ଯୌନ କ୍ରିୟା ସଞ୍ଚାରିତ ରୋଗ ସମୂହ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଯୌନ କ୍ରିୟା ସଞ୍ଚାରିତ ରୋଗ
SheMayLookCleanBut.jpg
ଦ୍ଵିତୀୟ ବିଶ୍ଵ ଯୁଦ୍ଧ ସମୟରେ ଆମେରିକା ଏହି ପୋସ୍ଟର ଛପେଇ ଥିଲେ । ସୈନିକମାନଙ୍କୁ ଦେଶପ୍ରେମରେ ଉଦ୍‌ବୁଦ୍ଧ କରି ନିଜକୁ ରକ୍ଷା କରିବା ନିମନ୍ତେ ଏହା ତିଆରି କରାଯାଇଥିଲା । ଚିତ୍ରରେ ମହିଳା ଚିତ୍ର ରଖି ଦୃଷ୍ଟି ଆକର୍ଷଣ କରାଯାଇଛି । ଲେଖାଯାଇଛି: ସେ ପରିସ୍କାର ଦେଖାଗଲେ ମଧ୍ୟ ସିଫିଲିସ୍ ଓ ଗନେରିଆ ରୋଗ ସଂକ୍ରମଣ କରି ପାରିବ ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟି infectious disease[*]
ଆଇସିଡ଼ି-୧୦ A64.
ଆଇସିଡ଼ି-୯-ସିଏମ୍ 099.9
ରୋଗ ଡାଟାବେସ 27130
Patient UK ଯୌନ କ୍ରିୟା ସଞ୍ଚାରିତ ରୋଗ ସମୂହ
MeSH D012749
ଯୌନ କ୍ରିୟା ସଞ୍ଚାରିତ ସଂକ୍ରମଣ
Syphilis is a dangerous disease.png
"Syphilis is a dangerous disease, but it can be cured." Poster encouraging treatment showing text and design of an anchor and a cross. Published between 1936 and 1938.
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟି infectious disease[*]
ଆଇସିଡ଼ି-୧୦ A64.
ଆଇସିଡ଼ି-୯-ସିଏମ୍ 099.9
ରୋଗ ଡାଟାବେସ 27130
Patient UK ଯୌନ କ୍ରିୟା ସଞ୍ଚାରିତ ରୋଗ ସମୂହ
MeSH D012749

ଯୌନ କ୍ରିୟା ସଞ୍ଚାରିତ ସଂକ୍ରମଣ (ଇଂରାଜୀରେ Sexually transmitted infections ବା STI), ଅନ୍ୟ ନାମ ଯୌନ କ୍ରିୟା ସଞ୍ଚାରିତ ରୋଗ ସମୂହ (STD) ଓ ଭେନେରିଆଲ ରୋଗ ଇଂରାଜୀରେ venereal diseases (VD); ଅନେକ ପ୍ରକାର ସଂକ୍ରାମକ ରୋଗକୁ ବୁଝାଏ ଯାହା ମନୁଷ୍ୟର ଯୌନ‌କ୍ରିୟାଦ୍ୱାରା (ମୁଖ୍ୟତଃ ଯୋନୀପଥ ଯୌନ ସଙ୍ଗମ, ମଳଦ୍ୱାର ସଙ୍ଗମମୁଖ ସଙ୍ଗମ) ସଞ୍ଚାରିତ ହୁଏ । ଅଧିକାଂଶ ରୋଗ ଆରମ୍ଭରୁ କୌଣସି ଲକ୍ଷଣ ଦେଖାନ୍ତି ନାହିଁ । [୧] ତେଣୁ ରୋଗ ଅନ୍ୟ ସୁସ୍ଥ ଲୋକମାନଙ୍କୁ ସଂକ୍ରମିତ ହେବା ସମ୍ଭାବନା ଅଧିକ ରହେ । [୨] ଏହାର ଲକ୍ଷଣ ଓ ଚିହ୍ନ ମଧ୍ୟରେ ଯୋନୀପଥ ବିସର୍ଜନ, ପୁଲିଙ୍ଗ ବିସର୍ଜନ, ଯୌନାଙ୍ଗ ଓ ଏହା ଚାରପାଖରେ ଘାଆ ଓ ବସ୍ତିଦେଶରେ ଯନ୍ତ୍ରଣା ହୁଏ । ଜନ୍ମ ପୂର୍ବରୁ ଓ ଜନ୍ମ ସମୟରେ ଏହି ରୋଗ ସଂକ୍ରମିତ ହେଲେ ଫଳାଫଳ ଖରାପ ହୁଏ । କେତେକ ରୋଗରେ ମହିଳାମାନେ ଗର୍ଭବତୀ ହୋଇପାରନ୍ତି ନାହିଁ । .[୧]

୩୦ ପ୍ରକାରରୁ ଉର୍ଦ୍ଧ୍ୱ ଜୀବାଣୁ, ଭୁତାଣୁପରଜୀବୀ ଏହି ରୋଗ ସୃଷ୍ଟି କରନ୍ତି । [୧] ଜୀବାଣୁ ସଂକ୍ରମଣ ମଧ୍ୟରେ ଗନୋରିଆ ସିଫିଲିସ୍ ଓ କ୍ଲାମିଡିଆ ଅନ୍ୟତମ । ଭାଇରାସ୍ ରୋଗ ମଧ୍ୟରେ ଗୁପ୍ତାଙ୍ଗ ହର୍ପିସ୍, ଏଡ୍‌ସ୍ଗୁପ୍ତାଙ୍ଗ ୱାର୍ଟ ମୂଖ୍ୟ ସ୍ଥାନ ଅଧିକାର କରିଛନ୍ତି । ପରଜୀବୀ ମଧ୍ୟରେ ଟ୍ରାଇକୋମୋନିଆସିସ୍ ମୁଖ୍ୟ । ଯୌନ ସଙ୍ଗମଦ୍ୱାରା ଏହା ସଞ୍ଚାରିତ ହେଲେ ମଧ୍ୟ ଅଣ-ଯୌନ‌କ୍ରିୟା ସଂସ୍ପର୍ଶରେ ଯଥା ପ୍ରଦୂଷିତ ରକ୍ତ, ସ୍ତନ୍ୟପାନ କିମ୍ବା ଶିଶୁ ଜନ୍ମ ସମୟରେ ଏହା ସଂଞ୍ଚାରିତ ହୁଏ । [୧] ବିକଶିତ ଦେଶମାନଙ୍କରେ ରୋଗନିର୍ଣ୍ଣୟକାରୀ କିଟ୍ ମିଳେ କିନ୍ତୁ ବିକଶିତ ଦେଶମାନଙ୍କରେ ଏହି ସମ୍ଭାବ ହୋଇପାରି ନାହିଁ । [୧]

ଏହି ରୋଗମାନଙ୍କଠାରୁ ରକ୍ଷା ପାଇବା ନିମନ୍ତେ ଶ୍ରେଷ୍ଠ ଉପାୟ ହେଉଛି ଯୌନ ସମ୍ଭୋଗ ନ କରିବା । [୩] ହେପାଟାଇଟିସ ବିଏଚ.ପି.ଭି. ଟିକା ନେଲେ କେତେକ ସଂକ୍ରମଣ କମିଯାଏ । [୩] କଣ୍ଡୋମ ବ୍ୟବ‌ହାର କରି ସୁରକ୍ଷିତ ଯୌନ‌କ୍ରିୟା କଲେ, ସଳ୍ପ ଯୌନ ସାଥୀ ବା କେବଳ ଦୁଇ ଜଣ ଯୌନ ସମ୍ପର୍କ ରଖିଲେ ଏହି ରୋଗ ସମ୍ଭାବନା କମିଯାଏ । [୧][୩] ସୁନ୍ନତ କରିବାଦ୍ୱାରା ଅନେକ ସଂକ୍ରମଣ ପ୍ରତିରୋଧ କରାଯାଇପାରେ । [୧] ଅଧିକାଂଶ ଯୌନ ସଂକ୍ରମଣ ଚିକିତ୍ସା କରିହୁଏ ଓ ଆରୋଗ୍ୟ କରିହୁଏ । [୧] ସିଫିଲିସ୍, ଗନୋରିଆ, କ୍ଲାମିଡିଆ ଓ ଟ୍ରାଇକୋମୋନିଆସିସ୍ ରୋଗ ଆରୋଗ୍ୟସାଧ୍ୟ ଓ ହର୍ପିସ୍, ହେପାଟାଇଟିସ୍ ବି, ଏଚ ଆଇ ଭି/ଏଡ୍‌ସ ଓ ଏଚପିଭି ରୋଗ ଚିକିତ୍ସାସାଧ୍ୟ କିନ୍ତୁ ଆରୋଗ୍ୟସାଧ୍ୟ ନୁହେଁ । [୧] ଗନୋରିଆ ଜୀବାଣୁ ଭଳି କେତେକ ଜୀବାଣୁ ନିମନ୍ତେ ଦିଆଯାଉଥିବା ଆଣ୍ଟିବାୟୋଟିକ୍‌ର ପ୍ରତିରୋଧ ହେଉଛି । [୪]

ସନ ୨୦୦୮ର ହିସାବ ଅନୁଯାୟୀ ୫୦୦ ନିୟୁତ ଲୋକ ସିଫିଲିସ୍, ଗନୋରିଆ, କ୍ଲାମିଡିଆ ଓ ଟ୍ରାଇକୋମୋନିଆସିସ୍ ରୋଗରେ ପିଡ଼ିତ ହୋଇଥିଲେ । [୧] ୫୩୦ ନିୟୁତ ଲୋକଙ୍କର ଗୁପ୍ତାଙ୍ଗ ହର୍ପିସ୍ ଓ ୨୯୦ ନିୟୁତ ମହିଳାଙ୍କର ମାନବ ପାପିଲୋମା ଭୁତାଣୁ ସଂକ୍ରମଣ ହୋଇଥିଲା । [୧] ଏଚ.ଆଇ.ଭି. ବ୍ୟତୀତ ଅନ୍ୟ ଯୌନ ସଂକ୍ରମଣଦ୍ୱାରା ୧୪୨,୦୦୦ ଲୋକ ୨୦୧୩ରେ ମୃତ୍ୟୁ ବରଣ କରିଥିଲେ । [୫] ଆମେରକାରେ ୨୦୧୦ ମସିହାରେ ୧୯ ନିୟୁତ ନୂଆ ଯୌନ ସଂକ୍ରମଣ ରୋଗ ଚିହ୍ନଟ କରାଯାଇଥିଲା । [୬] ଏହି ବିଷୟରେ ଐତିହାସିକ ଦଲିଲ ଏବର୍ସ ପାପିରସ୍‌ରେ ୧୫୫୦ ମସିହାରେ ଓ ପୁରୁଣା ଟେସ୍ଟାମେଣ୍ଟରେ ଉଲ୍ଲେଖ ରହିଛି । [୭] ଏହି ସଂକ୍ରମଣ ହେଲେ ଲଜ୍ଜାଜନ‌କ ଓ ବିଦ୍ରୁପଜନ‌କ ଅବସ୍ଥା ଉପୁଜେ । [୧] ଯୌନ କ୍ରିୟା ସଞ୍ଚାରିତ ରୋଗ ସମୂହ ଓ ଭେନେରିଆଲ୍ ରୋଗ ଅପେକ୍ଷା ଯୌନ କ୍ରିୟା ସଞ୍ଚାରିତ ସଂକ୍ରମଣ ଶବ୍ଦଟି ଅଧିକ ପସନ୍ଦ କରାଯାଉଛି । [୮]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ "Sexually transmitted infections (STIs) Fact sheet N°110". who.int. November 2013. Retrieved 30 November 2014. 
  2. Patrick R. Murray, Ken S. Rosenthal, Michael A. Pfaller, (2013). Medical microbiology (7th ed. ed.). St. Louis, Mo.: Mosby. p. 418. ISBN 9780323086929. 
  3. ୩.୦ ୩.୧ ୩.୨ "How You Can Prevent Sexually Transmitted Diseases". cdc.gov. November 5, 2013. Retrieved 5 December 2014. 
  4. Centers for Disease Control and Prevention, (CDC) (10 August 2012). "Update to CDC's Sexually transmitted diseases treatment guidelines, 2010: oral cephalosporins no longer a recommended treatment for gonococcal infections.". MMWR. Morbidity and mortality weekly report 61 (31): 590–4. PMID 22874837. 
  5. GBD 2013 Mortality and Causes of Death, Collaborators (17 December 2014). "Global, regional, and national age-sex specific all-cause and cause-specific mortality for 240 causes of death, 1990-2013: a systematic analysis for the Global Burden of Disease Study 2013.". Lancet 385 (9963): 117–71. doi:10.1016/S0140-6736(14)61682-2. PMC 4340604. PMID 25530442. 
  6. "STD Trends in the United States: 2010 National Data for Gonorrhea, Chlamydia, and Syphilis". Centers for Disease Control and Prevention. Retrieved 15 September 2012. 
  7. Gerd Gross, Stephen K. Tyring (2011). Sexually transmitted infections and sexually transmitted diseases. Heidelbergh: Springer Verlag. p. 20. ISBN 9783642146633. 
  8. Organization, World Health (2003). Guidelines for the management of sexually transmitted infections (PDF). Geneva: World Health Organization. p. vi. ISBN 9241546263.