ଦିଲ୍ରେ ଅଛି ତୋ'ରି ନାଁ
ନିର୍ଦ୍ଦେଶକ | ତ୍ରିପତି ସାହୁ |
---|---|
ପ୍ରଯୋଜକ | ରମେଶ ବାରିକ |
ସଂଳାପ | ରଜନୀ ରଞ୍ଜନ |
ଚିତ୍ରନାଟ୍ୟ | ତ୍ରିପତି ସାହୁ |
କାହାଣୀ | ରଜନୀ ରଞ୍ଜନ |
କଳାକାର | ସମ୍ବିତ ଆଚାର୍ଯ୍ୟ ଅନୁରାଧା ପାଣିଗ୍ରାହୀ ପ୍ରିୟଙ୍କା ପାଣିଗ୍ରାହୀ ପ୍ରଦ୍ୟୁମ୍ନ ଲେଙ୍କା |
ସଙ୍ଗୀତ | ଅଭିଜିତ ମଜୁମଦାର |
ଚିତ୍ରଗ୍ରହଣ | ଧୃବାନନ୍ଦ ପଣ୍ଡା |
ସମ୍ପାଦକ | ଚନ୍ଦ୍ର ଶେଖର ମିଶ୍ର |
ମୁକ୍ତିଲାଭ ତାରିଖ | ୧୫ ଜୁଲାଇ ୨୦୨୨ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଦିଲ୍ରେ ଅଛି ତୋ'ରି ନାଁ ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରମେଶ ବାରିକ । ରଜନୀ ରଞ୍ଜନ ଏହି କଥାଚିତ୍ରିର କାହାଣୀ ଓ ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ତ୍ରିପତି ସାହୁ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଓ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସମ୍ବିତ ଆଚାର୍ଯ୍ୟ, ଅନୁରାଧା ପାଣିଗ୍ରାହୀ ଓ ପ୍ରିୟଙ୍କା ପାଣିଗ୍ରାହୀ । ପ୍ରଦ୍ୟୁମ୍ନ ଲେଙ୍କା, ଜିବନ ପଣ୍ଡା, ଗୁଡ୍ଡୁ, ତପି ଆଦି କଳାକାରମାନେ ଏହ କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୨ ମସିହାର ଜୁଲାଇ ୧୫ ତାରିଖରେ ମୁକ୍ତିଲାଭ କରିଥିଲା ।[୨]
ଅଭିନୟ
[ସମ୍ପାଦନା]କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର । ଗୀତିକାର ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ହ୍ୟୁମାନ ସାଗର, ଅମ୍ରିତା ନାୟକ,[୩] ଅନ୍ତରା ଚକ୍ରବର୍ତ୍ତୀ, ସତ୍ୟଜିତ ପ୍ରଧାନ, ଜାଗୃତି ମିଶ୍ର, ଅନୁରାଧା ପାଣିଗ୍ରାହୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ଗାୟକ | ସମୟ |
---|---|---|---|
1. | "ଦିଲ୍ରେ ଅଛି ତୋ'ରି ନାଁ" | ହ୍ୟୁମାନ ସାଗର, ଅମ୍ରିତା ନାୟକ, ଅନ୍ତରା ଚକ୍ରବର୍ତ୍ତୀ | |
2. | "ମୋ ପ୍ରିୟାରେ" | ସତ୍ୟଜିତ ପ୍ରଧାନ, ଜାଗୃତି ମିଶ୍ର | |
3. | "ଦିଲ୍ ବେଜୁବାନ୍" | ହ୍ୟୁମାନ ସାଗର, ଅନୁରାଧା ପାଣିଗ୍ରାହୀ |
ଆଧାର
[ସମ୍ପାଦନା]- ↑ Dil Re Achi Tori Naa Movie: Showtimes, Review, Trailer, Posters, News & Videos | eTimes, retrieved 2022-10-27
- ↑ "୮ ମାସରେ ମୁକ୍ତିଲାଭ କରିଛି ୪୧ଟି ଓଡ଼ିଆ ସିନେମା". ସମ୍ବାଦ. sambad.in. 21 August 2022. Archived from the original on 25 October 2022. Retrieved 25 October 2022.
- ↑ "ସଙ୍ଗୀତ ଶ୍ରାବଣୀ ଅମ୍ରିତା". ସମ୍ବାଦ. sambad.in. 23 October 2022. Archived from the original on 27 October 2022. Retrieved 27 October 2022.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଦିଲ୍ରେ ଅଛି ତୋ'ରି ନାଁ