ଚଇତି ତାମସା
ଚଇତି ତାମସା | |
---|---|
ମାଧ୍ୟମ | ଗୀତ-ନାଟ-ସଂଳାପ |
ପ୍ରକାର | ମୋଗଲ ତାମସା, ଭିଲ୍ ତାମସା, ରାଧାକୃଷ୍ଣ ତାମସା, ଯୋଗୀ ତାମସା, ଫକୀର ତାମସା, ଚଉଡ଼ା ତାମସା |
ସଂସ୍କୃତି | ଓଡ଼ିଆ ଚଳଣି |
ସୃଷ୍ଟି | ଓଡ଼ିଶା, ଭାରତ |
ସମୟ କାଳ | ମୋଗଲ ଶାସନ |
ତାମସା ଉତ୍ତର ଓଡ଼ିଶାରେପଭଦ୍ରକ ଓ ଆଖପାଖ ଅଞ୍ଚଳରେ ପରଚଳିତ ଏକ ପ୍ରକାର ଲୋକକଳା ଅଟେ । ଏହା ଚୈତ୍ର ମାସରେ ରୀତିବଦ୍ଧ ଭାବେ ଅନୁଷ୍ଠିତ ହେଉଥିବାରୁ ଏହା ଚଇତି ତାମସା ଭାବେ ଅଧିକ ପରିଚିତ ।
ସମୟ
[ସମ୍ପାଦନା]ପ୍ରତି ବର୍ଷ ଚୈତ୍ର ମାସ ଶେଷରେ ମହାଦେବଙ୍କ ଘଟ ଯାତ୍ରା ସହିତ ତାମସା ଅଭିନୀତ ହୋଇଥାଏ । ପୂର୍ବରୁ ଚୈତ୍ର ମାସ ଶେଷ ସାତ ଦିନରେ ବିଭିନ୍ନ ତାମସା ଅଭିନୀତ ହୋଇ ପଣା ସଂକ୍ରାନ୍ତିରେ ଶେଷ ହେଉଥିଲା । ଆଜିକାଲି ମାତ୍ର ଗୋଟିଏ ଦିନ କେବଳ ମୋଗଲ ତାମସାର ଅଭିନୟ ହେଉଥିବା ଦେଖାଯାଏ । ଶିବ ମନ୍ଦିର ସମ୍ମୁଖରେ ତାମସା ଅଭିନୀତ ହେବା ବିଧି ଏବେ ପର୍ଯ୍ୟନ୍ତ ଚାଲିଆସୁଛି ।[୧]
ଇତିହାସ
[ସମ୍ପାଦନା]ପ୍ରକାରଭେଦ
[ସମ୍ପାଦନା]ଚଇତି ତାମସା ସାତ ପ୍ରକାର । ମୋଗଲ ତାମସା ଏହାର ଏକ ଅଂଶବିଶେଷ ହୋଇଥିଲେହେଁ ଅନ୍ୟ ତାମସାଗୁଡ଼ିକ ଅଭିନୟ ଅଭାବରୁ ଏହାକୁ କେହି ଚଇତି ତାମସା ନ କହି ମୋଗଲ ତାମସା ବୋଲି କହି ଆସୁଛନ୍ତି ।[୨]
କଳାକାର
[ସମ୍ପାଦନା]ତଳେ ଚଇତି ତାମସାର ବିଭିନ୍ନ ଅଭିନେତା ଓ ବାଦ୍ୟଯନ୍ତ୍ରକାରମାନଙ୍କ ନାମ ଦିଆଯାଇଛି । ଏମାନଙ୍କ ମଧ୍ୟରୁ ଅଧିକାଂଶ ବ୍ୟକ୍ତି ମୃତ ଓ ଅଳ୍ପ କେତେଜଣ ବୟସ୍କ । ଏହି କଳାକାରମାନଙ୍କ ଅବଦାନ ଯୋଗୁଁ ମୋଗଲ ତାମସା ବଞ୍ଚିରହିଛି ।[୨]
ଗାଆଁ | କଳାକାରମାନଙ୍କ ନାମ |
---|---|
ସଙ୍ଗତ | ହାଡ଼ିବନ୍ଧୁ ସିଂହ
ହରି ସାହୁ ନୟନାନନ୍ଦ ମିଶ୍ର ମୁରଲୀଧର ସାହୁ ମାଧବାନନ୍ଦ ସିଂହ ଜଗନ୍ନାଥ ସିଂହ ଦାମୋଦର ସାହୁ ମୋତିଲାଲ ମିଶ୍ର ବଙ୍ଗାଳିଚରଣ ସାହୁ ଫକୀରଚରଣ ପାଣିଗ୍ରାହୀ ଗୁଣନିଧି ସିଂହ ପାର୍ବତୀ ଭଟ୍ଟାଚାର୍ଯ୍ୟ |