ବୀର ବିକ୍ରମାଦିତ୍ୟ ସିଂହ ବରିହା

ଉଇକିପିଡ଼ିଆ‌ରୁ
ବୀର ବିକ୍ରମାଦିତ୍ୟ ସିଂହ ବରିହା
ବିଧାୟକ: ୭ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୭ – ୧୯୮୦
ପୂର୍ବ ଅଧିକାରୀକୃପାସିନ୍ଧୁ ଭୋଇ
ପର ଅଧିକାରୀସତ୍ୟଭୂଷଣ ସାହୁ
ନିର୍ବାଚନ ମଣ୍ଡଳୀପଦ୍ମପୁର
ବିଧାୟକ: ୧ମ, ୨ୟ, ୩ୟ, ୪ର୍ଥ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୬ – ୧୯୭୧
ପୂର୍ବ ଅଧିକାରୀଲାଲ ରଞ୍ଜିତ ସିଂହ ବରିହା‌
ପର ଅଧିକାରୀକୃପାସିନ୍ଧୁ ଭୋଇ
ନିର୍ବାଚନ ମଣ୍ଡଳୀପଦ୍ମପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1920-05-14)୧୪ ମଇ ୧୯୨୦
ମୃତ୍ୟୁ୨୬ ଜାନୁଆରୀ ୨୦୦୩(2003-01-26) (ବୟସ ୮୨)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଜନତା ପାର୍ଟି
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଭାରତୀୟ ଜାତୀୟ କଂଗ୍ରେସ, ଜନ କଂଗ୍ରେସ
ବାପା/ବୋଉସଦାନନ୍ଦ ସିଂହ (ବାପା)
ବୃତ୍ତିରାଜନୀତିଜ୍ଞ

ବୀର ବିକ୍ରମାଦିତ୍ୟ ସିଂହ ବରିହା (୧୪ ମଇ ୧୯୨୦ - ୨୬ ଜାନୁଆରୀ ୨୦୦୩) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ପାଞ୍ଚ ଥର କାର୍ଯ୍ୟ କରିଥିଲେ । ୧୯୫୬ ପଦ୍ମପୁର ଉପ ନିର୍ବାଚନ, ୧୯୫୭, ୧୯୬୧, ୧୯୬୭ ଓ ୧୯୭୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପଦ୍ମପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧ମ, ୨ୟ, ୩ୟ, ୪ର୍ଥ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ବୀର ବିକ୍ରମାଦିତ୍ୟ ସିଂହ ବରିହା ୧୯୨୦ ମସିହାର ମଇ ୧୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ସଦାନନ୍ଦ ସିଂହ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ବୀର ବିକ୍ରମାଦିତ୍ୟ ସିଂହ ବରିହା ଓଡ଼ିଶା ରାଜନୀତିରେ ପ୍ରଥମେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ ଏବଂ ପରେ ଜନ କଂଗ୍ରେସରେ ଓ ଶେଷରେ ଜନତା ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ପାଞ୍ଚ ଥର କାର୍ଯ୍ୟ କରିଥିଲେ । ୧୯୫୭ରୁ ୧୯୫୯ ଓ ୧୯୬୩ରୁ ୧୯୬୫ ମସିହା ପର୍ଯ୍ୟନ୍ତ ସେ ଓଡ଼ିଶା ବିଧାନ ସଭାରେ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୧]

ବିଧାନ ସଭା ସଭ୍ୟ ବିବରଣୀ[ସମ୍ପାଦନା]

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୫୬ ୧୯୫୭ ସଭ୍ୟ, ୧ମ ଓଡ଼ିଶା ବିଧାନ ସଭା ପଦ୍ମପୁର (ଉପ) ଭାରତୀୟ ଜାତୀୟ କଂଗ୍ରେସ
୧୯୫୭ ୧୯୬୧ ସଭ୍ୟ, ୨ୟ ଓଡ଼ିଶା ବିଧାନ ସଭା ପଦ୍ମପୁର ଭାରତୀୟ ଜାତୀୟ କଂଗ୍ରେସ
୧୯୬୧ ୧୯୬୭ ସଭ୍ୟ, ୩ୟ ଓଡ଼ିଶା ବିଧାନ ସଭା ପଦ୍ମପୁର ଭାରତୀୟ ଜାତୀୟ କଂଗ୍ରେସ
୧୯୬୭ ୧୯୭୧ ସଭ୍ୟ, ୪ର୍ଥ ଓଡ଼ିଶା ବିଧାନ ସଭା ପଦ୍ମପୁର ଜନ କଂଗ୍ରେସ
୧୯୭୭ ୧୯୮୦ ସଭ୍ୟ, ୭ମ ଓଡ଼ିଶା ବିଧାନ ସଭା ପଦ୍ମପୁର ଜନତା ପାର୍ଟି

ମୃତ୍ୟୁ[ସମ୍ପାଦନା]

ବୀର ବିକ୍ରମାଦିତ୍ୟ ସିଂହ ବରିହା ୨୦୦୩ ମସିହାର ଜାନୁଆରୀ ୨୬ ତାରିଖରେ ୮୨ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Shri Bir Bikramaditya Singh Bariha". odishaassembly.nic.in. Odisha Assembly. Retrieved 14 July 2021.