ଡିମେନ୍ସିଆ
ଡିମେନ୍ସିଆ | |
---|---|
![]() ସାଧାରଣ ବୟସାଧିକ୍ୟ ମସ୍ତିଷ୍କ (ବାମ) ଓ ଆଲଜିମର ମସ୍ତିଷ୍କର ତୁଳନାତ୍ମକ ଚିତ୍ର । | |
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | psychiatry[*], neurology[*] |
ଆଇସିଡ଼ି-୧୦ | F00.-F07. |
ଆଇସିଡ଼ି-୯-ସିଏମ୍ | 290-294 |
ରୋଗ ଡାଟାବେସ | 29283 |
ମେଡ଼ିସିନ-ପ୍ଲସ | 000739 |
Patient UK | ଡିମେନ୍ସିଆ |
MeSH | D003704 |
ଡିମେନ୍ସିଆ ଏକ ବୃହତ୍ ଶ୍ରେଣୀର ମସ୍ତିଷ୍କ ରୋଗ ଯାହା ଦୀର୍ଘକାଳ ଧରି ଧିରେ ଧିରେ ଚିନ୍ତା ଓ ସ୍ମରଣ ଶକ୍ତି କମେଇ ଦିଏ, ଏହା ଯୋଗୁ ଦୈନନ୍ଦିନ କାର୍ଯ୍ୟ ପ୍ରଭାବିତ ହୁଏ ।[୧] ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ଭାବନା ସମସ୍ୟା, ଭାଷା ସମସ୍ୟା ହୁଏ ଓ ଅଭିପ୍ରେରଣ (motivation) କମିଯାଏ । [୧][୨] ଲୋକର ଚେତନ ଶକ୍ତି କମେନି । [୧] ଲୋକର ପାରମ୍ପରିକ ମାନସିକ କାର୍ଯ୍ୟକଳାପରେ ପରିବର୍ତ୍ତନ ଓ ବୟସାଧିକ୍ୟ ଯୋଗୁ ସାଧାରଣ ନ୍ୟନତାଠାରୁ ଅଧିକ ନ୍ୟୁନ ହେଲେ ଏହି ରୋଗ ନିର୍ଣ୍ଣୟ କରାଯାଏ ।[୧][୩] ଏମାନଙ୍କର ଯତ୍ନ ନେଉଥିବା ଲୋକଙ୍କ ଉପରେ ଉଲ୍ଲେଖନୀୟ ପ୍ରଭାବ ପଡ଼େ ।[୧]
ସବୁଠାରୁ ଅଧିକ ହେଉଥିବା ସାଧାରଣ ଡିମେନ୍ସିଆର ୫୦ରୁ ୭୦% ରୋଗର ନାମ ଆଲଜିମର ରୋଗ । ଅନ୍ୟ ଡିମେନ୍ସିଆ ନାମ: ରକ୍ତନଳୀ ଡିମେନ୍ସିଆ ୨୫ % (vascular dementia),ଲିୟୁଇ ବଡି ଡିମେନ୍ସିଆ ୧୫ % (Lewy body dementia) ଓ ଫ୍ରଣ୍ଟୋଟେମ୍ପୋରାଲ ଡିମେନ୍ସିଆ (frontotemporal dementia) । [୧][୨] ଅଳ୍ପ ଦେଖାଯାଉଥିବା କାରଣ ମଧ୍ୟରେ ସାଧାରଣ ଚାପ ହାଇଡ୍ରୋସେଫାଲସ୍ (normal pressure hydrocephalus), ପାର୍କିନ୍ସନ୍ ରୋଗ, ସିଫିଲିସ୍ ଓ କ୍ରୁଜ୍ଫେଲ୍ଟ-ଜାକୋବ୍ ରୋଗ (Creutzfeldt–Jakob disease) ଉଲ୍ଲେଖଯୋଗ୍ୟ । [୪] ଜଣେ ରୋଗୀ ଏକାଧିକ ଡିମେନ୍ସିଆ ରୋଗରେ ଆକ୍ରାନ୍ତ ହୋଇପାରେ । [୧] ଗୋଟିଏ ଛୋଟ ଆନୁପାତିକ ଅଂଶ ପାରିବାରିକ ଥାଏ । [୫] ଡି.ଏସ୍.ଏମ୍-୫]]ରେ ଡିମେନ୍ସିଆ ରୋଗr ଗମ୍ଭୀରତା ଅନୁସାରେ ପୁନଃବର୍ଗୀକରଣ (neurocognitive disorder) କରାଯାଇଥିଲା । [୬] ରୋଗ ଇତିହାସ, ବୋଧଶକ୍ତି ପରୀକ୍ଷା (en:cognitive testing) ସହ ମେଡିକାଲ ଇମେଜିଙ୍ଗ ଓ ରକ୍ତ ପରୀକ୍ଷାଆଦି କରି ଅନ୍ୟ ରୋଗର ସମ୍ଭାବ୍ୟ ଉପସ୍ଥିତି ଦୂର କରାଯାଏ । [୭] ମିନି ମାନସିକ ଅବସ୍ଥ ପରୀକ୍ଷା ଏକ ସାଧାରଣ ହେଉଥିବା ବୋଧଶକ୍ତି ପରୀକ୍ଷା । [୨] ସଙ୍କଟଜନକ ଅବସ୍ଥା ଯେପରିକି ଉଚ୍ଚ ରକ୍ତଚାପ, ଡାଏବେଟିସ୍, ଧୂମ୍ରପାନ ଓ ମୋଟାପଣ ନିୟନ୍ତ୍ରଣ କରି ରହି ରୋଗକୁ ପ୍ରତିରୋଧ କରିବାକୁ ଚେଷ୍ଟା କରାଯାଏ । [୧] ସବୁ ଲୋକମାନଙ୍କୁ ଏହି ରୋଗ ଚିହ୍ନଟ ନିମନ୍ତେ ସ୍କ୍ରନିଙ୍ଗ କରିବାକୁ ସୁପାରିସ୍ କରାଯାଏ ନାହିଁ । [୮]
ଡିମେନ୍ସିଆ ଆରୋଗ୍ୟ ହୁଏ ନାହିଁ । [୧] ଆସେଟିଲ୍ କୋଲିନଇସ୍ଟରେଜ ଇନ୍ହିବିଟର୍ (Cholinesterase inhibitor) ଯେପରିକି ଡନ୍ପେଜିଲ୍ (donepezil) ଅଧିକାଂଶ ସମୟରେ ବ୍ୟବହାର କରାଯାଏ ଓ ଉପକାର ମିଳେ । [୯][୧୦][୧୧] ମୋଟା ମୋଟି ଅଳ୍ପ ଉପକାର ମିଳେ । [୧୧][୧୨] ରୋଗୀଙ୍କର ଜୀବଚଚର୍ଯ୍ୟା ଉନ୍ନତ କରିବା ନିମନ୍ତେ କେତେ ଗୁଡ଼ିଏ ଉପାୟ ଅବଲମ୍ବନ କରାଯାଇପାରେ । [୧] କଗ୍ନିଟିଭ୍ ବିହେଭିଓରାଲ (Cognitive and behavioral interventions) ଚିକିତ୍ସା ଉପଯୁକ୍ତ ହୋଇପାରେ । [୧] ରୋଗୀ ଯତ୍ନକାରୀଙ୍କୁ ଶିକ୍ଷା ଓ ନୈତିକ ସମର୍ଥନ ଦିଆଯିବା ଗୁରୁତ୍ତ୍ୱପୂର୍ଣ୍ଣ ଅଟେ । [୧] ବ୍ୟାୟାମ କଲେ ଦୈନନ୍ଦିନ କାର୍ଯ୍ୟ ସହ ଫଳାଫଳ ଉନ୍ନତ ହୁଏ । [୧୩] ଡିମେନ୍ସିଆ ଯୋଗୁ ବ୍ୟବହାରିକ ଗଣ୍ଡଗୋଳ ବା ସାଇକୋସିସ୍ ହେଲେ ଆଣ୍ଟିସାଇକୋଟିକ୍ ଦିଆଯାଏ କିନ୍ତୁ ଏହାର ଉପକାରୀତା ନଗନ୍ୟ ଓ ମୃତ୍ୟୁ ସଙ୍କଟ ଅଧିକ । [୧୪][୧୫] ପୃଥିବୀରେ ୩୬ ନିୟୁତ ଲୋକଙ୍କୁ ଡିମେନ୍ସିଆ ରୋଗ ଧରେ । [୧] ଜୀବନରେ କେତେବେଳେ ହେଲେ ୧୦% ଲୋକ ଏହି ରୋଗର ଶୀକାର ହୁଅନ୍ତି । [୫] ବୟସ ବୃଦ୍ଧି ସହିତ ଏହା ସାଧାରଣ ହୋଇଯାଏ । [୧୬] ରୋଗୀ ସଂଖ୍ୟାର ୩ % ମଧ୍ୟରେ ୬୫ରୁ ୭୪ ବର୍ଷ ବୟସ୍କ ଲୋକ, ୧୯ % ମଧ୍ୟରେ ୭୫ରୁ ୮୪ ବର୍ଷ ବୟସ୍କ, ଏହାଠାରୁ ଅଧିକ ବୟସ୍କ ଲୋକ ସଂଖ୍ୟାର ପ୍ରାୟ ଅଧା ଲୋକ ଏହି ରୋଗ ଭୋଗ କରନ୍ତି । [୧୭] ସନ ୧୯୯୦ରେ ଏହି ରୋଗରେ ୦.୮ ନିୟୁତ ମୃତ୍ୟୁ ହୋଇଥିବାବେଳେ ସନ ୨୦୧୩ରେ ୧.୭ ନିୟୁତ ମୃତ୍ୟୁ ହୋଇଥିଲା । [୧୮] ଜନସଂଖ୍ୟା ଯେତେ ଅଧିକ ହୁଏ ଏହି ରୋଗୀ ସଂଖ୍ୟା ସେତେ ଅଧିକ ଓ ସାଧାରଣ ହୁଏ । [୧୬] ବିକଶିତ ଦେଶମାନଙ୍କରେ ସଙ୍କଟପ୍ରଦ କାରକ ଗୁଡ଼ିକ କମିଯିବାରୁ ନିର୍ଦ୍ଦିଷ୍ଟ ବୟସ ଦଳରେ ଏହି ରୋଗୀ ସଂଖ୍ୟା କମୁଛି । [୧୬] ବୃଦ୍ଧ ବୟସରେ ଅକ୍ଷମତାର ଏହା ଏକା ସାଧାରଣ କାରଣ । [୨] ଏହା ଯୋଗୁ ବାର୍ଷିକ ୬୦୪ ବିଲିଅନ୍ ଆମେରିକୀୟ ଡଲାର କ୍ଷତି ହେଉଥିବା ବିଶ୍ୱାସ କରାଯାଏ । [୧] ଡିମେନ୍ସିଆ ରୋଗୀଙ୍କୁ ଆବଶ୍ୟକତାରୁ ଅଧିକ ଶାରୀରିକ ଓ ରାସାୟନିକ ନିୟନ୍ତ୍ରଣ କରୁଥିବାରୁ ହ୍ୟୁମାନ ରାଇଟ ଉଲ୍ଲଘଂନ ହେଉଥିବାର ପ୍ରଶ୍ନବାଚୀ ଚିହ୍ନ ଉଠେ । [୧] ଏହି ରୋଗୀଙ୍କୁ ସାମାଜିକ କଳଙ୍କରୂପେ (Social stigma) ଧରାଯାଉଥିଲା । [୨]
ଆଧାର[ସମ୍ପାଦନା]
- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ "Dementia Fact sheet N°362". who.int. April 2012. Retrieved 28 November 2014.
- ↑ ୨.୦ ୨.୧ ୨.୨ ୨.୩ ୨.୪ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Solomon, Andrew E. Budson, Paul R. (2011). Memory loss : a practical guide for clinicians. [Edinburgh?]: Elsevier Saunders. ISBN 9781416035978.
- ↑ Gauthier, Serge (2006). Clinical diagnosis and management of Alzheimer's disease (3rd ed. ed.). Abingdon, Oxon: Informa Healthcare. pp. 53–54. ISBN 9780203931714.
{{cite book}}
:|edition=
has extra text (help) - ↑ ୫.୦ ୫.୧ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Association, American Psychiatric (2013). Diagnostic and statistical manual of mental disorders : DSM-5 (5th ed. ed.). Washington, D.C.: American Psychiatric Association. pp. 591–603. ISBN 9780890425541.
{{cite book}}
:|edition=
has extra text (help) - ↑ "Dementia diagnosis and assessment" (PDF). pathways.nice.org.uk. Retrieved 30 November 2014.
- ↑ "Dementia overview" (PDF). pathways.nice.org.uk/. Retrieved 30 November 2014.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ ୧୧.୦ ୧୧.୧ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ National Institute for Health and Clinical Excellence. "Low-dose antipsychotics in people with dementia". nice.org.uk. Retrieved 29 November 2014.
- ↑ "Information for Healthcare Professionals: Conventional Antipsychotics". fda.gov. 2008-06-16. Retrieved 29 November 2014.
- ↑ ୧୬.୦ ୧୬.୧ ୧୬.୨ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Umphred, Darcy (2012). Neurological rehabilitation (6th ed. ed.). St. Louis, Mo.: Elsevier Mosby. p. 838. ISBN 9780323075862.
{{cite book}}
:|edition=
has extra text (help) - ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.