ଗପ ହେଲେ ବି ସତ (୨୦୧୫)
ଗପ ହେଲେ ବି ସତ | |
---|---|
ନିର୍ଦ୍ଦେଶକ | ମୂରଲି କ୍ରିଷ୍ଣା |
ପ୍ରଯୋଜକ | ଜାଗି ମଙ୍ଗଦ ପଣ୍ଡା |
ସଂଳାପ | ନିର୍ମଳ ନାୟକ |
କଳାକାର | ଅନୁଭବ ମହାନ୍ତି, ବର୍ଷା ପ୍ରିୟଦର୍ଶିନୀ, ମିହିର ଦାସ, ପ୍ରିୟଙ୍କା ମହାପାତ୍ର, ଭୂମିକା ଦାଶ |
ସଙ୍ଗୀତ | ପ୍ରେମ ଆନନ୍ଦ |
ଚିତ୍ରଗ୍ରହଣ | ଅଭିରାମ ମିଶ୍ର |
ମୁକ୍ତିଲାଭ ତାରିଖ | ୧୨ ଜୁନ ୨୦୧୫ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଗପ ହେଲେ ବି ସତ ୨୦୧୫ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ତରଙ୍ଗ ସିନେ ପ୍ରଡକ୍ସନର ୨ୟ ଚଳଚ୍ଚିତ୍ର ଥିଲା ଗପ ହେଲେ ବି ସତ । ପୂର୍ବରୁ ୧୯୭୬ ମସିହାରେ ପ୍ରଥମ ଓଡ଼ିଆ ରଙ୍ଗୀନ ଚଳଚ୍ଚିତ୍ର ଗପ ହେଲେ ବି ସତ ଶୀର୍ଷକରେ ନିର୍ମାଣ ହୋଇଥିଲା । ଏହି ଚଳଚ୍ଚିତ୍ରରେ ନାୟକ ସାଜିଥିଲେ ଅନୁଭବ ଏବଂ ତାଙ୍କ ବିପକ୍ଷରେ ନାୟିକା ସାଜିଥିଲେ ବର୍ଷା । ପ୍ରେମ ଆନନ୍ଦ ଏହି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଥିବା ବେଳେ ଉଦିତ ନାରାୟଣ କଣ୍ଠଦାନ କରିଥିଲେ ।[୧]
ଅଭିନୟ
[ସମ୍ପାଦନା]ଓଡ଼ିଆ କଥାଚିତ୍ର ଗପ ହେଲେ ବି ସତ ଚଳଚ୍ଚିତ୍ରରେ ଅଭିନୟ କରିଥିବା ପ୍ରମୁଖ କଳାକାରମାନ ହେଲେ:
- ଅନୁଭବ ମହାନ୍ତି[୨]
- ବର୍ଷା ପ୍ରିୟଦର୍ଶିନୀ[୩]
- ମିହିର ଦାସ
- ପ୍ରିୟଙ୍କା ମହାପାତ୍ର
- ଭୂମିକା ଦାଶ
- ଚୌଧୁରୀ ବିକାଶ ଦାସ
- ଦୀପିକା[୪]
କାହାଣୀ
[ସମ୍ପାଦନା]ଆକାଶ(ଅନୁଭବ) ଗୋଟିଏ ସଫ୍ଟୱାର କମ୍ପାନୀର ମାଲିକ । ସ୍କୁଲର ପୁରୁଣା ଛାତ୍ରମାନଙ୍କରେ ଭେଟ ହେବାପାଇଁ ସେ ଗାଁକୁ ଆସିଥିଲା । ସେଠାରେ ତା'ର ସମସ୍ତ ପୁରୁଣା ସାଙ୍ଗମାନଙ୍କ ସହ ଦେଖାହେଲା । କେବଳ ବର୍ଷା(ବର୍ଷା ପ୍ରିୟଦର୍ଶିନୀ) ସହ ତା'ର ଦେଖା ହୋଇପାରିଲାନି । ବର୍ଷା ହେଉଛି ତା'ର ପିଲାଦିନରୁ ବଡ଼ ହେବା ଯାଏ ସାଙ୍ଗ ତଥା ତା'ର ପ୍ରେମ ଯାହାଠାରୁ ସେ ଅନେକ ଦିନ ତଳୁ ଅଲଗା ହୋଇଯାଇଥିଲା ।
ସ୍କୁଲରେ ପଢ଼ିବା ବେଳେ ଆକାଶ ଭଲ ପାଠ ପଢ଼ୁନଥିଲା । ମାତ୍ର ବର୍ଷା ତା' ଜୀବନରେ ଆସିବା ପରେ ତାକୁ ଭଲ ପାଠ ପଢ଼ି ଜୀବନରେ କିଛି ଲକ୍ଷ୍ୟରେ ପହଞ୍ଚିବା ପାଇଁ ପ୍ରେରଣା ଦେଇଥିଲା । ଧିରେ ଧିରେ ସେମାନଙ୍କର ବନ୍ଧୁତ୍ୱ ଭଲ ପାଇବାରେ ବଦଳିଯାଇଥିଲା । ମାତ୍ର ବର୍ଷା କୌଣସି କାରଣରୁ ତା'ର ଗାଆଁକୁ ଚାଲିଯାଇଥିଲା ଯେ ଆଉ ଫେରି ନଥିଲା ।
ଏହା ପରେ ଆକାଶ ମଧ୍ୟ ବାଙ୍ଗାଲୋରରେ ନିଜର କାମରେ ଲାଗିଯାଇଥିଲା । ବର୍ଷାର କଥା ମୂଳେ ମୂଳେ ସେ ସବୁବେଳେ ଚାଲୁଥିଲା ଏବଂ ଜୀବନରେ ବଡ଼ ମଣିଷଟିଏ ହୋଇସାରିଥିଲା । ହେଲେ ତା' ପାଖରେ ବର୍ଷା ନ ଥିଲା । ସ୍କୁଲର ବନ୍ଧୁମିଳନ ସମାରୋହରେ ସେ ବର୍ଷାକୁ ଭେଟିବାର ଆଶା ନେଇ ଆସିଥିଲା ହେଲେ ସେଠାକୁ ସେ ନ ଆସିବାରୁ, ଆକାଶ ତାକୁ ଖୋଜି ଖୋଜି ଯାଇ ତା'ର ଘରେ ପହଞ୍ଚିଲା ଏବଂ ସେଠାରେ ଜାଣିଲା କି ବର୍ଷା ଗୋଟିଏ ଦୁର୍ଘଟଣାରେ ତା'ର ଗୋଟିଏ ଗୋଡ଼ ସହ ନିଜ ମାଆକୁ ହରାଇଥିଲା । ଏହା ପରେ ଆକାଶ ବର୍ଷା ସହ ଏକ ନୂଆ ଜୀବନ ଆରମ୍ଭ କଲା ।
ଗୀତ ଓ ସଂଗୀତ
[ସମ୍ପାଦନା]ପ୍ରେମ ଆନନ୍ଦ[୫] ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଥିବା ବେଳ ନିର୍ମଳ ନାୟକ, ଅରୁଣ ମନ୍ତ୍ରୀ, ବସନ୍ତରାଜ ସାମଲ, ଜୟନ୍ତ ଦାସ ପ୍ରମୁଖ ଏହି ଚଳଚ୍ଚିତ୍ରଟିର ଗୀତ ରଚନା କରିଥିଲେ । ଉଦିତ ନାରାୟଣ ଏହି ଚଳଚ୍ଚିତ୍ରରରେ କଣ୍ଠଦାନ କରିଥିଲେ । ଟାଇଟେଲ ଗୀତଟି ଉଦିତ ନାରାୟଣ ଏବଂ ଇରା ମହାନ୍ତି ଗାଇଥିଲେ ।[୬] ଅନ୍ୟାନ୍ୟ କଣ୍ଠଶିଳ୍ପୀମାନେ ହେଲେଟି ସୌରୀ, କୁମାର ବାପି, ସସ୍ମିତା ଏବଂ ହ୍ୟୁମାନ ସାଗର ।[୭]
ଗୀତ
[ସମ୍ପାଦନା]ଗୀତ | ରଚନା | କଣ୍ଠଦାନ |
---|---|---|
ଗପ ହେଲେ ବି ସତ | ଉଦିତ ନାରାୟଣ, ଇରା ମହାନ୍ତି | |
ତୋତେ ଗାଇଦେଲେ ତୁ ଗୀତ ହେଇଯାଉ | ||
ବର୍ଷା ବର୍ଷା | ||
ପ୍ରେମ ଚଢ଼େଇର | ଇରା ମହାନ୍ତି | |
ପ୍ରେମ ଚଢ଼େଇର(ପୁରୁଷ) | ||
ପ୍ରେମ ଚଢ଼େଇର | ସ୍ମିତା ମହାନ୍ତି | |
ଗୋଟେ ଶୁଆ ଗୋଟେ ସାରୀ | ||
ହାୟେରେ ମିତ |
ଆଧାର
[ସମ୍ପାଦନା]- ↑ "GAPA HELE BI SATA ODIA MOVIE OF TARANG, ANUBHAV, BARSHA". Incredible Orissa. 10 July 2015. Retrieved 10 September 2016.
- ↑ "ଏଥର ରଜରେ ନଜର ଆସିବେନି ଅନୁଭବ, ଜାଣନ୍ତୁ କାରଣ". sambad.in. 9 June 2018. Retrieved 10 June 2018.
- ↑ "ଏ ବର୍ଷ ଗୋଟିଏ ସିନେମାରେ ବର୍ଷା ପ୍ରିୟଦର୍ଶିନୀ | Sambad". Sambad. 15 October 2017. Archived from the original on 31 August 2018. Retrieved 2 September 2018.
- ↑ "ଅଟକି ଯାଇଛନ୍ତି ଓଲିଉଡର ଏହି ନାୟିକା ! | Sambad". Sambad. 30 August 2018. Retrieved 31 August 2018.
- ↑ "ଜନ୍ମଦିନରେ ବିଜୁଙ୍କୁ ପ୍ରେମ୍ ଆନନ୍ଦଙ୍କ ଶ୍ରଦ୍ଧାଞ୍ଜଳି : ବହୁଚର୍ଚ୍ଚିତ ଫିଲ୍ମ 'ବିଜୁ ବାବୁ'ର ଗୀତ ରେକର୍ଡିଂ କଲେ". Sambad (in Odia). Odisha. 23 January 2019. Archived from the original on 26 January 2019. Retrieved 23 January 2019.
{{cite news}}
: CS1 maint: unrecognized language (link) - ↑ "Title Song Lyrics from Odia Film Gapa Hele b Sata". Creative Odisha. Archived from the original on 12 June 2015. Retrieved 10 September 2016.
- ↑ "ରଜ ବଜାରରେ ଧମାଲ୍ ମଚାଇବ' ଗପ ହେଲେ ବି ସତ'ରେ ଅନୁଭବ-ବର୍ଷାଙ୍କ ଯୋଡି". Odisha Reporter. 25 May 2015. Retrieved 10 September 2016.
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଗପ ହେଲେ ବି ସତ