ତୁ ଆଉ ମୁଁ
ତୁ ଆଉ ମୁଁ | |
---|---|
ନିର୍ଦ୍ଦେଶକ | ନିଶିକାନ୍ତ ଦଳବେହେରା |
ପ୍ରଯୋଜକ | ସୌମ୍ୟ ରଞ୍ଜନ ପଟ୍ଟନାୟକ |
ସଂଳାପ | ଦୀପକ ଜେନା |
ଚିତ୍ରନାଟ୍ୟ | ନିଶିକାନ୍ତ ଦଳବେହେରା |
କାହାଣୀ | ତ୍ରିଲୋଚନ ତରାଇ |
କଳାକାର | ବିଜେନ୍ଦ୍ର କୁମାର ମିଶ୍ର ବନ୍ଦନା ପରମାଣିକ ମିହିର ଦାସ ଅପରାଜିତା ମହାନ୍ତି କୁନା ତ୍ରିପାଠୀ ସଲିଲ୍ ମିତ୍ର |
ସଙ୍ଗୀତ | ଦେବୀତୋଷ ଆଚାର୍ଯ୍ୟ |
ଚିତ୍ରଗ୍ରହଣ | ସୁଶୀଲ ବେହେରା |
ମୁକ୍ତିଲାଭ ତାରିଖ | ୧୦ ଜାନୁଆରୀ ୨୦୧୪ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ତୁ ଆଉ ମୁଁ, ୨୦୧୪ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ସୋମ୍ୟ ରଞ୍ଜନ ପଟ୍ଟନାୟକ ।[୧] ଏହି ଚଳଚ୍ଚିତ୍ରଟିର କାହାଣୀ ଲେଖିଥିଲେ ତ୍ରିଲୋଚନ ତାରାଇ ଏବଂ ସଂଳାପ ଲେଖିଥିଲେ ଦୀପକ ଜେନା ।[୨][୩] ନିଶିକାନ୍ତ ଦଳ ବେହେରା ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୪] ଦେବୀତୋଷ ଆଚାର୍ଯ୍ୟ ଚଳଚ୍ଚିତ୍ରଟିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ର ଜରିଆରେ ଦେବୀତୋଷ ପ୍ରଥମ କରି ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।[୩]
ଏହି ଚଳଚ୍ଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବିଜେନ୍ଦ୍ର କୁମାର ମିଶ୍ର ଏବଂ ବନ୍ଦନା ପରମାଣିକ । ନାୟକ, ନାୟିକା ଉଭୟ ଏହି ଚଳଚ୍ଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୩] ମିହିର ଦାସ, ଅପରାଜିତା ମହାନ୍ତି, କୁନା ତ୍ରିପାଠୀ, ସଲିଲ୍ ମିତ୍ର ଆଦି କଳାକାରମାନେ ଚଳଚ୍ଚିତ୍ରଟିରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
[ସମ୍ପାଦନା]- ବିଜେନ୍ଦ୍ର କୁମାର ମିଶ୍ର
- ବନ୍ଦନା ପରମାଣିକ[୫][୬]- ପ୍ରିତୀ
- ମିହିର ଦାସ
- ଅପରାଜିତା ମହାନ୍ତି
- କୁନା ତ୍ରିପାଠୀ
- ସଲିଲ୍ ମିତ୍ର
- ଲୀନା
ଗୀତ ଓ ସଙ୍ଗୀତ
[ସମ୍ପାଦନା]ଏହି ଚଳଚ୍ଚିତ୍ରଟିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଦେବୀତୋଷ ଆଚାର୍ଯ୍ୟ । ଚିନ୍ମୟ ଆଚାର୍ଯ୍ୟ, ମାନସ ସାମଲ, ଅରୁଣ ମନ୍ତ୍ରୀ, ବସନ୍ତରାଜ ସାମଲ ଆଦି ଗୀତିକାରମାନେ ଏହି ଚଳଚ୍ଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ଦେବୀତୋଷ ଆଚାର୍ଯ୍ୟ, କୁମାର ବାପି, ଶୈଳଭାମା ମହାପାତ୍ର, ମାଧବ, ବିଷ୍ଣୁମୋହନ କବି ମାମା ଦାସ, ମାନସ ପ୍ରୀତମ ଆଦି କଣ୍ଠଶିଳ୍ପୀମାନେ ଚଳଚ୍ଚିତ୍ରଟିରେ ଗୀତଗୁଡ଼ିକ ଗାଇଥିଲେ ।[୩]
୧୨ ଡିସେମ୍ବର ୨୦୧୩ରେ ହୋଟେଲ ସୂର୍ୟାଂଶରେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ମୁକ୍ତିଲାଭ କରିଥିଲା । ଏହି କାର୍ଯ୍ୟକ୍ରମରେ ସୋମ୍ୟରଞ୍ଜନ ପଟ୍ଟନାୟକ, ଅମୀୟ ପଟ୍ଟନାୟକ, ଦେବୀତୋଷ ଆଚାର୍ଯ୍ୟ, ଶୈଳଭାମା ମହାପାତ୍ର ଆଦି ଯୋଗ ଦେଇଥିଲେ ।[୩]
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|---|---|
1. | "ଦିଲ୍ ସାରା ପ୍ରିଣ୍ଟିଂ ପ୍ରିଣ୍ଟିଂ" | |
2. | "ଘୁମ୍ସୁଧା" | |
3. | "ଲଲିପପ୍" | |
4. | "ଓଠ ତଳେ" | |
5. | "ତୁ ଆଉ ମୁଁ" |
ଆଧାର
[ସମ୍ପାଦନା]- ↑ "ଛଅ ବର୍ଷ ପରେ ବଡ଼ ପରଦାକୁ ଫେରୁଛନ୍ତି 'ତୁ ଆଉ ମୁଁ'ର ନାୟିକା | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 5 June 2020. Archived from the original on 30 May 2022. Retrieved 30 May 2022.
- ↑ "Tu Aau Mu new oriya movie". Incredible Orissa. 30 September 2013. Retrieved 4 September 2017.
- ↑ ୩.୦ ୩.୧ ୩.୨ ୩.୩ ୩.୪ "odishasuntimes.com/2013/12/13/audio-new-film-tu-aau-mu-released/". Odisha Sun Times. 13 December 2013. Retrieved 4 September 2017.
- ↑ "Tu aau mu". NuaOdisha.com. Retrieved 4 September 2017.
- ↑ ଓଝା, ଶିବଶଙ୍କର (28 November 2021). "ସାତ ବର୍ଷ ହେଲା ଦେଖା ନଥିଲା: ପୁଣି ବଡ଼ ପରଦାରେ ଜଲଓ୍ୱା ଦେଖାଇବେ ତିନି ଓଲିଉଡ ସୁନ୍ଦରୀ | Sambad". ସମ୍ବାଦ. sambad.in. Archived from the original on 30 May 2022. Retrieved 30 May 2022.
- ↑ ମହାନ୍ତି, ପ୍ରତ୍ୟାଶା ପ୍ରିୟମ୍ବଦା (10 October 2022). "ଅଭିନେତ୍ରୀରୁ ପ୍ରଶାସନିକ ଅଧିକାରୀ: ପ୍ରଥମ ପ୍ରୟାସରେ ବନ୍ଦନାଙ୍କ ସଫଳତା". ସକାଳ. No. ବାଲେଶ୍ୱର. ବାଲେଶ୍ୱର: ସକାଳ. p. 6. Archived from the original on 10 October 2022. Retrieved 10 October 2022.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ତୁ ଆଉ ମୁଁ