Jump to content

ମୃତ ପ୍ରସବ

ଉଇକିପିଡ଼ିଆ‌ରୁ
ମୃତ ପ୍ରସବ
ଇଂରାଜୀ ପ୍ରତିଶବ୍ଦ - fetal death, fetal demise[]
ଅଲଟ୍ରାସାଉଣ୍ଡ (Ultrasound) ସାହାଯ୍ୟରେ ଅନେକ ମୃତ ଶିଶୁ ଚିହ୍ନଟ କରାଯାଉଛି ଯାହା ସଙ୍କଟଜନ‌କ ।
ବିଭାଗObstetrics
ଆଇସିଡ଼ି-୧୦P95.
ଓଏମ୍‌ଆଇଏମ୍614389
ରୋଗ ଡାଟାବେସ6890
ମେଡ଼ିସିନ-ପ୍ଲସ002304
ଇ-ମେଡ଼ିସିନtopic list
MeSHD050497

ମୃତ ପ୍ରସବ (ଇଂରାଜୀ ଭାଷାରେ Stillbirth) ନାମ ଦିଆଯାଏ ଯେତେବେଳେ ଗର୍ଭସ୍ଥ ଶିଶୁର (fetal) ୨୦ରୁ ୨୮ ସପ୍ତାହ ସମୟରେ ବା ତା'ପରେ ମୃତ୍ୟୁ ହୋଇଯାଏ ।[][] ଏହା ଫଳରେ ଶିଶୁ ଜନ୍ମ ସମୟରେ ତାହର କୌଣସି ବଞ୍ଚିବା ଲକ୍ଷଣ (signs of life) ନ ଥାଏ ।[] ଏହି ଅବସ୍ଥା ଆସିଲେ ମାତା ନିଜକୁ ଦୋଷୀ (guilt) ଅନୁଭବ କରେ ।[] ଜନ୍ମ ହେବା ସଙ୍ଗେ ସଙ୍ଗେ ଶିଶୁ ମରିଗଲେ ଜୀବନ୍ତ ଜନ୍ମ (live birth) କୁହାଯାଏ ଓ ପ୍ରାକ୍-ଗର୍ଭାବସ୍ଥାରେ ନଷ୍ଟ ହୋଇଗଲେ ଗର୍ଭପାତ କୁହାଯାଏ ।[]

ମୃତ ପ୍ରସବର କାରଣ ଅଧିକାଂଶ ସମୟରେ ଅଜ୍ଞାତ ଥାଏ ।[] ଜଣାଶୁଣା କାରଣ ମଧ୍ୟରେ ଗର୍ଭ ଜଟିଳ (pregnancy complications) ହେଲେ ଯେପରିକି ପ୍ରିଏକ୍ଲାମ୍ପସିଆ, ଜନ୍ମ ଜଟିଳତା (birth complications), ପ୍ଲାସେଣ୍ଟା (placenta) ସମସ୍ୟା, ନାହି ସମସ୍ୟା (umbilical cord) ଓ ଜନ୍ମ ତୃଟି (birth complications), ମ୍ୟାଲେରିଆ ଭଳି ସଂକ୍ରମଣ ଓ ଖରାପ ସ୍ୱାସ୍ଥ୍ୟ ଇତ୍ୟାଦି ନାମ ଉଲ୍ଲେଖ‌ଯୋଗ୍ୟ ।[][] ସଙ୍କଟ ଦାୟକ ଅବସ୍ଥାମାନଙ୍କ ନାମ: ୩୫ ବର୍ଷ ବୟସ ପରେ ଗର୍ଭାଧାନ, ପ୍ରଥମ ଗର୍ଭ, ଧୂମ୍ରପାନ, ନିଶା ବ୍ୟବ‌ହାର ଓ ସାହାଯ୍ୟକାରୀ ପ୍ରଜନନ ଟେକନୋଲୋଜି (assisted reproductive technology) । [] ଗର୍ଭସ୍ଥ ଶିଶୁ ଚଳନହୀନ ଅନୁଭବ ହେଲେ ମୃତ ପ୍ରସବ ସନ୍ଦେହ କରାଯାଏ । ଅଲଟ୍ରାସାଉଣ୍ଡ (ultrasound) ସାହାଯ୍ୟରେ ଏହି ଅବସ୍ଥା ନିଧାର୍ଯ୍ୟ କରାଯାଏ ।[]

ଉନ୍ନତ ସ୍ୱାସ୍ଥ୍ୟ ପ୍ରଣାଳୀ ନିର୍ବାହ କରିପାରିଲେ ପୃଥିବୀର ଅଧିକାଂଶ ମୃତ ପ୍ରସବ ପ୍ରତିରୋଧ କରିହେବ । [][] ଶିଶୁଜନ୍ମ (childbirth) ସମୟରେ ପ୍ରାୟ ଅଧା ମୃତ ପ୍ରସବ ହୁଏ ଓ ଏହାର ହାର ବିକାଶଶୀଳ ଦେଶମାନଙ୍କରେ ଅଧିକ ଦେଖାଯାଏ ।[] ପ୍ରସବ ନିମନ୍ତେ ଇଣ୍ଡକସନ (medications may be used to start labor) ବା ପ୍ରସବ ପ୍ରବର୍ତ୍ତନ କରିବା ସଠିକ୍ ସମୟ ଓ ଡାଇଲେସନ ଓ ଇଭାକୁଏସନ (dilation and evacuation) ଅପରେଶନ ସମୟ ନିର୍ଦ୍ଧାରଣ ଆବଶ୍ୟକ । [] ଥରେ ମୃତ ପ୍ରସବ ହେଲେ ଆଉଥରେ ହେବାର ସମ୍ଭାବନା ଥାଏ, କିନ୍ତୁ ଅଧିକାଂଶ ଗର୍ଭର ସେଭଳି ସମସ୍ୟା ରହେନି ।[] ମୃତ ପ୍ରସବ ହେଲେ ଅବସାଦ, ଆର୍ଥିକ‌ହାନୀ (financial loss) ଓ ପାରିବାରିକ ବିଚ୍ଛେଦ (family breakdown) ଭଳି ଜଟିଳ ସମସ୍ୟା ଉତ୍ପନ୍ନ ହୁଏ । []

ସନ ୨୦୧୫ରେ ସାରା ପୃଥିବୀରେ ୨୮ ସପ୍ତାହ ଗର୍ଭାବସ୍ଥା ପରେ ୨.୬ ନିୟୁତ ମୃତ ପ୍ରସବ (ପ୍ରତି ୪୫ ଜନ୍ମରେ ଗୋଟିଏ ମୃତ ପ୍ରସବ) ହୋଇଥିଲା ।[][୧୦] ଦକ୍ଷିଣ ଏସିଆ (South Asia) ଓ ସବ ସାହାରା ଆଫ୍ରିକା (sub Saharan Africa) ଭଳି ବିକାଶଶୀଳ ଅଞ୍ଚଳରେ ବ‌ହୁତ ସାଧାରଣ ଭାବରେ ଏହି ପ୍ରସବ ହୁଏ ।[] ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରତି ୧୬୭ ଜନ୍ମରେ ଗୋଟିଏ ମୃତ ପ୍ରସବ ହୁଏ । ସନ ୧୯୫୦ ପରଠାରୁ ଯୁକ୍ତରାଷ୍ଟ୍ର ଆମେରିକାରେ ୨/୩ ଅଂଶ କମିଯାଇଛି । [୧୦]

  1. 1 2 3 "Stillbirth: Overview". NICHD. 23 September 2014. Retrieved 4 October 2016.
  2. 1 2 3 4 5 6 7 "Stillbirths". World Health Organization (in ବ୍ରିଟିଶ୍‌ ଇଂରାଜୀ). Retrieved 2016-09-29.
  3. 1 2 Robinson, GE (January 2014). "Pregnancy loss". Best practice & research. Clinical obstetrics & gynaecology. 28 (1): 169–78. doi:10.1016/j.bpobgyn.2013.08.012. PMID 24047642.
  4. "What are possible causes of stillbirth?". NICHD. 23 September 2014. Retrieved 4 October 2016.
  5. "What are the risk factors for stillbirth?". NICHD. 23 September 2014. Retrieved 4 October 2016.
  6. "How is stillbirth diagnosed?". NICHD. 23 September 2014. Retrieved 4 October 2016.
  7. 1 2 "Ending preventable stillbirths An Executive Summary for The Lancet's Series" (PDF). The Lancet. Jan 2016.
  8. "How do health care providers manage stillbirth?". NICHD. 23 September 2014. Retrieved 4 October 2016.
  9. "Stillbirth: Other FAQs". NICHD. 23 September 2014. Retrieved 4 October 2016.
  10. 1 2 "How common is stillbirth?". NICHD. 23 September 2014. Retrieved 4 October 2016.