ଭାଇନା, କ'ଣ କଲା ସେ
ଭାଇନା, କ'ଣ କଲା ସେ | |
---|---|
ନିର୍ଦ୍ଦେଶକ | ସଞ୍ଜୟ ନାୟକ |
ପ୍ରଯୋଜକ | ସଞ୍ଜୟ ନାୟକ |
ସଂଳାପ | ସଞ୍ଜୟ ନାୟକ |
ଚିତ୍ରନାଟ୍ୟ | ସଞ୍ଜୟ ନାୟକ |
କାହାଣୀ | ସଞ୍ଜୟ ନାୟକ |
କଳାକାର | ଉତ୍ତମ ମହାନ୍ତି କୁନା ତ୍ରିପାଠୀ ଚନ୍ଦନ କର ବାଳକୃଷ୍ଣ ନାୟକ ତମନ୍ନା |
ସଙ୍ଗୀତ | ପ୍ରେମ ଆନନ୍ଦ |
ଚିତ୍ରଗ୍ରହଣ | ପ୍ରଦୀପ |
ସମ୍ପାଦକ | ରଞ୍ଜନ ଖଟେଇ |
ବିତରକ | ତରଙ୍ଗ ସିନେ ପ୍ରଡ଼କ୍ସନ[୧] |
ମୁକ୍ତିଲାଭ ତାରିଖ | ୧୬ ସେପ୍ଟେମ୍ବର ୨୦୧୬ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଭାଇନା, କ'ଣ କଲା ସେ, ୨୦୧୬ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ ଚଳଚ୍ଚିତ୍ର । ଓଡ଼ିଆ ଚଳଚ୍ଚିତ୍ର ଜଗତରେ କାଷ୍ଟିଂକାଉଚର ସତ୍ୟାସତ୍ୟକୁ ନେଇ ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶନାରେ ଏହି ଚଳଚ୍ଚିତ୍ରଟି ନିର୍ମାଣ ହୋଇଥିଲା ।[୨] ଏଥିରେ ହାସ୍ୟ ଅଭିନେତା ବାଳକୃଷ୍ଣ, ପପୁ ପମ ପମଙ୍କ ଭଳି ଦେଖାଯାଉଛନ୍ତି । ଚଳଚ୍ଚିତ୍ରଟିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ ।[୩] ପ୍ରଥମାବସ୍ଥାରେ ଏହି ଚଳଚ୍ଚିତ୍ରଟିର ନାମ ଏକ୍ସକ୍ୟୁଜ ମି କ'ଣ କଲା ସେ ଥିଲା, ମାତ୍ର ପରବର୍ତ୍ତୀ ସମୟରେ ଏହାର ଶୀର୍ଷକକୁ ବଦଳାଇ ଭାଇନା, କ'ଣ କଲା ସେ କରାଯାଇଥିଲା ।[୪]
ଏହି ଚଳଚ୍ଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବାଳକୃଷ୍ଣ ନାୟକ ଏବଂ ତମନ୍ନା ।[୫][୬] କୁନା ତ୍ରିପାଠୀ, ଚନ୍ଦନ କର, ଜୀନା ସାମଲ, ଲିକ, ପ୍ରେମାଞ୍ଜନ ପରିଡ଼ା, ବିଜୁ ବଡ଼ଜେନା, ବିରେନ ମିଶ୍ର, ପ୍ରଦ୍ୟୁମ୍ନ ଲେଙ୍କା ଆଦି କଳାକାରମାନେ ଚଳଚ୍ଚିତ୍ରଟିରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
[ସମ୍ପାଦନା]- ବାଳକୃଷ୍ଣ ନାୟକ[୭]- ଦୀପୁ ଡିଂ ଡଂ
- ତମନ୍ନା ବ୍ୟାସ[୮]
- ଉତ୍ତମ ମହାନ୍ତି- ଉତ୍ତମ ମହାନ୍ତି
- କୁନା ତ୍ରିପାଠୀ
- ଚନ୍ଦନ କର
- ଜୀନା ସାମଲ
- ଲକି
- ପ୍ରେମାଞ୍ଜନ ପରିଡ଼ା
- ବିଜୁ ବଡ଼ଜେନା
- ବିରେନ ମିଶ୍ର
- ପ୍ରଦ୍ୟୁମ୍ନ ଲେଙ୍କା
- ପପି ସନ୍ତୁକା
- ଦେବଶ୍ୱତା
କାହାଣୀ
[ସମ୍ପାଦନା]କଳାକାରଟିଏ ଅଭିନୟ ଦୁନିଆର ଶୀର୍ଷକୁ ଛୁଇଁବା ପାଇଁ କେଉଁଭଳି ସଂଘର୍ଷ କରେ ଏବଂ ଶୀର୍ଷରେ ପହଞ୍ଚିବା ପାଇଁ ପରେ କିପରି ବିବାଦରେ ଛନ୍ଦି ହେଇଯାଉଛି । ସେହି ବିଷୟରେ ନିର୍ମାଣ ହୋଇଛି ଏକ ଚଳଚ୍ଚିତ୍ରଟି ।[୯]
ଗୀତ ଓ ସଙ୍ଗୀତ
[ସମ୍ପାଦନା]ଏହି ଚଳଚ୍ଚିତ୍ରରେ ପ୍ରେମ ଆନନ୍ଦ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ଅରୁଣ ମନ୍ତ୍ରୀ, ମଧୁସୂଦନ ଦାସ, ସୁବ୍ରତ ସାହୁ ଓ ଦେବୀଦତ୍ତ ମହାନ୍ତି ପ୍ରମୁଖ ଗୀତିକାର ଚଳଚ୍ଚିତ୍ରର ଗୀତଗୁଡ଼ିକର ରଚନା କରିଥିଲେ । ହ୍ୟୁମାନ ସାଗର, ସୋହିନୀ ମିଶ୍ର, ସଞ୍ଜୁ, ଦୀପ୍ତିରେଖା ପାଢ଼ୀ ଏବଂ ସତ୍ୟଜିତ ପ୍ରଧାନ ଆଦି କଣ୍ଠଶିଳ୍ପୀମାନେ ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ଗାୟକ | ସମୟ |
---|---|---|---|
1. | "ଏକ୍ସକ୍ୟୁଜ ମି କ'ଣ କଲା ସେ" | ||
2. | "ଆ କରିବା ଠିଆ ପାଲା" | ଅସୀମା ପଣ୍ଡା, ସତ୍ୟଜିତ ପ୍ରଧାନ[୧୦] | |
3. | "ABCDEFGHI ତୁ ମୋ ବୟଫ୍ରେଣ୍ଡ" | ||
4. | "ଚାଲ କରିବା ଠିଆ ପାଲା" |
ମନ୍ତବ୍ୟ
[ସମ୍ପାଦନା]ଓଡ଼ିଆ ହାସ୍ୟ ଅଭିନେତା ପପୁ ପମ ପମଙ୍କ ଉପରେ ଚଳଚ୍ଚିତ୍ରଟି ନିର୍ମାଣ ହେଉଥିବା କଥା ଅନେକ କହିଥିଲ, ତେଣୁ ଏହାକୁ ପସନ୍ଦ କରି ନ ଥିଲେ । ଏହି ଚଳଚ୍ଚିତ୍ରକୁ ସମାଲୋଚନା କରିବାକୁ ଯାଇ ସେ କହିଥିଲେ କି, "ଯେଉଁ ଫିଲ୍ମ ୭ଦିନରେ ହୁଏ, ତାକୁ ଫିଲ୍ମ କୁହାଯିବା କଥା ନୁହେଁ ।"[୧୧] ଏପରିକି ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବା ପୂର୍ବରୁ ମଧ୍ୟ ଏହା ବିରୁଦ୍ଧରେ ଅଦାଲତରେ ଆବେଦନ ହୋଇଥିଲା । ଚଳଚ୍ଚିତ୍ରରେ ମାତ୍ରାଧିକ ଅଶ୍ଳୀଳ ଦୃଶ୍ୟ ଓ କାଷ୍ଟିଂ କାଉଚ୍ ବିବାଦରେ ଫସିଥିବା ପପୁ ପମ ପମଙ୍କ ବ୍ୟକ୍ତିଗତ କାହାଣୀ ଉପରେ ଏହା ଆଧାରିତ ହୋଇଥିବାରୁ ପପୁଙ୍କ ବ୍ୟକ୍ତିଗତ ଜୀବନ ଏଥିରେ ପ୍ରଭାବିତ ହେବାର ଆଶଙ୍କା କରି ଏହାକୁ ମୁକ୍ତିଲାଭ ନ କରିବାକୁ ଅଦାଲତରେ ଆବେଦନ କରିଥିଲେ ସୁଶାନ୍ତ ପଣ୍ଡା । ପରେ ପରେ ପପୁ ପମ ପମ ମଧ୍ୟ ଅଦାଲତରେ ଆବେଦନ କରିଥିଲେ ।[୧୨] ମାତ୍ର ଏହି ଚଳଚ୍ଚିତ୍ରର ସମ୍ପୂର୍ଣ୍ଣ କାହାଣୀ ପପୁଙ୍କ ଜିବନୀ ଉପରେ ଆଧାରିତ ନୁହେଁ ବୋଲି କହିଥିଲେ ନାୟକ ବାଳକୃଷ୍ଣ ।[୬]
ଆଧାର
[ସମ୍ପାଦନା]- ↑ "ପରଦାରେ 'କାଷ୍ଟିଂକାଉଚ୍'". ସମାଜ. 18 September 2016. Retrieved 19 September 2016.[permanent dead link]
- ↑ "ଭିନ୍ନ ଧରଣର ଭୂମିକାରେ ଆସୁଛନ୍ତି ଓଲିଉଡ ନାୟିକା ତମନ୍ନା | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 15 November 2019. Archived from the original on 25 December 2021. Retrieved 25 December 2021.
{{cite news}}
:|archive-date=
/|archive-url=
timestamp mismatch; 1 ଅକ୍ଟୋବର 2020 suggested (help) - ↑ "ଓଲିଉଡରେ କାଷ୍ଟିଂକାଉଚ ପଛର ସତ୍ୟକୁ ନେଇ 'ଏକ୍ସକ୍ୟୁଜ ମି କ'ଣ କଲା ସେ' ସିନେମାର ମହୁରତ". Odisha News 360. 4 August 2016. Retrieved 21 August 2016.[permanent dead link]
- ↑ ସାହୁ, ଗଣେଶ ପ୍ରସାଦ (9 September 2016). "ଅଭିନୟର ଗୋଟିଏ ଦିଗ ନୁହେଁ ସବୁ ଦିଗରେ ମାହିର ହେବାକୁ ଲକ୍ଷ୍ୟ ରଖିଛି: ତମନ୍ନା". Odisha News 360. Retrieved 16 September 2016.[permanent dead link]
- ↑ "ନବାଗତା ତମନ୍ନା". ସମାଜ. 21 August 2016. Retrieved 21 August 2016.[permanent dead link]
- ↑ ୬.୦ ୬.୧ [kanaknews.com/odia-film-on-papu-pom-pom-kan-kala-se/ "ରୂପେଲି ପରଦାରେ କମେଡି କିଙ୍ଗଙ୍କୁ ନେଇ ଫିଲ୍ମ 'କଣ କଲା ସେ'"]. କନକ ନ୍ୟୁଜ. 12 August 2016. Retrieved 18 August 2017.
{{cite news}}
: Check|url=
value (help) - ↑ "'ସୁପରବୟ'ର ରିଲିଜ୍ ଅପେକ୍ଷାରେ ତମନ୍ନା, ଘର କାମରେ ସମୟ ବିତାଉଛନ୍ତି | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 28 April 2020. Archived from the original on 25 December 2021. Retrieved 25 December 2021.
- ↑ "Odia Actress Tamanna Vyas Among Top Five In Miss Diva 2018 - ODISHA BYTES". ODISHA BYTES. 4 August 2018. Archived from the original on 6 February 2019. Retrieved 31 August 2018.
{{cite news}}
:|first1=
missing|last1=
(help) - ↑ "କଳାକାରର କାହାଣୀ". ସମାଜ. 4 September 2016. Retrieved 4 September 2016.[permanent dead link]
- ↑ "Manoj Mishra, Debashis Starrer Odia Movie 'Tandav' To Release On This Date". Odisha Bytes (in English). Bhubaneswar. 9 March 2021. Archived from the original on 22 December 2021. Retrieved 22 December 2021.
{{cite news}}
: CS1 maint: unrecognized language (link) - ↑ "ମେଘ ମିଛ, ସୂର୍ଯ୍ୟ ସତ: ପପୁ ପମ୍ପମ୍". Odisha Reporters. 26 August 2016. Retrieved 16 September 2016.
- ↑ "ମୁକ୍ତିଲାଭ କରିବା ପୂର୍ବରୁ ବିବାଦରେ ଛନ୍ଦି ହୋଇଯାଇଛି 'ଭାଇନା, କ'ଣ କଲା ସେ'". ସମ୍ବାଦ. 16 September 2016. Archived from the original on 20 September 2016. Retrieved 4 October 2016.