ସୁପର ମିଛୁଆ

ଉଇକିପିଡ଼ିଆ‌ରୁ
ସୁପର ମିଛୁଆ
ନିର୍ଦ୍ଦେଶକଅଶୋକ ପତି
ପ୍ରଯୋଜକସୀତାରାମ ଅଗ୍ର‌ୱାଲ
ରାଜ୍ ଥୋରାନୀ
ସଂଳାପରଣଜିତ ପଟ୍ଟନାୟକ
ଚିତ୍ରନାଟ୍ୟଆଶୋକ ପତି
କାହାଣୀସିଦ୍ଧାର୍ଥ
କଳାକାରବାବୁଶାନ୍, ଝିଲିକ୍ ଭଟ୍ଟାଚାର୍ଯ୍ୟ, ମୀନକେତନ, ଅପରାଜିତା ମହାନ୍ତି, ହରିହର ମହାପାତ୍ର
ସଙ୍ଗୀତବିକାଶ ଦାସ
ଚିତ୍ରଗ୍ରହଣଆର୍. ରମେଶ
ସମ୍ପାଦକସୁକୁମାର ମଣି
ବିତରକଅମିତ୍ ପାଣି
ମୁକ୍ତିଲାଭ ତାରିଖ
୧୨ ଜୁନ୍ ୨୦୧୫
ଦେଶ ଭାରତ
ଭାଷାଓଡ଼ିଆ

ସୁପର ମିଛୁଆ, ୨୦୧୫ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ୨୦୧୫ ମସିହା ରଜ ସମୟରେ ମୁକ୍ତିଲାଭ କରିଥିଲା ଏହି ଚଳଚ୍ଚିତ୍ରଟି ।[୧] [୨] ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ଏସ୍ କେ ମୁରଲୀଧରନ୍‌ । ଏହି ଚଳଚ୍ଚିତ୍ରର ନାୟକ ଥିଲା ବାବୁଶାନ ମହାନ୍ତି ଏବଂ ନାୟିକା ଝିଲିକ୍ ଭଟ୍ଟାଚାର୍ଯ୍ୟ ।[୩] ଅନ୍ୟାନ୍ୟ ଭୂମିକାରେ ମୀନ‌କେତେନ, ଅପରାଜିତା, ଜୀବନ ପଣ୍ଡା, ପୃଥ୍ୱୀରାଜ ପ୍ରମୁଖ ଅଭିନୟ କରିଥିଲେ ।[୪]

ସଦାବେଳେ ମିଛ କ‌ହୁଥିବା ପିଲାଟିଏ ତା'ର ଜୀବନରେ କେମିତି ଅସୁବିଧା ଭୋଗୁଛି ଏବଂ ପରେ ପରେ ତା'ର ଜୀବନରେ କେମିତି ପରିବର୍ତ୍ତନ ଆସୁଛି । ସେହି ବିଷୟରେ ଏହାର କାହାଣୀ ଗତିଶୀଳ ।[୫]

ସଂଗୀତ ନିର୍ଦ୍ଦେଶକ ବିକାଶ ଦାସ ଚଳଚ୍ଚିତ୍ରଟିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ଶ୍ରୀକାନ୍ତ ଗୌତମ ସମୁଦାୟ ୫ଟିଯାକ ଗୀତର ରଚନା କରିଥିଲେ । ସୁଧାକର ବସନ୍ତ ଏବଂ ଅଶୋକ ପତି ଉଭୟ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ । ଚଳଚ୍ଚିତ୍ରର ଗୀତଗୁଡ଼ିକ ଅଧିକ ଲୋକପ୍ରିୟ ହୋଇଥିଲା ।[୬] ୨୦୧୫ରେ ମୁକ୍ତିଲାଭ କରିଥିବା ସମୁଦାୟ ୨୮ ଚଳଚ୍ଚିତ୍ରରୁ ମାତ୍ର ୬ଟି ଚଳଚ୍ଚିତ୍ର ଭଲ ବ୍ୟବସାୟ କରିଥିଲା । ଏହି ୬ଟି ଚଳଚ୍ଚିତ୍ର ମଧ୍ୟରେ ଏହି ଚଳଚ୍ଚିତ୍ରଟି ଥିଲା ।[୭]

ପ୍ରଯୋଜକ ସୀତାରାମ ଅଗ୍ର‌ୱାଲଙ୍କ ସାର୍ଥକ ମୁଭିଜ୍‌ରେ ପୂର୍ବରୁ ମୁକ୍ତିଲାଭ କରିଥିବା ସମସ୍ତ ୧୧ଟିଯାକ ଚଳଚ୍ଚିତ୍ର ଖାଣ୍ଟି ଓଡ଼ିଆ ଶିର୍ଷକରେ ମୁକ୍ତିଲାଭ କରିଥିଲା । କିନ୍ତୁ ଏହି ଚଳଚ୍ଚିତ୍ରଟିର ଶୀର୍ଷକ ଓଡ଼ିଆ ଏବଂ ଇଂରାଜୀ ଶବ୍ଦର ମିଶ୍ରଣର ହୋଇଥିଲା ।[୮] ଏହି ଚଳଚ୍ଚିତ୍ରଟି ବିଗ୍ୱସ୍ ସମ୍ମାନ-୨୦୧୫ରେ ୩ୟ ସ୍ଥାନରେ ରହିଥିଲା ।[୯]

ଅଭିନୟ[ସମ୍ପାଦନା]

ଓଡ଼ିଆଚଳଚ୍ଚିତ୍ର 'ସୁପର ମିଛୁଆ'ରେ ଅଭିନୟ କରିଥିବା ପ୍ରମୁଖ କଳାକାରମାନ ହେଲେ:

କାହାଣୀ[ସମ୍ପାଦନା]

ରୋମିଓ (ବାବୁଶାନ୍) ଗୋଟିଏ ବାପ ମାଆ ଛେଉଣ୍ଡ ପିଲାଟିଏ । ଗୋଟିଏ କାର୍ଯ୍ୟାଳୟରେ ଚପରାସୀ ଭାବରେ କାର୍ଯ୍ୟକରୁଥିବା ମକରଧ୍ୱଜ ବାବୁ (ମୀନକେତନ) ହେଉଛନ୍ତି ତା'ର ମାମୁଁ । ମକରଧ୍ୱଜ ବାବୁ ଏବଂ ତାଙ୍କର ପତ୍ନୀ ରୋମିଓକୁ ପିଲାଦିନରୁ ପାଳିପୋଷି ବଡ଼ କରିଥିଲେ । ସେଥିପାଇଁ ସେ ଦ୍ୱୟଙ୍କର କୌଣସି ସନ୍ତାନ ସନ୍ତ‌ତି ବି ନ ଥିଲେ । ରୋମିଓର ମିଛ କ‌ହିବା ଅଭ୍ୟାସ ନୁହେଁ ପେଶା । ହେଲେ ସେ ଏବେଯାଏ ମିଛ କ‌ହି କେବେ କାହାକୁ ହଇରାଣ କରିନାହିଁ । କେତେବେଳେ ମାମୁଁ ହୃଦଘାତ କଥା କ‌ହି କାହାଠାରୁ ଉଧାର ଆଣେ ତ କେବେ ପୁଣି ମାମୁଁ ମରିଯାଇଛି ସୁଧିକ୍ରିୟା ପାଇଁ ପଇସା ଦରକାର କ‌ହି ଉଧାର ଆଣିଦେଉଥାଏ । ପରେ ସେମାନେ ପଇସା ମାଗିଲେ ତାଙ୍କୁ ପଇସା ଦେବା ବଦଳରେ ମାଡ଼ ମାରେ । ଏହି ସବୁ କଥାକୁ ସାଙ୍ଗକୁ ମାଇଁ ଭଣଜା ବି ମାମୁଁ ପକେଟରୁ ପାଳି କରି ଯୋଜନା ବଦ୍ଧ ଭାବରେ ପଇସା ଲୁଟନ୍ତି ।

ଏସବୁ ଦେଖି ରୋମିଓର ମାମୁଁ ତା'ର କାର୍ଯ୍ୟାଳୟର ନିର୍ଦ୍ଦେଶକଙ୍କୁ ଅନୁରୋଧ କରି ରୋମିଓର ଗୋଟିଏ ବ୍ୟାଙ୍କରେ ଚାକିରୀ କରେଇ ଦେଲେ । ଏହି ଭିତରେ ରୋମିଓର ଗୋଟିଏ ଝିଅ ସ‌ହ ଦେଖା ହେଲା, ସେ ତାକୁ ଜୁଲି ବୋଲି ଡାକୁଥାଏ । ପରେ ଜଣିଲା କି ସେ ଝିଅଟି ସେଇ ବ୍ୟାଙ୍କରେ ଚାକିରୀ କରେ ଯାହାର ପ୍ରକୃତ ନାମ ହେଉଛି ଇସା । ସେ ଗୋଟିଏ ଧନୀ ବ୍ୟକ୍ତି ଶ୍ରୀକାନ୍ତ ଛୋଟରାୟର ଝିଅ । କିନ୍ତୁ ରୋମିଓ ସେ ଝିଅକୁ ଗୋଟିଏ ଧନୀ ଘରର ପିଲା ବୋଲି ମିଛ କ‌ହିଥିଲା । ଧିରେ ଧିରେ ସାଙ୍ଗମାନଙ୍କୁ ଲଗେଇ ବିଭିନ୍ନ ପ୍ରକାରର ଉପାୟ କରି ସେ ସେହି ଝିଅକୁ ତା' ପ୍ରତି ଆକର୍ଷିତ କରାଇଲା । ଏହିସବୁ ବିଷୟରେ ଇସାର ବାପା ଜାଣିବାକୁ ପାଇଲେ । ତେଣୁ ସେ ରୋମିଓ ବିଷୟରେ ସବୁକିଛି ଅନୁସନ୍ଧାନ କଲା ପରେ ପ୍ରତୀକ ବୋଲି ଆଉ ଗୋଟିଏ ପିଲା ସ‌ହ ତା'ର ବାହାଘର କରିଦେବାକୁ ଠିକ୍ କରିଦେଇଥିଲେ । ମାତ୍ର ବାହାଘରର ପୂର୍ବଦିନ ରୋମିଓ ଓ ତା'ର ମାମୁଁ ଏହି ସବୁ କଥା ଜାଣିବାକୁ ପାଇଲେ । ସେଥିପାଇଁ ସେମାନେ ବେଶ ବଦଳାଇ ଯାଇ ଇସାକୁ ବିବାହ ମଣ୍ଡପରୁ ଖସାଇ ସେମାନଙ୍କ ସାଙ୍ଗରେ ଆଣିଦେଇ କୋର୍ଟରେ ପଞ୍ଜୀକୃତ ବିବାହ କରାଇଦେଲେ । ଏହି ସବୁ ଦେଖି ଇସାର ବାପା ଝିଅକୁ ଧିକ୍କାର କରି ଚାଲିଗଲେ ।

ହେଲେ ଇସା ଯେତେବେଳେ ରୋମିଓର ଘରେ ପ‌ହଞ୍ଚିଲା ସେତେବେଳେ ତା'ର ସବୁକିଛି ସ୍ୱପ୍ନ ଧୂଳିରେ ମିଶିଗଲା ପରି ଲାଗିଲା ଏବଂ ସେ ରୋମିଓର ସବୁ ମିଛ ଜାଣିପାରିଲା । ତା'ର ବାପା କ‌ହିଥିବା ସବୁଯାକ କଥା ସତ ବୋଲି ସେ ଜାଣିଲା, ସେଥିପାଇଁ ସେ ରୋମିଓକୁ ବ‌ହୁତ ଗାଳି କଲା । ରାଗିଯାଇ ରୋମିଓ ମଧ୍ୟ ଇସାକୁ ଚଟକଣୀଟିଏ ପକାଇଲା । ତେଣୁ ଇସା ତା'ର ଭୁଲ ବୁଝିପାରି କାନ୍ଦି କାନ୍ଦି ତା' ବାପାଙ୍କ ପାଖକୁ ଚାଲିଗଲା ସେହି ରାତିରେ । ଏହା ପରେ ରୋମିଓ ଏବଂ ତା'ର ମାମୁଁ ମାଇଁ ଇସାକୁ ଘରକୁ ଫରେଇ ଆଣିବା ପାଇଁ ତା' ଘରକୁ ଜାଇ ଅପମାନିତ ହୋଇ ଫେରିଲେ । ଇସାର ବାପା ସେମାନଙ୍କୁ କୋର୍ଟରେ ଦେଖାକରିବାକୁ କ‌ହିଲେ ଏବଂ ଛାଡ଼ପତ୍ର ପାଇଁ ଆବେଦନ କଲେ । ଏଥି ସ‌ହ ସେମାନେ ଅପ‌‌ହରଣ, ଠକାମୀ ଆଦି ମିଥ୍ୟା ଅଭିଯୋଗ ମଧ୍ୟ କଲେ । ଧିରେ ଧିରେ କୋର୍ଟରେ ସମୟ ଗଡ଼ିଚାଲିଲା । ଏମିତି କିଛିଦିନ ଗଲାପରେ ଇସା ମଧ୍ୟ କୋର୍ଟକୁ ଆସିଲା ଏବଂ ସେଠାରେ ରୋମିଓ ତାକୁ ଦେଖା କ‌ରି ଭୁଲ ମାଗିଲା । ମାତ୍ର ସେ ରୋମିଓକୁ କ୍ଷମା କରିବା ବଦଳରେ ଶୀଘ୍ର ଛାଡ଼ପତ୍ର ଦେଇଦେବାକୁ ଅନୁରୋଧ କଲା । ଏହା ଶୁଣି ରୋମିଓ ମଧ୍ୟ ଅଦାଲତରେ ଛାଡ଼ପତ୍ର ସେହିଦିନ ଦେଇଦେବାକୁ ଅନୁରୋଧ କଲା ଏବଂ ସେ ଦୁହିଁଙ୍କର ବିବାହର ସବୁଦିନ ପାଇଁ ବିଚ୍ଛେଦ ହୋଇଗଲା ।

ଏହାପରେ ରୋମିଓ ସେହି ବ୍ୟାଙ୍କରେ ମନଲଗେଇ କାମକଲା ଏବଂ ଧିରେ ଧିରେ ସବୁ ଧାରକରଜ ସୁଝି ସ‌ହ ଭଲ ଇଂରାଜୀ କ‌ହିବା ମଧ୍ୟ ଶିଖିଗଲା । ସେତେବେଳେ ଇସା ମଧ୍ୟ ବାଙ୍ଗାଲୋର ଚାଲିଗଲା । ଏକଦା ରୋମିଓର ସାଙ୍ଗର ପତ୍ନୀର କାର୍ଯ୍ୟାଳୟକୁ ଇସା ୭ଦିନ ପାଇଁ ଆସିଥିଲା । ସେଠାରେ ରୋମିଓର ସାଙ୍ଗ ଓ ତା'ର ସ୍ତ୍ରୀ ମିଶି ଇସାକୁ ରୋମିଓ ସ‌ହ ପୁଣିଥରେ ଯୋଡ଼ିହେବା ପାଇଁ ବିଭିନ୍ନ ପ୍ରକାରର ଯୋଜନା କଲେ । ଇସାର ଜନ୍ମଦିନରେ ରୋମିଓ ତାକୁ ପୂର୍ବରୁ ପ୍ରତିଜ୍ଞା କରିଥିବା ପାଉଁଜୀଟି ଉପ‌ହାର ଦେଲା । ଏହାପରେ ଇସା ତା'ର ଭୁଲ ବୁଝିପାରି ରୋମିଓକୁ ଦେଖା କରିବାକୁ ତା'ର ଘରକୁ ଯାଇଥିଲା ମାତ୍ର ସେଠାରେ ରୋମିଓକୁ ଦେଖାକରିବାକୁ ତା'ର ସାହାସ ହେଲା ନାହିଁ । ସେଥିପାଇଁ ସେ ବାଙ୍ଗାଲୋର ଫେରିଯିବାକୁ ଗଲାବେଳେ ରୋମିଓ ସ‌ହ ଫୋନରେ କଥା ହେଲା । ଏହା ପରେ ରୋମିଓ ଇସା ପାଖକୁ ଆସୁଥିବା ବେଳେ ବାଟରେ ଦୁର୍ଘଟଣା ଘଟିଲା ଆଉ ଏହାଶୁଣି ଇସା ତା' ସେ ଟ୍ରେନ ଛାଡ଼ି ହସ୍ପାତାଳକୁ ଗଲା । ସେଠାରେ ଇସା ତା'ର ଭୁଲ ସ୍ୱୀକାର କରିବା ସ‌ହ ରୋମିଓକୁ ଆପଣେଇ ନେଲା ।

ଗୀତ ଓ ସଙ୍ଗୀତ[ସମ୍ପାଦନା]

ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ବିକାଶ ଦାସ ଦେଇଥିବା ବେଳ ଶ୍ରୀକାନ୍ତ ଗୌତମ ଗୀତ ରଚନା କରିଥିଲେ । ନିବେଦିତା, ସୌରିନ ଭଟ୍ଟ, ବାବୁଶାନ, ଆର୍.ଏସ୍. କୁମାର, ଦିବ୍ୟା ଆଦି କଣ୍ଠଦାନ କରିଥିଲେ । ନୃତ୍ୟ ନିର୍ଦ୍ଦେଶନ ଦେଇଥିଲେ ସୁଧାକର ବସନ୍ତ ଏବଂ ଅଶୋକ ପତି ।

ଗୀତ[ସମ୍ପାଦନା]

ଗୀତ ରଚନା କଣ୍ଠଦାନ
ସୁପର ମିଛୁଆ
କେମିତି କ‌ହିବି ତୋତେ
ତୁ ମୋର ମନ୍ଦିର ତୁ ମୋର ପୂଜା
କୁଟ୍ କୁଟ୍ ଧାନ ଲୋ
ଶୂନ୍ୟତାକୁ ଆଜି ପଚାରେ ମୁଁ ଯେବେ (ପୁରୁଷ)
ଶୂନ୍ୟତାକୁ ଆଜି ପଚାରେ ମୁଁ ଯେବେ (ନାରୀ)

ଆଧାର[ସମ୍ପାଦନା]

  1. "ଓଲିଉଡ୍ @୨୦୧୫". Odisha Reporters. 29 December 2015. Retrieved 16 February 2017.
  2. Palit, Ashok (8 June 2016). "Three new Odia films going to release during Raja festival". Orissa Diary. Retrieved 16 February 2017.[permanent dead link]
  3. "Super Michhua Odia Film of Babusan, Jhilik". InceredibleOrissa. 22 November 2014. Retrieved 16 February 2017.
  4. Nayak, Piyush Dipankar (12 June 2015). "Babusan starer Odia film Super Michua to hit theatre in Raja Festival". Orissa Diary. Retrieved 16 February 2017.[permanent dead link]
  5. Palit, Ashok (12 May 2015). "Six Odia movies to add colour to this year's Raja". Daily Pioneer. Retrieved 16 February 2017.
  6. Mohanty, Parthasarathi (13 June 2015). "3 Odia films released for Raja festival". DNA INDIA. Retrieved 16 February 2017.
  7. Singha, Minati (31 December 2015). "2015 is not a memorable Ollywood story to be told". The Times of India. Retrieved 16 February 2017.
  8. "ଧାରା ବଦଳିଗଲା କାହିଁକି?". ସମ୍ବାଦ. 4 November 2016. Archived from the original on 4 March 2017. Retrieved 16 February 2017.
  9. "ପ୍ରଶାନ୍ତ ନନ୍ଦ ପାଇବେ 'ବିଗ୍ୱସ୍ ସମ୍ମାନ'". ସର୍ବସାଧାରଣ. 3 January 2016. Retrieved 16 February 2017.[permanent dead link]
  10. "ଲୋକାଲ୍ ଟୋକାଙ୍କ ପ୍ରେମିକା" (in Odia). ଓଡ଼ିଶା. 10 June 2018. p. 8. Archived from the original (PDF) on 19 October 2018. Retrieved 19 October 2018.{{cite news}}: CS1 maint: unrecognized language (link)
  11. "ଏହି ସିନେମାରେ ବାବୁସାନ କରିଥିଲେ ଗେଷ୍ଟ୍‍ ରୋଲ୍‌". sambad.in. 24 April 2018. Retrieved 6 June 2018.
  12. "ସବ୍ୟସାଚୀଙ୍କ ସହ କେବେ ଝିଲିକ୍‌". sambad.in. 11 May 2018. Retrieved 6 June 2018.

ବାହାର ଆଧାର[ସମ୍ପାଦନା]