ତୋ'ର ମୋର କଟି
ତୋ'ର ମୋର କଟି | |
---|---|
ନିର୍ଦ୍ଦେଶକ | ରମେଶ ରାଉତ |
ପ୍ରଯୋଜକ | ଝିଲିକ୍ ଭଟ୍ଟାଚାର୍ଯ୍ୟ |
ସଂଳାପ | ଦୀପକ ଜେନା |
ଚିତ୍ରନାଟ୍ୟ | ରମେଶ ରାଉତ |
କାହାଣୀ | ରମେଶ ରାଉତ |
କଳାକାର | ସିଦ୍ଧାନ୍ତ ମହାପାତ୍ର ଶୈଳେନ୍ଦ୍ର ସାମନ୍ତରାୟ ଶୀତଲ ପାତ୍ର |
ସଙ୍ଗୀତ | ପ୍ରେମ ଆନନ୍ଦ |
ଚିତ୍ରଗ୍ରହଣ | ଇଶ୍ୱର ଚନ୍ଦ୍ର ବାରିକ |
ସମ୍ପାଦକ | ରାଜେଶ ଦାଶ |
ମୁକ୍ତିଲାଭ ତାରିଖ | ୬ ଜାନୁଆରୀ ୨୦୨୩ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ତୋ'ର ମୋର କଟି ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଭିନେତ୍ରୀ ଝିଲିକ୍ ଭଟ୍ଟାଚାର୍ଯ୍ୟ ।[୧] ଦୀପକ ଜେନା ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୨] ନିର୍ଦ୍ଦେଶକ ରମେଶ ରାଉତ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୩] ସଙ୍ଗୀତକାର ପ୍ରେମ ଆନନ୍ଦ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଶୈଳେନ୍ଦ୍ର ସାମନ୍ତରାୟ ଓ ଶୀତଲ ପାତ୍ର । ସିଦ୍ଧାନ୍ତ ମହାପାତ୍ର, ପ୍ରଦ୍ୟୁମ୍ନ ଲେଙ୍କା, ସୁଧାଂଶୁ ମୋହନ ସାହୁ, ସଞ୍ଜୟ ନାଏକ, ବବି ମିଶ୍ର, ସୁଦୀପ୍ତ, ଟୁକୁନା, କାଳିଆ ଷଣ୍ଢ, ଐଶ୍ୱର୍ଯ୍ୟା, ରୂପସା, ଦେବିକା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୨]
ଏହି କଥାଚିତ୍ରଟି ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ପ୍ରଥମ ଓଡ଼ିଆ କଥାଚିତ୍ର ଥିଲା, ଯାହାକି ଜାନୁଆରୀ ୬ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ସମଗ୍ର ରାଜ୍ୟରେ ଏହା ସମୁଦାୟ ୩୦ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ।[୨]
ଅଭିନୟ
[ସମ୍ପାଦନା]- ସିଦ୍ଧାନ୍ତ ମହାପାତ୍ର
- ଶୈଳେନ୍ଦ୍ର ସାମନ୍ତରାୟ
- ଶୀତଲ ପାତ୍ର
- ସଞ୍ଜୟ ନାଏକ
- ସୁଧାଂଶୁ ମୋହନ ସାହୁ[୪]
- ପ୍ରଦ୍ୟୁମ୍ନ ଲେଙ୍କା
- ବବି ମିଶ୍ର
- ସୁଦୀପ୍ତ
- ଟୁକୁନା
- କାଳିଆ ଷଣ୍ଢ
- ଐଶ୍ୱର୍ଯ୍ୟା
- ରୂପସା
- ଦେବିକା
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ ।[୩] ନିର୍ମଳ ନାୟକ ଓ ଅରୁଣ ମନ୍ତ୍ରୀ ଭଳି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ହ୍ୟୁମାନ ସାଗର, ଦୀପ୍ତିରେଖା ପାଢ଼ୀ, ଆଶୁତୋଷ ମହାନ୍ତି, ସବିଶେଷ, ଅନନ୍ୟା ଶ୍ରୀତମ ନନ୍ଦ, ଦେବକୃପା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୨] ୧୧ ଡିସେମ୍ବର ୨୦୨୨ରେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ମୁକ୍ତିଲାଭ କରିଥିଲା ।[୫]
ଗୀତ
[ସମ୍ପାଦନା]କ୍ରମ | ଗୀତ | କବି | ଗାୟକ | ସମୟ |
---|---|---|---|---|
1. | "ମୁଁ ତତେ ଭଲ ପାଏ କି" | ହ୍ୟୁମାନ ସାଗର, ଦୀପ୍ତିରେଖା ପାଢ଼ୀ | ||
2. | "ମାଇଲା ମତେ ଆଖି" | ଆଶୁତୋଷ ମହାନ୍ତି | ||
3. | "ତୋର ମୋର କଟି" | ଅରୁଣ ମନ୍ତ୍ରୀ | ଦେବକୃପା, ଅନନ୍ୟା ଶ୍ରୀତମ ନନ୍ଦ |
ଆଧାର
[ସମ୍ପାଦନା]- ↑ ""ତୋର ମୋର କଟି" ଚଳଚ୍ଚିତ୍ରର ଅଡିଓ ଲୋକାର୍ପିତ". argusnews.in. 12 December 2022. Archived from the original on 8 January 2023. Retrieved 8 January 2023.
- ↑ ୨.୦ ୨.୧ ୨.୨ ୨.୩ "ୟେ ହାତ ମୁଝେ ଦେଦେ ଠାକୁର..ଓଡ଼ିଆ ଫିଲ୍ମରେ ଗବ୍ବର ସିଦ୍ଧାନ୍ତ ମହାପାତ୍ର". News18 Odia. ଭୁବନେଶ୍ୱର. 6 January 2023. Archived from the original on 6 January 2023. Retrieved 8 January 2023.
- ↑ ୩.୦ ୩.୧ "ରିଲିଜ ହେଲା 'ତୋର ମୋର କଟି'; ଦର୍ଶକଙ୍କ ମନ ଜିଣିଲେ ଶୀତଲ ଓ ଶୈଳେନ୍ଦ୍ର". News18 Odia. ଭୁବନେଶ୍ୱର. 6 January 2023. Archived from the original on 8 January 2023. Retrieved 8 January 2023.
{{cite news}}
:|archive-date=
/|archive-url=
timestamp mismatch; 6 ଜାନୁଆରୀ 2023 suggested (help) - ↑ "ପରଦାରେ ନିର୍ଦ୍ଦେଶକ". ସମାଜ (ରବିବାର). 29 May 2022. Archived from the original on 16 June 2022. Retrieved 16 June 2022.
- ↑ "ନୂଆ ଓଡ଼ିଆ ଚଳଚ୍ଚିତ୍ର 'ତୋର ମୋର କଟି'". Samaja Live. 12 December 2022. Archived from the original on 8 January 2023. Retrieved 8 January 2023.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ତୋ'ର ମୋର କଟି