ସମ୍ବିତ ଆଚାର୍ଯ୍ୟ

ଉଇକିପିଡ଼ିଆ‌ରୁ
ସମ୍ବିତ ଆଚାର୍ଯ୍ୟ
Born
ସମ୍ବିତ ଆଚାର୍ଯ୍ୟ

Occupation(ଓଡ଼ିଆ) ଅଭିନେତା
Years active୨୦୧୧ରୁ-ଏବେଯାଏଁ

ସମ୍ବିତ ଆଚାର୍ଯ୍ୟ, ଜଣେ ଓଡ଼ିଆ କଥାଚିତ୍ର ଅଭିନେତା । ସେ ଓଡ଼ିଆ କଥାଚିତ୍ର ପ୍ରେମ୍ ୱେଡ୍ସ ପ୍ରିୟା ଜରିଆରେ ୨୦୧୧ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୧] ଏହାପରେ ସେ କଟକ, ବାଳୁଙ୍ଗା ଟୋକା, ଗଞ୍ଜା ଲଢ଼େଇ, ଚଉକା ଛକା ଆଦି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ସମ୍ବିତ ୨୦୧୮ ମସିହାରେ ଏକ ଓଡ଼ିଆ ଏବଂ ତେଲୁଗୁ ଚଳଚ୍ଚିତ୍ରରେ ଅଭିନୟ କରିବାର ସୁଯୋଗ ପାଇଥିଲେ ।[୨][୩]


ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଅଭିନୟ ଜୀବନ[ସମ୍ପାଦନା]

ସମ୍ବିତ ୨୦୧୧ ମସିହାରେ ଓଡ଼ିଆ କଥାଚିତ୍ର ପ୍ରେମ୍ ୱେଡ୍ସ ପ୍ରିୟା ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୪][୫] ଏହା ପରେ ସେ ସେହି ବର୍ଷ ବନ୍ଧନ, କଟକ- ଦ ସିଲ୍‌ଭର୍ ସିଟି ଏବଂ ବାଳୁଙ୍ଗା ଟୋକା ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।[୬]

୨୦୧୨ରେ ସମ୍ବିତ ଓଡ଼ିଆ କଥାଚିତ୍ର ବ୍ୟାଡ଼୍ ଗାର୍ଲରେ ଅଭିନୟ କରିଥିଲେ । ବାଳୁଙ୍ଗା ଟୋକାରେ ସମ୍ଭିତ ଜଣେ ଖଳନାୟକ ଭାବରେ ଅଭିନୟ କରିଥିଲେ । ଏହାପରେ ୨୦୧୩ ମସିହାରେ ସଲାମ ସିନେମା ଏବଂ ଚଉକା ଛକା ଚଳଚ୍ଚିତ୍ରରେ ସେ ଅଭିନୟ କରିଥିଲେ । ୨୦୧୪ରେ ଓମ୍[୭], ୨୦୧୪ ଫିଅର ଅଫ ଦ ଇଅର, ଗଞ୍ଜା ଲଢ଼େଇ କଥାଚିତ୍ରରେ ଅଭିନୟ କରିଥିଲେ । ୨୦୧୫ରେ ଲେଖିଚି ନାଁ ତୋର, ଆଶିକ୍ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ସମ୍ବିତ ।[୮] ସେ ଏସିପି ରଣବୀର, ଛାତି ତଳେ ଡିଂ ଡଂ ଆଦି ଚଳଚ୍ଚିତ୍ରରେ ଅତିଥି କଳାକାର ଭାବରେ ଅଭିନୟ କରିଥିଲେ ।[୪]

୨୦୧୭ରେ ସମ୍ବିତ ଏବଂ ଝିଲିକ୍ ଭଟ୍ଟାଚାର୍ଯ୍ୟଙ୍କର ଚଳଚ୍ଚିତ୍ର ତମକୁ ଦେଖିଲା ପରେ ମୁକ୍ତିଲାଭ କରିଥିଲା ।[୯] ୨୦୧୮ରେ ତାଙ୍କର ହାପି ଲକି ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା ।[୧୦][୧୧][୮] ୨୦୧୮ରେ ସମ୍ବିତଙ୍କର ପ୍ରଥମ ତେଲୁଗୁ ଚଳଚ୍ଚିତ୍ର ଲାଲିଜୋ ଲାଲିଜୋ ମୁକ୍ତିଲାଭ କରିବାର ଅଛି ।[୧୨][୧୩] ଅଭିନେତ୍ରୀ ରିୟା ଦେଙ୍କ ସ‌ହ ସମ୍ବିତଙ୍କର ଚଳଚ୍ଚିତ୍ର ଯୋଉଠି ଥିଲେ ବି ତୁ ମୋରର ସୁଟିଂ ଆରମ୍ଭ ହେବାକୁ ଯାଉଛି ।[୧୪][୧୫] ସ୍ୱମିତ ବିଶ୍ୱନାଥ ଚଳଚ୍ଚିତ୍ରରେ ଅଭିନୟ କରୁଛନ୍ତି ଏବଂ ତାଙ୍କର ଆଗାମୀ ଚଳଚ୍ଚିତ୍ର ପ୍ରେମ ପାଇଁ ମହାଭାରତ ସୁଟିଂ ଆରମ୍ଭ ହେବାକୁ ଯାଉଛି ।[୧୬]

ଦୂରଦର୍ଶନ[ସମ୍ପାଦନା]

ସମ୍ବିତ ତରଙ୍ଗ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ କିଏ ହେବ ମୋ ହିରୋଇନର ୩ୟ ସଂସ୍କରଣରେ ବିଚାରକ ଭାବରେ କାର୍ଯ୍ୟ କରିଥିଲେ । ଏହପରେ ସେ ସାର୍ଥକ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ ରଜ କୁଇନ୍‌ର ୫ମ ସଂସ୍କରଣରେ ବିଚାରକ ଭାବରେ କାର୍ଯ୍ୟ କରିଥିଲେ ।

ଅଭିନୀତ କଥାଚିତ୍ର[ସମ୍ପାଦନା]

ବର୍ଷ ଚଳଚ୍ଚିତ୍ର ଭୂମିକା ମନ୍ତବ୍ୟ
୨୦୧୧ ପ୍ରେମ୍ ୱେଡ୍ସ ପ୍ରିୟା ପ୍ରେମ୍/ସଞ୍ଜନା ପ୍ରଥମ ଓଡ଼ିଆ କଥାଚିତ୍ର
ବନ୍ଧନ
କଟକ- ଦ ସିଲ୍‌ଭର୍ ସିଟି ଜୟ ପ୍ରକାଶ
ବାଳୁଙ୍ଗା ଟୋକା ଖଳନାୟକ
୨୦୧୨ ବ୍ୟାଡ଼୍ ଗାର୍ଲ ପ୍ରିତମ
ଏସିପି ରଣବୀର ଅତିଥି କଳାକାର
୨୦୧୩ ସଲାମ ସିନେମା
ଚଉକା ଛକା ରାଜା
୨୦୧୪ ଓମ୍ ଓମ୍
୨୦୧୪ ଫିଅର ଅଫ ଦ ଇଅର
ଗଞ୍ଜା ଲଢ଼େଇ
୨୦୧୫ ଲେଖିଚି ନାଁ ତୋର
ଆଶିକ୍ ରାହୁଲ
୨୦୧୬ ଛାତି ତଳେ ଡିଂ ଡଂ ଅତିଥି କଳାକାର
୨୦୧୭ ତମକୁ ଦେଖିଲା ପରେ
୨୦୧୮ ହାପି ଲକି ହାପି
୨୦୨୩ ପାଖେ ପାଖେ ଥିବି ହର୍‌ପଲ୍

ଦୂରଦର୍ଶନ[ସମ୍ପାଦନା]

  • କିଏ ହେବ ମୋ ହିରୋଇନ (୩ୟ ସଂସ୍କରଣ)
  • ରଜ କୁଇନ୍ (୫ମ ସଂସ୍କରଣ)

ଆଧାର[ସମ୍ପାଦନା]

  1. "ପ୍ରଥମ ଥରପାଇଁ ଏକାଠି ହେଲେ ଏହି ଓଲିଉଡ ନାୟକ-ନାୟିକା". Sambad (in Odia). Odisha. 23 January 2019. Archived from the original on 26 January 2019. Retrieved 23 January 2019.{{cite news}}: CS1 maint: unrecognized language (link)
  2. "ଏହି ସିନେମାରେ ଦୁଇଜଣ ନାୟିକାଙ୍କ ସହ ରୋମାନ୍ସ କରିବେ ସମ୍ଭିତ୍‌". sambad.in. 11 February 2018. Retrieved 17 February 2018.
  3. "ପାଞ୍ଚ ବର୍ଷପରେ ଓଲିଉଡକୁ ଫେରିଲେ ଏହି ନାୟିକା". sambad.in. 5 February 2018. Retrieved 17 February 2018.
  4. ୪.୦ ୪.୧ "ଓଲିଉଡରେ ପୁଣି ଏକ ନୂଆ ଯୋଡି". sambad.in. 5 February 2018. Retrieved 17 February 2018.
  5. "'ଓମ୍‌'ରେ ଏକାଠି ଆସିପାରି ନ ଥିଲେ, ଏବେ ଆସୁଛନ୍ତି ଓଲିଉଡର ଏହି ନାୟକ-ନାୟିକା ଯୋଡ଼ି | Sambad". ସମ୍ବାଦ. sambad.in. 12 August 2019. Archived from the original on 6 January 2022. Retrieved 6 January 2022.
  6. "ଓଲିଉଡ ନାୟକ ସମ୍ବିତ କହୁଛନ୍ତି 'ମନ ଖାଲି ତତେ ଚାହେଁ'". sambad.in. 10 October 2017. Retrieved 17 February 2018.
  7. "ସାବାସ୍ ସଂବିତ". ସମାଜ. 18 March 2018. Retrieved 18 March 2018.[permanent dead link]
  8. ୮.୦ ୮.୧ "ନୂଆ ଯୋଡିଦାରଙ୍କ ସହ ସମ୍ବିତ". sambad.in. 8 December 2017. Retrieved 17 February 2018.
  9. "ଏହି ନାୟକଙ୍କ ସହ ଝିଲିକଙ୍କ ଯୋଡି ସବୁଠାରୁ ପପୁଲାର୍‌". sambad.in. 15 February 2018. Retrieved 17 February 2018.
  10. "ପ୍ରଥମ ତିନିମାସରେ କେଉଁ ନୂଆ ନାୟକ, ନାୟିକା ଓଲିଉଡରେ ଏଣ୍ଟ୍ରି କରିଛନ୍ତି ?". sambad.in. 2 April 2018. Retrieved 2 April 2018.
  11. "ଏ ବର୍ଷ ଦୁଇ ନୂଆ ପାର୍ଟନରଙ୍କ ସହ ସମ୍ବିତ". sambad.in. 5 January 2018. Retrieved 17 February 2018.
  12. "ଓଲିଉଡ ନାୟକ ସମ୍ବିତଙ୍କ ତେଲୁଗୁ ସିନେମା 'ଲାଲିଜୋ ଲାଲିଜୋ'ର ଟ୍ରେଲର୍‌ ରିଲିଜ୍‌". sambad.in. 22 October 2017. Retrieved 17 February 2018.
  13. "ସମ୍ବିତ୍‌ଙ୍କ ତେଲୁଗୁ ଫିଲ୍ମ ରିଲିଜ୍‌ ପାଇଁ ପ୍ରସ୍ତୁତ". sambad.in. 29 October 2017. Retrieved 17 February 2018.
  14. "ଜମିବ ଯୋଡ଼ି". ସମାଜ. 18 February 2018. Retrieved 18 February 2018.[permanent dead link]
  15. "ଭାଗ୍ୟବାନ୍ ଆର୍ଯ୍ୟନ୍". ସମାଜ ରବିବାର. 8 April 2018. Retrieved 12 April 2018.[permanent dead link]
  16. "ସାବାସ୍ ସମ୍ବିତ". ସମାଜ (ରବିବାର). 10 June 2018. Retrieved 10 June 2018.[permanent dead link]

ବାହାର ଆଧାର[ସମ୍ପାଦନା]