କୁଇନ୍ (ଓଡ଼ିଆ କଥାଚିତ୍ର)
କୁଇନ୍ | |
---|---|
ନିର୍ଦ୍ଦେଶକ | ମୃତ୍ୟୁଞ୍ଜୟ ସାହୁ |
ପ୍ରଯୋଜକ | ବିଜୟ କନ୍ଦୋଇ |
ସଂଳାପ | ବିଜୟ ମଲ୍ଲ |
କାହାଣୀ | ବର୍ଷା ପ୍ରିୟଦର୍ଶିନୀ |
କଳାକାର | ବର୍ଷା ପ୍ରିୟଦର୍ଶିନୀ ଜୟଜିତ ଦାସ ହରିହର ମହାପାତ୍ର ଲିପ୍ସା ମିଶ୍ର ଉଷସୀ ମିଶ୍ର |
ସଙ୍ଗୀତ | ମଳୟ ମିଶ୍ର |
ଚିତ୍ରଗ୍ରହଣ | ପ୍ରତାପ ରାଉତ |
ସମ୍ପାଦକ | ଚନ୍ଦ୍ରଶେଖର ମିଶ୍ର |
ମୁକ୍ତିଲାଭ ତାରିଖ | ୧୫ ଜାନୁଆରୀ ୨୦୨୦ |
ଦେଶ | ![]() |
ଭାଷା | ଓଡ଼ିଆ |
କୁଇନ୍, ୨୦୨୦ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବିଜୟ କନ୍ଦୋଇ । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ବିଜୟ ମଲ୍ଲ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୧] ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ସାହୁ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୧] ସଙ୍ଗୀତ ନିର୍ଦ୍ଦେଶକ ମଳୟ ମିଶ୍ର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବର୍ଷା ପ୍ରିୟଦର୍ଶିନୀ, ଜୟଜିତ ଦାସ ଏବଂ ଲିପ୍ସା ମିଶ୍ର ।[୨] ହରିହର ମହାପାତ୍ର, ପପି ସନ୍ତୁକା, ଉଷସୀ ମିଶ୍ର ପ୍ରମୁଖ କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧]
ଅଭିନୟ[ସମ୍ପାଦନା]
- ବର୍ଷା ପ୍ରିୟଦର୍ଶିନୀ - ଆରୋହୀ
- ଜୟଜିତ ଦାସ - ଆୟୁଷ
- ହରିହର ମହାପାତ୍ର
- ଲିପ୍ସା ମିଶ୍ର
- ଉଷସୀ ମିଶ୍ର
- ପପି ସନ୍ତୁକା
- ପ୍ରଦୀପ
କାହାଣୀ[ସମ୍ପାଦନା]
ଗୀତ ଏବଂ ସଙ୍ଗୀତ[ସମ୍ପାଦନା]
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମଳୟ ମିଶ୍ର ।[୧] ଗୀତିକାର ଅରୁଣ ମନ୍ତ୍ରୀ ଓ ଜୟନ୍ତ ଦାସ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ହ୍ୟୁମାନ ସାଗର, ଇରା ମହାନ୍ତି ଭଳି କଣ୍ଠଶୀଳ୍ପିମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ[ସମ୍ପାଦନା]
କ୍ରମ | ଗୀତ | କବି | ଗାୟକ | ସମୟ |
---|---|---|---|---|
1. | "କୁଇନ୍" | ଅରୁଣ ମନ୍ତ୍ରୀ | ହ୍ୟୁମାନ ସାଗର, ଇରା ମହାନ୍ତି | |
2. | "ତୋର ମୋର ଲଭ୍ ଷ୍ଟୋରୀ" | |||
3. | "ପ୍ରେମ ଏମିତି ମିଠା" |
ଆଧାର[ସମ୍ପାଦନା]
- ↑ ୧.୦ ୧.୧ ୧.୨ ୧.୩ ୧.୪ "କାଲି ପରଦାକୁ 'କୁଇନ୍' ରୂପରେ ଆସିବେ ବର୍ଷା ପ୍ରିୟଦର୍ଶିନୀ | Sambad". ସମ୍ବାଦ. sambad.in. 14 January 2020. Retrieved 19 January 2020.
- ↑ "ଦେଖନ୍ତୁ: 'କୁଇନ୍' ସୁଟିଂ ସେଟର ଭିଡ଼ିଓ ସେୟାର୍ କଲେ ବର୍ଷା ପ୍ରିୟଦର୍ଶିନୀ ! - Odisha Sambad Odia". Dailyhunt (in ଇଂରାଜୀ). ଓଡ଼ିଶା ସମ୍ବାଦ. 16 October 2019. Retrieved 19 January 2020.
ବାହାର ଆଧାର[ସମ୍ପାଦନା]
- କୁଇନ୍ ଇଣ୍ଟରନେଟ ମୁଭି ଡାଟାବେସରେ