗ ହେଲେ ମଧ୍ୟ ଅବସାଦ ହୋଇପାରେ ।[୨୦]

ମନୋବୈଜ୍ଞାନିକ ରୋଗ ଲକ୍ଷଣ[ସମ୍ପାଦନା]

ଅବସାଦ ବିଭିନ୍ନ ପ୍ରକାରର ମନୋବୈଜ୍ଞାନିକ ରୋଗର ମୁଖ୍ୟ ଲକ୍ଷଣ ହୋଇପାରେ । ମନୋବସ୍ଥା ସମ୍ବଧିତ ବିକାରଗୁଡ଼ିକୁ ମନ ମଧ୍ୟରେ ହେଉଥିବା ଗଣ୍ଡଗୋଳକୁ କୁହାଯାଏ । କେତେକ ବିକାର ଯାହା ଏହି ବର୍ଗ ଅନ୍ତର୍ଗତ ହେଲା: ପ୍ରମୁଖ ଅବସାଦ ବେମାରୀ, ଯେଉଁ ରୋଗରେ ଜଣେ ଅତି କମରେ ଦୁଇ ସପ୍ତାହ ପର୍ଯ୍ୟନ୍ତ ଅବସାଦଗ୍ରସ୍ତ ରହିଥାଏ, କାମ କରିବାର ଇଚ୍ଛା, ଖୁଶିବାସୀ ଆଦି ସବୁ ଚାଲିଯାଏ । ଏବଂ ଡିସ୍ଥିମିଆ, ଏକ ହାଲକା ଅବସାଦଗ୍ରସ୍ତ ମନ ଏବଂ ବାଇପୋଲାର ଡିଜଅଡର[୨୧] ଯଦି ଅବସାଦ ଗୁରୁତର ଭାବେ ଧାରାବାହିକଭାବେ ଲାଗିରୁହେ, ତାହାକୁ ସିଜନାଲ ଅଫେକ୍ତିଭ ଡିଜଅଡର କୁହାଯାଇଥାଏ । ମନର ବିକାର ଛଡ଼ା, ବର୍ଡର ଲାଇନ ପର୍ସନାଲିଟି ଡିଜଅର୍ଡ଼ର ସାଧାରଣତଃ ସାଙ୍ଘାତିକ ଅବସାଦଗ୍ରସ୍ତ ମନ ବୋଲି ଧରାଯାଏ । ଆଘାତୋତ୍ତର ଚାପ ବେମାରୀ ହେଉଛି ଏକ ଚିନ୍ତାଦକରୁ ପଡି ହେଉଥିବା ବେମାରୀକୁ କୁହାଯାଇଥାଏ, ଏହା ପରେ ପରେ ମାନସିକ ଆଘାତ ଲାଗିଥାଏ ଯାହାକି ସାଧାରଣତଃ ଏକ ଅବସାଦଗ୍ରସ୍ତ ମନ ସହ ଚାଲେ । [୨୨]

ଐତିହାସିକ[ସମ୍ପାଦନା]

ଐତିହାସିକବିତମାନେ କିଭଳି ସାମାଜିକ ଭେଦଭାବ ଓ ଉପନିଶେଦବାଦ କିଭଳି ମନୁଷ୍ୟକୁ ଅବସାଦ ଆଣିଥାଏ ସେହି କ୍ଷେତ୍ରରେ ଗବେଷଣା କରୁଛନ୍ତି । [୨୩][୨୪]

ଚିକିତ୍ସା[ସମ୍ପାଦନା]

ଅବସାଦଗ୍ରସ୍ତ ମନ ପେସାଗତ ଚିକିତ୍ସା ଲୋଡ଼ିନପାରେ, କେବଳ ସାଧାରଣ ଜୀବନଶୈଳୀରେ ପରିବର୍ତ୍ତନ, ଡାକ୍ତରୀ ଚିକିତ୍ସାରେ ବଦଳ କିମ୍ବା କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଉଥିବା ଔଷଧ ପରିବର୍ତ୍ତନ କରାଗଲେ ଏହା ଭଲ ହୋଇଯାଇପାରେ । ଲମ୍ଵା ସମୟ ଧରି ଯଦି ଜଣେ ଅବସାଦଗ୍ରସ୍ତ ରହୁଛନ୍ତି ଏବଂ ଏଥି ସହ ବାକି ଲକ୍ଷଣଗୁଡିକ ମଧ୍ୟ ଯଦି ଦେଖାଯାଉଛି ତେବେ ଚିକିତ୍ସାଳୟରେ ଯାଇ ଦେଖାଇବା ଉଚିତ । ଯୁକ୍ତରାଜ୍ୟର ଏକ ଅନୁଷ୍ଠାନ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଫର ହେଲ୍ଥ ଆଣ୍ଡ କେୟାର ଏକ୍ସଶିଲେନ୍ସ (NICE) ୨୦୦୯ରେ କହିଥିଲେ କି ଆଣ୍ଟି-ଡିପ୍ରେସାଣ୍ଟ ସାଧାରଣ ଅବସାଦ ନିମିତ୍ତ ସର୍ବଦା ନେବା ଭଲ ନୁହେଁ ।[୨୫]

ଆଧାର[ସମ୍ପାଦନା]

  1. Schuch, FB; Vancampfort, D; Firth, J; Rosenbaum, S; Ward, PB; Silva, ES; Hallgren, M; Ponce De Leon, A; Dunn, AL; Deslandes, AC; Fleck, MP; Carvalho, AF; Stubbs, B (1 July 2018). "Physical Activity and Incident Depression: A Meta-Analysis of Prospective Cohort Studies". The American Journal of Psychiatry. 175 (7): 631–648. doi:10.1176/appi.ajp.2018.17111194. PMID 29690792. 
  2. Diagnostic and Statistical Manual of Mental Disorders, Fifth Edition (DSM-୫). American Psychiatric Association. ୨୦୧୩. 
  3. Christine Heim; D. Jeffrey Newport; Tanja Mletzko; Andrew H. Miller; Charles B. Nemeroff (July 2008). "The link between childhood trauma and depression: Insights from HPA axis studies in humans". Psychoneuroendocrinology. 33 (6): 693–710. doi:10.1016/j.psyneuen.2008.03.008. PMID 18602762. Retrieved 20 April 2014. 
  4. Pillemer, Karl; Suitor, J. Jill; Pardo, Seth; Henderson Jr, Charles (2010). "Mothers' Differentiation and Depressive Symptoms Among Adult Children". Journal of Marriage and Family. 72 (2): 333–345. doi:10.1111/j.1741-3737.2010.00703.x. PMC 2894713Freely accessible. PMID 20607119. 
  5. Lindert J, von Ehrenstein OS, Grashow R, Gal G, Braehler E, Weisskopf MG (April 2014). "Sexual and physical abuse in childhood is associated with depression and anxiety over the life course: systematic review and meta-analysis". Int J Public Health. 59 (2): 359–72. doi:10.1007/s00038-013-0519-5. PMID 24122075. 
  6. Schmidt, Peter (2005). "Mood, Depression, and Reproductive Hormones in the Menopausal Transition". The American Journal of Medicine. 118 Suppl 12B (12): 54–8. doi:10.1016/j.amjmed.2005.09.033. PMID 16414327. 
  7. Rashid, T.; Heider, I. (2008). "Life Events and Depression" (PDF). Annals of Punjab Medical College. 2 (1). Retrieved 15 October 2012. 
  8. Mata, D. A.; Ramos, M. A.; Bansal, N; Khan, R; Guille, C; Di Angelantonio, E; Sen, S (2015). "Prevalence of Depression and Depressive Symptoms Among Resident Physicians: A Systematic Review and Meta-analysis". JAMA. 314 (22): 2373–2383. doi:10.1001/jama.2015.15845. PMC 4866499Freely accessible. PMID 26647259. 
  9. Davey, C. G.; Yücel, M; Allen, N. B. (2008). "The emergence of depression in adolescence: Development of the prefrontal cortex and the representation of reward". Neuroscience & Biobehavioral Reviews. 32 (1): 1–19. doi:10.1016/j.neubiorev.2007.04.016. PMID 17570526. 
  10. Jeronimus; et al. (2016). "Neuroticism's prospective association with mental disorders: A meta-analysis on 59 longitudinal/prospective studies with 443 313 participants". Psychological Medicine. 46 (14): 2883–2906. doi:10.1017/S0033291716001653. PMID 27523506. 
  11. Kotov; et al. (2010). "Linking "big" personality traits to anxiety, depressive, and substance use disorders: a meta-analysis". Psychological Bulletin. 136 (5): 768–821. doi:10.1037/a0020327. PMID 20804236. 
  12. "Signs and Symptoms of Mild, Moderate, and Severe Depression". 2017-03-27. 
  13. Plöderl, M; Tremblay, P (2015). "Mental health of sexual minorities. A systematic review". International Review of Psychiatry (Abingdon, England). 27 (5): 367–85. doi:10.3109/09540261.2015.1083949. PMID 26552495. 
  14. Rogers, Donald; Pies, Ronald (9 January 2017). "General Medical Drugs Associated with Depression". Psychiatry (Edgmont). 5 (12): 28–41. ISSN 1550-5952. PMC 2729620Freely accessible. PMID 19724774. 
  15. Botts, S; Ryan, M. Drug-Induced Diseases Section IV: Drug-Induced Psychiatric Diseases Chapter ୧୮: Depression. pp. ୧–୨୩. 
  16. American Psychiatric Association (୨୦୧୩). Diagnostic and statistical manual of mental disorders, fifth edition. Arlington, VA: American Psychiatric Association. 
  17. Murray ED, Buttner N, Price BH. (2012) Depression and Psychosis in Neurological Practice. In: Neurology in Clinical Practice, 6th Edition. Bradley WG, Daroff RB, Fenichel GM, Jankovic J (eds.) Butterworth Heinemann. 12 April 2012. ISBN 978-1437704341
  18. Saravane, D; Feve, B; Frances, Y; Corruble, E; Lancon, C; Chanson, P; Maison, P; Terra, JL; et al. (2009). "Drawing up guidelines for the attendance of physical health of patients with severe mental illness". L'Encéphale. 35 (4): 330–9. doi:10.1016/j.encep.2008.10.014. PMID 19748369. 
  19. Rustad, JK; Musselman, DL; Nemeroff, CB (2011). "The relationship of depression and diabetes: Pathophysiological and treatment implications". Psychoneuroendocrinology. 36 (9): 1276–86. doi:10.1016/j.psyneuen.2011.03.005. PMID 21474250. 
  20. Li, M; Fitzgerald, P; Rodin, G (2012). "Evidence-based treatment of depression in patients with cancer". Journal of Clinical Oncology. 30 (11): 1187–96. doi:10.1200/JCO.2011.39.7372. PMID 22412144. 
  21. Gabbard, Glen O. Treatment of Psychiatric Disorders. (୩rd ed.). Washington, DC: American Psychiatric Publishing. p. ୧୨୯୬. 
  22. Vieweg, W. V.; Fernandez, D. A.; Beatty-Brooks, M; Hettema, J. M.; Pandurangi, A. K.; Pandurangi, Anand K. (May 2006). "Posttraumatic Stress Disorder: Clinical Features, Pathophysiology, and Treatment". Am. J. Med. 119 (5): 383–90. doi:10.1016/j.amjmed.2005.09.027. PMID 16651048. 
  23. Cvetkovich, Ann (୨୦୧୨). Depression: A Public Feeling. Durham, NC: Duke University Press Books. ISBN ୯୭୮-୦୮୨୨୩୫୨୩୮୯. 
  24. Cox, William T.L.; Abramson, Lyn Y.; Devine, Patricia G.; Hollon, Steven D. (2012). "Stereotypes, Prejudice, and Depression: The Integrated Perspective". Perspectives on Psychological Science. 7 (5): 427–49. doi:10.1177/1745691612455204. PMID 26168502. 
  25. NICE guidelines, published October 2009. Nice.org.uk. Retrieved on 2015-11-24.

ବାହ୍ୟ ଆଧାର[ସମ୍ପାଦନା]