ପ୍ରସବ

ଉଇକିପିଡ଼ିଆ‌ରୁ
(ଶିଶୁ ଜନ୍ମରୁ ଲେଉଟି ଆସିଛି)
ପ୍ରସବ
ଇଂରାଜୀ ପ୍ରତିଶବ୍ଦ- partus, parturition, birth
ନବଜାତ ଶିଶୁ ଓ ମାତା
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିObstetrics, midwifery

ପ୍ରସବ (ଅନ୍ୟ ନାମ ଲେବର ବା ଡେଲିଭରି) ନାମ ଦିଆଯାଏ ଯେତେବେଳେ ଗର୍ଭାବସ୍ଥାର ଅନ୍ତରେ ଏକ ବା ଏକାଧିକ ଶିଶୁ ମହିଳାର ଜରାୟୁରୁ ବାହାରକୁ ଆସନ୍ତି ।[୧] ସାରା ପୃଥିବୀରେ ସନ ୨୦୧୫ରେ ପ୍ରାୟ ୧୩୫ ନିୟୁତ ଶିଶୁ ଜନ୍ମ ଗ୍ରହଣ କରିଥିଲେ ।[୨] ଏଥି ମଧ୍ୟରୁ ପ୍ରାୟ ୧୫ ନିୟୁତ ଅବଧିପୂର୍ବ ପ୍ରସବ (୩୭ ସପ୍ତାହ ପୂର୍ବରୁ) ଥିଲା,[୩] ଓ ୩ରୁ ୧୨% ପ୍ରସବ ଅବଧିପର ପ୍ରସବ (୪୨ ସପ୍ତାହ ପରେ) ଥିଲା ।[୪] ବିକଶିତ ଦେଶମାନଙ୍କରେ ଅଧିକାଂଶ ପ୍ରସବ ଡାକ୍ତରଖାନାରେ ହୁଏ,[୫][୬] ଓ ବିକାଶଶୀଳ ଦେଶମାନଙ୍କରେ ଅଧିକାଂଶ ପ୍ରସବ ଧାଇମାନଙ୍କ ସାହାଯ୍ୟରେ ହୁଏ ।[୭]

ଅଧିକାଂଶ ଡେଲିଭରି ଯୋନୀପଥ ପ୍ରସବ (vaginal delivery) ପଦ୍ଧତିରେ ହୁଏ । [୮] ଏହି ପଦ୍ଧତିରେ ତୋନୋଟି ସୋପାନ ଥାଏ: ୧. ଜରାୟୂଗ୍ରୀବା ସଙ୍କୋଚନ (shortening) ଓ ଜରାୟୁ ମୁଖ ପ୍ରସାରଣ (opening of the cervix|), ୨. ନିମ୍ନ‌ଗମନ ଓ ପ୍ରସବ ୩. ପ୍ରସବ ଫୁଲର (placenta) ବ‌ହିଷ୍କାର ।[୯] ପ୍ରଥମ ସୋପାନ ନିମନ୍ତେ ୧୨ରୁ ୧୯ ଘଣ୍ଟା ଲାଗେ, ଦ୍ୱିତୀୟ ସୋପାନ ନିମନ୍ତେ ୨୦ ମିନିଟରୁ ୨ ଘଣ୍ଟା ଲାଗେ ଓ ତୃତୀୟ ସୋପାନ ନିମନ୍ତେ ୫ରୁ ୩୦ ମିନିଟ ଲାଗେ ।[୧୦] ପ୍ରଥମ ସୋପାନରେ ଉଦର ଶୂଳ (crampy abdominal pains) ବା କଟି ଯନ୍ତ୍ରଣା ଆରମ୍ଭ ହୋଇ ପ୍ରାୟ ଅଧ ମିନିଟ ରହେ ଓ ପ୍ରତି ୧୦ରୁ ୩୦ ମିନିଟରେ ପୁନର୍ବାର ହୁଏ ।[୯] ଉଦର ଶୂଳ ସମୟକ୍ରମେ ଶକ୍ତ ହୁଏ ଓ ଅଳ୍ପ ସମ‌ୟ ଅନ୍ତରରେ ବାରମ୍ବାର ହୁଏ ।[୧୦] ଦ୍ୱିତୀୟ ସୋପାନରେ ଜରାୟୁ ସଙ୍କୋଚନଦ୍ୱାରା ଶିଶୁ ଠେଲିହୋଇ ବାହାରକୁ ଆସେ ।[୧୦] ତୃତୀୟ ସୋପାନରେ ବିଳମ୍ବିତ ନାହି କଟା ସୁପାରିସ କରାଯାଏ । [୧୧] ଯନ୍ତ୍ରଣା ଉପଶମ ନିମନ୍ତେ ରିଲାକ୍ସେସନ ପଦ୍ଧତି, ଓପିଅଏଡ (opioids) ଓ ସ୍ପାଇନାଲ ବ୍ଲକ (spinal block) ଉପାୟମାନ ଅବଲମ୍ବନ କରାଯାଏ ।[୧୦]

ଅଧିକାଂଶ ପ୍ରସବରେ ଶିଶୁର ମୁଣ୍ଡ ପ୍ରଥମେ ଜନ୍ମ ହୁଏ; ୪% ଶିଶୁର ପାଦ ବା ନିତମ୍ବ (ପିଚା) ପ୍ରଥମେ ଜନ୍ମ ହୁଏ ।[୧୦][୧୨] ପ୍ରସବ ସମୟରେ ଜଣେ ମହିଳା ଇଚ୍ଛାନୁସାରେ ଚଳପ୍ରଚଳ ହୋଇପାରିବ ଓ ଖାଦ୍ୟ ଖାଇପାରିବ; ମୁଣ୍ଡ ବାହାରକୁ ଆସିବା ବେଳେ ବା ପ୍ରଥମ ସୋପାନରେ ଶିଶୁକୁ ଜରାୟୁରୁ ଠେଲି ବାହାର କରିବାକୁ ଅନୁମତି ଦିଆଯାଏ ନାହିଁ ଓ ଏନିମା ଦେବାକୁ ସୁପାରିସ କରାଯାଏ ନାହିଁ ।[୧୩] ସାଧାରଣତଃ ଏପିସିଓଟୋମି (episiotomy) ବା ଯୋନୀପଥ ମୁଖକୁ ଅପରେଶନ କରି ପ୍ରସାରିତ କରାଯାଉଥିଲେ ମଧ୍ୟ ତାହା କରିବାକୁ ଉପଦେଶ ଦିଆଯାଏ ନାହିଁ ।[୧୦] ସନ ୨୦୧୨ରେ ପ୍ରାୟ ୨୩ ନିୟୁତ ସିଜରିଆନ ସେକସନ (Caesarean section) ଅପରେଶନ କରାଯାଇଥିଲା ।[୧୪] ଯାଆଁଳା ଛୁଆ ଥିଲେ, ଫିଟାଲ ଡିସ୍ଟ୍ରେସ (signs of distress in the baby) ହେଉଥିଲେ ବା ବ୍ରିଚ ପୋଜିସନରେ ଶିଶୁ ଥିଲେ ସିଜରିଆନ ସେକସନ କରି ଶିଶୁକୁ ବାହାର କରାଯାଏ ।[୧୦] ଏହି ପଦ୍ଧତିରେ କ୍ଷତ ଶୁଖିବାକୁ ଅଧିକ ସମୟ ଲାଗେ । [୧୦]

ପ୍ରତିବର୍ଷ ଗର୍ଭାବସ୍ଥା ଓ ପ୍ରସବ ଜଟିଳତା ଯୋଗୁ ୫୦୦,୦୦୦ ମାତୃ ମୃତ୍ୟୁ (maternal deaths) ହୁଏ, ୭ ନିୟୁତ ମହିଳାଙ୍କର ସାଂଘାତିକ ଦୀର୍ଘକାଳୀନ ସମସ୍ୟା ରହେ ଓ ୫୦ ନିୟୁତ ମହିଳାଙ୍କର ପ୍ରସବପର ସ୍ୱାସ୍ଥ୍ୟ ଫଳାଫଳ ବିଯୁକ୍ତାତ୍ମକ ରହେ ।[୧୫] ବିକାଶଶୀଳ ଦେଶମାନଙ୍କରେ ଏହି ସମସ୍ୟା ଅଧିକ ଦେଖାଯାଏ ।[୧୫] ବାଧାପ୍ରାପ୍ତ ପ୍ରସବ (obstructed labour), ପ୍ରସବପର ରକ୍ତସ୍ରାବ (postpartum bleeding), ଏକ୍ଲାମ୍ପସିଆ (eclampsia) ଓ ପ୍ରସବପର ସଂକ୍ରମଣ (postpartum infection) ଇତ୍ୟାଦି ନିର୍ଦ୍ଧଷ୍ଟ ଜଟିଳ ସମସ୍ୟା ଜାତ ହୋଇପାରେ ।[୧୫] ପ୍ରସବ ସମୟରେ ଶିଶୁର ଅମ୍ଳଜାନ ଅଭାବ ହୋଇପାରେ ଯାହାକୁ ବାର୍ଥ ଆସଫିକ୍ସିଆ (birth asphyxia) କୁହାଯାଏ ।[୧୬]

ଆଧାର[ସମ୍ପାଦନା]

  1. Martin, Elizabeth. Concise Colour Medical Dictionary (in ଇଂରାଜୀ). Oxford University Press. p. 375. ISBN 9780199687992.
  2. "The World Factbook". www.cia.gov. July 11, 2016. Archived from the original on 16 November 2016. Retrieved 30 July 2016.
  3. "Preterm birth Fact sheet N°363". WHO. November 2015. Retrieved 30 July 2016.
  4. Buck, Germaine M.; Platt, Robert W. (2011). Reproductive and perinatal epidemiology. Oxford: Oxford University Press. p. 163. ISBN 9780199857746.
  5. Co-Operation, Organisation for Economic; Development (2009). Doing better for children. Paris: OECD. p. 105. ISBN 9789264059344.
  6. Olsen, O; Clausen, JA (12 September 2012). "Planned hospital birth versus planned home birth". The Cochrane database of systematic reviews (9): CD000352. PMID 22972043.
  7. Fossard, Esta de; Bailey, Michael (2016). Communication for Behavior Change: Volume lll: Using Entertainment–Education for Distance Education. SAGE Publications India. ISBN 9789351507581. Retrieved 31 July 2016.
  8. Memon, HU; Handa, VL (May 2013). "Vaginal childbirth and pelvic floor disorders". Women's health (London, England). 9 (3): 265–77, quiz 276-7. PMID 23638782.
  9. ୯.୦ ୯.୧ "Birth". The Columbia Electronic Encyclopedia (6 ed.). Columbia University Press. 2016. Retrieved 2016-07-30 from Encyclopedia.com. {{cite web}}: Check date values in: |accessdate= (help)
  10. ୧୦.୦ ୧୦.୧ ୧୦.୨ ୧୦.୩ ୧୦.୪ ୧୦.୫ ୧୦.୬ ୧୦.୭ "Pregnancy Labor and Birth". Women's Health. September 27, 2010. Archived from the original on 28 July 2016. Retrieved 31 July 2016.
  11. McDonald, SJ; Middleton, P; Dowswell, T; Morris, PS (11 July 2013). "Effect of timing of umbilical cord clamping of term infants on maternal and neonatal outcomes". The Cochrane database of systematic reviews (7): CD004074. PMID 23843134.
  12. Hofmeyr, GJ; Hannah, M; Lawrie, TA (21 July 2015). "Planned caesarean section for term breech delivery". The Cochrane database of systematic reviews (7): CD000166. PMID 26196961.
  13. Childbirth: Labour, Delivery and Immediate Postpartum Care (in ଇଂରାଜୀ). World Health Organization. 2015. p. Chapter D. ISBN 978-92-4-154935-6. Retrieved 31 July 2016.
  14. Molina, G; Weiser, TG; Lipsitz, SR; Esquivel, MM; Uribe-Leitz, T; Azad, T; Shah, N; Semrau, K; Berry, WR; Gawande, AA; Haynes, AB (1 December 2015). "Relationship Between Cesarean Delivery Rate and Maternal and Neonatal Mortality". JAMA. 314 (21): 2263–70. doi:10.1001/jama.2015.15553. PMID 26624825.
  15. ୧୫.୦ ୧୫.୧ ୧୫.୨ Education material for teachers of midwifery : midwifery education modules (PDF) (2nd ed.). Geneva [Switzerland]: World Health Organisation. 2008. p. 3. ISBN 978-92-4-154666-9.
  16. Martin, Richard J.; Fanaroff, Avroy A.; Walsh, Michele C. Fanaroff and Martin's Neonatal-Perinatal Medicine: Diseases of the Fetus and Infant (in ଇଂରାଜୀ). Elsevier Health Sciences. p. 116. ISBN 9780323295376.