ରକ୍ତହୀନତା

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ରକ୍ତହୀନତା
Anemias
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ଲୌହ ଅଭାବ ଜନିତ ମାନବ ଆନିମିଆ ରୋଗୀର ରକ୍ତ ।
ଆଇସିଡ଼ି-୧୦ D50.-D64.
ଆଇସିଡ଼ି- 280-285
ରୋଗ ଡାଟାବେସ 663
ମେଡ଼ିସିନ-ପ୍ଲସ 000560
ଇ-ମେଡ଼ିସିନ med/132 emerg/808 emerg/734
MeSH D000740

ପ୍ରତିଶବ୍ଦ - ଆନିମିଆ, ରକ୍ତ କ୍ଷୀଣତା
ରକ୍ତହୀନତା ଶବ୍ଦର ଆକ୍ଷରିକ ଅର୍ଥ ଅଳ୍ପ ରକ୍ତ ହେଲେ ମଧ୍ୟ ପ୍ରକୃତରେ ରକ୍ତରେ ଥିବା ଲୋହିତ ରକ୍ତ କଣିକା ଅଳ୍ପ ତଥା ତୃଟିଯୁକ୍ତ ଥିଲେ ବା ହେମୋଗ୍ଲୋବିନ ପରିମାଣ କମ ଥିଲେ ରକ୍ତହୀନତା ରୋଗ ନିର୍ଣ୍ଣୟ କରାଯାଏ ।[୧][୨]>[୩] ହେମୋଗ୍ଲୋବିନର ଅମ୍ଳଜାନ ଗ୍ରହଣ କରିବା ଶକ୍ତି କମ ଥିଲେ ମଧ୍ୟ ରକ୍ତହୀନତା କୁହାଯାଏ ।[୪] ଇଂରାଜୀରେ ଏହି ରୋଗକୁ ଆନିମିଆ କହନ୍ତି । ଆନିମିଆ ଶବ୍ଦଟି ପୁରୁଣା ଗ୍ରୀକ ଶବ୍ଦରୁ ଆସିଛି ଯାହାର ଅର୍ଥ 'ନାହିଁ ରକ୍ତ' (ἀναιμία anaimia, meaning lack of blood, from ἀν- an-, "not" + αἷμα haima, "blood")। ଲୋହିତ ରକ୍ତ କଣିକାରେ ଥିବା ହେମୋଗ୍ଲୋବିନ ଫୁସଫୁସରୁ ଅମ୍ଳଜାନ ସଂଗ୍ରହ କରି ସାରା ଶରୀରରେ ଥିବା କ୍ୟାପିଲାରି ବା ଅତି ସୂକ୍ଷ୍ମ ରକ୍ତ ନଳୀ (Capillary) ପର୍ଯ୍ୟନ୍ତ ବହନ କରେ ଓ ଦେହର ସମୁଦାୟ ଜୀବକୋଷଙ୍କୁ ବାଣ୍ଟେ । ଏଣୁ ଆନିମିଆ ହେଲେ ରକ୍ତରେ ଅମ୍ଳଜାନ ପରିମାଣ କମିଯାଏ ଯାହାକୁ ହାଇପୋକ୍ସିଆ କହନ୍ତି । ପ୍ରତ୍ୟେକ ଜୀବକୋଷ ବଞ୍ଚିବା ନିମନ୍ତେ ଅମ୍ଳଜାନ ଆବଶ୍ୟକ କରେ, ଏଣୁ ହେମୋଗ୍ଲୋବିନ ଅଭାବରେ ଅମ୍ଳଜାନ ଅଭାବ ହୁଏ ଓ ଏହାର ଅଭାବ ହେଲେ ଅନେକ ପ୍ରକାର ଲକ୍ଷଣ ପ୍ରକାଶ ପାଏ । ଆନିମିଆ ଧୀରେ ଧୀରେ ଆସିଲେ ଲକ୍ଷଣ ଅସ୍ପଷ୍ଟ ହୁଏ: ଥକ୍କାଣ, ଦୂର୍ବଳତା, ଛୋଟ ଶ୍ୱାସକ୍ରିୟା ବା ବ୍ୟାୟାମ ଅକ୍ଷମତା ଦେଖାଯାଏ । ଶୀଘ୍ର ହେଉଥିବା ଆନିମିଆ ଲକ୍ଷଣ: ଚିତ୍ତଭ୍ରମ ହୁଏ, ଅଚେତ ହେବା ଭଳି ଲାଗେ ଓ ଅଧିକ ଶୋଷ ହୁଏ । ଶେତା ଦେଖାଯିବା ନିମନ୍ତେ ଅଧିକ ଆନିମିଆ ଆବଶ୍ୟକ । ଅନ୍ତର୍ନିହିତ କାରଣ ଅନୁସାରେ ଅନ୍ୟାନ୍ୟ ଲକ୍ଷଣ ଦେଖାଯାଏ । [୫]

ରକ୍ତସ୍ରାବ, ଲୋହିତ ରକ୍ତ କଣିକା (ଲୋ.ର.କ.) କମ୍ ତିଆରି ଓ ଅଧିକ ଲୋ.ର.କ. ଭାଙ୍ଗିବା- ଏହି ତିନି କାରଣ ଯୋଗୁ ରୋଗ ହୁଏ । ରକ୍ତକ୍ଷୟର କାରଣ ମଧ୍ୟରେ ଆଘାତ ଖାଦ୍ୟନଳୀ ରକ୍ତସ୍ରାବ ପ୍ରଧାନ । ସ୍ୱଳ୍ପ ତିଆରି କାରଣମାନଙ୍କ ମଧ୍ୟରେ ଦେହରେ ଲୌହ ଅଭାବ, ଭିଟାମିନ ବି୧୨ ଅଭାବ, ଥାଲାସେମିଆ ଓ ଅନେକ ଅସ୍ଥିମଜ୍ଜା ଅର୍ବୁଦ ପ୍ରଧାନ । ଅଧିକ ଭାଙ୍ଗିବା କାରଣ ମଧ୍ୟରେ ମ୍ୟାଲେରିଆ ଓ କେତେକ ଅଟୋଇମ୍ମ୍ୟୁନ ରୋଗ ପ୍ରଧାନ । ଲୋ.ର.କ.ର ଆକାର (size of red blood cells) ଓ ପ୍ରତି କଣିକାରେ ଥିବା ହେମୋଗ୍ଲୋବିନ ପରିମାଣ (amount of hemoglobin in each cell) ଅନୁସାରେ ଏହାକୁ ବର୍ଗୀକରଣ କରାଯାଏ । ଲୋ.ର.କ. ଛୋଟ ହେଲେ ମାଇକ୍ରୋସାଇଟିକ ଆନିମିଆ, ବଡ଼ ହେଲେ ମାକ୍ରୋସାଇଟିକ ଆନିମିଆ ଓ ଅପରିବର୍ତ୍ତିତ ଥିଲେ ନର୍ମୋସାଇଟିକ ଆନିମିଆ କୁହାଯାଏ । ଆନିମିଆ ରୋଗ ନିର୍ଣ୍ଣୟ କରିବା ନିମନ୍ତେ ହେମୋଗ୍ଲୋବିନ ପୁରୁଷଙ୍କଠାରେ ୧୩ରୁ୧୪ଗ୍ରା/ଡେ.ଲି. (130 to 140 g/L ବା13 to 14 g/dL) ଓ ମହିଳାଙ୍କଠାରେ ୧୨ରୁ ୧୩ଗ୍ରା/ଡେ.ଲି. (120 to 130 g/L ବା 12 to 13 g/dL)ରୁ କମ୍ ହେବା ଆବଶ୍ୟକ । [୫][୬] ଆନିମିଆର ସଠିକ କାରଣ ନିର୍ଣ୍ଣୟ କରିବା ନିମନ୍ତେ ଅଧିକ ପରୀକ୍ଷା ଆବଶ୍ୟକ ହୁଏ ।[୫]

ଗର୍ଭବତୀ ମହିଳା ମାନେ ଲୌହ ବା ଆଇରନ ପିଲ୍ ଖାଇଲେ ଏହାର ପ୍ରତିଷେଧ ହୁଏ ।[୫][୭] ନିର୍ଦ୍ଦିଷ୍ଟ କାରଣ ନ ଥାଇ ଅଧିକ ପୂରକ(supplement) ଖାଦ୍ୟ ଦେବା ନିଷେଧ । ଚିହ୍ନ ଓ ଲକ୍ଷଣ ଦେଖି ରକ୍ତ ଟ୍ରାନ୍ସଫ୍ୟୁଜନ ଦିଆଯାଏ । [୫] ଲକ୍ଷଣହୀନ ଆନିମିଆରେ ରକ୍ତ ଟ୍ରାନ୍ସଫ୍ୟୁଜନ ଦିଆଯାଏ ନାହିଁ; ହେମୋଗ୍ଲୋବିନ ସ୍ତର ୬ରୁ୮ଗ୍ରା/ଡେ.ଲି.(60 to 80 g/L ବା 6 to 8 g/dL) ରୁ କମ ଥିଲେ ଦିଆଯାଏ ।[୫][୮] ଆକ୍ୟୁଟ ରକ୍ତସ୍ରାବ ଥିଲେ ମଧ୍ୟ ଏହି ଧାରା ମାନିହେବ । [୫] ଅତ୍ୟଧିକ ରକ୍ତସ୍ରାବ ହେଉଥିଲେ ଟ୍ରାନ୍ସଫ୍ୟୁଜନ ଦିଆଯାଏ ।[୫] ଅତ୍ୟଧିକ ଆନିମିଆ ଥିଲେ ରକ୍ତକଣିକା ସୃଷ୍ଟିକାରୀ ଔଷଧ ଦେବାକୁ ପରାମର୍ଶ ଦିଆଯାଏ ।[୮]

ଆନିମିଆ ଗୋଟିଏ ଅତି ସାଧାରଣ ରକ୍ତ ରୋଗ ଯାହା ପୃଥିବୀର ଏକ ଚତୁର୍ଥାଂଶ ଲୋକଙ୍କୁ ଆକ୍ରମଣ କରେ । [୫] ଲୌହ-ଅଭାବ ଆନିମିଆ ପ୍ରାୟ ଏକ ବିଲିଅନ(ଶହେ କୋଟି) ଲୋକଙ୍କର ଥାଏ । [୯] ମହିଳାମାନେ ପୁରୁଷଙ୍କ ଅପେକ୍ଷା ଏହି ରୋଗର ଅଧିକ ଶିକାର ହୁଅନ୍ତି,[୯] ପିଲା ବୟସ୍କ ଓ ଗର୍ଭାବତୀ ମହିଳା ମାନଙ୍କଠାରେ ଅଧିକ ଦେଖାଯାଏ ।[୫] ଆନିମିଆ ଯୋଗୁ ଚିକିତ୍ସା ଖର୍ଚ୍ଚ ବଢ଼େ ଓ କର୍ମଶକ୍ତି କମିବାଯୋଗୁ ଉତ୍ପାଦନ କମେ ।[୬] ଆନିମିଆ ଶବ୍ଦଟି ପୁରୁଣା ଗ୍ରୀକ ଶବ୍ଦରୁ ଆସିଛି ଯାହାର ଅର୍ଥ 'ନାହିଁ ରକ୍ତ' (ἀναιμία anaimia, meaning lack of blood, from ἀν- an-, "not" + αἷμα haima, "blood") ।[୧୦] ସନ ୧୯୯୦ରେ ଲୌହ ଅଭାବ ଜନିତ ଆନିମିଆ ଯୋଗୁ ୨୧୩,୦୦୦ ମୃତ୍ୟୁ ହୋଇଥିଲା ଯାହା ସନ ୨୦୧୩ରେ କମିଯାଏ ୧୮୩,୦୦୦ ମୃତ୍ୟୁ ହୋଇଥିଲା । [୧୧]

ଚିହ୍ନ ଓ ଲକ୍ଷଣ[ସମ୍ପାଦନା]

ଆନିମିଆ ରୋଗର ମୂଖ୍ୟ ଲକ୍ଷଣ ସମୂହ ।[୧୨]

ଏହି ରୋଗ ସହଜରେ ଧରା ପଡେ ନାହିଁ । ଏହାର ଲକ୍ଷଣ ଅତି କମ ଥାଏ ବା ଅସ୍ପଷ୍ଟ ଥାଏ । ଏହାର କାରଣ ଅନୁସାରେ ଲକ୍ଷଣ ଦେଖାଯାଏ ବା ରୋଗର ନିଜ ଲକ୍ଷଣ ପ୍ରକାଶ ପାଏ ।
ସାଧାରଣତଃ ଦୂର୍ବଳତା, ଥକ୍କା ଲାଗିବା, ଦେହ ଘୋଳି ହେବା, ଓ ମନ ନ ଲାଗିବା ଏହି ରୋଗର ଲକ୍ଷଣ । ଅଳ୍ପ ପରିଶ୍ରମ କଲେ ଅଣନିଶ୍ଵାସି (dyspnea) ଲାଗେ । ଅତ୍ୟଧିକ ଆନିମିଆ ଥିଲେ ସ୍ଵଳ୍ପ ଅମ୍ଳଜାନ ବହନ ଶକ୍ତିକୁ ଭରଣା କରିବା ନିମନ୍ତେ ହୃତପିଣ୍ଡ ଅଧିକ ରକ୍ତ ସରବରାହ କରେ । ଏଥି ଯୋଗୁ ଛାତି ଧଡ଼ଧଡ଼ ହୁଏ, ଆଗରୁ ହୃଦରୋଗ ଥିଲେ ଆଞ୍ଜିନା ହୁଏ ରହି ରହି କ୍ଲଡିକେସନ ହୁଏହୃଦଘାତ ଲକ୍ଷଣ ପ୍ରକାଶ ପାଏ ।
ରୋଗୀର ଚମ, ମ୍ୟୁକୋସା(Mucosa), ଆଖି ପତାର ଭିତର ପାଖ (Conjunctiva) ଓ ନଖ ଇତ୍ୟାଦି ଶେତା ଦେଖାଯାଏ । ଲୌହ ଅଭାବ ଜନିତ ଆନିମିଆ ଥିଲେ ନଖରେ କଏଲନିକିଆ ( koilonychia) ଦେଖାଯାଏ । ଅତ୍ୟଧିକ ରକ୍ତ କଣିକା ନଷ୍ଟ ହେଉଥିଲେ ହଳଦିଆ କାମଳ ବା ଜଣ୍ଡିସ ହୁଏ । ସିକ୍ଲ ସେଲ ଆନିମିଆ, ଥାଲାସେମିଆହେମୋଲାଇଟିକ ଆନିମିଆରେ ରକ୍ତ କଣିକା ନଷ୍ଟ ହୋଇ ଜଣ୍ଡିସ ହୁଏ ।
ଅତ୍ୟଧିକ ଆନିମିଆ ଥିଲେ ଦୃତ ହୃତପିଣ୍ଡ ଗତି ହୁଏ, ନାଡ଼ି ଫୁଲି ଉଠେ, ହୃତପିଣ୍ଡରୁ ମର୍‌ମର୍ (Murmur, ଏକ ପ୍ରକାର ଶବ୍ଦ) ଶୁଣାଯାଏ, ନିଳୟ ବଡ ହୋଇଯାଏ ଓ ହୃତପିଣ୍ଡ ବନ୍ଦ ହୋଇଯାଏ ।
ପିଲାମାନଙ୍କର ସ୍ଥାୟୀ ଆନିମିଆ ଥିଲେ ସ୍ନାୟୁ ସଠିକ ଭାବେ ତିଆରି ନ ହୋଇ ପାରି ବ୍ୟବ‌ହାରିକ ଗୋଳମାଳ ହୁଏ, ସ୍କୁଲରେ ଶିକ୍ଷା ଗ୍ରହଣ ଶକ୍ତି କମିଯାଏ ଓ ପରୀକ୍ଷା ଫଳ ଭଲ ହୁଏ ନାହିଁ । ଲୌହ ଅଭାବ ଆନିମିଆରେ ରେସ୍ଟଲେସ ଲେଗ ସିଣ୍ଡ୍ରୋମ ଅଧିକ ଦେଖାଯାଏ ।

କାରଣ[ସମ୍ପାଦନା]

ଚିତ୍ରରେ ରକ୍ତନଳୀ ମଧ୍ୟରେ ସାଧାରଣ ଲୋହିତ ରକ୍ତ କଣିକା ବାଧାହୀନ ଭାବରେ ବୋହିଚାଲିଛି । ଭିତର ଚିତ୍ରରେ ସାଧାରଣ ହେମୋଗ୍ଲୋବିନ ଥିବା ସାଧାରଣ ଲୋହିତ ରକ୍ତ କଣିକା ଦେଖାଯାଉଛି । [୧୩]

ଆନିମିଆ ହେବାର ମୋଟାମୋଟି ୪ଟି କାରଣ ଅଛି : ୧. ତୃଟିଯୁକ୍ତ ଲୋହିତ ରକ୍ତ କଣିକା (ଲୋ.ର.କ)ତିଆରି, ୨. ଅତ୍ୟଧିକ ଲୋହିତ ରକ୍ତ କଣିକା ନଷ୍ଟ (ଯେପରିକି ହେମୋଲାଇଟିକ ଆନିମିଆରେ ହୁଏ ।), ୩. ରକ୍ତ କ୍ଷୟ ଓ ୪. ଅତ୍ୟଧିକ ତରଳ ପଦାର୍ଥ ଶୀରାରେ ପ୍ରବେଶ କରେଇ ଦେବା (Hypervolemia) । ଏମାନଙ୍କ ମଧ୍ୟରୁ କେତେକ କାରଣ ମିଳିମିଶି ମଧ୍ୟ ଆନିମିଆ କରନ୍ତି । ରକ୍ତ କ୍ଷୟ ଜନିତ ଆନିମିଆ ଦୀର୍ଘ ସ୍ଥାୟୀ ନୁହେଁ ଯଦି ତୃଟିଯୁକ୍ତ ଲୋହିତ ରକ୍ତ କଣିକା (ଯଥା ଲୌହ ଅଭାବ ନ ଥାଏ ଓ ଏହା ସାଧାରଣତଃ ଲୌହ ଅଭାବ ଯୋଗୁ ହୁଏ ।[୧୪])

ତୃଟିଯୁକ୍ତ ତିଆରି[ସମ୍ପାଦନା]

ଅତ୍ୟଧିକ ନଷ୍ଟ[ସମ୍ପାଦନା]

ଅତ୍ୟଧିକ ଲୋହିତ ରକ୍ତ କଣିକା ନଷ୍ଟ ହୋଇ ଯେଉଁ ଆନିମିଆ ହୁଏ ତାହାକୁ ହେମୋଲାଇଟିକ ଆନିମିଆ କୁହାଯାଏ । ଏହି ଅବସ୍ଥାରେ ଜଣ୍ଡିସ ବା କାମଳ ସହ ଲାକ୍ଟେଟ ଡିହାଡ୍ରୋଜେଜେନ ପରିମାଣ ବୃଦ୍ଧି ପାଏ ।

ରକ୍ତ କ୍ଷୟ[ସମ୍ପାଦନା]

ଅତ୍ୟଧିକ ତରଳ ପଦାର୍ଥ ଭାର[ସମ୍ପାଦନା]

ଅତ୍ୟଧିକ ତରଳ ପଦାର୍ଥ ଭାର ବା (ହାଇପରଭଲ୍ୟୁମିଆ) ହେବାଦ୍ୱାରା ହେମୋଗ୍ଲୋବିନ ଗାଢ଼ପଣ କମିଯାଇ ଆପେକ୍ଷିକ ଆନିମିଆ ହୁଏ ।

  • ହାଇପରଭଲ୍ୟୁମିଆର ସାଧାରଣ କାରଣ ମଧ୍ୟରେ ଅତ୍ୟଧିକ ସୋଡ଼ିୟମ ଓ ତରଳ ପଦାର୍ଥ ଦେହକୁ ଗଲେ, ସୋଡ଼ିୟମ ତ‌ଥା ଜଳ ଅବଧାରଣ ଓ ତରଳ ପଦାର୍ଥ ରକ୍ତନଳୀ ଭିତରକୁ ପ୍ରବେଶ ।[୨୩]
  • ଗର୍ଭାବସ୍ଥା ଆନିମିଆ: ଅତ୍ୟଧିକ ରକ୍ତ ପରିମାଣ ହେତୁ ।

ରୋଗ ନିର୍ଣ୍ଣୟ[ସମ୍ପାଦନା]

Peripheral blood smear microscopy of a patient with ଲୌହ ଅଭାବ ଆନିମିଆ

ସମ୍ପୁର୍ଣ୍ଣ ରକ୍ତ ଗଣନା(complete blood count) ଆଧାରରେ ଆନିମିଆ ରୋଗ ନିର୍ଣ୍ଣୟ କରାଯାଏ ।ଲୋହିତ ରକ୍ତ କଣିକା ସଂଖ୍ୟା ନିର୍ଣ୍ଣୟ ଓ ହେମୋଗ୍ଲୋବିନ ପରିମାନ ସ‌ହିତ ଅଟୋମେଟିକ କାଉଣ୍ଟରରେ ଫ୍ଲୋ ସାଇଟୋମେଟ୍ରି ସାହାଯ୍ୟରେ ଲୋହିତ ରକ୍ତ କଣିକାର ଆକାରର ମାପ ନେଇ ଆନିମିଆର କାରଣ ଜାଣିହୁଏ । ଯେଉଁ ସ୍ଥାନରେ ଏହିଭଳି ଯନ୍ତ୍ରର ସୁବିଧା ନାହିଁ, ସେଠାରେ ରକ୍ତ ସ୍ମିଅର ନେଇ ଅଣୁବୀକ୍ଷଣ ଯନ୍ତ୍ରରେ ପରୀକ୍ଷା କରାଯାଏ ।

ଆଧୁନିକ କାଉଣ୍ଟରରେ ୪ଟି ମାନ‌ଦଣ୍ଡ ନିଆଯାଏ: ଲୋହିତ ରକ୍ତ କଣିକା ସଂଖ୍ୟା, ହେମୋଗ୍ଲୋବିନ ଗାଢ଼ତା, ଏମସିଭି ଓ ଆରଡିଡବ୍ଲ୍ୟୁ ମାପ କରାଯାଏ ଓ ବୟସ ତ‌ଥା ଲିଙ୍ଗ ଅନୁପାତରେ ମାନ‌କ ଥିବା ସଂଖ୍ୟା ସ‌ହ ତୁଳନା କରାଯାଏ ।

ଅନିମିଆ ନିମନ୍ତେ ଡବ୍ଲ୍ୟୁଏଚଓ ସୀମାରେଖା ।[୨୪] (୧ ଗ୍ରା/ଡେଳି = ୦.୬୨୦୬ ମିମୋଲ/ଲି)
ବୟସ ବା ଲିଙ୍ଗ ଦଳ ହେମୋଗ୍ଲୋବିନ ସୀମାରେଖା (ଗ୍ରା/ଡେଲି) ହେମୋଗ୍ଲୋବିନ ସୀମାରେଖା (ମିମୋଲ/ଲି)
ପିଲା (୦.୫–୫.୦ ବର୍ଷ) ୧୧.୦ ୬.୮
ପିଲା (୫–୧୨ ବର୍ଷ) ୧୧.୫ ୭.୧
କିଶୋର/ଟିନ (୧୨–୧୫ ବର୍ଷ) ୧୨.୦ ୭.୪
ମହିଳା, ଗର୍ଭ ନ ଥିବା (>୧୫ ବର୍ଷ) ୧୨.୦ ୭.୪
ଗର୍ଭବତୀ ମହିଳା ୧୧.୦ ୬.୮
ପୁରୁଷ (>୧୫ ବର୍ଷ) ୧୩.୦ ୮.୧

ଅଧୁନା ବଡ଼ ବଡ଼ ମେଡିକାଲରେ କେତେକ ଅଟୋମେଟିକ କାଉଣ୍ଟର ଉପଲବ୍ଧ ହେବା ଯୋଗୁ ରେଟିକୁଲୋସାଇଟ ଗଣନା ଓ ଆନିମିଆ ପ୍ରତି ଉନ୍ନତ ଆଭିମୁଖ୍ୟ ସମ୍ଭବ ହେଉଛି । ଅସ୍ଥିମଜ୍ଜାରେ ତିଆରି ହେଉଥିବା ନୂଆ ଲୋହିତ ରକ୍ତ କଣିକା ସଂଖ୍ୟାର ଗଣନାକୁ ରେଟିକୁଲୋସାଇଟ କାଉଣ୍ଟ କୁହାଯାଏ । ଆନିମିଆ ସ୍ତର ଓ ରେଟିକୁଲୋସାଇଟ ଗଣନାରେ ଉନ୍ନତିର ଅନୁପାତକୁ ରେଟିକୁଲୋସାଇଟ ତିଆରି ଇଣ୍ଡେକ୍ସ କୁହାଯାଏ । ଆନିମିଆ ସ୍ତର ଅଧିକ ଥିଲେ ସାଧାରଣ ରେଟିକୁଲୋସାଇଟ ଗଣନା ମଧ୍ୟ ଯଥେଷ୍ଟ ପ୍ରତିକ୍ରିୟା ନ ହେବା ଦର୍ଶାଏ । ଅଟୋମେଟେଡ କାଉଣ୍ଟର ନ ଥିଲେ ରକ୍ତ ଫିଲ୍ମକୁ ବିଶେଷ ପଦ୍ଧତିରେ ସ୍ଟେନ କରି ଗଣନା କରାଯାଏ । ଅଣୁବୀକ୍ଷଣ ଯନ୍ତ୍ରରେ ତିଆରି ହେଉଥିବା ଯୁବ ଲୋହିତ ରକ୍ତ କଣିକାମାନଙ୍କର ସଂଖ୍ୟା ଓ ଆକାର ଦେଖି ଅସ୍ଥିମଜ୍ଜାର କାର୍ଯ୍ୟକାରୀତା ଜାଣିହୁଏ । ନୁଆ ଲୋହିତ ରକ୍ତ କଣିକା ପୁରୁଣାମାନଙ୍କ ଅପେକ୍ଷା ସାମାନ୍ୟ ବଡ଼ ଓ ସେଥିରେ ପଲିକ୍ରୋମାସିଆ ଥାଏ । ରକ୍ତସ୍ରାବର ଉତ୍ସା ଜଣାଥିଲେ ଏରିଥ୍ରୋପଏସିସ ସାହାଯ୍ୟରେ ଅସ୍ଥିମଜ୍ଜା ଏହି କ୍ଷତିକୁ ଭରଣା କରିପାରିବା କି ନାହିଁ ଓ କେଉଁ ଅନୁପାତରେ କରିବ ତାହା ମୂଲ୍ୟାଙ୍କନ କରିହୁଏ । କାରଣ ଜଣା ନ ଥିବା କେଶରେ କରାଯାଉଥିବା ପରୀକ୍ଷା: ଇଏସଆର, ଫେରିଟିନ, ସେରମ ଲୌହ, ଟ୍ରନ୍ସଫେରିନ, ଲୋରକ ଫୋଲେଟ ସ୍ତର, ସେରମ ଭିଟାମିନ ବି୧୨, ହେମୋଗ୍ଲୋବିନ ଇଲେକ୍‌ଟ୍ରୋଫେରେସିସ, ବୃକ୍‌କ କାର୍ଯ୍ୟକାରୀତା ପରୀକ୍ଷା ଇତ୍ୟାଦି । ରୋଗ ନିର୍ଣ୍ଣୟ କଷ୍ଟସାଧ୍ୟ ହେଉଥିଲେ ଅସ୍ଥିମଜ୍ଜା ପରୀକ୍ଷା କରାଯାଏ ଯାହା ଯନ୍ତ୍ରଣା ଦାୟକ ଓ କ୍ୱଚିତ କରାଯାଏ ।

ଲୋହିତ ରକ୍ତ କଣିକା ବିସ୍ତାର[ସମ୍ପାଦନା]

ଲୋହିତ ରକ୍ତ କଣିକାର ଆକାର ଅନୁସାରେ ଆନିମିଆର ବର୍ଗୀକରଣ କରାଯାଏ । ମିନ କର୍ପସକୁଲାର ଭଲ୍ୟୁମ ଅନୁସାରେ ଆକାର ନିରୁପଣ କରାଯାଏ । ସାଧାରଣ (୮୦ଏଫଏଲ) ଆକାରଠାରୁ କମ ଥିଲେ ମାଇକ୍ରୋସାଇଟିକ ଆନିମିଆ, ବଡ଼(୧୦୦ଏଫଏଲରୁ ବେଶି) ଥିଲେ ମାକ୍ରୋସାଇଟିକ ଅନିମିଆ ଓ ସାଧାରଣ(୮୦ରୁ୧୦୦ଏଫଏଲ) ଥିଲେ ନର୍ମୋସାଇଟିକ ଆନିମିଆ କୁହାଯାଏ । ଏହି ଆକାରରୁ କାରଣ ମଧ୍ୟ ଜଣାଯାଏ ଯଥା:- ମାଇକ୍ରୋସାଇଟିକ ଅଧିକାଂଶ ସମୟରେ ଲୌହ ଅଭାବ ଯୋଗୁ ହୁଏ । ଏହି ବର୍ଗୀକରଣର ଗୋଟିଏ ଅସୁବିଧା ହୁଏ ଯଦି ମିଶ୍ରିତ କାରଣ ଥାଏ ଯଥା:- ଲୌହ ଅଭାବ (ମାଇକ୍ରୋସାଇଟିକ) ସ‌ହିତ ଭିଟାମିନ ବି୧୨ ଅଭାବ (ମାକ୍ରୋସାଇଟିକ) ମିଶିଗଲେ ନର୍ମୋସାଇଟିକ ହୋଇଯାଏ ।

ତିଆରି ବନାମ ନଷ୍ଟ ବା କ୍ଷତି[ସମ୍ପାଦନା]

ସବୁଠାରୁ ଅଧିକ ପ୍ରାସଙ୍ଗିକ ବର୍ଗୀକରଣ ଏକାଧିକ ମାନ‌ଦଣ୍ଡକୁ ନେଇ କରାଯାଏ ବିଶେଷତଃ ରେଟିକୁଲୋସାଇଟ କାଉଣ୍ଟ ବା ହିସାବ । ଏହାଦ୍ୱାରା ଅଧିକ ତିଆରି ବା ଅଧିକ ନଷ୍ଟ/କ୍ଷତି ଜଣାଯାଏ । ନଷ୍ଟ/କ୍ଷତି ହୋଇଥିଲେ ପ୍ରାନ୍ତୀୟ ରକ୍ତ ସ୍ମିଅର(ପେରିଫାରାଲ ବ୍ଲଡ଼ ସ୍ମିଅର) ପରୀକ୍ଷାରେ ତୃଟି ଦେଖାଯାଏ ଯେପରିକି ଅଧିକ ଏଲଡିଏଚ ଥିଲେ ଜୀବକୋଷ ନଷ୍ଟ; କିମ୍ବା ରକ୍ତସ୍ରାବ ଚିହ୍ନ ଯେପରିକି ଗୁଆଇଆକ-ପଜିଟିଭ ଝାଡ଼ା, ଏକ୍ସ‌-ରେ ଦର୍ଶନ ଓ ଖୋଲା ରକ୍ତସ୍ରାବ । କାଇନେଟିକ ଦୃଷ୍ଟିକୋଣ ନୈଦାନିକ ଅନୁସାରେ ସବୁଠାରୁ ନିର୍ଭର‌ଯୋଗ୍ୟ ବର୍ଗୀକରଣ । ଏଥିରେ ଅନେକ ଗୁଡ଼ିଏ ପାରାମିଟର ଦେଖାଯାଏ ବିଶେଷତଃ ରକ୍ତ ରେଟିକୁଲୋସାଇଟ ଗଣନା । ସାଧାରଣ ବର୍ଗୀକରଣ ନିମ୍ନରେ ଦିଆଗଲା ।

* ଉଦାହାରଣ ସ୍ୱରୁପ ସିକ୍ଲ ସେଲ ଆନିମିଆ ସ‌ହିତ ଲୌହ ଅଭାବ; କ୍ରନିକ ପାକସ୍ଥଳୀ ରକ୍ତସ୍ରାବ ସ‌ହିତ ବି୧୨ ଓ ଫୋଲେଟ ଅଭାବ ଇତ୍ୟାଦି ।
** ପୁନଶ୍ଚ ରେଟିକୁଲୋସାଇଟ ଗଣନା କରାଯାଏ: ଅଳ୍ପ ରେଟିକୁଲୋସାଇଟ ତିଆରି ଇଣ୍ଡେକ୍ସ, ସାଧାରଣ ଏମସିଭି ଓ ହେମୋଲାଇସିସ ବା ରକ୍ତକ୍ଷୟ ଦେଖାଯାଏ ଯଦି ଅସ୍ଥମଜ୍ଜା ଫେଲ ହେଉଥାଏ ବା କ୍ରନିକ ରୋଗ ଜନିତ ଆନିମିଆ ସ‌ହିତ ହେମୋଲାଇସିସ ବା ରକ୍ତକ୍ଷୟ । ଆନିମିଆ ସ‌ହିତ ଏମସିଭି ସ୍କିମର ଆରମ୍ଭ :

 
 
 
 
 
 
 
 
ଆନିମିଆ
 
 
 
 
 
 
 
 
 
 
 
ରେଟିକୁଲୋସାଇଟ ପ୍ରୋଡକ୍‌ସନ ଇଣ୍ଡେକ୍ସ ଦେଖାଏ ଆନିମିଆରେ ସ୍ୱଳ୍ପ ତିଆରି ପ୍ରତିକ୍ରିୟା
 
 
 
ରେଟିକୁଲୋସାଇଟ ପ୍ରୋଡକ୍‌ସନ ଇଣ୍ଡେକ୍ସ ଉପ‌ଯୁକ୍ତ ପ୍ରତିକ୍ରିୟା ଆନିମିଆ ନିମନ୍ତେ ଦେଖାଏ । = ହେମୋଲାଇସିସ ବା ରକ୍ତକ୍ଷୟ ଚାଲୁ ରହେ କୌଣସି ଲୋରକ ତିଆରି ସମସ୍ୟା ନ ଥାଇ
 
 
 
 
ରକ୍ତକ୍ଷୟ ବା ହେମୋଲାଇସିସ ଥାଇ ମଧ୍ୟ କ୍ଲିନିକାଲ ଜ୍ଞାତବ୍ୟ ବିଷୟ ରହେନି:ନିର୍ମଳ ତିଆରି ସମସ୍ୟା ।
 
କ୍ଲିନିକାଲ ନିସ୍କର୍ଷ ଅସାଧାରଣ ଏମସିଭି: ହେମୋଲାଇସିସ କିମ୍ବା କ୍ଷୟ କ୍ରନିକ ତିଆରି ସମସ୍ୟା *।
 
କ୍ଲିନିକାଲ ନିସ୍କର୍ଷ ସାଧାରଣ ଏମସିଭି= ଆକ୍ୟୁଟ ହେମୋଲାଇସିସ ବା ଅସ୍ଥିମଜ୍ଜାଦ୍ୱାରା ପୁନଃ ତିଆରି ପାଇଁ ସମୟ ଅଭାବ **।
 
 
ମାକ୍ରୋସାଇଟିକ ଆନିମିଆ (ଏମସିଭି>୧୦୦)
 
ନର୍ମୋସାଇଟିକ ଆନିମିଆ (୮୦<ଏମସିଭି<୧୦୦)
 
 
ମାଇକ୍ରୋସାଇଟିକ ଆନିମିଆ (ଏମସିଭି<୮୦)
 
 
 
 
 
 
 
 
 
 
 
 
 
 
 
ଆନିମିଆ
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
ମାକ୍ରୋସାଇଟିକ ଆନିମିଆ (MCV>100)
 
 
 
 
 
ନର୍ମୋସାଇଟିକ ଆନିମିଆ (MCV 80–100)
 
 
 
 
 
ମାଇକ୍ରୋସାଇଟିକ ଆନିମିଆ (MCV<80)
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
ଅଧିକ ରେଟିକୁଲୋସାଇଟ ଗଣନା
 
 
 
 
 
ଅଳ୍ପ ରେଟିକୁଲୋସାଇଟ ଗଣନା
 
 
 
 


ପେରିଫେରାଲ ସ୍ମିଅର କେତେକ ମୂଲ୍ୟବାନ ସଙ୍କେତ ଦିଏ ଯଥା ଅସାଧାରଣ ଶ୍ୱେତ ରଲ୍ତ କଣିକା ଥିଲେ ଅସ୍ଥିମଜ୍ଜାରେ କାରଣ ଥିବା ସନ୍ଦେହ କରାଯାଏ

ମାଇକ୍ରୋସାଇଟିକ[ସମ୍ପାଦନା]

ମାଇକ୍ରୋସାଇଟିକ ଆନିମିଆ ରୋଗ ହେମୋଗ୍ଲୋବିନ ସଂଶ୍ଳେଷଣ ତୃଟି ବା ଅଭାବ ହେଲେ ହୁଏ ।ଏହାର କେତେ ଗୁଡ଼ିଏ କାରଣ ଦିଆଗଲା:

  • ହେମ ସଂଶ୍ଳେଷଣ ତୃଟି
  • ଗ୍ଲୋବିନ ସଂଶ୍ଳେଷଣ ତୃଟି
    • ଆଲଫା-, ଓ ବିଟା- ଥାଲାସେମିଆ
    • ଏଚବିଇ ସିଣ୍ଡ୍ରୋମ (HbC syndrome)
    • ଅନେକ ଅସ୍ଥିର (unstable) ହେମୋଗ୍ଲୋବିନ ରୋଗ ।
  • ସିଡେରୋବ୍ଲାସ୍ଟିକ ତୃଟି
    • ହେରେଡିଟାରି ସିଡେରୋବ୍ଲାସ୍ଟିକ ଆନିମିଆ
    • ଆକ୍ୱାୟାର୍ଡ଼ ସିଡେରୋବ୍ଲାସ୍ଟିକ ଆନିମିଆ (ସୀସା ବିଷମୟ)
    • ରେଭର୍ସିବ୍ଲ ସିଡେରୋବ୍ଲାସ୍ଟିକ ଆନିମିଆ

ଲୌହ ଅଭାବ ଆନିମିଆ ସର୍ବାଧିକ ସାଧାରଣ ଆନିମିଆ ଓ ଏହାର ଅନେକ ଗୁଡ଼ିଏ କାରଣ ଅଛି । ଅଣୁବୀକ୍ଷଣ ଯନ୍ତ୍ରରେ ଲୋହିତ ରକ୍ତ କଣିକା ଅଧିକାଂଶ ସମୟରେ ହାଇପୋକ୍ରୋମିକ (ଫିକା) ଓ ମାଇକ୍ରୋସାଇଟିକ (ଛୋଟ) ଦେଖାଯାଏ ।

  • ଲୌହ ଅଭାବ ଆନିମିଆ: ଖାଦ୍ୟରେ ଲୌହ ଅଭାବ ବା ଲୌହ ଅବଶୋଷଣ ସମୟରେ ତୃଟି ଯୋଗୁ ଦେହର ଆବଶ୍ୟକତା ମେଣ୍ଟାଇ ନ ପାରିଲେ ହୁଏ । ଶିଶୁ ଓ ଗର୍ଭବତୀ ମହିଳାଙ୍କର ଅଧିକ ଆବଶ୍ୟକତା ଥାଏ । ଖାଦ୍ୟନଳୀ ରୋଗ, ବାରମ୍ବାର ରକ୍ତଦାନ ଓ ଅତ୍ୟଧିକ ଋତୁସ୍ରାବ ଇତ୍ୟାଦି ଅବସ୍ଥାରେ ଅଧିକ ଲୋହ ଥିବା ଖାଦ୍ୟ ଆବଶ୍ୟକ ହୁଏ ।[୨୫] ହେମୋଗ୍ଲୋବିନର ଏକ ଅତ୍ୟବଶ୍ୟକ ଅଂଶ ହେଉଛି ଲୌହ, ଫଳରେ ଲୋହିତ ରକ୍ତ କଣିକାରେ ହେମୋଗ୍ଲୋବିନ ଅଂଶ କମିଯାଏ । ଆମେରିକୀୟ ଦେଶମାନଙ୍କରେ ସନ୍ତାନ ଜନ୍ମକ୍ଷମ ମହିଳାଙ୍କ ମଧ୍ୟରେ ୧୨ % ମହିଳାଙ୍କର ଲୌହ ଅଭାବ ଥାଏ, ଏହି ବୟସରେ ମାତ୍ର ୨ % ପୁରୁଷମାନଙ୍କର ଉକ୍ତ ଅଭାବ ଥାଏ । ଆଫ୍ରିକୀୟ ଆମେରିକା ଓ ମେକ୍‌ସିକୋ ଆମେରିକୀୟ ମହିଳାଙ୍କ ମଧ୍ୟରୁ ୨୦ % ମହିଳାଙ୍କର ଏହି ଅଭାବ ଥାଏ ।[୨୬] ଅନୁଶୀଳନରେ ଦେଖାଯାଇଛି ଆନିମିଆ ନ ଥିଲେ ମଧ୍ୟ କିଶୋରୀଙ୍କର ସ୍କୁଲରେ ପ୍ରଦର୍ଶନ ଓ ଆଇକ୍ୟୁ (IQ) କମ ଥାଏ ଯଦିଓ ଏହା ସାମାଜିକ ଅର୍ଥନୈତିକ କାରଣ ଯୋଗୁ ହୁଏ ।[୨୭][୨୮] ଲୌହ ଅଭାବ ଏକ ପୃଥିବୀବ୍ୟାପି ସମସ୍ୟା । ଏହା ଦ୍ୱାରା ବେଳେବେଳେ ଓଠ କଣ ଫାଟିଯାଏ ଯାହାକୁ ଆଙ୍ଗୁଲାର ସ୍ଟୋମାଟାଇଟିସ କୁହାଯାଏ ।
  • ଆମେରିକାରେ ଲୌହ ଅଭାବ ଆନିମିଆର ସବୁଠାରୁ ସାଧାରଣ କାରଣ ହେଉଛି ରକ୍ତକ୍ଷରଣ ବିଶେଷତଃ ପାକସ୍ଥଳୀଅନ୍ତନଳୀରୁ । ମଳ ଓକଲ୍ଟ ରକ୍ତ ପରୀକ୍ଷା, ଉର୍ଦ୍ଧ୍ୱ ଏଣ୍ଡୋସ୍କୋପିନିମ୍ନ ଏଣ୍ଡୋସ୍କୋପି କରି ରକ୍ତ କ୍ଷରଣର ସଠିକ ସ୍ଥାନ ନିର୍ଣ୍ଣୟ କରାଯାଏ । ଅଧିକ ବୟସର ଲୋକଙ୍କର କଲୋନ ପଲିପ ବା କଲୋରେକ୍ଟାଲ ପଲିପ ବା କଲୋରେକ୍ଟାଲ କର୍କଟ ଯୋଗୁ ଏହି ରକ୍ତସ୍ରାବ ହୁଏ ।
  • ପୃଥିବୀରେ ଲୌହ ଅଭାବ ଆନିମିଆର ସବୁଠାରୁ ଅଧିକ କାରଣ ପରଜୀବୀମାନଙ୍କଦ୍ୱାର ହୁଏ ଯଥା:- ଅଙ୍କୁଶକୃମି, ଆମିବାୟାସିସ, ସିସ୍ଟୋସୋମିଆସିସଟ୍ରାଇଚୁରିସ ଟ୍ରାଇଚୁରିଆ ସଂକ୍ରମଣ ।[୨୯]

ଲୌହ ଅଭାବ ଯୋଗୁ ମାଇକ୍ରୋସାଇଟିକ ଆନିମିଆ ଥିବା ସମ୍ଭାବନା ମେଞ୍ଜର ଇଣ୍ଡେକ୍ସ (ମିନ କୋଷ ଆୟତନ ହରଣ ଲୋହିତ ରକ୍ତ କଣିକା) ପରୀକ୍ଷାଦ୍ୱାରା ଜଣାଗଲେ ମଧ୍ୟ ଅଧିକ ପରୀକ୍ଷା ନିଧର୍ଯ୍ୟ କରିବାକୁ ଆବଶ୍ୟକ ହୁଏ ।

ମାକ୍ରୋସାଇଟିକ[ସମ୍ପାଦନା]

ଦୁଇ ପ୍ରକାର ମାକ୍ରୋସାଇଟିକ ଆନିମିଆ ଅଛି ଯଥା:- ମେଗାଲୋବ୍ଲାସ୍ଟିକ ଆନିମିଆ ଓ ନନ୍‌ମେଗାଲୋବ୍ଲାସ୍ଟିକ ଆନିମିଆ । ଆରଏନଏ ସଂଶ୍ଳେଷଣ ଠିକ ଥାଇ ଡିଏନଏ ତିଆରିରେ ତୃଟି ଥିଲେ ପ୍ରୋଜେନିଟର ଜୀବକୋଷ ବିଭାଜିତ ହୋଇ ନପାରି ସୀମିତ ମେଗାଲୋବ୍ଲାସ୍ଟିକ ଆନିମିଆ ହୁଏ । ମେଗାଲୋବ୍ଲାସ୍ଟିକ ଆନିମିଆରେ ନିଉଟ୍ରୋଫିଲ ୬ ରୁ ୧୦ ଲୋବ ବିଶିଷ୍ଟ ହୁଏ । ନନ୍‌ମେଗାଲୋବ୍ଲାସ୍ଟିକ ଆନିମିଆର କାରଣ ପୃଥକ୍ ଯେପରିକି ଆଲକୋହୋଲିଜ୍ନ ।

ଅନିମିଆର ଅନିର୍ଦ୍ଦିଷ୍ଟ ଲକ୍ଷଣ ସହିତ ଅନେକ ନିର୍ଦ୍ଦିଷ୍ଟ ଲକ୍ଷଣ ଥାଏ ଯେପରିକି ପେରିଫେରାଲ ନିଉରୋପାଥି ଓ ମେରୁଦଣ୍ଡର ସବ୍ଆକ୍ୟୁଟ କମ୍ବାଇଣ୍ଡ ଡିଜେନେରେସନ ଯେଉଁଥିରେ ପୋସ୍ଟିରିଅର କଲମର ଡିଜେନେରେସନ ଯୋଗୁ ବାଲାନ୍ସ ବା ଶରୀରର ସନ୍ତୁଳନ ରହେନି । [୩୦] ଏହା ବ୍ୟତୀତ ଚିକ୍କଣ, ଲାଲ ଜିଭ ଓ ଗ୍ଲୋସାଇଟିସ ହୁଏ । ଉଇଲିଅମ ମର୍ଫି, କୁକୁରମାନଙ୍କର ରକ୍ତସ୍ରାବ କରାଇବା ପରେ ବିଭିନ୍ନ ଖାଦ୍ୟ ଖୁଆଇ ସୁସ୍ଥ କରିବାକୁ ଚେଷ୍ଟା କରିଥିଲେ ଯାହା ଫଳରେ କେଉଁ ଖାଦ୍ୟ ଉପକାର କରୁଛି ଜାଣିହେବ ଓ ସେ ଅବିଷ୍କାର କଲେ ଯକୃତ ଖାଇଲେ ଉପଶମ ହେଉଛି । ପରେ ଜର୍ଜ ମିନୋଟଜର୍ଜ ହୁଇପ୍ଲ ରାସାୟନିକ ପଦ୍ଧତିରେ ଏହାର ଆରୋଗ୍ୟକାରୀ ପଦାର୍ଥ ଭିଟାମିନ ବି୧୨ ଯକୃତରୁ ପୃଥକ କରିଥିଲେ । ସେହି ତନିଜଣ ସନ ୧୯୩୪ରେ ମେଡିସିନ ବିଭାଗରେ ନୋବେଲ ପୁରସ୍କାର ପାଇଥିଲେ । [୩୧]

ନର୍ମୋସାଇଟିକ[ସମ୍ପାଦନା]

ମୂଳ ଲେଖା: Normocytic anemia

ଏହି ପ୍ରାକାର ଆନିମିଆ ହୁଏ ଯେତେବେଳେ ଦେହର ସମୁଦାୟ ହେମଗ୍ଲୋବିନ ସ୍ତର କମିଯାଏ, କିନ୍ତୁ ଲୋରକ ଆକାର (ମିନ କର୍ପସ୍‌କୁଲାର ଭଲ୍ୟୁମ) ଅପରିବର୍ତ୍ତିତ ରହେ । ଏହାର କାରଣ ଗୁଡ଼ିକର ନାମ:

ଡାଇମର୍ଫିକ[ସମ୍ପାଦନା]

ବେଳେ ବେଳେ ରକ୍ତ ସ୍ମିଅରରେ ଦୁଇ ପ୍ରକାର ଲୋହିତ ରକ୍ତ କଣିକା ଦେଖାଯାଆନ୍ତି । ଉଦାହରଣ ସ୍ୱରୁପ ଲୌହ ଅଭାବ ଆନିମିଆ ରୋଗୀର ଛୋଟ, ଫିକା ଲୋରକ ସ‌ହିତ ରକ୍ତ ଟ୍ରାନ୍ସଫ୍ୟୁଜନ ନେଇଥିଲେ ସାଧାରଣ ଲୋହିତ ରକ୍ତ କଣିକା ଦେଖାଯାଏ । ଏହି ଭଳି ଅବସ୍ଥା ଫୋଲେଟ ବା ଭିଟାମିନ ବି୧୨ ଅଭାବ ଜନିତ ଆନିମିଆ(ରୋଗୀର ବଡ଼ ଓ ଫିକା ଲୋରକ ସ‌ହିତ ସାଧାରଣ ଲୋରକ) ଓ ସିଡେରୋବ୍ଲାସ୍ଟିକ(ହେମ ତିଆରି ତୃଟି) ଆନିମିଆରେ ମଧ୍ୟ ଦେଖାଯାଏ ।

ହେଞ୍ଜ ବଡି ଆନିମିଆ[ସମ୍ପାଦନା]

ଏହି ରୋଗରେ ଅଣୁବୀକ୍ଷଣ ଯନ୍ତ୍ରରେ ଦେଖିଲେ ଲୋହିତ ରକ୍ତ କଣିକାର ସାଇଟୋପ୍ଲାଜ୍ମରେ କ୍ଷୁଦ୍ର କଳା ବିନ୍ଦୁ ଦେଖାଯାଏ । ଡ୍ରଗ ସେବନ, ଆସେଟାମିନୋଫେନ ଇତ୍ୟାଦି ଏହା ସୃଷ୍ଟି କରେ । କୁକୁର ପିଆଜ ବା ଜିଙ୍କ ଖାଇଲେ, ଘୋଡ଼ା ରେଡ ମ୍ୟାପ୍ଲ ପତ୍ର ଖାଇଲେ, ବିଲେଇ ପିଆଜ ଖାଇଲେ [୩୨] ସେମାନଙ୍କ ଦେହରେ ଏହା ସୃଷ୍ଟି ହୁଏ ।

ହାଇପରଆନିମିଆ[ସମ୍ପାଦନା]

ହେମାଟୋକ୍ରିଟ ୧୦ %ରୁ କମ ଥାଏ ଓ ଏହା ଏକ ପ୍ରକାର ଗମ୍ଭୀର ଧରଣର ଆନିମିଆ ।

ରିଫ୍ରାକ୍‌ଟରି ଆନିମିଆ[ସମ୍ପାଦନା]

ରିଫ୍ରାକ୍‌ଟରି ଆନିମିଆରେ ଚିକିତ୍ସା ସତ୍ତ୍ୱେ କୌଣସି ସୁଫଳ ମିଳେନାହିଁ, [୩୩] ଏହା ମାୟେଲୋଡିସପ୍ଲାସ୍ଟିକ ସିଣ୍ଡ୍ରୋମର ଉପଲକ୍ଷଣ ହୋଇପାରେ ।[୩୪] ପାକସ୍ଥଳୀ-ଅନ୍ତନଳୀ ରୋଗମାନଙ୍କରେ ଲୌହ ଅଂଶ ଅବଶୋଷଣ ହୋଇପାରୁ ନ ଥିବାରୁ ବା ଓକଲ୍ଟ ରକ୍ତସ୍ରାବ ଯୋଗୁ ହେଉଥିବା ଲୌହ ଅଭାବ ଆନିମିଆରେ ମଧ୍ୟ ଚିକିତ୍ସା ଫଳପ୍ରଦ ହୁଏନାହିଁ । [୩୫]

ଚିକିତ୍ସା[ସମ୍ପାଦନା]

ଆନିମିଆ ରୋଗର କାରଣ ଓ ଗମ୍ଭୀରତା ଉପରେ ଚିକିତ୍ସା ନିର୍ଭର କରେ । ପାଟିରେ ଫଲିକ ଏସିଡ ଓ ଭିଟାମିନ ବି୧୨ ଦିଆଯାଏ । ମାଂସପେଶୀରେ ଭିଟାମିନ ବି୧୨ ଇଞ୍ଜେକସନ ଦିଆଯାଏ ।

ଲୌହ ପାଟିରେ[ସମ୍ପାଦନା]

ବିକାଶଶୀଳ ଦେଶମାନଙ୍କରେ ପୌଷ୍ଟିକ ଲୌହ ଅଭାବ ବ‌ହୁଳ ଭାବରେ ଦେଖାଯାଏ । ଶିଶୁ ଓ ଜନ୍ମକ୍ଷମ ମହିଳାଙ୍କ ମଧ୍ୟରୁ ଦୁଇ ତୃତୀୟାଂଶ ଏହି ରୋଗରେ ପିଡ଼ିତ ହୁଅନ୍ତି ଓ ଏମାନଙ୍କ ମଧ୍ୟରୁ ୧/୩ ଭାଗ ଗମ୍ଭୀର ଧରଣର ଆନିମିଆର ଶିକାର ହୋଇଥାନ୍ତି ।[୩୬] ପରୁଷମାନଙ୍କର ଓ ଋତୁବନ୍ଦ ମହିଳାଙ୍କର ଏହି ଲୌହ ଅଭାବ କ୍ୱଚିତ ଦେଖାଯାଏ । ଲୌହ ଅଭାବ ନିର୍ଣ୍ଣୟ କରିବା ପୂର୍ବରୁ ଏହାର ଉତ୍ସ ଖୋଜିବା ଆବଶ୍ୟକ ଯେପରିକି ଖାଦ୍ୟନଳୀ ଓ କୋଲୋନ କର୍କଟରୁ ରକ୍ତସ୍ରାବ । ସାମାନ୍ୟରୁ ମଧ୍ୟମ ଧରଣର ଆନିମିଆ ରୋଗୀଙ୍କୁ ଫେରସ୍ ସଲ୍‌ଫେଟ, ଫେରସ୍ ଫ୍ୟୁମାରେଟ ବା ଫେରସ୍ ଗ୍ଲୁକୋନେଟ ଦିଆଯାଏ । ଲୌହ ଅଧିକ ଖାଇଲେ ପେଟ ଗୋଳମାଳ ଓ କଳା ଝାଡ଼ା ଅନୁଭବ ହୋଇପାରେ । ପେଟ ଗୋଳମାଳ ନ ହେବା ନିମନ୍ତେ ଖାଦ୍ୟ ସ‌ହିତ ଲୌହ ବଟିକା ଖାଇବାକୁ ଉପଦେଶ ଦିଆଯାଏ କିନ୍ତୁ ଏହାଦ୍ୱାରା ଲୌହ ଅବଶୋଷଣ କମିଯାଏ । ଭିଟାମିନ ଗ ଏହି ଅବଶୋଷଣକୁ ସାହାଯ୍ୟ କରେ, ତେଣୁ ଲୌହ ଔଷଧ ସାଥିରେ କମଳା ଜୁସ୍ ଦେଲେ ଉପକାର ମିଳେ ।

କ୍ରନିକ ରୋଗରେ ଥିବା ଆନିମିଆରେ ଲୋହିତ ରକ୍ତ କଣିକା ତିଆରି ପ୍ରୋତ୍ସାହିତ କରିବା ନିମନ୍ତେ ରିକମ୍ବିଟାଣ୍ଟ ଏରିଥ୍ରୋପଏଟିନ ବା ଏପୋଏଟିନ ଆଲ୍‌ଫା ଦେବା ପରେ ମଧ୍ୟ ଲୌହ ଇଞ୍ଜେକସନ ଦିଆଯାଏ ।[୩୭]

ଲୌହ ଇଞ୍ଜେକସନ[ସମ୍ପାଦନା]

ଇଞ୍ଜେକସନ ଆକାରରେ ଲୌହ ଦିଆଯାଏ ଯେତେବେଳେ ପାଟିବାଟେ ଦିଆଯାଉତିବା ଲୌହ ଫଳପ୍ରଦ ହୁଏନି, ଧୀରେ କାମ କରେ (ଅପରେଶନ ପୂର୍ବରୁ) ବା ତାହାର ଅବଶୋଷଣ ବାଧାପ୍ରାପ୍ତ(ପ୍ରଦାହ ଥିଲେ) ହୁଏ । ଶରୀର ଖାଦ୍ୟନଳୀରୁ ଦୈନିକ ୬ ମିଗ୍ରା ଲୌହ ଅବଶୋଷଣ କରିପାରେ । ରୋଗୀର ୧,୦୦୦ ମିଗ୍ରା ଲୌହ ଅଭାବ ଥିଲେ ପୂରଣ କରିବାକୁ ଅନେକ ମାସ ଲାଗିଯାଏ । ଅଧିକ ରକ୍ତକଣିକା ସୃଷ୍ଟି ନିମନ୍ତେ ଏହା ସ‌ହିତ ଏରିଥ୍ରୋପଏଟିନ ଦିଆଯାଏ ।

ରକ୍ତ ଟ୍ରାନ୍‌ସ୍‌ଫ୍ୟୁଜନ[ସମ୍ପାଦନା]

କୌଣସି ଲକ୍ଷଣ ନ ଥିଲେ ରକ୍ତ ଟ୍ରାନ୍‌ସ୍‌ଫ୍ୟୁଜନ ଦିଆଯାଏ ନାହିଁ, ଦିଆଯାଏ ଯଦି ହେମୋଗ୍ଲୋବିନ ସ୍ତର ୬୦ ରୁ ୮୦ ଗ୍ରା/ଲି (୬ ରୁ ୮ ଗ୍ରା/ଡେଲି) କମ ଥାଏ ।[୫] ହେମୋଗ୍ଲୋବିନ ସ୍ତର ୬୦ ରୁ ୮୦ ଗ୍ରା/ଲି (୬ ରୁ ୮ ଗ୍ରା/ଡେଲି) କମ ଥିଲେ କାରୋନାରି ହୃଦରୋଗରେ ରକ୍ତସ୍ରାବ ହେଉ ନ ଥିଲେ ମଧ୍ୟ ଦିଆଯାଏ ।[୮] ପୂର୍ବରୁ ରକ୍ତ ଟ୍ରାନ୍‌ସ୍‌ଫ୍ୟୁଜନ ଦେଲେ ମଧ୍ୟ ବଞ୍ଚିବା ଆଶା ବଢ଼ିଯାଏନି ।[୩୮]

ଅସନ୍ତୁଳିତ ହୃଦରକ୍ତନଳୀ ରୋଗରେ ରକ୍ତ ଟ୍ରାନ୍‌ସ୍‌ଫ୍ୟୁଜନ ଦିଆଯାଏ । [୩୯]

ଏରିଥ୍ରୋପଏସିସ୍ ସ୍ଟିମୁଲେଟିଙ୍ଗ ଫ୍ୟାକ୍ଟର[ସମ୍ପାଦନା]

ରୋଗୀର ସର୍ବନିମ୍ନ ବ୍ୟକ୍ତିଗତ ହେମୋଗ୍ଲୋବିନ ଆବଶ୍ୟକତା ଓ ସର୍ବନିମ୍ନ ଟ୍ରାନ୍ସଫ୍ୟୁଜନ ଆବଶ୍ୟକତାକୁ ଲକ୍ଷ ରଖି ଏରିଥ୍ରୋପଏସିସ୍ ସ୍ଟିମୁଲେଟିଙ୍ଗ ଫ୍ୟାକ୍ଟର (ଇଏସଏ) ଦିଆଯାଏ । [୪୦] ଏହା ସାମାନ୍ୟ ବା ମଧ୍ୟମ ଧରଣର ଆନିମିଆରେ ଦିଆଯାଏ ନାହିଁ । [୩୮] କ୍ରନିକ ବୃକ୍‌କ ରୋଗରେ ହେମୋଗ୍ଲୋବିନ ସ୍ତର ୧୦ଗ୍ରା/ଡେଲିରୁ କମ ନ ଥିଲେ ବା ଆନିମିଆ ଲକ୍ଷଣ ନ ଥିଲେ ଦିଆଯାଏ ନାହିଁ । ଏହା ସ‌ହିତ ଲୌହ ଇଞ୍ଜେକସନ ଦିଆଯାଏ । [୪୦][୪୧]

ହାଇପର୍‌ବାରିକ ଅମ୍ଳଜାନ[ସମ୍ପାଦନା]

ସମୁଦ୍ରଗର୍ଭ ଓ ହାଇପର୍‌ବାରିକ ମେଡିକାଲ ସୋସାଇଟି (ଏଚବିଓ)ଦ୍ୱାରା ଅତ୍ୟଧିକ ରକ୍ତସ୍ରାବକୁ ହାଇପର୍‌ବାରିକ ଅମ୍ଳଜାନ ଥେରାପି ଦେବା ନିମନ୍ତେ ଏକ ସୂଚକ ଭାବେ ସ୍ୱିକୃତି ଦିଆଯାଇଛି । [୪୨][୪୩] ଯେତେବେଳେ ତନ୍ତୁ ସ୍ଥଳରେ ଅମ୍ଳଜାନ ଡେଲିଭରି ଯଥେଷ୍ଟ ହୁଏ ନାହିଁ ଓ ଡାକ୍ତରୀ ତ‌ଥା ଧାର୍ମିକ କାରଣରୁ ରକ୍ତ ଟ୍ରାନ୍ସଫ୍ୟୁଜନ ଦେବା ସମ୍ଭବ ହୁଏ ନାହିଁ ସେତେବେଳେ ହାଇପର୍‌ବାରିକ ଅମ୍ଳଜାନ ଦେବାକୁ ସୁପାରିସ କରାଯାଏ । ଡାକ୍ତରୀ କାରଣ ମଧ୍ୟରେ ରକ୍ତ ବା ରକ୍ତ ପଦାର୍ଥ ଅସଙ୍ଗତ ଥିଲେ ବା ସଞ୍ଚାରକ୍ଷମ ରୋଗ ସମ୍ଭାବନା ମୂଖ୍ୟ ଅଟେ । [୪୨] କେତେକ ଧର୍ମରେ (ex: Jehovah's Witnesses) ଏହାର ବ୍ୟବ‌ହାରର ଆବଶ୍ୟକତାକୁ ବିଶ୍ୱାସ କରାଯାଇଛି । [୪୨] ସନ ୨୦୦୫ର ସମସ୍ତ ପ୍ରକାଶନମାନଙ୍କର ଏକ ସମୀକ୍ଷାରୁ ଜଣାଯାଇଛି ଗମ୍ଭୀର ଧରଣର ଆନିମିଆରେ ଏହା ଯୁକ୍ତାତ୍ମକ ଫଳ ଦେଇଛି । [୪୪]


ରୋଗାନୁଶୀଳନ[ସମ୍ପାଦନା]

ମଧ୍ୟମ ଧରଣର ଲୌହ ଅଭାବ ଆନିମିଆ ପୃଥିବୀର ୬୧୦ନିୟୁତ (ଜନ ସଂଖ୍ୟାର ୮.୮%) ଲୋକଙ୍କୁ ହୋଇଥଲେ ।[୯] ଏହି ରୋଗ ପୁରୁଷମାନଙ୍କ(୭.୮%) ଅପେକ୍ଷା ମହିଳାମାନଙ୍କର(୯.୯%) ସାମାନ୍ୟ ଅଧିକ ହୁଏ ।[୯] ସାମାନ୍ୟ ଧରଣର ଲୌହ ଅଭାବ ଆନିମିଆ ୩୭୫ନିୟୁତ ଅଧିକ ଲୋକଙ୍କୁ ହୁଏ ।[୯]

ଇତିହାସ[ସମ୍ପାଦନା]

୪୦୦୦ ବର୍ଷ ପୂର୍ବରୁ ଆନିମିଆ ରୋଗ ପୃଥିବୀରେ ଥିବା ଜଣାଯାଏ ।[୪୫]

ଆଧାର[ସମ୍ପାଦନା]

  1. MedicineNet.com --> Definition of Anemia Last Editorial Review: 12/9/2000 8:31:00 AM
  2. merriam-webster dictionary --> anemia Retrieved on May 25, 2009
  3. Stedman's medical dictionary (28th ed. ed.). Philadelphia: Lippincott Williams & Wilkins. 2006. p. Anemia. ISBN 9780781733908. 
  4. Hematology : clinical principles and applications (3. ed. ed.). Philadelphia: Saunders. 2007. p. 220. ISBN 9781416030065. 
  5. ୫.୦୦ ୫.୦୧ ୫.୦୨ ୫.୦୩ ୫.୦୪ ୫.୦୫ ୫.୦୬ ୫.୦୭ ୫.୦୮ ୫.୦୯ ୫.୧୦ Janz, TG; Johnson, RL; Rubenstein, SD (Nov 2013). "Anemia in the emergency department: evaluation and treatment.". Emergency medicine practice 15 (11): 1–15; quiz 15–6. PMID 24716235. 
  6. ୬.୦ ୬.୧ Smith RE, Jr (Mar 2010). "The clinical and economic burden of anemia.". The American journal of managed care. 16 SupplIssues: S59–66. PMID 20297873. 
  7. Bhutta, ZA; Das, JK; Rizvi, A; Gaffey, MF; Walker, N; Horton, S; Webb, P; Lartey, A; Black, RE; Lancet Nutrition Interventions Review, Group; Maternal and Child Nutrition Study, Group (Aug 3, 2013). "Evidence-based interventions for improvement of maternal and child nutrition: what can be done and at what cost?". Lancet 382 (9890): 452–77. doi:10.1016/S0140-6736(13)60996-4. PMID 23746776. 
  8. ୮.୦ ୮.୧ ୮.୨ Qaseem, A; Humphrey, LL; Fitterman, N; Starkey, M; Shekelle, P; Clinical Guidelines Committee of the American College of, Physicians (Dec 3, 2013). "Treatment of anemia in patients with heart disease: a clinical practice guideline from the American College of Physicians.". Annals of internal medicine 159 (11): 770–9. doi:10.7326/0003-4819-159-11-201312030-00009. PMID 24297193. 
  9. ୯.୦ ୯.୧ ୯.୨ ୯.୩ ୯.୪ Vos, T; Flaxman, AD; Naghavi, M; Lozano, R; Michaud, C; Ezzati, M; Shibuya, K; Salomon, JA et al. (Dec 15, 2012). "Years lived with disability (YLDs) for 1160 sequelae of 289 diseases and injuries 1990-2010: a systematic analysis for the Global Burden of Disease Study 2010". Lancet 380 (9859): 2163–96. doi:10.1016/S0140-6736(12)61729-2. PMID 23245607. 
  10. "anaemia". http://dictionary.reference.com/browse/anaemia. Retrieved 7 July 2014. 
  11. GBD 2013 Mortality and Causes of Death, Collaborators (17 December 2014). "Global, regional, and national age-sex specific all-cause and cause-specific mortality for 240 causes of death, 1990-2013: a systematic analysis for the Global Burden of Disease Study 2013.". Lancet 385 (9963): 117–71. doi:10.1016/S0140-6736(14)61682-2. PMC 4340604. PMID 25530442. 
  12. eMedicineHealth > anemia article Author: Saimak T. Nabili, MD, MPH. Editor: Melissa Conrad Stöppler, MD. Last Editorial Review: 12/9/2008. Retrieved on 4 April 2009
  13. "Red Blood Cells (Erythrocytes)". NIH - National Cancer Institute. http://www.ncbi.nlm.nih.gov/pubmedhealth/PMHT0022014/. 
  14. National Heart Lung and Blood Institute > What Causes Anemia? Retrieved on June 9, 2010
  15. ୧୫.୦୦ ୧୫.୦୧ ୧୫.୦୨ ୧୫.୦୩ ୧୫.୦୪ ୧୫.୦୫ ୧୫.୦୬ ୧୫.୦୭ ୧୫.୦୮ ୧୫.୦୯ ୧୫.୧୦ ୧୫.୧୧ ୧୫.୧୨ ୧୫.୧୩ ୧୫.୧୪ ୧୫.୧୫ Table 12-1 in: Mitchell, Richard Sheppard; Kumar, Vinay; Abbas, Abul K.; Fausto, Nelson. Robbins Basic Pathology. Philadelphia: Saunders. ISBN 1-4160-2973-7.  8th edition.
  16. Jump up to: a b c d e f g h i j k l m n o p q r s t u v w x y z aa Table 12-1 in: Mitchell, Richard Sheppard; Kumar, Vinay; Abbas, Abul K.; Fausto, Nelson. Robbins Basic Pathology. Philadelphia: Saunders. ISBN 1-4160-2973-7. 8th edition.
  17. Kumar, Vinay; Abbas, Abul K.; Fausto, Nelson; & Mitchell, Richard N. (2007). Robbins Basic Pathology (8th ed.). Saunders Elsevier. p. 432 ISBN 978-1-4160-2973-1
  18. Cotran, Ramzi S.; Kumar, Vinay; Fausto, Nelson; Nelso Fausto; Robbins, Stanley L.; Abbas, Abul K. (2005). Robbins and Cotran pathologic basis of disease. St. Louis, Mo: Elsevier Saunders. p. 637. ISBN 0-7216-0187-1. 
  19. ୧୯.୦ ୧୯.୧ AUTOIMMUNE HEMOLYTIC ANEMIA (AIHA) By J.L. Jenkins. The Regional Cancer Center. 2001 Archived ଅକ୍ଟୋବର ୭, ୨୦୦୯ at the Wayback Machine
  20. Berentsen S, Beiske K, Tjønnfjord GE (October 2007). "Primary chronic cold agglutinin disease: An update on pathogenesis, clinical features and therapy". Hematology 12 (5): 361–70. doi:10.1080/10245330701445392. PMC 2409172. PMID 17891600. 
  21. Brooker S; Hotez PJ; Bundy DA (2008). "Hookworm-related anaemia among pregnant women: a systematic review". PLoS Neglected Tropical Diseases 2 (9): e291. doi:10.1371/journal.pntd.0000291. PMC 2553481. PMID 18820740. 
  22. Gyorkos TW; Gilbert NL; Larocque R; Casapía M (2011). "Trichuris and hookworm infections associated with anaemia during pregnancy". Tropical Medicine & International Health 16 (4): 531–7. doi:10.1111/j.1365-3156.2011.02727.x. 
  23. Page 62 (Fluid imbalances) in: Portable Fluids and Electrolytes (Portable Series). Hagerstwon, MD: Lippincott Williams & Wilkins. 2007. ISBN 1-58255-678-4. 
  24. World Health Organization (2008). Worldwide prevalence of anaemia 1993–2005 (PDF). Geneva: World Health Organization. ISBN 978-92-4-159665-7. Archived (PDF) from the original on 12 March 2009. Retrieved 2009-03-25. 
  25. Recommendations to Prevent and Control Iron Deficiency in the United States MMWR 1998;47 (No. RR-3) p. 5
  26. "Iron Deficiency --- United States, 1999--2000". MMWR 51 (40): 897–899. October 11, 2002. Retrieved 21 April 2012. 
  27. Halterman JS, Kaczorowski JM, Aligne CA, Auinger P, Szilagyi PG (2001). "Iron Deficiency and Cognitive Achievement Among School-Aged Children and Adolescents in the United States". Pediatrics 107 (6): 1381–1386. doi:10.1542/peds.107.6.1381. PMID 11389261. 
  28. Grantham-McGregor S, Ani C (2001). "Iron-Deficiency Anemia: Reexamining the Nature and Magnitude of the Public Health Problem". J Nutr 131 (2): 649S–668S. PMID 11160596. 
  29. "Iron Deficiency Anaemia: Assessment, Prevention, and Control: A guide for programme managers" (PDF). http://www.who.int/nutrition/publications/en/ida_assessment_prevention_control.pdf. Retrieved 2010-08-24. 
  30. eMedicine – Vitamin B-12 Associated Neurological Diseases : Article by Niranjan N Singh, MD, DM, DNB July 18, 2006
  31. "Physiology or Medicine 1934 – Presentation Speech". Nobelprize.org. 1934-12-10. Archived from the original on 28 August 2010. https://web.archive.org/web/20100828134134/http://nobelprize.org/nobel_prizes/medicine/laureates/1934/press.html. Retrieved 2010-08-24. 
  32. "Onions are Toxic to Cats". Peteducation.com. Archived from the original on 3 September 2010. https://web.archive.org/web/20100903022041/http://www.peteducation.com/article.cfm?cls=0&cat=1763&articleid=1108. Retrieved 2010-08-24. 
  33. "MedTerms Definition: Refractory Anemia". Medterms.com. 2011-04-27. http://www.medterms.com/script/main/art.asp?articlekey=5275. Retrieved 2011-10-31. 
  34. "Good Source for later". Atlasgeneticsoncology.org. http://atlasgeneticsoncology.org/Anomalies/RAID1104.html. Retrieved 2011-10-31. 
  35. Mody RJ, Brown PI, Wechsler DS; Brown; Wechsler (February 2003). "Refractory iron deficiency anemia as the primary clinical manifestation of celiac disease". J. Pediatr. Hematol. Oncol. 25 (2): 169–72. doi:10.1097/00043426-200302000-00018. PMID 12571473. 
  36. West CE (November 1996). "Strategies to control nutritional anemia". Am. J. Clin. Nutr. 64 (5): 789–90. PMID 8901803. 
  37. http://guidance.nice.org.uk/CG114/Guidance/pdf/English
  38. ୩୮.୦ ୩୮.୧ Kansagara D, Dyer E, Englander H, Fu R, Freeman M, Kagen D; Dyer; Englander; Fu; Freeman; Kagen (Dec 3, 2013). "Treatment of anemia in patients with heart disease: a systematic review". Annals of internal medicine 159 (11): 746–57. doi:10.7326/0003-4819-159-11-201312030-00007. PMID 24297191. 
  39. Goddard AF, James MW, McIntyre AS, Scott BB; James; McIntyre; Scott; British Society of Gastroenterology (2011). "Guidelines for the management of iron deficiency anaemia". Gut 60 (10): 1309–1316. doi:10.1136/gut.2010.228874. PMID 21561874. 
  40. ୪୦.୦ ୪୦.୧ Aapro MS, Link H; Link (2008). "September 2007 update on EORTC guidelines and anemia management with erythropoiesis-stimulating agents". Oncologist. 13 Suppl 3 (Supplement 3): 33–6. doi:10.1634/theoncologist.13-S3-33. PMID 18458123. 
  41. American Society of Nephrology, Five Things Physicians and Patients Should Question, American Society of Nephrology, http://choosingwisely.org/wp-content/uploads/2012/04/5things_12_factsheet_Amer_Soc_Neph.pdf 
  42. ୪୨.୦ ୪୨.୧ ୪୨.୨ Undersea and Hyperbaric Medical Society. "Exceptional Blood Loss — Anemia". Archived from the original on July 5, 2008. https://web.archive.org/20080705205816/http://www.uhms.org/ResourceLibrary/Indications/ExceptionalBloodLossAnemia/tabid/277/Default.aspx. Retrieved 2008-05-19. 
  43. Hart GB, Lennon PA, Strauss MB. (1987). "Hyperbaric oxygen in exceptional acute blood-loss anemia". J. Hyperbaric Med 2 (4): 205–210. Retrieved 2008-05-19. 
  44. Van Meter KW (2005). "A systematic review of the application of hyperbaric oxygen in the treatment of severe anemia: an evidence-based approach". Undersea Hyperb Med 32 (1): 61–83. PMID 15796315. Retrieved 2008-05-19. 
  45. Tayles, N (Sep 1996). "Anemia, genetic diseases, and malaria in prehistoric mainland Southeast Asia". American Journal of Physical Anthropology 101 (1): 11–27. doi:10.1002/(SICI)1096-8644(199609)101:1<11::AID-AJPA2>3.0.CO;2-G. PMID 8876811. 

ବାହାର ଲିଙ୍କ[ସମ୍ପାଦନା]