ଦିଲ୍‌ରେ ଅଛି ତୋ'ରି ନାଁ

ଉଇକିପିଡ଼ିଆ‌ରୁ
ନିର୍ଦ୍ଦେଶକତ୍ରିପତି ସାହୁ
ପ୍ରଯୋଜକରମେଶ ବାରିକ
ସଂଳାପରଜନୀ ରଞ୍ଜନ
ଚିତ୍ରନାଟ୍ୟତ୍ରିପତି ସାହୁ
କାହାଣୀରଜନୀ ରଞ୍ଜନ
କଳାକାରସମ୍ବିତ ଆଚାର୍ଯ୍ୟ
ଅନୁରାଧା ପାଣିଗ୍ରାହୀ
ପ୍ରିୟଙ୍କା ପାଣିଗ୍ରାହୀ
ପ୍ରଦ୍ୟୁମ୍ନ ଲେଙ୍କା
ସଙ୍ଗୀତଅଭିଜିତ ମଜୁମଦାର
ଚିତ୍ରଗ୍ରହଣଧୃବାନନ୍ଦ ପଣ୍ଡା
ସମ୍ପାଦକଚନ୍ଦ୍ର ଶେଖର ମିଶ୍ର
ମୁକ୍ତିଲାଭ ତାରିଖ
୧୫ ଜୁଲାଇ ୨୦୨୨
ଦେଶ ଭାରତ
ଭାଷାଓଡ଼ିଆ

ଦିଲ୍‌ରେ ଅଛି ତୋ'ରି ନାଁ ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରମେଶ ବାରିକ । ରଜନୀ ରଞ୍ଜନ ଏହି କଥାଚିତ୍ରିର କାହାଣୀ ଓ ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ତ୍ରିପତି ସାହୁ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଓ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସମ୍ବିତ ଆଚାର୍ଯ୍ୟ, ଅନୁରାଧା ପାଣିଗ୍ରାହୀ ଓ ପ୍ରିୟଙ୍କା ପାଣିଗ୍ରାହୀ । ପ୍ରଦ୍ୟୁମ୍ନ ଲେଙ୍କା, ଜିବନ ପଣ୍ଡା, ଗୁଡ୍ଡୁ, ତପି ଆଦି କଳାକାରମାନେ ଏହ କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୨ ମସିହାର ଜୁଲାଇ ୧୫ ତାରିଖରେ ମୁକ୍ତିଲାଭ କରିଥିଲା ।[୨]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର । ଗୀତିକାର ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ହ୍ୟୁମାନ ସାଗର, ଅମ୍ରିତା ନାୟକ,[୩] ଅନ୍ତରା ଚକ୍ରବର୍ତ୍ତୀ, ସତ୍ୟଜିତ ପ୍ରଧାନ, ଜାଗୃତି ମିଶ୍ର, ଅନୁରାଧା ପାଣିଗ୍ରାହୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତଗାୟକସମୟ
1."ଦିଲ୍‌ରେ ଅଛି ତୋ'ରି ନାଁ"ହ୍ୟୁମାନ ସାଗର, ଅମ୍ରିତା ନାୟକ, ଅନ୍ତରା ଚକ୍ରବର୍ତ୍ତୀ 
2."ମୋ ପ୍ରିୟାରେ"ସତ୍ୟଜିତ ପ୍ରଧାନ, ଜାଗୃତି ମିଶ୍ର 
3."ଦିଲ୍ ବେଜୁବାନ୍"ହ୍ୟୁମାନ ସାଗର, ଅନୁରାଧା ପାଣିଗ୍ରାହୀ 

ଆଧାର[ସମ୍ପାଦନା]

  1. Dil Re Achi Tori Naa Movie: Showtimes, Review, Trailer, Posters, News & Videos | eTimes, retrieved 2022-10-27
  2. "୮ ମାସରେ ମୁକ୍ତିଲାଭ କରିଛି ୪୧ଟି ଓଡ଼ିଆ ସିନେମା". ସମ୍ବାଦ. sambad.in. 21 August 2022. Archived from the original on 25 October 2022. Retrieved 25 October 2022.
  3. "ସଙ୍ଗୀତ ଶ୍ରାବଣୀ ଅମ୍ରିତା". ସମ୍ବାଦ. sambad.in. 23 October 2022. Archived from the original on 27 October 2022. Retrieved 27 October 2022.

ବାହାର ଆଧାର[ସମ୍ପାଦନା]